ଭାରତ-ଫ୍ରାନ୍ସ ମିଳିତ ବିବୃତି

February 18th, 08:10 am

ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।

ମିଳିତ ଘୋଷଣାନାମା: ଭାରତ ଓ ବ୍ରାଜିଲ – ଉଚ୍ଚତର ହିତ ସାଧନ ନିମନ୍ତେ ଦୁଇ ମହାନ୍ ରାଷ୍ଟ୍ର

July 09th, 05:55 am

ଭାରତ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାନୁଭବ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮, ୨୦୨୫ ତାରିଖ ଦିନ ବ୍ରାଜିଲ ଗସ୍ତ କରିଥିଲେ । ବ୍ରାଜିଲ ସଂଘୀୟ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମହାନୁଭବ ଶ୍ରୀ ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ଏହି ଗସ୍ତରେ ଆସିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଓ ସମ୍ପର୍କ ଯାହାକି ବ୍ରାଜିଲ–ଭାରତ ମଧ୍ୟରେ ଦୀର୍ଘ ଆଠ ଦଶନ୍ଧି ଧରି ପ୍ରଗାଢ଼ ଭାବରେ ରହିଆସିଛି । ୨୦୦୬ ମସିହାରେ ଏହା ଏକ ରଣନୀତିକ ସମ୍ପର୍କ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ।

Rio de Janeiro Declaration- Strengthening Global South Cooperation for a More Inclusive and Sustainable Governance

July 07th, 06:00 am

The leaders of BRICS countries, met in Rio de Janeiro, Brazil for the 17th BRICS Summit. The leaders reaffirmed their commitment to the BRICS spirit of mutual respect and understanding, sovereign equality, solidarity, democracy, openness, inclusiveness, collaboration and consensus. They strongly condemned terrorism and welcomed the inclusion of new countries as BRICS partner countries.

ଚିଲି ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତି

April 01st, 12:31 pm

ରାଷ୍ଟ୍ରପତି ବୋରିକଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଭାରତ ପ୍ରତି ତାଙ୍କର ଦୃଢ଼ ବନ୍ଧୁତା ଭାବନା ଏବଂ ଆମ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରକୃତରେ ପ୍ରଶଂସନୀୟ । ଏଥିପାଇଁ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କୁ ତଥା ତାଙ୍କ ବିଶିଷ୍ଟ ପ୍ରତିନିଧି ଦଳକୁ ସ୍ୱାଗତ କରୁଛି ।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଭାରତ-ଫ୍ରାନ୍ସ ମିଳିତ ବିବୃତ୍ତି

February 12th, 03:22 pm

ଫ୍ରାନ୍ସର ରାଷ୍ଟ୍ରପତି ମହାମାନ୍ୟ ଇମାନୁଏଲ୍ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହା ଫେବୃଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଏବଂ ଭାରତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆକ୍ସନ୍ ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ବ୍ଲେଚଲେ ପାର୍କ (ନଭେମ୍ବର ୨୦୨୩) ଏବଂ ସିଓଲ୍ (ମେ ୨୦୨୪) ଶିଖର ସମ୍ମିଳନୀ ସମୟରେ ହାସଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ନିର୍ମାଣ କରିବା ପାଇଁ ରାଷ୍ଟ୍ରମୁଖ୍ୟ ଏବଂ ସରକାର, ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ, କ୍ଷୁଦ୍ର ଏବଂ ବୃହତ ଉଦ୍ୟୋଗ, ଶିକ୍ଷା, ବେସରକାରୀ ସଂଗଠନର ପ୍ରତିନିଧି, କଳାକାର ଏବଂ ନାଗରିକ ସମାଜର ସଦସ୍ୟମାନେ ଏକତ୍ରିତ ହୋଇଥିଲେ। ବୈଶ୍ୱିକ ଏଆଇ କ୍ଷେତ୍ର ଯେପରି ଜନସ୍ୱାର୍ଥରେ ଲାଭଦାୟକ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଫଳାଫଳ ଆଣିପାରିବ, ତାହା ସୁନିଶ୍ଚିତ କରିବା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଉପରେ ଉଭୟ ଦେଶ ଗୁରୁତ୍ୱାରୋପ କରିଥିଲେ। ଫ୍ରାନ୍ସର ଏଆଇ ଆକ୍ସନ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭାରତର ପରବର୍ତ୍ତୀ ଏଆଇ ଶିଖର ସମ୍ମିଳନୀ ଆୟୋଜନକୁ ଫ୍ରାନ୍ସ ସ୍ୱାଗତ କରିଛି।

