ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ଉପରାଷ୍ଟ୍ରପତିଙ୍କ ଟେଲିଫୋନ
August 08th, 10:58 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାର ଉପରାଷ୍ଟ୍ରପତି ଶ୍ରୀ ଜେ. ଡି. ଭାନ୍ସ ଟେଲିଫୋନ କଲ୍ କରିଥିଲେ ।ଆମେରିକା ସ୍ୱାଧୀନତାର ୨୫୦ତମ ବାର୍ଷିକୀ ଅବସରରେ ଆମେରିକାର ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 04th, 09:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ସ୍ୱାଧୀନତାର ୨୫୦ତମ ବାର୍ଷିକୀ ଅବସରରେ ଆମେରିକା ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଜେ. ଟ୍ରମ୍ପ ଏବଂ ଆମେରିକାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ ଭାରତ-ଆମେରିକା ଭାଗିଦାରୀର ସ୍ଥାୟୀ ଶକ୍ତିକୁ ରେଖାଙ୍କିତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଦୁଇ ଗଣତନ୍ତ୍ର ମଧ୍ୟରେ ସମ୍ପର୍କ ଏକ ରଣନୈତିକ ଭାଗିଦାରୀ ଠାରୁ ଆଗକୁ ବଢ଼ିଛି ଏବଂ ଏହା ଗଣତନ୍ତ୍ରର ସହଭାଗୀ ମୂଲ୍ୟବୋଧ, ଆଇନର ଶାସନ ଏବଂ ନିଜ ଲୋକମାନଙ୍କ ଅସୀମ ସାମର୍ଥ୍ୟ ଉପରେ ବିଶ୍ୱାସ ଉପରେ ଆଧାରିତ।ଫ୍ରାନ୍ସର ଏଭିୟନଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 18th, 05:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ସହିତ ଏକ ବ୍ୟାପକ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ହୋଇଥିବା ଚୁକ୍ତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ହର୍ମୁଜ୍ ପ୍ରଣାଳୀରେ ମୁକ୍ତ ନୌପରିବହନ ଏବଂ ବାଧାମୁକ୍ତ ବାଣିଜ୍ୟ ବଜାୟ ରଖିବା ତଥା ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ
May 23rd, 04:20 pm
ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ଗୁଜରାଟର ସାନନ୍ଦରେ କେନ୍ସ ସେମିକନ୍ ପ୍ଲାଣ୍ଟର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 31st, 01:05 pm
ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ଭାଇ ସଂଘଭି, କେନ୍ଦ୍ର କ୍ୟାବିନେଟ୍ରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ରାଜ୍ୟ ମନ୍ତ୍ରୀ ଭାଇ ଅର୍ଜୁନ ମୋଧୱାଡିଆ ଜୀ, କେନ୍ସ ଏବଂ ଆଲଫା ଓମେଗା ସେମିକଣ୍ଡକ୍ଟରର ପ୍ରତିନିଧି, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଉଣୀ ଏବଂ ସଜ୍ଜନମାନେ ।ଗୁଜରାଟର ସାନନ୍ଦଠାରେ କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 31st, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦଠାରେ କେନ୍ସ ଟେକ୍ନୋଲୋଜି ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଉଦ୍ଘାଟନ କରି କାରଖାନାରେ ଉତ୍ପାଦନର ଶୁଭାରମ୍ଭ କରିଛନ୍ତି। ଫେବୃଆରୀ ୨୮ ତାରିଖରେ ମାଇକ୍ରୋନ୍ ପ୍ଲାଣ୍ଟରେ ଉତ୍ପାଦନ ଆରମ୍ଭ ସମୟରେ ସେ ସାନନ୍ଦରେ ଉପସ୍ଥିତ ଥିଲେ। ଠିକ୍ ଗୋଟିଏ ମାସ ପରେ ସେ ଏହି ସ୍ଥାନକୁ କେନ୍ସ ହାସଲ କରିଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ପୁନର୍ବାର ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ଏହା କେବଳ ଏକ ସଂଯୋଗ ନୁହେଁ, ବରଂ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ କେତେ ଦ୍ରୁତ ଗତିରେ ବିକଶିତ ହେଉଛି, ଏହା ତାହାର ପ୍ରମାଣ।”ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
February 02nd, 11:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ କରିବାର ଚମତ୍କାର ଘୋଷଣା ପାଇଁ ଶ୍ରୀ ମୋଦୀ ଭାରତର ୧୪୦ କୋଟି ଲୋକଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଆମେରିକାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
December 11th, 08:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିର ପ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି ଏବଂ ପ୍ରମୁଖ ଆଞ୍ଚଳିକ ତଥା ବୈଶ୍ବିକ ଘଟଣାବଳୀ ଉପରେ ମତ ବିନିମୟ କରିଛନ୍ତି।ଦୀପାବଳି ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ
October 22nd, 08:25 am
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବ୍ୟକ୍ତିଗତ ଫୋନ କଲ୍ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
September 10th, 07:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ପୁଣି ଦୋହରାଇବା ସହ ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଉଭୟ ରାଷ୍ଟ୍ର ନିଜ ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବାକୁ ଏକାଠି କାମ କରିବେ ।ଜି-୭ ଶିଖର ସମ୍ମିଳନୀ ଅବସରରେ ଜର୍ମାନ ଚାନସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
