Samrat Samprati Museum is the heritage of millions of people in India, heritage of India's glorious past: PM Modi in Gandhinagar, Gujarat
March 31st, 10:25 am
PM Modi inaugurated the Samrat Samprati Sangrahalay, Jain Heritage Museum at Koba Tirth in Gandhinagar, Gujarat, on the auspicious occasion of Bhagwan Mahavir Janma Kalyanak. Speaking on the occasion, the PM said the Sangrahalay belongs to the crores of people of India and stands as a testament to our glorious past. Lauding the ahimsa philosophy of Samrat Samprati, he called on people to rise above personal aspirations and work for the nation.ମହାବୀର ଜୟନ୍ତୀ ଅବସରରେ ଗାନ୍ଧୀନଗର କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 31st, 10:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ମହାବୀର ଜୟନ୍ତୀର ଶୁଭ ଅବସରରେ ଗୁଜରାଟର ଗାନ୍ଧୀନଗରସ୍ଥିତ କୋବା ତୀର୍ଥଠାରେ 'ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ' (ଜୈନ ଐତିହ୍ୟ ସଂଗ୍ରହାଳୟ)କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, “କୋବା ତୀର୍ଥ ଆଧ୍ୟାତ୍ମିକ ଶାନ୍ତିରେ ପରିପୂର୍ଣ୍ଣ ଏକ ସ୍ଥାନ, ଯେଉଁଠାରେ ଅନେକ ଜୈନ ମୁନି ଏବଂ ସନ୍ଥଙ୍କ ତପସ୍ୟାର ଅଭିବ୍ୟକ୍ତି ଦେଖିବାକୁ ମିଳେ ଏବଂ ଯେଉଁଠାରେ ସୃଜନଶୀଳତା ଓ ସେବା ପ୍ରାକୃତିକ ଭାବରେ ବିକଶିତ ହୋଇଥାଏ।”ବେଦଗୁଡ଼ିକର କାଳଜୟୀ ଜ୍ଞାନ ଉପରେ ଆଲୋକପାତ କରୁଥିବା ସଂସ୍କୃତ 'ସୁଭାଷିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
February 12th, 08:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଦଗୁଡ଼ିକର କାଳଜୟୀ ଜ୍ଞାନ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ।In India, democracy means last mile delivery: PM Modi at 28th CSPOC
January 15th, 11:00 am
In his address while inaugurating the 28th CSPOC at the Central Hall of Samvidhan Sadan, PM Modi highlighted India’s democratic journey. Remarking that India is the mother of democracy, the PM noted the increasing representation of women in government bodies and persity of Indian languages. He further highlighted that India has begun using AI in Parliament to improve its functioning.ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 15th, 10:32 am
ଏହି ବିଶେଷ ଅବସରରେ ଅତିଥିମାନଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ସେମାନଙ୍କ ଉପସ୍ଥିତି ପ୍ରତି ସମ୍ମାନ ଜଣାଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ଯେଉଁ ସ୍ଥାନରେ ବସିଛନ୍ତି ତାହା ଭାରତର ଗଣତାନ୍ତ୍ରିକ ଯାତ୍ରାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଉପନିବେଶବାଦୀ ଶାସନର ଶେଷ ବର୍ଷଗୁଡ଼ିକରେ, ଯେତେବେଳେ ଭାରତର ସ୍ୱାଧୀନତା ପାଖେଇ ଆସୁଥିଲା, ଦେଶର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ସମ୍ବିଧାନ ସଭା ଏହି କେନ୍ଦ୍ରୀୟ ହଲରେ ଏକାଠି ହୋଇଥିଲା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସ୍ୱାଧୀନତାର ୭୫ ବର୍ଷ ଧରି ଏହି ଭବନ ଭାରତର ସଂସଦ ଭାବରେ କାର୍ଯ୍ୟ କରିଥିଲା, ଯେଉଁଠାରେ ଦେଶର ଭବିଷ୍ୟତକୁ ଆକାର ଦେବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ବିତର୍କ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଏବେ ଏହି ଐତିହାସିକ ସ୍ଥାନକୁ ସମ୍ବିଧାନ ସଦନ ଭାବରେ ନାମିତ କରିଛି ଏବଂ ଏହାକୁ ଗଣତନ୍ତ୍ର ପାଇଁ ଉତ୍ସର୍ଗ କରିଛି। ସେ ଉଲ୍ଲେଖ କରିଥିଲେ ଯେ, ନିକଟରେ ଭାରତ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୁର୍ତି ପାଳନ କରିଥିଲା। ସମ୍ବିଧାନ ଗୃହରେ ସମସ୍ତ ସମ୍ମାନିତ ଅତିଥିଙ୍କ ଉପସ୍ଥିତି ଭାରତର ଗଣତନ୍ତ୍ର ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମୁହୂର୍ତ୍ତ ବୋଲି ସେ କହିଥିଲେ।ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମିଳନୀ ୨୦୨୫କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
October 31st, 06:08 pm
ଶ୍ରୀ ମୋଦୀ ମନେ ପକାଇଛନ୍ତି ଯେ ଗତ ବର୍ଷ, ଗୁଜରାଟରେ ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀଙ୍କ ଜନ୍ମସ୍ଥାନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ, ତାଙ୍କୁ ଦିଲ୍ଲୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମବାର୍ଷିକୀ ସମାରୋହ ଉଦଘାଟନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାରେ ଉଚ୍ଚାରିତ ବୈଦିକ ମନ୍ତ୍ର ଓ ଯଜ୍ଞାନୁଷ୍ଠାନର ଉର୍ଜ୍ଜାକୁ ସେ ଏବେ ବି ଅନୁଭବ କରିପାରୁଛନ୍ତି, ଯେପରିକି ତାହା ଗତକାଲି ଅନୁଷ୍ଠିତ ହୋଇଥିଲା ।'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
October 26th, 11:30 am
ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।ନୂଆଦିଲ୍ଲୀରେ ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 12th, 04:54 pm
ଆଜି ବିଜ୍ଞାନ ଭବନ ଭାରତର ସୁବର୍ଣ୍ଣ ଅତୀତର ସାକ୍ଷୀ ଭାବରେ ଦଣ୍ଡାୟମାନ । କିଛି ଦିନ ପୂର୍ବରୁ ମୁଁ ଜ୍ଞାନ ଭାରତମ୍ ମିଶନର ଘୋଷଣା କରିଥିଲି। ଏବଂ ଆଜି ଏତେ କମ୍ ସମୟ ମଧ୍ୟରେ ଆମେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରୁଛୁ। ଏହା ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା କୌଣସି ସରକାରୀ କିମ୍ବା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନୁହେଁ; ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଗୁରୁତ୍ଵ ବହନ କରୁଛି । ହଜାର ହଜାର ପିଢ଼ିର ଚିନ୍ତାଧାରା, ଭାରତର ବିଶିଷ୍ଟ ଋଷି , ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଗବେଷଣା, ଆମର ପାରମ୍ପରିକ ଜ୍ଞାନ ପରମ୍ପରା, ଆମର ବୈଜ୍ଞାନିକ ଐତିହ୍ୟ, ଆମେ ଜ୍ଞାନ ଭାରତମ୍ ମିଶନ ମାଧ୍ୟମରେ ସେଗୁଡ଼ିକୁ ଡିଜିଟାଇଜେସନ୍ କରିବାକୁ ଯାଉଛୁ। ଏହି ମିଶନ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଜ୍ଞାନ ଭାରତମ୍ ର ସମଗ୍ର ଦଳକୁ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ମଧ୍ୟ ଶୁଭେଚ୍ଛା ଜଣାଉଛି।‘ଜ୍ଞାନ ଭାରତମ୍’ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 12th, 04:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ, ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନ ଭବନ ଆଜି ଭାରତର ସୁବର୍ଣ୍ଣ ଅତୀତର ପୁନରୁତ୍ଥାନର ସାକ୍ଷୀ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ମାତ୍ର କିଛି ଦିନ ପୂର୍ବରୁ ସେ ଜ୍ଞାନ ଭାରତମ୍ ମିଶନ ଘୋଷଣା କରିଥିଲେ ଏବଂ ଏତେ କମ୍ ସମୟ ମଧ୍ୟରେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ଏହି ମିଶନ ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହା ଏକ ସରକାରୀ କିମ୍ବା ଏକାଡେମିକ୍ କାର୍ଯ୍ୟକ୍ରମ ନୁହେଁ ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଘୋଷଣାରେ ପରିଣତ ହେବାକୁ ଯାଉଛି। ସେ ହଜାର ହଜାର ପିଢ଼ିର ଚିନ୍ତନଶୀଳ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଭାରତର ଜ୍ଞାନ, ପରମ୍ପରା ଏବଂ ବୈଜ୍ଞାନିକ ଐତିହ୍ୟକୁ ରେଖାଙ୍କିତ କରି ସେ ଭାରତର ମହାନ ଋଷି, ଆଚାର୍ଯ୍ୟ ଏବଂ ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଅନୁସନ୍ଧାନକୁ ସ୍ୱୀକାର କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଜ୍ଞାନ ଭାରତମ୍ ମିଶନ ଜରିଆରେ ଏହି ଐତିହ୍ୟଗୁଡ଼ିକର ଡିଜିଟାଇଜେସନ୍ କରାଯାଉଛି। ଏହି ଅଭିଯାନ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସମଗ୍ର ଜ୍ଞାନ ଭାରତମ୍ ଦଳ ତଥା ସଂସ୍କୃତି ମନ୍ତ୍ରଣାଳୟକୁ ଶୁଭେଚ୍ଛା ଜଣାଇଥିଲେ।ଶ୍ରୀ ନାରାୟଣ ଗୁରୁ ଏବଂ ଗାନ୍ଧୀଜୀଙ୍କ ମଧ୍ୟରେ ବାର୍ତ୍ତାଳାପର ଶତବାର୍ଷିକୀ ସମାରୋହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 24th, 11:30 am
ଆଜି ଏହି ପରିସରରେ ଦେଶର ଇତିହାସରେ ଏକ ଅଭୂତପୂର୍ବ ଘଟଣାର ସ୍ମରଣ କରିବାର ସାକ୍ଷୀ ହେଉଛି। ଏକ ଏମିତି ଐତିହାସିକ ଘଟଣା, ଯାହା କେବଳ ଆମର ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂତନ ଦିଗ ପ୍ରଦାନ କରି ନ ଥିଲା ବରଂ ସ୍ୱାଧୀନତାର ଲକ୍ଷ୍ୟ ଏବଂ ଏକ ସ୍ୱାଧୀନ ଭାରତର ସ୍ୱପ୍ନକୁ ଦୃଢ଼ ଅର୍ଥ ମଧ୍ୟ ଦେଇଥିଲା। 100 ବର୍ଷ ପୂର୍ବେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ସେହି ସାକ୍ଷାତ ଆଜି ମଧ୍ୟ ସେତିକି ପ୍ରେରଣାଦାୟୀ ଏବଂ ପ୍ରାସଙ୍ଗିକ। 100 ବର୍ଷ ପୂର୍ବେ ଯେଉଁ ବୈଠକ ହୋଇଥିଲା, ତାହା ଆଜି ମଧ୍ୟ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ପାଇଁ ଶକ୍ତିର ଏକ ବଡ଼ ଉତ୍ସ ହୋଇ ରହିଛି। ଏହି ଐତିହାସିକ ଅବସରରେ ମୁଁ ଶ୍ରୀ ନାରାୟଣ ଗୁରୁଙ୍କ ପାଦତଳେ ପ୍ରଣାମ କରୁଛି। ମୁଁ ଗାନ୍ଧୀଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଐତିହାସିକ ଆଲୋଚନାର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
