India-New Zealand relationship built on enduring friendship, shared values, common commitment: PM Modi in Auckland

July 11th, 01:15 pm

PM Modi addressed a vibrant community event in Auckland, praising the Indian diaspora as a strong bridge between India and New Zealand. He highlighted the elevation of bilateral ties to a Strategic Partnership, celebrated 100 years of sporting ties between the two countries and underscored the shared heritage and deepening partnership between the two nations.

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 11th, 12:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦୀ” କାର୍ଯ୍ୟକ୍ରମରେ ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୧୦,୦୦୦ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଯୋଗୁଁ ଏହି ସମାବେଶ ଆନ୍ତରିକତା, ଶକ୍ତି ଏବଂ ବେଶ୍ ଉତ୍ସାହରେ ପରିପୂର୍ଣ୍ଣ ଥିଲା।

କର୍ଣ୍ଣାଟକ ଉଡୁପି ଶ୍ରୀକୃଷ୍ଣ ମଠରେ ‘ଲକ୍ଷ କଣ୍ଠ ଗୀତା ପାରାୟଣ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

November 28th, 11:45 am

ମୁଁ ମୋ ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ, କିଛି ପିଲା ଏଠାରେ କିଛି ଫଟୋ ନେଇ ଆସିଛନ୍ତି। ଏସ୍‌ପିଜି ଓ ସ୍ଥାନୀୟ ପୁଲିସକର୍ମୀ ଦୟାକରି ସେଗୁଡ଼ିକୁ ସଂଗ୍ରହ କରିବାରେ ସାହାଯ୍ୟ କରନ୍ତୁ। ଯଦି ଆପଣ ଫଟୋ ପଛରେ ଆପଣଙ୍କର ଠିକଣା ଲେଖିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଏକ ଧନ୍ୟବାଦ ପତ୍ର ପଠାଇବି। ଯେଉଁମାନେ କିଛି ସାଙ୍ଗରେ ନେଇ ଆସିଛନ୍ତି, ଦୟାକରି ସେମାନଙ୍କୁ ଦେଇଦିଅନ୍ତୁ; ସେମାନେ ତାହା ସଂଗ୍ରହ କରିନେବେ। ଆପଣ ଏଠାରେ ଆରାମରେ ବସନ୍ତୁ। ଏହି ପିଲାମାନେ ଅନେକ ସମୟରେ ବହୁତ କଠିନ ପରିଶ୍ରମ କରିଥାଆନ୍ତି, କିନ୍ତୁ ବେଳେବେଳେ ସେମାନଙ୍କ ପ୍ରତି ମୋ ଦ୍ୱାରା ଅନ୍ୟାୟ ହୋଇଯାଏ, ଏଥିପାଇଁ ମୁଁ ବହୁତ ଦୁଃଖ ପାଏ।

କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 28th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଦର୍ଶନରୁ ମିଳିଥିବା ସନ୍ତୋଷ, ଶ୍ରୀମଦ୍‌ ଭଗବଦ୍‌ ଗୀତାର ମନ୍ତ୍ରୋଚାରଣରୁ ମିଳିଥିବା ଆଧ୍ୟାତ୍ମିକ ଅନୁଭୂତି ଏବଂ ଏତେ ସଂଖ୍ୟକ ପୂଜ୍ୟ ସନ୍ଥ ଓ ଗୁରୁମାନଙ୍କର ଉପସ୍ଥିତି ତାଙ୍କ ପାଇଁ ପରମ ସୌଭାଗ୍ୟ। ତାଙ୍କ ପାଇଁ ଏହା ଅଗଣିତ ଆଶୀର୍ବାଦ ପାଇବା ସହିତ ସମାନ ବୋଲି ସେ ଆଲୋକପାତ କରି କହିଥିଲେ।

ଡେରାଡୁନରୁ ଦିଲ୍ଲୀ ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 25th, 11:30 am

ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ଦ୍ରୁତ ଗତିରେ ଦେଶର ରାଜଧାନୀକୁ ଦେବଭୂମି ସହିତ ଯୋଡ଼ିବ, ବର୍ତ୍ତମାନ ଏହି ବଂଦେ ଭାରତ ଟ୍ରେନ ଦ୍ୱାରା ଦିଲ୍ଲୀ-ଡେରାଡୁନ ମଧ୍ୟରେ ଯାତ୍ରାର ସମୟ ମଧ୍ୟ କମ୍ ହୋଇଯିବ। ଏହି ଟ୍ରେନର ବେଗ ତା’ନିଜ ସ୍ଥାନରେ ରହିଛି, କିନ୍ତୁ ସୁବିଧାଗୁଡ଼ିକ ମଧ୍ୟ ଯାତ୍ରା ସମୟରେ ସୁଖଦ ଆଣିଦେବ ।

ଡେରାଡୁନରୁ ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

May 25th, 11:00 am

ପ୍ରଧାନମନ୍ତ୍ରୀ ଆଜି (୨୫-୦୫-୨୦୨୩) ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି ।

କେରଳର ଲୋକମାନେ ବର୍ତ୍ତମାନ ବିଜେପିକୁ ଏକ ନୂତନ ଆଶା ଭାବରେ ଦେଖୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

September 01st, 04:31 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓନାମ ଅବସରରେ କେରଳର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରି କହିଥିଲେ, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୁଁ ଓନାମର ସ୍ୱତନ୍ତ୍ର ଅବସରରେ କେରଳ ଆସିଛି । ଆପଣ ସମସ୍ତଙ୍କୁ ଓନାମର ବହୁତ ଖୁସି କାମନା କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି

September 01st, 04:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓନାମ ଅବସରରେ କେରଳର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରି କହିଥିଲେ, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୁଁ ଓନାମର ସ୍ୱତନ୍ତ୍ର ଅବସରରେ କେରଳ ଆସିଛି । ଆପଣ ସମସ୍ତଙ୍କୁ ଓନାମର ବହୁତ ଖୁସି କାମନା କରୁଛି।

ହରିୟାଣାର ଫରିଦାବାଦଠାରେ ଅମୃତା ହସ୍ପିଟାଲର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 24th, 11:01 am

ଅମୃତା ହସ୍ପିଟାଲ ରୂପରେ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବା ମାଆ ଅମୃତାନନ୍ଦମୟୀ ମହାଶୟାଙ୍କୁ ମୁଁ ପ୍ରଣାମ କରୁଛି । ସ୍ୱାମୀ ଅମୃତାସ୍ୱରୂପାନନ୍ଦ ପୁରୀ ମହୋଦୟ, ହରିୟାଣାର ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତାତ୍ରେୟ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ କୃଷ୍ଣପାଲ ମହାଶୟ, ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌତାଲା ମହାଶୟ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅତ୍ୟାଧୁନିକ ହସ୍ପିଟାଲ ଉଦ୍ଘାଟିତ

August 24th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୮.୨୦୨୨) ଫରିଦାବାଦଠାରେ ଅତ୍ୟାଧୁନିକ ଅମ୍ରିତ ହସ୍‌ପିଟାଲର ଉଦ୍‌ଘାଟନ କରିଛନ୍ତି । ହରିୟାଣା ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହାର ଲାଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌଥାଲା, କେନ୍ଦ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁଜ୍ଜର, ଶ୍ରୀ ମାତା ଅମ୍ରିତାନନ୍ଦ ମୟୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ଆମେ ମିଳିତ ଭାବରେ ଆମର ୫୦ ବର୍ଷର ଭାରତ-ବାଂଲାଦେଶ ବନ୍ଧୁତ୍ୱର ପ୍ରତିଷ୍ଠାକୁ ସ୍ମରଣ ଏବଂ ପାଳନ କରୁଛୁ: ପ୍ରଧାନମନ୍ତ୍ରୀ

December 06th, 11:48 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେ ମିଳିତ ଭାବେ ଆମର ୫୦ ବର୍ଷର ଭାରତ-ବାଂଲାଦେଶ ବନ୍ଧୁତ୍ୱର ପ୍ରତିଷ୍ଠାକୁ ସ୍ମରଣ ଏବଂ ପାଳନ କରୁଛୁ ।

ଜୟପୁରରେ ସିପେଟର ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ପ୍ରତିଷ୍ଠାନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 30th, 11:01 am