June 18th, 12:32 pm
କାନାଡାର କାନନସକିସରେ ଚାଲିଥିବା ଜି-୭ ସମ୍ମିଳନୀ ପରିପ୍ରେକ୍ଷୀରେ ଜର୍ମାନୀ ଚାନସେଲର ଫ୍ରେଡେରିଚ ମର୍ଜଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ମେ ୨୦୨୫ରେ ମର୍ଜ ଚାନସେଲର ହେବା ପରେ ଏହା ହେଉଛି ଦୁଇ ନେତାଙ୍କ ପ୍ରଥମ ବୈଠକ । ପଦ ଭାର ଗ୍ରହଣ କରିବା ପରେ ପ୍ରଥମ ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ମର୍ଜଙ୍କୁ ତାଙ୍କ ବିପୁଳ ବିଜୟ ଲାଗି ପ୍ରଶଂସା କରିଥିଲେ । କିଛି ଦିନ ପୂର୍ବରୁ ଅହମଦାବାଦ ବିମାନ ଦୁର୍ଘଟଣା ଲାଗି ଜର୍ମାନ ସରକାର ସହାନୁଭୂତି ଓ ସମବେଦନା ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।ଚଳିତ ସପ୍ତାହରେ ଭାରତ ଉପରେ ବିଶ୍ଵ
April 22nd, 12:27 pm
କୂଟନୈତିକ ଫୋନ୍ କଲ୍ ଠାରୁ ଆରମ୍ଭ କରି ବୈଜ୍ଞାନିକ ଆବିଷ୍କାର ପର୍ଯ୍ୟନ୍ତ, ଚଳିତ ସପ୍ତାହରେ ବିଶ୍ୱ ସ୍ତରରେ ଭାରତର ଉପସ୍ଥିତି ସହଯୋଗ, ଉଦ୍ଭାବନ ଏବଂ ସାଂସ୍କୃତିକ ଗୌରବ ଦ୍ୱାରା ପରିଚିତ ଥିଲା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଆମେରିକା ଜାତୀୟ ଗୁଇନ୍ଦା ନିର୍ଦ୍ଦେଶିକା ତୁଳସୀ ଗବାର୍ଡ
March 17th, 08:52 pm
ଆମେରିକା ଜାତୀୟ ଗୁଇନ୍ଦା ନିର୍ଦ୍ଦେଶିକା ତୁଳସୀ ଗବାର୍ଡ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ
March 16th, 11:47 pm
ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର
March 16th, 05:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
January 20th, 10:57 pm
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଏବଂ ବିଶ୍ୱ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନରେ ସହଯୋଗ କରିବାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଗ୍ରହ ପ୍ରକାଶ କରିଛନ୍ତି । ଆଗକୁ ଏକ ସଫଳ କାର୍ଯ୍ୟକାଳ ପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଭାରତକୁ ୨୯୭ଟି ପ୍ରାଚୀନ କଳାକୃତି ଫେରାଇ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା
September 22nd, 12:11 pm
ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଅଧିକ ସାଂସ୍କୃତିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ଆମେରିକାର ଷ୍ଟେଟସ୍ (ବୈଦେଶିକ) ବିଭାଗର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସହଯୋଗ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଯାହା ଜୁନ୍ ୨୦୨୩ ରେ ସେମାନଙ୍କର ବୈଠକ ପରେ ଜାରି ମିଳିତ ବିବୃତ୍ତିରେ ପରିଲକ୍ଷିତ ହୋଇଥିଲା, ତାହାକୁ ପୂରଣ କରିବା ନିମନ୍ତେ ଜୁଲାଇ ୨୦୨୪ ରେ ଏକ ସାଂସ୍କୃତିକ ସମ୍ପତ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।ତଥ୍ୟ ପତ୍ର:୨୦୨୪ କ୍ୱାଡ ନେତୃବୃନ୍ଦଙ୍କ ସମ୍ମିଳନୀ
September 22nd, 12:06 pm
୨୧ ସେପ୍ଟେମ୍ବର ୨୦୨୪ରେ ରାଷ୍ଟ୍ରପତି ଯୋଶେଫ ଆର.ବାଇଡେନଙ୍କ ଅଧ୍ୟକ୍ଷତାରେ ୱିଲମନ୍ଟନ୍, ଡେଲୱେୟାରଠାରେ ଅନୁଷ୍ଠିତ ଚତୁର୍ଥ କ୍ୱାଡ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଜାପାନର ପ୍ରଧାନମନ୍ତ୍ରୀ କିସିଦା ଫୁମିଓ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।ତଥ୍ୟ ପତ୍ର : ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ କର୍କଟର ଭାର କମାଇବା ପାଇଁ କ୍ୱାଡ ଦେଶମାନେ କର୍କଟ ମୁନ୍ଶଟ୍ ପଦକ୍ଷେପ ଆରମ୍ଭ କଲେ
September 22nd, 12:03 pm
ଆଜି ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ଜାପାନ କର୍କଟ ରୋଗ ବିଲୋପ କରିବାରେ ସାହାଯ୍ୟ କରିବା ପାଇଁ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି, ଯେମିତିକି ଆମେ ଇଣ୍ଡୋ-ପାସିଫିକ୍ (ହିନ୍ଦ-ପ୍ରଶାନ୍ତ କ୍ଷେତ୍ର)ରେ ଜାଣିଛୁ, ଆରମ୍ଭ ଗର୍ଭାଶୟ କର୍କଟରୁ ହୋଇଛି, ଏହା ଏକ ପ୍ରମୁଖ ପ୍ରତିରୋଧକାରୀ ରୋଗ ଯାହା ଏହି କ୍ଷେତ୍ରରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସଂକଟ ଭାବେ ବଳବତ୍ତର ରହିଛି ଏବଂ ଅନ୍ୟାନ୍ୟ ପ୍ରକାରର କର୍କଟ ରୋଗର ସମାଧାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା। ଏହି ପଦକ୍ଷେପ କ୍ୱାଡ ଲିଡର୍ ସମ୍ମିଳନୀରେ କରାଯାଇଥିବା ବ୍ୟାପକ ଘୋଷଣାର ଏକ ଅଂଶ।ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା
September 22nd, 12:00 pm
ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।