ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍
March 25th, 05:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୩୧-୨୦୩୫ ଅବଧି ପାଇଁ ଭାରତର ଜାତୀୟ ନିର୍ଦ୍ଧାରିତ ଅବଦାନ (ଏନଡିସି)କୁ ମଞ୍ଜୁରୀ ଦେଇଛି। ଏହା ଭାରତର କାର୍ଯ୍ୟକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ କନଭେନସନ (ୟୁଏନଏଫସିସିସି) ଏବଂ ଏହାର ପ୍ୟାରିସ ଚୁକ୍ତିନାମା ଅଧୀନରେ ଦେଶର ମହତ୍ତ୍ୱାକାଂକ୍ଷାକୁ ପ୍ରୋତ୍ସାହିତ କରିବ ଏବଂ ଦୀର୍ଘସ୍ଥାୟୀ ବିକାଶ ଏବଂ ଜଳବାୟୁ ନ୍ୟାୟ ପ୍ରତି ଏହାର ପ୍ରତିବଦ୍ଧତାକୁ ମଧ୍ୟ ମଜବୁତ କରିବ।ରୋମ ଓ ଗ୍ଲାସଗୋ ଯାତ୍ରା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
October 28th, 07:18 pm
ଇଟାଲି ପ୍ରଧାନମନ୍ତ୍ରୀ ମହାନୁଭବ ମାରିଓ ଦ୍ରାଘିଙ୍କ ଆମନ୍ତ୍ରଣକ୍ରମେ ଅକ୍ଟୋବର ୨୯- ୩୧, ୨୦୨୦ ପର୍ଯ୍ୟନ୍ତ ମୁଁ ଇଟାଲିର ରୋମ ଏବଂ ଭାଟିକାନ ସିଟି ଗସ୍ତ କରିବି ଏବଂ ଏହି ଗସ୍ତ ଶେଷରେ ନଭେମ୍ବର ୧- ୨, ୨୦୨୨୧ରେ ମୁଁ ବ୍ରିଟେନର ଗ୍ଲାସଗୋ ଗସ୍ତ କରିବି । ପ୍ରଧାନମନ୍ତ୍ରୀ ମହାନୁଭବ ବୋରିସ ଜନସନଙ୍କ ଆମନ୍ତ୍ରଣକ୍ରମେ ମୁଁ ଏହି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।