Delhi's voters have resolved to free the city from 'AAP-da': PM Modi
January 03rd, 01:03 pm
PM Modi inaugurated key development projects in Delhi, including housing for poor families. He emphasized India’s vision for 2025 as a year of growth, entrepreneurship, and women-led development, reaffirming the goal of a pucca house for every citizen.ଦିଲ୍ଲୀରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 03rd, 12:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୨୦୨୫ ଭାରତର ବିକାଶ ପାଇଁ ଏକ ବିପୁଳ ସୁଯୋଗର ବର୍ଷ ହେବ, ଯାହା ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ଆଡକୁ ଆଗେଇ ନେବ । ଆଜି ଭାରତ ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାର ଏକ ବିଶ୍ୱ ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷରେ ଦେଶର ଭାବମୂର୍ତ୍ତି ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ୨୦୨୫ ପାଇଁ ଭିଜନ୍ ବିଷୟରେ ଆଲୋକପାତ କରିଥିଲେ, ଏହାକୁ ବିଶ୍ୱର ସର୍ବବୃହତ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା, ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗପାଇଁ ଯୁବକମାନଙ୍କୁ ସଶକ୍ତ କରିବା, ନୂତନ କୃଷି ରେକର୍ଡ ସ୍ଥାପନ କରିବା, ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସହଜ ଜୀବନଧାରଣ ଉପରେ ଧ୍ୟାନ ଦେଇ ପ୍ରତ୍ୟେକ ନାଗରିକଙ୍କ ଜୀବନର ଗୁଣବତ୍ତା ରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ ।ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଜାନୁଆରୀ ୩ ତାରିଖରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ
January 02nd, 10:18 am
୨୦୨୫ ଜାନୁଆରୀ ୩ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ ବେଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଅଶୋକ ବିହାରସ୍ଥିତ ସ୍ୱାଭିମାନ ଆପାର୍ଟମେଣ୍ଟର ଇନ-ସିଟୁ ସ୍ଲମ ରିହାବିଲିଟେସନ ପ୍ରୋଜେକ୍ଟ (ବସ୍ତି ଥଇଥାନ ପ୍ରକଳ୍ପ) ଅଧୀନରେ ଝୁଗି ଝୋପରୀ (ଜେଜେ) କ୍ଲଷ୍ଟରରେ ନବନିର୍ମିତ ଫ୍ଲାଟ ଅଞ୍ଚଳ ପରିଦର୍ଶନ କରିବେ । ‘ସମସ୍ତଙ୍କ ପାଇଁ ଆବାସ’ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଦ୍ଦିଷ୍ଟ । ସେଠାରେ ଅପରାହ୍ଣ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।