ନୋଏଡାରେ ‘ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 25th, 10:22 am

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀଗଣ, ଉତ୍ତର ପ୍ରଦେଶ ବିଜେପି ସଭାପତି ଭୂପେନ୍ଦ୍ର ଚୌଧୁରୀ , ଶିଳ୍ପ ଜଗତର ସମସ୍ତ ବନ୍ଧୁ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ସଜ୍ଜନଗଣ।

ଗ୍ରେଟର ନୋଏଡାରେ ‘ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 25th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ‘ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ -୨୦୨୫’କୁ ଉଦଘାଟନ ଏବଂ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀରେ ଯୋଗ ଦେଇଥିବା ସମସ୍ତ ବ୍ୟବସାୟୀ, ନିବେଶକ, ଉଦ୍ୟୋଗୀ ଏବଂ ଯୁବ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୨,୨୦୦ ରୁ ଅଧିକ ପ୍ରଦର୍ଶକ ସେମାନଙ୍କର ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଏହି ବାଣିଜ୍ୟ ପ୍ରଦର୍ଶନୀର ସଂସ୍କରଣ ପାଇଁ ଋଷ ଦେଶ ଅଂଶୀଦାର ବୋଲି ଆଲୋକପାତ କରିଛନ୍ତି, ଯାହା ଏକ ପରୀକ୍ଷିତ ସହଭାଗୀ ସୁଦୃଢ଼ତାର ଗୁରୁତ୍ୱ ବହନ କରୁଛି। ସେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସରକାରୀ ସହକର୍ମୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଅବସରଟି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ସହିତ ସମ୍ପୃକ୍ତ ଅଟେ, ଯିଏ ସମାଜର ସବୁଠୁ ପଛରେ ପଡ଼ିଥିବା ବ୍ୟକ୍ତିଙ୍କ ଉନ୍ନତି ପାଇଁ - ଅନ୍ତ୍ୟୋଦୟ ପଥ ଉପରେ ଦେଶକୁ ନେତୃତ୍ୱ ଦେଇଥିଲେ। ସେ ଜୋର ଦେଇ କହିଛନ୍ତି ଯେ, ଅନ୍ତ୍ୟୋଦୟ ଅର୍ଥ ହେଉଛି ବିକାଶକୁ ତ୍ରୁଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା, ସମସ୍ତ ପ୍ରକାରର ଭେଦଭାବକୁ ଦୂର କରିବା। ସେ ଆହୁରି ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ଭାରତ ବର୍ତ୍ତମାନ ଏହି ସମାବେଶୀମୂଳକ ଉନ୍ନତିର ମଡେଲ୍‌କୁ ବିଶ୍ୱ ସାମ୍ନାରେ ଏକ ଉଦାହରଣ ଭାବରେ ପ୍ରଦର୍ଶନ କରୁଛି।

ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଗସ୍ତ

September 24th, 06:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ରେ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିବେ। ସକାଳ ପ୍ରାୟ ୯ଟା ୩୦ରେ ସେ ଗ୍ରେଟର ନୋଏଡ଼ାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ-ଶୋ ୨୦୨୫କୁ ଉଦଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।