'ଉତ୍କର୍ଷ ଓଡ଼ିଶା'ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ - ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

January 28th, 11:30 am

ରାଜ୍ୟପାଳ ଶ୍ରୀ ହରି ବାବୁ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ମନ୍ତ୍ରୀଗଣ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ, ଶିଳ୍ପ ଓ ବ୍ୟବସାୟ ଜଗତର ପ୍ରମୁଖ ଉଦ୍ୟୋଗୀ, ଦେଶ ଓ ବିଶ୍ୱର ନିବେଶକ ଏବଂ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନେ !

ଭୁବନେଶ୍ୱରରେ 'ଉତ୍କର୍ଷ ଓଡ଼ିଶା' - ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 28th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫ ଏବଂ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁଆରୀ ୨୦୨୫ରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ପ୍ରବାସୀ ଭାରତୀୟ ଦିବସ ୨୦୨୫ର ଉଦଘାଟନ ପାଇଁ ତାଙ୍କର ଗସ୍ତକୁ ମନେପକାଇ ସେ ଏପରି କହିଥିଲେ । ଏହା ଓଡ଼ିଶାରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବବୃହତ୍ ବ୍ୟବସାୟ ସମ୍ମିଳନୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ମେକ୍ ଇନ୍ ଓଡ଼ିଶା ୨୦୨୫ରେ ୫ରୁ ୬ ଗୁଣ ଅଧିକ ନିବେଶକ ଅଂଶଗ୍ରହଣ କରିଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଓଡ଼ିଶାବାସୀ ଓ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଜାନୁଆରୀ ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ

January 27th, 06:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ଜାନୁଆରୀ ୨୮ ତାରିଖରେ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ କରିବେ। ୨୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ। ଏହା ପରେ ସେ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତ କରିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ସେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିବେ।