ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

June 22nd, 11:00 am

ଜି -୨୦ ଶିକ୍ଷା ମନ୍ତ୍ରୀ ବୈଠକ ପାଇଁ ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଶିକ୍ଷା କେବଳ ଯାହା ଉପରେ ଆମର ସଭ୍ୟତା ନିର୍ମିତ ହୋଇଛି ତାହାର ଭିତ୍ତିଭୂମି ନୁହେଁ, ଏହା ମାନବିକତାର ଭବିଷ୍ୟତର ସ୍ଥାପତ୍ୟ ମଧ୍ୟ ଅଟେ । ଶିକ୍ଷା ମନ୍ତ୍ରୀ ଭାବରେ, ଆପଣ ବିକାଶ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଆମର ପ୍ରୟାସ କ୍ଷେତ୍ରରେ ଶେର୍ପା ଭାବେ ମାନବିକତାକୁ ଆଗେଇ ନେଉଛନ୍ତି । ଭାରତୀୟ ଶାସ୍ତ୍ରରେ ଶିକ୍ଷାର ଭୂମିକାକୁ ଆନନ୍ଦ ଆଣିବା କ୍ଷେତ୍ରରେ ପ୍ରମୁଖ ବୋଲି ବର୍ଣ୍ଣନା କରାଯାଇଛି । ବିଦ୍ୟା ଦଦାତି ବିନୟଂ ବିୟାଦ୍ ପାତ୍ରତାମ୍‌ । ପାତ୍ରତ୍ୱାତ୍ ଧନମାପ୍ନୋତି ଧନାର୍ଦ୍ଧମ୍ ତତଃ / विद्या ददाति विनयं विनयाद् पात्रताम् । पात्रत्वात् धनमाप्नोति धनाद्धर्मं ततः।। ଏହାର ଅର୍ଥ ହେଉଛି : “ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ । ନମ୍ରତା ଠାରୁ ମୂଲ୍ୟବୋଧ ଆସେ । ମୂଲ୍ୟବୋଧରୁ ଜଣେ ଧନ ପ୍ରାପ୍ତ ହୁଏ । ଧନ ଜଣେ ବ୍ୟକ୍ତିଙ୍କୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ । ଏବଂ, ଏହା ହିଁ ଆନନ୍ଦ ଆଣିଥାଏ । ଏହି କାରଣରୁ, ଭାରତରେ, ଆମେ ଏକ ସାମଗ୍ରିକ ଏବଂ ବ୍ୟାପକ ଯାତ୍ରା ଆରମ୍ଭ କରିଛୁ । ଆମେ ବିଶ୍ୱାସ କରୁ ଯେ ଭିତ୍ତିଭୂମି ସାକ୍ଷରତା ଆମର ଯୁବକ ମାନଙ୍କ ପାଇଁ ଏକ ମଜଭୁତ ଆଧାର ଅଟେ । ଏବଂ, ଆମେ ଏହାକୁ ପ୍ରଯୁକ୍ତି ସହିତ ମିଶ୍ରଣ କରୁଛୁ । ଏଥି ପାଇଁ ଆମେ “ବୁଝିବା ଏବଂ ସାଂଖ୍ୟିକତା ସହିତ ପଠନରେ ଦକ୍ଷତା ପାଇଁ ଜାତୀୟ ପଦକ୍ଷେପ'' କିମ୍ବା '' ନିପୁଣ ଭାରତ'' ପଦକ୍ଷେପ ଆରମ୍ଭ କରିଛୁ । ମୁଁ ଖୁସି ଯେ “ଭିତ୍ତିଭୂମି ସାକ୍ଷରତା ଏବଂ ସାଂଖ୍ୟିକତା '' ଆପଣ ମାନଙ୍କ ଗୋଷ୍ଠୀ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି । ୨୦୩୦ ସୁଦ୍ଧା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ ହେବା ଆବଶ୍ୟକ ।

ଜି ୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ଜି ୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

June 22nd, 10:36 am

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା କେବଳ ଆମର ମୂଳଦୁଆ ନୁହେଁ, ଏହା ଭବିଷ୍ୟତର ମାନବିକତା ପାଇଁ ମଧ୍ୟ ଆୟୁଦ୍ଧ ଅଟେ । ପ୍ରଧାନମନ୍ତ୍ରୀ ଶିକ୍ଷା ମନ୍ତ୍ରୀମାନଙ୍କୁ ଶେରପା ବୋଲି କହିଥିଲେ ଏବଂ ସମସ୍ତଙ୍କ ବିକାଶ, ଶାନ୍ତି ଏବଂ ସମୃଦ୍ଧି ପାଇଁ ସେମାନେ ମାନବଜାତିର ନେତୃତ୍ୱ ନେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଆଲୋକପାତ କରି କହିଛନ୍ତି ଯେ ଭାରତୀୟ ଶାସ୍ତ୍ରଗୁଡ଼ିକ ଉଲ୍ଲେଖ କରିଛନ୍ତି ଯେ ଖୁସି ପାଇବାର ଏକ ମାତ୍ର ଚାବିକାଠି ହେଉଛି ଶିକ୍ଷା । ଏକ ସଂସ୍କୃତ ଶ୍ଲୋକ ପଢିବାର ଅର୍ଥ ହେଉଛି ‘ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ, ନମ୍ରତା ଠାରୁ ମୂଲ୍ୟବୋଧ, ମୂଲ୍ୟବୋଧରୁ ଧନ ପ୍ରାପ୍ତ ହୁଏ, ଧନ ଜଣେ ବ୍ୟକ୍ତିକୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ ଏବଂ ଏହା ହିଁ ଆନନ୍ଦ ଆଣିଥାଏ' ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏ କ୍ଷେତ୍ରରେ ସାମଗ୍ରିକ ଏବଂ ବିସ୍ତୃତ ଯାତ୍ରା ଆରମ୍ଭ କରିଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ମୂଳଦୂଆର ସାକ୍ଷରତା ଯୁବପିଢୀ ପାଇଁ ଏକ ଦୃଢ ଆଧାର ଅଟେ ଏବଂ ଭାରତ ଏହାକୁ ଜ୍ଞାନକୌଶଳ ସହିତ ସମ୍ମିଶ୍ରଣ କରୁଛି । ସେ ନେସନାଲ ଇନିସିଏଟିଭ ଫର ପ୍ରଫିସିଏନ୍ସି ଇନ୍‍ ରିଡିଂ ୱିଥ୍‍ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରେସି” କିମ୍ବା ସରକାରଙ୍କ ନିପୁଣ ଭାରତ” ପଦକ୍ଷେପ ଆଲୋକପାତ କରି ଖୁସି ବ୍ୟକ୍ତ କରିଛନ୍ତି ଯେ ମୌଳିକ ଶିକ୍ଷା ଏବଂ ସଂଖ୍ୟା” ମଧ୍ୟ ଜି୨୦ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି । ୨୦୩୦ ସୁଦ୍ଧା ଏକ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।

ଶିକ୍ଷକ ପର୍ବ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ପ୍ରଦତ୍ତ ଅଭିଭାଷଣ

ଶିକ୍ଷକ ପର୍ବ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ପ୍ରଦତ୍ତ ଅଭିଭାଷଣ

September 07th, 10:31 am

ଶିକ୍ଷକ ପର୍ବର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅବସରରେ ଆମ ସହିତ ସଂଯୁକ୍ତ ହୋଇଥିବା କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଜୀ, ଡକ୍ଟର ସୁଭାଷ ସରକାରଜୀ, ଡକ୍ଟର ରାଜକୁମାର ରଂଜନ ସିଂହଜୀ, ଦେଶର ଭିନ୍ନ ଭିନ୍ନ ରାଜ୍ୟର ମାନନୀୟ ଶିକ୍ଷାମନ୍ତ୍ରୀଗଣ, ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସ୍ୱରୂପ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କମିଟିର ଅଧ୍ୟକ୍ଷ ଡକ୍ଟର କସ୍ତୁରୀରଙ୍ଗନଜୀ, ତାଙ୍କର ଟିମ୍‌ର ସମସ୍ତ ମ।।ନନୀୟ ସମ୍ମାନିତ ସଦସ୍ୟଗଣ, ସମଗ୍ର ଦେଶରୁ ଆମ ସହିତ ଯୋଡ଼ି ହୋଇ ରହିଥିବା ସମସ୍ତ ବିଦ୍ୱାନ ପ୍ରାଚାର୍ଯ୍ୟଗଣ, ଶିକ୍ଷକଗଣ, ଏବଂ ପ୍ରିୟ ଶିକ୍ଷାର୍ଥୀଗଣ!

ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ଯୋଜନାର କଲେ ଶୁଭାରମ୍ଭ

September 07th, 10:30 am

ସେ ମଧ୍ୟ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଶୁଭାରମ୍ଭ କରିଥିଲେ। ଏହା ଶ୍ରବଣବାଧିତଙ୍କ ଅଧ୍ୟୟନ ପାଇଁ ଏକ ୟୁନିଭର୍ସାଲ ଡିଜାଇନ ସୁବିଧା ଥିବା ଅଡିଓ ଏବଂ ଟେକ୍ସଟ ଆଧାରିତ ସାଙ୍କେତିକ ଭାଷାର ଭିଡିଓ। ସେହିପରି ଦୃଷ୍ଟି ବାଧିତଙ୍କ ପାଇଁ ଅଡିଓ ପୁସ୍ତିକା ‘ଟକିଂ ବୁକ୍ସ’, ସିବିଏସଇର ବିଦ୍ୟାଳୟ ଗୁଣବତ୍ତା ସୁନିଶ୍ଚିତତା ଏବଂ ଆକଳନ ଫ୍ରେମଓ୍ବର୍କ, ନିପୁଣ ଭାରତ ପାଇଁ ନିଷ୍ଠା ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଏବଂ ବିଦ୍ୟାଞ୍ଜଳି ପୋର୍ଟାଲର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ। ବିଦ୍ୟାଞ୍ଜଳି ଅର୍ନ୍ତଗତ ବିଦ୍ୟାଳୟର ବିକାଶ ପାଇଁ ଶିକ୍ଷା ସ୍ବେଚ୍ଛାସେବୀ, ଦାତା, ସିଏସଆର ଯୋଗଦାନ ନିମନ୍ତେ ସୁବିଧା କରାଯିବ।