June 24th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଭାରତର ଦୁଇ ମହାନ ଆଧ୍ୟାତ୍ମିକ ଏବଂ ନୈତିକ ନେତା ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ଐତିହାସିକ ଆଲୋଚନାର ଶତବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମ୍ମାନପୂର୍ବକ ଶୁଭେଚ୍ଛା ଜଣାଇଥିଲେ, କହିଥିଲେ ଯେ ଆଜି ଏହି ସ୍ଥାନ ଦେଶର ଇତିହାସରେ ଏକ ଅଭୂତପୂର୍ବ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ , ଏହା ଏକ ଐତିହାସିକ ଘଟଣା ଯାହା ଆମର ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଦିଗଦର୍ଶନ ଦେଇଥିଲା, ସ୍ୱାଧୀନତାର ଉଦ୍ଦେଶ୍ୟ ଏବଂ ସ୍ୱାଧୀନ ଭାରତର ସ୍ୱପ୍ନକୁ ପ୍ରକୃତ ଅର୍ଥ ଦେଇଥିଲା। ୧୦୦ ବର୍ଷ ପୂର୍ବେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଜି ମଧ୍ୟ ପ୍ରେରଣାଦାୟକ ଏବଂ ପ୍ରାସଙ୍ଗିକ ଅଟେ, ଏବଂ ସାମାଜିକ ସଦ୍ଭାବ ଏବଂ ଏକ ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ପାଇଁ ଶକ୍ତିର ଏକ ଶକ୍ତିଶାଳୀ ଉତ୍ସ ଭାବରେ କାର୍ଯ୍ୟ କରେ, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଐତିହାସିକ ଅବସରରେ, ସେ ଶ୍ରୀ ନାରାୟଣ ଗୁରୁଙ୍କ ପାଦତଳେ ପ୍ରଣାମ କରିଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅହମ୍ମଦାବାଦର ରାମକୃଷ୍ଣ ମଠ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 09th, 01:30 pm
ଗୁଜରାଟର ଜଣେ ପୁତ୍ର ହିସାବରେ ମୁଁ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଛି, ଅଭିନନଦନ ଜଣାଉଛି । ମୁଁ ମା ଶାରଦା, ଗୁରୁଦେବ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଜୀଙ୍କୁ, ସେମାନଙ୍କ ଚରଣରେ ପ୍ରଣାମ କରୁଛି । ଶ୍ରୀମତ୍ ସ୍ୱାମୀ ପ୍ରେମାନନ୍ଦ ମହାରାଜଙ୍କ ଜୟନ୍ତୀ ଅବସରରେ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ମୁଁ ତାଙ୍କ ଚରଣରେ ପ୍ରଣାମ ମଧ୍ୟ କରୁଛି।ଗୁଜରାଟରେ ରାମକୃଷ୍ଣ ମଠ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 09th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ରାମକୃଷ୍ଣ ମଠରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ଦେଶ ବିଦେଶର ରାମକୃଷ୍ଣ ମଠ ଓ ମିଶନର ସମ୍ମାନଜନକ ସନ୍ଥ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ ଦେବୀ ଶାରଦା, ଗୁରୁଦେବ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀମତ ସ୍ୱାମୀ ପ୍ରେମାନନ୍ଦ ମହାରାଜଙ୍କ ଜୟନ୍ତୀ ଅବସରରେ ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା
September 05th, 11:00 am
ସମ୍ମାନାସ୍ପଦ ପ୍ରତିନିଧିବୃନ୍ଦ, ବିଶିଷ୍ଟ ଅତିଥିଗଣ ଏବଂ ମୋର ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ମୋର ଭବ୍ୟ ସ୍ୱାଗତ ଜ୍ଞାପନ କରୁଛି । ମୁଁ ଆପଣମାନଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବକୁ ସ୍ୱାଗତ କରିବା ଅବସରରେ ଖୁବ୍ ଆନନ୍ଦ ଅନୁଭବ କରୁଛି । ଏଭଳି ଏକ ଅଭିନବ ଉପକ୍ରମ ନିମନ୍ତେ ମୁଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।