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି

September 21st, 06:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନରେ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରୋନ୍‌ଙ୍କ ସହ କଥା ହୋଇଥିଲେ ।

ଜର୍ମାନ ପ୍ରତିପକ୍ଷ ସଂଘୀୟ ଚାନସେଲର ଡଃ ଆଞ୍ଜେଲା ମର୍କେଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

August 23rd, 08:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ ନିଜ ଜର୍ମାନ ପ୍ରତିପକ୍ଷ ସଂଘୀୟ ଚାନସେଲର ଡଃ ଆଞ୍ଜେଲା ମର୍କେଲଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।

India-Vietnam Leaders’ Virtual Summit

December 21st, 04:26 pm

Prime Minister Narendra Modi held a virtual summit with PM Nguyen Xuan Phuc of Vietnam. The two Prime Ministers reviewed ongoing bilateral cooperation initiatives, and also discussed regional and global issues. A ‘Joint Vision for Peace, Prosperity and People’ document was adopted during the Summit, to guide the future development of the India-Vietnam Comprehensive Strategic Partnership.

ମିଳିତ ଜାତିସଂଘ ସାଧାରଣ ପରିଷଦର 75ତମ ଅଧିବେଶନ 2020ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣ

September 26th, 06:47 pm

ମିଳିତ ଜାତିସଂଘର 75ତମ ବର୍ଷ ପୂର୍ତ୍ତି ଅବସରରେ, ମୁଁ ଭାରତର 130 କୋଟିରୁ ଅଧିକ ନାଗରିକଙ୍କ ପକ୍ଷରୁ, ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରଙ୍କୁ ଅନେକ ଅନେକ ବଧେଇ ଜଣାଉଛି । ଭାରତ ପାଇଁ ଏହା ବହୁତ ଗର୍ବର ବିଷୟ ଯେ ମିଳିତ ଜାତିସଂଘର ସଂସ୍ଥାପନ ରାଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଆଜିର ଏହି ଐତିହାସିକ ଅବସରରେ ଆପଣମାନଙ୍କ ସମସ୍ତଙ୍କ ସମ୍ମୁଖରେ ଭାରତର 130 କୋଟି ନାଗରିକଙ୍କ ଭାବନା, ଏହି ବୈଶ୍ୱିକ ମଞ୍ଚ ଉପରୁ ବ୍ୟକ୍ତ କରିବା ନିମନ୍ତେ ମୁଁ ଉପସ୍ଥିତ ହୋଇଛି ।

ମିଳିତ ଜାତିସଂଘର ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି

September 26th, 06:40 pm

ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର “ସଂସ୍କାର” ଏବଂ “ପ୍ରତିକ୍ରିୟାରେ ପରିବର୍ତ୍ତନ” ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯଦି ଆମେମାନେ ବିଗତ 75 ବର୍ଷ ମଧ୍ୟରେ ମିଳିତ ଜାତିସଂଘର ଉପଲବ୍ଧିଗୁଡ଼ିକର ମୂଲ୍ୟାୟନ କରିବା, ତେବେ ଆମମାନଙ୍କୁ ଅନେକ ଉପଲବ୍ଧି ଦୃଶ୍ୟ ଅବଶ୍ୟ ହେବ । କିନ୍ତୁ ସେଥି ସହିତ ଅନେକ ଏଭଳି ଉଦାହରଣ ମଧ୍ୟ ମିଳିବ, ଯାହା ମିଳିତ ଜାତିସଂଘ ସମ୍ମୁଖରେ ଗମ୍ଭୀର ଆତ୍ମମନ୍ଥନର ଆବଶ୍ୟକତା ଠିଆ କରିଛି।