ରାଜସ୍ଥାନର ମାଟିର ସୁପୁତ୍ର ଆଉ ଭାରତର ସବୁଠାରୁ ବଡ଼ ପଂଚାୟତ ଲୋକସଭାର ରକ୍ଷାକର୍ତା, ଆମର ଆଦରଣୀୟ ବାଚସ୍ପତି ଶ୍ରୀମାନ ଓମ ବିରଲା ମହୋଦୟ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଶୋକ ଗହଲୋଟ ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମଣ୍ଡଭ୍ୟ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସମସ୍ତ ସହଯୋଗୀ ଶ୍ରୀମାନ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ଭୂପେନ୍ଦ୍ର ଯାଦବ ମହାଶୟ, ଅର୍ଜୁନ ରାମ ମେଘୱାଲ ମହାଶୟ, କୈଳାଶ ଚୌଧୂରୀ ମହାଶୟ, ଡକ୍ଟର ଭାରତୀ ପାୱାର ମହାଶୟ, ଭଗବନ୍ତ ଖୁବା ମହାଶୟ, ରାଜସ୍ଥାନର ପୂବତର୍ନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା ରାଜେ ମହାଶୟା, ବିରୋଧୀ ଦଳ ନେତା ଶ୍ରୀମାନ ଗୁଲାବ ଚନ୍ଦ କଟାରିୟା ମହାଶୟ, ରାଜସ୍ଥାନ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଆଉ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆଇପିଇଟି- ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଜୟପୁରଠାରେ ଉଦ୍‌ଘାଟିତ

September 30th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ -ସିପେଟ ଜୟପୁରଠାରେ ଉଦ୍‌ଘାଟନ କରିଛନ୍ତି । ସେ ମଧ୍ୟ ରାଜସ୍ଥାନର ବାଂସୱାଡା, ସିରୋହୀ, ହନୁମାନଗଡ ଓ ଦଉସା ଜିଲ୍ଲାରେ ଚାରୋଟି ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଛନ୍ତି । ସିପେଟ ପ୍ରତିଷ୍ଠାନ ଓ ଚାରିଟି ନୂତନ ମେଡିକାଲ କଲେଜ ନିମନ୍ତେ ସେ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ୨୦୧୪ ମସିହା ପରେ କେନ୍ଦ୍ର ସରକାର ରାଜସ୍ଥାନ ପାଇଁ ୨୩ଟି ମେଡିକାଲ କଲେଜ ଅନୁମୋଦନ କରିଥିଲେ ଓ ସେଥିରୁ ସାତଟିର କାର୍ଯ୍ୟ ଶେଷ ହୋଇଛି ବୋଲି ସେ କହିଛଛନ୍ତି ।

ଯେତେବେଳେ ଭାରତରେ ବିକାଶ ଘଟୁଛି, ବିଶ୍ୱ ବିକଶିତ ହେଉଛି , ଯେତେବେଳେ ଭାରତରେ ସଂସ୍କାର ଆସୁଛି, ସେତେବେଳେ ଦୁନିଆ ବଦଳୁଛି : ପ୍ରଧାନମନ୍ତ୍ରୀ ମୋଦୀ

September 25th, 06:31 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ସଭାର 76ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତବ୍ୟରେ କୋଭିଡ-19 ମହାମାରୀ, ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ଧ୍ୟାନ ଦେଇଛନ୍ତି । ମହାମାରୀ ମୁକାବିଲା ରେ ବିଶ୍ୱ ସ୍ତରରେ ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି ଏବଂ ଭାରତରେ ଟିକା ତିଆରି କରିବା ପାଇଁ ବିଶ୍ୱକୁ ଆମନ୍ତ୍ରଣ କରିଛନ୍ତି ।

ମିଳିତ ଜାତିସଂଘ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

September 25th, 06:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ସଭାର ୭୬ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତବ୍ୟରେ କୋଭିଡ-19 ମହାମାରୀ, ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ଧ୍ୟାନ ଦେଇଛନ୍ତି । ମହାମାରୀ ମୁକାବିଲା ରେ ବିଶ୍ୱ ସ୍ତରରେ ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି ଏବଂ ଭାରତରେ ଟିକା ତିଆରି କରିବା ପାଇଁ ବିଶ୍ୱକୁ ଆମନ୍ତ୍ରଣ କରିଛନ୍ତି ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ପ୍ରମୁଖ ବିଷୟ

