16th India-Japan Annual Summit Joint Statement
July 02nd, 10:22 pm
At the 16th India–Japan Annual Summit, PM Modi and Japanese Prime Minister Sanae Takaichi reaffirmed their commitment to advancing the India–Japan Special Strategic and Global Partnership through deeper cooperation in defence, economic security, clean energy, AI, technology, investment and people-to-people ties. The Joint Statement also sets the stage for celebrating the 75th anniversary of India–Japan diplomatic relations next year.ଜି-୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
June 17th, 12:36 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଆନ୍ରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ସାର୍ କିର୍ ଷ୍ଟାର୍ମରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
May 22nd, 01:00 pm
ସାଇପ୍ରସର ରାଷ୍ଟ୍ରପତି ମହୋଦୟ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରି ମୋତେ ବହୁତ ଖୁସି ଲାଗୁଛି। ରାଷ୍ଟ୍ରପତି ମହାଶୟ, ଗତ ବର୍ଷ, ଆପଣ ସାଇପ୍ରସରେ ଆମକୁ ଅତ୍ୟନ୍ତ ଭାବପୂର୍ଣ୍ଣ ସ୍ୱାଗତ ଜଣାଇଥିଲେ। ଭାରତ ପ୍ରତି ବିଶେଷ ସମ୍ମାନ ପ୍ରଦର୍ଶନ କରି, ଆପଣ ମୋତେ ସାଇପ୍ରସର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିଥିଲେ।ଭାରତ-ଇଟାଲୀ ମିଳିତ ଘୋଷଣା
May 20th, 10:28 pm
ଉଭୟ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ଆଦାନପ୍ରଦାନର ଦୃଢ଼ ଗତିକୁ ସ୍ୱାଗତ କରିଥିଲେ ଏବଂ ବହୁପାକ୍ଷିକ କାର୍ଯ୍ୟକ୍ରମର ପାର୍ଶ୍ଵରେ ନେତାମାନଙ୍କ ବାର୍ଷିକ ବୈଠକ, ନିୟମିତ ମନ୍ତ୍ରୀସ୍ତରୀୟ ଏବଂ ପ୍ରତିଷ୍ଠାନସ୍ତରୀୟ ବୈଠକ ଆୟୋଜନ କରିବାକୁ ରାଜି ହୋଇଥିଲେ।ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
May 20th, 05:00 pm
ରୋମ ବିଶ୍ୱସ୍ତରରେ 'ଶାଶ୍ୱତ ନଗରୀ ' ଭାବରେ ଜଣାଶୁଣା। ଭାରତରେ, ମୋର ଲୋକସଭା ନିର୍ବାଚନମଣ୍ଡଳୀ କାଶୀକୁ ମଧ୍ୟ ଏକ ପ୍ରାଚୀନ ଏବଂ ଶାଶ୍ୱତ ନଗର ଭାବରେ ବିବେଚନା କରାଯାଏ। ଯେତେବେଳେ ଦୁଇଟି ସଭ୍ୟତା ଏକାଠି ହୁଅନ୍ତି, ସେତେବେଳେ ଆଲୋଚନା କେବଳ କାର୍ଯ୍ୟସୂଚୀରେ ସୀମିତ ହୋଇ ରହେ ନାହିଁ; ବରଂ, ଏଥିରେ ଇତିହାସର ଗଭୀରତା, ଭବିଷ୍ୟତ ପାଇଁ ଏକ ଦୃଷ୍ଟିକୋଣ ଏବଂ ବନ୍ଧୁତାର ସହଜତା - ଏ ତିନୋଟି ଏକାସାଥିରେ ପ୍ରତିଫଳିତ ହୁଏ।ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀରେ ମିଳିତ ପ୍ରେସ୍ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
May 19th, 04:25 pm