ପ୍ରଧାନମନ୍ତ୍ରୀ ଏବଂ ନେପାଳ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

August 15th, 02:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ ପି ଶର୍ମା ଓଲିଙ୍କ ଠାରୁ ଟେଲିଫୋନ୍‌ ବାର୍ତ୍ତା ପାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ଟେଲିଫୋନ୍‌ ଯୋଗେ ଭାରତର 74ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ତଥା ଭାରତର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଭାରତ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

India firmly believes that path to achieve sustainable peace & prosperity is through multilateralism: PM

July 17th, 08:31 pm

PM Modi delivered a keynote address virtually at this year’s High-Level Segment of the United Nations ECOSOC session. In his remarks, the PM called for a reformed United Nations. He said, The United Nations was originally born from the furies of the Second World War. Today, the fury of the pandemic provides the context for its rebirth and reform.

PM Modi's keynote address at United Nations Economic and Social Council session

July 17th, 08:30 pm

PM Modi delivered a keynote address virtually at this year’s High-Level Segment of the United Nations ECOSOC session. In his remarks, the PM called for a reformed United Nations. He said, The United Nations was originally born from the furies of the Second World War. Today, the fury of the pandemic provides the context for its rebirth and reform.

Prime Minister to address High-Level Segment of ECOSOC on 17 July, 2020

July 16th, 11:36 am

PM Modi will deliver a keynote address virtually at this year’s High-Level Segment of the UN Economic and Social Council session on 17th July. This will be first opportunity for PM to address the broader UN membership since India’s overwhelming election as a non-permanent member of the Security Council on 17th June.

"ଆତଙ୍କବାଦ ବିରୋଧରେ ଭାରତର ପ୍ରୟାସର ପ୍ରଦର୍ଶନ ହୋଇଛି , ମସୁଦ ଅଜହରଙ୍କୁ ସଂଯୁକ୍ତ ରାଷ୍ଟ୍ରରେ ବିଶ୍ୱ ଆତଙ୍କବାଦୀ ଭାବେ ସୂଚୀଭୁକ୍ତ କରାଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ "

May 01st, 08:01 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ରାଜଧାନୀ ଜୟପୁରରେ ନିଜର ଚତୁର୍ଥ ,ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,ଏହି ଚୌକିଦାର (ପ୍ରଧାନମନ୍ତ୍ରୀ ମୋଦୀ ) ବିଶ୍ୱ ମଞ୍ଚରେ ଭାରତର ବିଶ୍ୱ ସ୍ଥିତିକୁ ବଢ଼ାଇବା ପାଇଁ ପାଞ୍ଚ ବର୍ଷରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଏବଂ ଆମର ପ୍ରୟାସ ବର୍ତ୍ତମାନ ସ୍ପଷ୍ଟ ଭାବେ ଫଳ ଦେଉଛି ।

"ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଜନସଭାକୁ ସମ୍ବୋଧିତ କରିଛନ୍ତି "

May 01st, 08:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ରାଜଧାନୀ ଜୟପୁରରେ ନିଜର ଚତୁର୍ଥ ,ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ,ଏହି ଚୌକିଦାର (ପ୍ରଧାନମନ୍ତ୍ରୀ ମୋଦୀ) ବିଶ୍ୱ ମଞ୍ଚ ଉପରେ ଭାରତକୁ ବିଶ୍ୱ ସ୍ଥିତକୁ ବଢ଼ାଇବା ପାଇଁ ଗତ ପାଞ୍ଚ ବର୍ଷରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଏବଂ ଆମର ପ୍ରୟାସ ଏବେ ସ୍ପଷ୍ଟ ଭାବେ ଫଳ ଦେଉଛି ।

