ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍
March 25th, 05:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୩୧-୨୦୩୫ ଅବଧି ପାଇଁ ଭାରତର ଜାତୀୟ ନିର୍ଦ୍ଧାରିତ ଅବଦାନ (ଏନଡିସି)କୁ ମଞ୍ଜୁରୀ ଦେଇଛି। ଏହା ଭାରତର କାର୍ଯ୍ୟକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ କନଭେନସନ (ୟୁଏନଏଫସିସିସି) ଏବଂ ଏହାର ପ୍ୟାରିସ ଚୁକ୍ତିନାମା ଅଧୀନରେ ଦେଶର ମହତ୍ତ୍ୱାକାଂକ୍ଷାକୁ ପ୍ରୋତ୍ସାହିତ କରିବ ଏବଂ ଦୀର୍ଘସ୍ଥାୟୀ ବିକାଶ ଏବଂ ଜଳବାୟୁ ନ୍ୟାୟ ପ୍ରତି ଏହାର ପ୍ରତିବଦ୍ଧତାକୁ ମଧ୍ୟ ମଜବୁତ କରିବ।ନେକ୍ସଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:47 pm
ଆଜି, ମାର୍ଚ୍ଚ ୧୨ ତାରିଖ, ଏକ ଐତିହାସିକ ଦିନ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମରୁ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ଏହା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ନୂତନ ମୋଡ଼ ଥିଲା, କାରଣ ଏହି ଯାତ୍ରା ଦେଶର ପ୍ରତିଟି କୋଣକୁ ଏକମାତ୍ର ଲକ୍ଷ୍ୟ ‘ଭାରତର ସ୍ୱାଧୀନତା’ ସହିତ ଯୋଡ଼ିଥିଲା। ଆଜି ଏହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ଆଉ ଏକ ଯାତ୍ରାରେ ବାହାରିଛୁ । ଏହି ଯାତ୍ରା ହେଉଛି ବିକଶିତ ଭାରତର ଯାତ୍ରା । ଆମର ଲକ୍ଷ୍ୟ ଗୋଟିଏ, ଆମର ଗନ୍ତବ୍ୟ ସ୍ଥଳ ମଧ୍ୟ ଗୋଟିଏ, ତାହା ହେଲା- ବିକଶିତ ଭାରତ। ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ, ଏହିଭଳି ସମ୍ମିଳନୀରେ ହେଉଥିବା ମନ୍ଥନ ଏବଂ ସେଥିରୁ ବାହାରୁଥିବା ଅମୃତ ଏକ ବଡ଼ ଭୂମିକା ଗ୍ରହଣ କରେ । ମୋତେ ନେକ୍ସଟ ସମ୍ମିଳନୀକୁ (Nxt Summit) ନିମନ୍ତ୍ରଣ କରିଥିବାରୁ ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ । ଏଠାକୁ ଦେଶ ଓ ବିଦେଶରୁ ଅନେକ ସହକର୍ମୀ ଆସିଛନ୍ତି; କିଛି ପୁରୁଣା ପରିଚିତ ମଧ୍ୟ ଅଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ୨୧ତମ ଶତାବ୍ଦୀର ଏହି ସମୟ ‘ନ ଭୂତୋ ନ ଭବିଷ୍ୟତି’ (ଯାହା ପୂର୍ବରୁ କେବେ ଘଟିନି କି ଭବିଷ୍ୟତରେ ଘଟିବ ନାହିଁ) ଭଳି । ଗୋଟିଏ ପଟେ ଯୁଦ୍ଧର ଭୟାବହତା ରହିଛି, ଯୋଗାଣ ଶୃଙ୍ଖଳା ପୁଣି ଥରେ ନଷ୍ଟ ହେଉଛି ଏବଂ ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଭଳି ସମୟରେ, ଏହି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ଆମ ଭାରତ ଅଗ୍ରସର ହେଉଛି । ଆଜି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ଯେଉଁ ଦେଶର ନାମ ସବୁଠାରୁ ଅଧିକ ଆଲୋଚନା ହେଉଛି, ତାହା ହେଉଛି ଭାରତ । ସାମ୍ପ୍ରତିକ ଅନେକ ସଙ୍କଟ ମଧ୍ୟରେ, ବିଶ୍ୱର ପ୍ରତ୍ୟେକ ଗମ୍ଭୀର ନେତା ଏବଂ ପ୍ରତ୍ୟେକ ଜ୍ଞାନୀ ବ୍ୟକ୍ତିଙ୍କର ଭାରତ ପ୍ରତି ବହୁତ ବଡ଼ ଆଶା ରହିଛି । ନିକଟରେ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଷ୍ଟବ ଭାରତ ଆସିଥିଲେ । ସେ କହିଥିଲେ ଯେ ‘ଦକ୍ଷିଣ ବିଶ୍ୱ (ଗ୍ଲୋବାଲ ସାଉଥ’) ଏବେ ବିଶ୍ୱର ଦିଗ ନିର୍ଣ୍ଣୟ କରିବ ଏବଂ ସେହି ଦିଗ ନିର୍ଦ୍ଧାରଣ କରିବାରେ ଭାରତ ସବୁଠାରୁ ଶକ୍ତିଶାଳୀ ଦେଶ ହେବ । ଏହା ପୂର୍ବରୁ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଣ୍ଣି ମଧ୍ୟ କହିଥିଲେ ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ବିଶ୍ୱର ଅର୍ଥନୈତିକ ମାଧ୍ୟାକର୍ଷଣ ଯେଉଁ କେନ୍ଦ୍ରକୁ ସ୍ଥାନାନ୍ତରିତ ହେଉଛି, ତାହା ହେଉଛି ଭାରତ । ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋଁ ମଧ୍ୟ ବିଶ୍ୱାସ କରନ୍ତି ଯେ ବିଶ୍ୱର ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ଭାରତ ଏକ ଅପରିହାର୍ଯ୍ୟ ଅଂଶୀଦାର ପାଲଟିଛି । ଆଜି ଯଦି ଆମେ ବୈଷୟିକ ଏବଂ ଅର୍ଥନୈତିକ ଜଗତର ବିଶ୍ୱସ୍ତରୀୟ ନେତାମାନଙ୍କ ବକ୍ତବ୍ୟର ସାରାଂଶ କାଢ଼ିବା, ତେବେ କେବଳ ଗୋଟିଏ ଭାବନା ଉକୁଟି ଆସେ - ଯଦି ଆପଣ ଭବିଷ୍ୟତର ଅଂଶ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଭାରତ ସହିତ ଯୋଡ଼ି ହେବାକୁ ପଡ଼ିବ; ଆପଣଙ୍କୁ ଭାରତରେ ରହିବାକୁ ହେବ ।ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 12th, 08:30 pm
ପ୍ରଧାନମନ୍ତ୍ରୀ ଆଜି ଆଇଟିଭି ନେଟୱାର୍କର ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଐତିହାସିକ ଦାଣ୍ଡିଯାତ୍ରାର ବାର୍ଷିକୀ ସଂପର୍କରେ ଉଲ୍ଲେଖ କରି ସେ ଭାରତର ସ୍ବାଧୀନତା ସଂଗ୍ରାମ ସହ ଏକ ବିକଶିତ ଦେଶ ହେବାକୁ ଭାରତ ଚଳାଇଥିବା ଅଭିଯାନର ସମାନତା ଆଙ୍କିଥିଲେ। ଶ୍ରୀ ମୋଦି ଗୁରୁତ୍ୱାରୋପ କରି କହିଥିଲେ ଯେ ଯେପରି ୧୯୩୦ ମାର୍ଚ୍ଚ ଦେଶକୁ ସ୍ୱାଧୀନତା ଆଡକୁ ନେଇଥିଲା, ସେହିପରି ବର୍ତ୍ତମାନର ବିକଶିତ ଭାରତ ମିଶନ ହେଉଛି ୧୪୦ କୋଟି ଭାରତୀୟଙ୍କ ସାମୂହିକ ଲକ୍ଷ୍ୟ। ସେ କହିଥିଲେ, ଆଜି, ସେହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ପୁଣି ଥରେ 'ବିକଶିତ ଭାରତ' ପାଇଁ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ।India – Finland Joint Statement on the State Visit of President of the Republic of Finland
March 05th, 08:03 pm
At the invitation of PM Modi, Finland President Alexander Stubb is on a State Visit to India from 4-7 March 2026. They held wide-ranging discussions during a bilateral meeting. The two leaders affirmed the deep and enduring friendship between India and Finland, built on a foundation of mutual respect and the values of democracy and rule of law, as well as commitment to global peace, security and international law.ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
February 20th, 09:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଫେବୃଆରୀ ୨୦୨୬ରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଜାତିସଂଘର ମହାସଚିବ (ୟୁଏନ୍ଏସ୍ଜି) ଶ୍ରୀ ଆଣ୍ଟୋନିଓ ଗୁଟେରେସଙ୍କୁ ଭେଟିଥିଲେ ।ଫେବ୍ରୁଆରି ୧୯ରେ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
February 18th, 03:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରି ୧୯ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ପରିଦର୍ଶନ ଓ ଉଦଘାଟନ କରିବେ। ଏହା ପୂର୍ବରୁ ୧୮ ଫେବ୍ରୁଆରି ସଂଧ୍ୟା ୭ଟା ବେଳେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମ୍ଠାରେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର ନେତାମାନଙ୍କୁ ସ୍ବାଗତ କରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଉଥିବା ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ।୨୫ତମ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 01st, 10:14 am