ଆଜି ତୃତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ସର୍ବପ୍ରଥମେ, ମୁଁ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ନରୱେର ପ୍ରଧାନମନ୍ତ୍ରୀଙ୍କୁ ସହୃଦୟରୁ ଧନ୍ୟବାଦ ଜଣାଉଛି। ଏଠାରେ ଉପସ୍ଥିତ ସମସ୍ତ ନର୍ଡିକ ନେତାମାନଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି।ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତ୍ତି
May 18th, 04:44 pm
ଗତବର୍ଷ ମୋର ନରୱେ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଏହି ଯାତ୍ରା ସ୍ଥଗିତ ରଖିବାକୁ ପଡିଥିଲା। ସେହି କଠିନ ସମୟରେ, ନରୱେ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତ ସହିତ ଦୃଢ଼ ଭାବରେ ଠିଆ ହୋଇ ପ୍ରକୃତ ବନ୍ଧୁତା ପ୍ରଦର୍ଶନ କରିଥିଲା। ଆଜି, ମୁଁ ନରୱେ ଗସ୍ତ କରୁଥିବା ସମୟରେ, ସେହି ସମର୍ଥନ ପାଇଁ ମୁଁ ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି।ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି
May 17th, 03:45 am
ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।Let us together make the India-Austria partnership innovation-centric and future-ready: PM Modi at the India-Austria Joint Press Meet
April 16th, 11:55 am
In his address at the India-Austria Joint Press Meet, PM Modi said that Chancellor Stocker’s visit marks the beginning of a new era in India-Austria relations. Highlighting the partnership in infrastructure, innovation and sustainability, he noted that the visit will inject fresh momentum into trade and investment. He reiterated that military conflict cannot provide solutions to problems, whether in Ukraine or West Asia.ନେକ୍ସଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:47 pm
ଆଜି, ମାର୍ଚ୍ଚ ୧୨ ତାରିଖ, ଏକ ଐତିହାସିକ ଦିନ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମରୁ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ଏହା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ନୂତନ ମୋଡ଼ ଥିଲା, କାରଣ ଏହି ଯାତ୍ରା ଦେଶର ପ୍ରତିଟି କୋଣକୁ ଏକମାତ୍ର ଲକ୍ଷ୍ୟ ‘ଭାରତର ସ୍ୱାଧୀନତା’ ସହିତ ଯୋଡ଼ିଥିଲା। ଆଜି ଏହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ଆଉ ଏକ ଯାତ୍ରାରେ ବାହାରିଛୁ । ଏହି ଯାତ୍ରା ହେଉଛି ବିକଶିତ ଭାରତର ଯାତ୍ରା । ଆମର ଲକ୍ଷ୍ୟ ଗୋଟିଏ, ଆମର ଗନ୍ତବ୍ୟ ସ୍ଥଳ ମଧ୍ୟ ଗୋଟିଏ, ତାହା ହେଲା- ବିକଶିତ ଭାରତ। ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ, ଏହିଭଳି ସମ୍ମିଳନୀରେ ହେଉଥିବା ମନ୍ଥନ ଏବଂ ସେଥିରୁ ବାହାରୁଥିବା ଅମୃତ ଏକ ବଡ଼ ଭୂମିକା ଗ୍ରହଣ କରେ । ମୋତେ ନେକ୍ସଟ ସମ୍ମିଳନୀକୁ (Nxt Summit) ନିମନ୍ତ୍ରଣ କରିଥିବାରୁ ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ । ଏଠାକୁ ଦେଶ ଓ ବିଦେଶରୁ ଅନେକ ସହକର୍ମୀ ଆସିଛନ୍ତି; କିଛି ପୁରୁଣା ପରିଚିତ ମଧ୍ୟ ଅଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ୨୧ତମ ଶତାବ୍ଦୀର ଏହି ସମୟ ‘ନ ଭୂତୋ ନ ଭବିଷ୍ୟତି’ (ଯାହା ପୂର୍ବରୁ କେବେ ଘଟିନି କି ଭବିଷ୍ୟତରେ ଘଟିବ ନାହିଁ) ଭଳି । ଗୋଟିଏ ପଟେ ଯୁଦ୍ଧର ଭୟାବହତା ରହିଛି, ଯୋଗାଣ ଶୃଙ୍ଖଳା ପୁଣି ଥରେ ନଷ୍ଟ ହେଉଛି ଏବଂ ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଭଳି ସମୟରେ, ଏହି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ଆମ ଭାରତ ଅଗ୍ରସର ହେଉଛି । ଆଜି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ଯେଉଁ ଦେଶର ନାମ ସବୁଠାରୁ ଅଧିକ ଆଲୋଚନା ହେଉଛି, ତାହା ହେଉଛି ଭାରତ । ସାମ୍ପ୍ରତିକ ଅନେକ ସଙ୍କଟ ମଧ୍ୟରେ, ବିଶ୍ୱର ପ୍ରତ୍ୟେକ ଗମ୍ଭୀର ନେତା ଏବଂ ପ୍ରତ୍ୟେକ ଜ୍ଞାନୀ ବ୍ୟକ୍ତିଙ୍କର ଭାରତ ପ୍ରତି ବହୁତ ବଡ଼ ଆଶା ରହିଛି । ନିକଟରେ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଷ୍ଟବ ଭାରତ ଆସିଥିଲେ । ସେ କହିଥିଲେ ଯେ ‘ଦକ୍ଷିଣ ବିଶ୍ୱ (ଗ୍ଲୋବାଲ ସାଉଥ’) ଏବେ ବିଶ୍ୱର ଦିଗ ନିର୍ଣ୍ଣୟ କରିବ ଏବଂ ସେହି ଦିଗ ନିର୍ଦ୍ଧାରଣ କରିବାରେ ଭାରତ ସବୁଠାରୁ ଶକ୍ତିଶାଳୀ ଦେଶ ହେବ । ଏହା ପୂର୍ବରୁ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଣ୍ଣି ମଧ୍ୟ କହିଥିଲେ ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ବିଶ୍ୱର ଅର୍ଥନୈତିକ ମାଧ୍ୟାକର୍ଷଣ ଯେଉଁ କେନ୍ଦ୍ରକୁ ସ୍ଥାନାନ୍ତରିତ ହେଉଛି, ତାହା ହେଉଛି ଭାରତ । ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋଁ ମଧ୍ୟ ବିଶ୍ୱାସ କରନ୍ତି ଯେ ବିଶ୍ୱର ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ଭାରତ ଏକ ଅପରିହାର୍ଯ୍ୟ ଅଂଶୀଦାର ପାଲଟିଛି । ଆଜି ଯଦି ଆମେ ବୈଷୟିକ ଏବଂ ଅର୍ଥନୈତିକ ଜଗତର ବିଶ୍ୱସ୍ତରୀୟ ନେତାମାନଙ୍କ ବକ୍ତବ୍ୟର ସାରାଂଶ କାଢ଼ିବା, ତେବେ କେବଳ ଗୋଟିଏ ଭାବନା ଉକୁଟି ଆସେ - ଯଦି ଆପଣ ଭବିଷ୍ୟତର ଅଂଶ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଭାରତ ସହିତ ଯୋଡ଼ି ହେବାକୁ ପଡ଼ିବ; ଆପଣଙ୍କୁ ଭାରତରେ ରହିବାକୁ ହେବ ।ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 12th, 08:30 pm