ଡାଭୋସ ବିଶ୍ୱ ଅର୍ଥନୈତିକ ଫୋରମରେ “ବିଖଣ୍ଡିତ ବିଶ୍ଵରେ ସମ୍ମିଳିତ ଭବିଷ୍ୟତର ସଂରଚନା” ବିଷୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ (23, ଜାନୁଆରୀ, 2018)

January 23rd, 05:02 pm

ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ଏହି 48ତମ ବାର୍ଷିକ ବୈଠକରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ସର୍ବପ୍ରଥମେ ମୁଁ ଶ୍ରୀ କ୍ଲଜ ସ୍କ୍ଵାବଙ୍କୁ ତାଙ୍କର ଏହି ପ୍ରୟାସ ପାଇଁ ଏବଂ ବିଶ୍ୱ ଅର୍ଥନୈତିକ ଫୋରମକୁ ଏକ ସଶକ୍ତ ଏବଂ ବ୍ୟାପକ ମଂଚରେ ପରିଣତ କରିବା ଲାଗି ଅନେକ-ଅନେକ ସାଧୁବାଦ ଜଣାଉଛି । ତାଙ୍କର ଦୂରଦୃଷ୍ଟିରେ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ରହିଛି ଯାହାର ଉଦ୍ଦେଶ୍ୟ ବିଶ୍ୱର ସ୍ଥିତି ସୁଧାରିବ । ସେ ଏହି ଏଜେଣ୍ଡାକୁ ଆର୍ଥିକ ଏବଂ ରାଜନୈତିକ ବିଚାରରେ ଅତ୍ୟନ୍ତ ଦୃଢ଼ତାର ସହିତ ଯୋଡ଼ିଦେଇଛନ୍ତି । ଏଥିସହିତ ଆମକୁ ସାଦର ସ୍ୱାଗତ-ସତ୍କାର କରିବା ଲାଗି ସ୍ୱିଜରଲାଣ୍ଡ ସରକାର ଏବଂ ଏହାର ନାଗରିକମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି ।

ଫିଲିପାଇନ୍ସରେ ଭାରତୀୟ ସମୁଦାୟ ଦ୍ୱାରା ଆୟୋଜିତ ଅଭ୍ୟର୍ଥନା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 13th, 07:34 pm

ଯଦି ଆପଣମାନଙ୍କୁ ଦେଖା ନ କରି ଯାଇଥାଆନ୍ତି ତ ମୋର ଯାତ୍ରା ଅସଂମ୍ପୂର୍ଣ୍ଣ ରହି ଯାଇ ଥାଆନ୍ତା । ଭିନ୍ନ-ଭିନ୍ନ ସ୍ଥାନରୁ ଆପଣମାନେ ସମୟ ବାହାର କରି ଆସିଛନ୍ତି ।

ଫିଲିପାଇନ୍ସରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

November 13th, 04:36 pm

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସର ମାନିଲାଠାରେ ଭାରତୀୟ ସମୁଦାୟକୁ ଉଦ୍ବୋଧନ ଦେଇଥିଲେ ।

India-Myanmar Joint Statement issued on the occasion of the State Visit of Prime Minister of India to Myanmar

September 06th, 10:26 pm

At the invitation of H.E. U Htin Kyaw, President of the Republic of the Union of Myanmar, Shri Narendra Modi, Prime Minister of the Republic of India, is paying his first bilateral State visit to the Republic of the Union of Myanmar from 5th to 7th September 2017. The visit is part of the continuing high level interaction between the leaders of the two countries and follows successive State visits to India last year by H.E. President U Htin Kyaw and H.E. State Counsellor Daw Aung San Suu Kyi.