ମୁଁ ୨୫ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ବହୁତ ଆନନ୍ଦିତ। ଆମକୁ ପ୍ରଦାନ କରାଯାଇଥିବା ଚମତ୍କାର ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।ନାମିବିଆର ଜାତୀୟ ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 09th, 08:14 pm
ଦୟାକରି ମୋତେ ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାକୁ ଅନୁମତି ଦିଅନ୍ତୁ । ଲୋକମାନେ ଆପଣଙ୍କୁ ଏହି ମହାନ ରାଷ୍ଟ୍ରର ସେବା କରିବା ପାଇଁ ଜନାଦେଶ ଦେଇଛନ୍ତି। ଆପଣ ସମସ୍ତେ ଜାଣନ୍ତି, ରାଜନୀତିରେ,ଏହା ଉଭୟ ଏକ ସମ୍ମାନ ଏବଂ ଏକ ବଡ଼ ଦାୟିତ୍ୱ। ମୁଁ ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବାରେ ଆପଣଙ୍କ ସଫଳତା କାମନା କରୁଛି।Prime Minister addresses the Namibian Parliament
July 09th, 08:00 pm
PM Modi addressed the Parliament of Namibia and expressed gratitude to the people of Namibia for conferring upon him their highest national honour. Recalling the historic ties and shared struggle for freedom between the two nations, he paid tribute to Dr. Sam Nujoma, the founding father of Namibia. He also called for enhanced people-to-people exchanges between the two countries.Rio de Janeiro Declaration- Strengthening Global South Cooperation for a More Inclusive and Sustainable Governance
July 07th, 06:00 am
The leaders of BRICS countries, met in Rio de Janeiro, Brazil for the 17th BRICS Summit. The leaders reaffirmed their commitment to the BRICS spirit of mutual respect and understanding, sovereign equality, solidarity, democracy, openness, inclusiveness, collaboration and consensus. They strongly condemned terrorism and welcomed the inclusion of new countries as BRICS partner countries.ବିଶ୍ୱ ପ୍ରଶାସନ ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 06th, 09:41 pm
ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ଏକ ଭବ୍ୟ ଢଙ୍ଗରେ ଆୟୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ଲୁଲାଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି। ବ୍ରାଜିଲ ଅଧ୍ୟକ୍ଷତାରେ, ବ୍ରିକ୍ସ ଅଧୀନରେ ଆମର ସହଯୋଗ ନୂତନ ଗତି ଏବଂ ଶକ୍ତି ହାସଲ କରିଛି। ଯେଉଁ ନୂତନ ଶକ୍ତି ମିଳିଛି ତାହା ଏକ ଏସପ୍ରେସୋ ନୁହେଁ, ବରଂ ଏକ ଡବଲ୍ ଏସପ୍ରେସୋ ସଟ୍! ଏଥିପାଇଁ, ମୁଁ ରାଷ୍ଟ୍ରପତି ଲୁଲାଙ୍କ ଦୂରଦୃଷ୍ଟି ଏବଂ ତାଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରଶଂସା କରୁଛି। ଭାରତ ପକ୍ଷରୁ, ବ୍ରିକ୍ସ ପରିବାରରେ ଇଣ୍ଡୋନେସିଆର ଯୋଗଦାନ ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପ୍ରବୋବୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।ବହୁପକ୍ଷୀୟତା, ଅର୍ଥନୈତିକ-ଆର୍ଥିକ ପ୍ରସଙ୍ଗ ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ କରିବା ଉପରେ ବ୍ରିକ୍ସ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ଅଭିଭାଷଣ