August 15th, 03:02 pm

ଆଜାଦୀ କା ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଭାରତକୁ ତଥା ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

August 15th, 07:38 am

ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ, ସମସ୍ତଙ୍କୁ ଏବଂ ବିଶ୍ୱବ୍ୟାପୀ ଭାରତକୁ ଶ୍ରଦ୍ଧା କରୁଥିବା, ଲୋକତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଭାରତ 75 ତମ ସ୍ୱାଧୀନତା ଦିବସ ପାଳନ କରିଛି

August 15th, 07:37 am

ଭାରତ 75ତମ ସ୍ୱାଧୀନତା ଦିବସ ପାଳନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ ସଫଳତାର ତାଲିକା ଉଲ୍ଲେଖ କରିଛନ୍ତି ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କର ଲୋକପ୍ରିୟ ସ୍ଲୋଗାନ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସରେ ଯୋଗ କରିଛନ୍ତି ସବକା ପ୍ରୟାସ ।

ଉତ୍ତର ପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ଭାବ ବିନିମୟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 05th, 01:01 pm

ଆଜି ଆଣମାନଙ୍କ ସହିତ କଥା ହୋଇ ବହୁତ ଆତ୍ମ ସନ୍ତୋଷ ମିଳୁଛି । ସନ୍ତୋଷ ଏହି କଥା ପାଇଁ ମିଳୁଛି, ଯେ ଦିଲ୍ଲୀରୁ ଅନ୍ନ ଯୋଜନାର ଯେଉଁ ଗୋଟିଏ- ଗୋଟିଏ ଦାନା ପଠାଗଲା, ତାହା ପ୍ରତ୍ୟେକ ହିତାଧିକାରୀଙ୍କ ଥାଳି ପର୍ପ୍ୟନ୍ତ ପହଞ୍ଚୁଛି । ସନ୍ତୋଷ ଏହି କଥା ପାଇଁ ମିଳୁଛି, ଯେ ପୂର୍ବ ସରକାରଙ୍କ ସମୟରେ ଉତ୍ତର ପ୍ରଦେଶରେ ଗରିବଙ୍କ ଖାଦ୍ୟଶସ୍ୟର ଯେଉଁ ଲୁଟ ହୋଇଯାଉଥିଲା, ଏବେ ସେଥିପାଇଁ ସେହି ରାସ୍ତା ଆଉ ନାହିଁ । ୟୁପିରେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଲାଗୁ କରାଯାଉଛି, ତାହା ନୂଆ ଉତ୍ତର ପ୍ରଦେଶର ପରିଚୟକୁ ଆହୁରି ସୁଦୃଢ କରୁଛି । ମୋତେ ଆପଣମାନଙ୍କ ସହିତ କଥା ହୋଇ ବହୁତ ଭଲ ଳାଗିଲା, ଆଉ ଯେଭଳି ଆପଣମାନେ ସାହସର ସହିତ କହୁଥିଲେ, ଯେଉଁ ବିଶ୍ୱାସର ସହିତ ଆପଣମାନେ କହୁଥିଲେ। ଆଉ ସତ୍ୟତା, ଆପଣମାନଙ୍କର ପ୍ରତ୍ୟେକ ଶବ୍ଦରୁ ସତ୍ୟତା ବହାରୁ ଥିଲା। ସେଥିରୁ ମୋତେ ସନ୍ତୋଷ ମିଳିଲା । ଆପଣମାନଙ୍କ ପାଇଁ କାର୍ଯ୍ୟ କରିବା ନିମନ୍ତେ ମୋର ଆଜି ଉତ୍ସାହ ବୃଦ୍ଧି ପାଇଛି। ଚାଲନ୍ତୁ ଆପଣମାନଙ୍କ କଥାବାର୍ତ୍ତା କରି ଯେତେ କଥା ହେଲେ ମଧ୍ୟ ତାହା କମ୍‍ ହୋଇଯିବ । ଆସନ୍ତୁ, ଏବେ କାର୍ଯ୍ୟକ୍ରମ ଆଡ଼କୁ ଯିବା ।

ଉତ୍ତରପ୍ରଦେଶର ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

August 05th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତ ବିନିମୟ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।