July 06th, 09:40 pm
ବର୍ଦ୍ଧିତ ବ୍ରିକ୍ସ୍ ପରିବାରର ଏହି ବୈଠକରେ ଆପଣ ସମସ୍ତ ବନ୍ଧୁମାନଙ୍କ ସହିତ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ବ୍ରିକ୍ସ୍ ଆଉଟ୍ରିଚ୍ ଶିଖର ସମ୍ମିଳନୀରେ ଲାଟିନ୍ ଆମେରିକା, ଆଫ୍ରିକା ଏବଂ ଏସିଆର ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହ ମୋର ମତ ବିନିମୟ କରିବାର ସୁଯୋଗ ଦେଇଥିବାରୁ ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି।ବ୍ରାଜିଲର ରିଓ ଡି ଜେନେରିଓରେ 17ତମ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
July 06th, 09:39 pm
ପ୍ରଧାନମନ୍ତ୍ରୀ ବୈଶ୍ୱିକ ଶାସନ ସଂସ୍କାର ଏବଂ ଶାନ୍ତି ଓ ସୁରକ୍ଷା ଶୀର୍ଷକ ଉଦଘାଟନୀ ଅଧିବେଶନରେ ସମ୍ବୋଧିତ କରିଥିଲେ । ପରେ, ପ୍ରଧାନମନ୍ତ୍ରୀ ବହୁମୁଖୀ, ଅର୍ଥନୈତିକ ବ୍ୟାପାର ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ କରିବା ଶୀର୍ଷକ ଏକ ଅଧିବେଶନରେ ମଧ୍ୟ ସମ୍ବୋଧିତ କରିଥିଲେ । ଏହି ଅଧିବେଶନରେ ବ୍ରିକ୍ସ ଅଂଶୀଦାର ଏବଂ ନିମନ୍ତ୍ରିତ ଦେଶମାନେ ଅଂଶଗ୍ରହଣ କରିଥିଲେ ।India and Trinidad & Tobago share a relationship rooted in centuries-old bonds: PM Modi in Parliament of Trinidad & Tobago
July 04th, 09:30 pm
At the invitation of the President of the Senate, H.E. Wade Mark and the Speaker of the House, H.E. Jagdeo Singh, Prime Minister Shri Narendra Modi today addressed the Joint Assembly of the Parliament of Trinidad & Tobago [T&T]. He is the first Prime Minister from India to address the T&T Parliament and the occasion marked a milestone in India-Trinidad & Tobago bilateral relations.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ
July 04th, 09:00 pm
ସିନେଟ ପ୍ରେସିଡେଣ୍ଟ ମହାମହିମ ୱାଡେ ମାର୍କ ଏବଂ ଗୃହର ବାଚସ୍ୱତି ମହାମହିମ ଜଗଦେଓ ସିଂହଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିନିଦାଦ ଓ ଟୋବାଗୋ (ଟି ଆଣ୍ଡ ଟି) ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ତ୍ରିନିଦାଦ ଓ ଟୋବାଗୋର ସଂସଦକୁ ସମ୍ବୋଧିତ କରିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ଅବସର ଭାରତ-ତ୍ରିନିଦାଦ ଓ ଟୋବାଗୋ ଦ୍ୱିପାକ୍ଷିକ ସମ୍ପର୍କର ମାଇଲଖୁଣ୍ଟ ହୋଇ ରହିବ ।ଘାନା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 03rd, 01:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘାନାର ରାଷ୍ଟ୍ରପତି ମହାମହିମ ଡକ୍ଟର ଜନ୍ ଡ୍ରାମାନି ମହାମାଙ୍କୁ ଭେଟିଛନ୍ତି । ଜୁବୁଲି ହାଉସରେ ପହଞ୍ଚିବା ପରେ ରାଷ୍ଟ୍ରପତି ମହାମା ତାଙ୍କୁ ଭବ୍ୟସ୍ୱାଗତ କରିଥିଲେ । ଘାନାକୁ ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ତିନି ଦଶନ୍ଧି ମଧ୍ୟରେ ଏପରି ପ୍ରଥମ ଗସ୍ତ ।Let this Yoga Day mark the beginning of Yoga for Humanity 2.0, where Inner Peace becomes Global Policy: PM Modi
June 21st, 07:06 am
PM Modi addressed the 11th International Day of Yoga event in Visakhapatnam, Andhra Pradesh and took part in the Yoga session. The PM recalled the moment when India proposed the idea of International Yoga Day at the UN. He noted that more than two crore people have joined the Yogandhra Abhiyan, reflecting a vibrant spirit of public participation. He remarked that Yoga transitions inpiduals from Me to We.ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
June 21st, 06:30 am
ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ୱାଇ) ଅବସରରେ, ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ଜାତୀୟ ସମାରୋହର ନେତୃତ୍ୱ ନେଇଥିଲେ । ସେ ପ୍ରାୟ ୫ ଲକ୍ଷ ଅଂଶଗ୍ରହଣକାରୀଙ୍କ ସହିତ ବିଶାଖାପାଟଣାର ବେଳାଭୂମିରେ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହା ସହିତ ଦେଶକୁ ଏକ ସୁସଙ୍ଗତ ଯୋଗ ପ୍ରଦର୍ଶନରେ ନେତୃତ୍ୱ ଦେଇଥିଲେ । ସାରା ଭାରତରେ ୩.୫ ଲକ୍ଷରୁ ଅଧିକ ସ୍ଥାନରେ ଏକକାଳୀନ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବର୍ଷ, ମାଇଗଭ୍ ଏବଂ ମାଇ ଭାରତ ଭଳି ପ୍ଲାଟଫର୍ମରେ ଯୋଗ ଅନପ୍ଲଗଡ୍ ଅଧୀନରେ ପରିବାର ସହିତ ଯୋଗ ଏବଂ ଯୁବ-କୈନ୍ଦ୍ରିକ ପଦକ୍ଷେପ ଭଳି ବିଶେଷ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯାହା ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରୁଛି ।ସାଇପ୍ରସ୍ ଓ ଭାରତ ମଧ୍ୟରେ ବ୍ୟାପକ ସହଭାଗିତା କାର୍ଯ୍ୟାନ୍ୱୟନ ଉପରେ ମିଳିତ ଘୋଷଣାନାମା
June 16th, 03:20 pm
୧୫ ରୁ ୧୬ ଜୁନ୍ ୨୦୨୫ ଯାଏ ସାଇପ୍ରସକୁ ସରକାରୀ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଇପ୍ରସ୍ର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ସାଇପ୍ରସ୍ ଗସ୍ତ। ଶ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଏକ ମାଇଲଖୁଣ୍ଟ ଯାହା ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଓ ସ୍ଥାୟୀ ବନ୍ଧୁତାକୁ ଦୋହରାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କେବଳ ଏକ ସହଭାଗୀ ଇତିହାସ ନୁହେଁ, ବରଂ ଏକ ମିଳିତ ରଣନୀତିକ ଦୂରଦୃଷ୍ଟି, ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ଉପରେ ଆଧାରିତ ଏକ ଭବିଷ୍ୟତମୁଖୀ ସହଭାଗିତାକୁ ପ୍ରଦର୍ଶିତ କରୁଛି।ଭାରତ-ଶ୍ରୀଲଙ୍କା ମିଳିତ ବିବୃତି: ଭାଗିଦାରୀ ଭବିଷ୍ୟତ ପାଇଁ ଭାଗିଦାରୀକୁ ପ୍ରୋତ୍ସାହିତ କରିବା
December 16th, 03:26 pm
16 ଡିସେମ୍ବର 2024 ରେ ଭାରତ ଗସ୍ତ ସମୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକ ନୂଆଦିଲ୍ଲୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବ୍ୟାପକ ଏବଂ ଫଳପ୍ରଦ ଆଲୋଚନା କରିଥିଲେ ।