ପ୍ରଧାନମନ୍ତ୍ରୀ ଆଜି ଆଇଟିଭି ନେଟୱାର୍କର ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଐତିହାସିକ ଦାଣ୍ଡିଯାତ୍ରାର ବାର୍ଷିକୀ ସଂପର୍କରେ ଉଲ୍ଲେଖ କରି ସେ ଭାରତର ସ୍ବାଧୀନତା ସଂଗ୍ରାମ ସହ ଏକ ବିକଶିତ ଦେଶ ହେବାକୁ ଭାରତ ଚଳାଇଥିବା ଅଭିଯାନର ସମାନତା ଆଙ୍କିଥିଲେ। ଶ୍ରୀ ମୋଦି ଗୁରୁତ୍ୱାରୋପ କରି କହିଥିଲେ ଯେ ଯେପରି ୧୯୩୦ ମାର୍ଚ୍ଚ ଦେଶକୁ ସ୍ୱାଧୀନତା ଆଡକୁ ନେଇଥିଲା, ସେହିପରି ବର୍ତ୍ତମାନର ବିକଶିତ ଭାରତ ମିଶନ ହେଉଛି ୧୪୦ କୋଟି ଭାରତୀୟଙ୍କ ସାମୂହିକ ଲକ୍ଷ୍ୟ। ସେ କହିଥିଲେ, ଆଜି, ସେହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ପୁଣି ଥରେ 'ବିକଶିତ ଭାରତ' ପାଇଁ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ।ଏଲଡିଏଫ ଏବଂ ୟୁଡିଏଫ କେରଳକୁ ତା’ର ଯୁବଶକ୍ତିରୁ ବଞ୍ଚିତ କରିଛନ୍ତି: ଏର୍ଣ୍ଣାକୁଲମରେ ପ୍ରଧାନମନ୍ତ୍ରୀ ମୋଦୀ
March 11th, 03:00 pm
ଆଜି ଏର୍ଣ୍ଣାକୁଲମରେ ଏକ ବିଶାଳ ସମାବେଶ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଲୋକଙ୍କ ଉତ୍ସାହ ଏବଂ ଆତ୍ମବିଶ୍ୱାସ କେରଳର ବିକାଶ ଏବଂ ରାଜ୍ୟରେ ଏକ ନୂତନ ରାଜନୈତିକ ଦିଗ ପ୍ରତି ଏକ ଦୃଢ଼ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଲୋକଙ୍କ ଆକାଂକ୍ଷା ସ୍ପଷ୍ଟ ଭାବରେ ଦ୍ରୁତ ଅଭିବୃଦ୍ଧି ଏବଂ ନୂତନ ସୁଯୋଗ ପାଇଁ ଏକ ଇଚ୍ଛାକୁ ସୂଚିତ କରୁଛି।କେରଳମର ଏର୍ନାକୁଲମରେ ଏକ ମେଗା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି
March 11th, 02:20 pm
ଆଜି ଏର୍ଣ୍ଣାକୁଲମରେ ଏକ ବିଶାଳ ସମାବେଶ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଲୋକଙ୍କ ଉତ୍ସାହ ଏବଂ ଆତ୍ମବିଶ୍ୱାସ କେରଳର ବିକାଶ ଏବଂ ରାଜ୍ୟରେ ଏକ ନୂତନ ରାଜନୈତିକ ଦିଗ ପ୍ରତି ଏକ ଦୃଢ଼ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଲୋକଙ୍କ ଆକାଂକ୍ଷା ସ୍ପଷ୍ଟ ଭାବରେ ଦ୍ରୁତ ଅଭିବୃଦ୍ଧି ଏବଂ ନୂତନ ସୁଯୋଗ ପାଇଁ ଏକ ଇଚ୍ଛାକୁ ସୂଚିତ କରୁଛି।ଫିନଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
March 05th, 11:55 am
ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଭାବରେ ରାଷ୍ଟ୍ରପତି ଷ୍ଟବ୍ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବାରୁ ମୁଁ ତାଙ୍କୁ ସ୍ୱାଗତ କରୁଛି। ରାଷ୍ଟ୍ରପତି ଷ୍ଟବ୍ କେବଳ ଜଣେ ପ୍ରସିଦ୍ଧ ବିଶ୍ୱ ନେତା ନୁହଁନ୍ତି ବରଂ ଜଣେ ସମ୍ମାନିତ ଚିନ୍ତାନାୟକ ଏବଂ ଲେଖକ ମଧ୍ୟ।ଭାରତ-ଫ୍ରାନ୍ସ ମିଳିତ ବିବୃତି
February 18th, 08:10 am
ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।2030 ପଥେ : ଏକ ମିଳିତ ଭାରତ-ୟୁରୋପୀୟ ସଂଘ ବିସ୍ତୃତ ରଣନୈତିକ ଏଜେଣ୍ଡା
January 27th, 06:48 pm
27 ଜାନୁୟାରୀ 2026 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଅନୁମୋଦିତ ମିଳିତ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୀତିକ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, ଦୃଢ଼ ଏବଂ ପରିବର୍ତ୍ତନଶୀଳ ଫଳାଫଳ ପ୍ରଦାନ କରିବା ପାଇଁ ୟୁରୋପୀୟ ସଂଘ-ଭାରତ ସହଯୋଗକୁ ବିସ୍ତାର, ଗଭୀର ଏବଂ ଉନ୍ନତ ସମନ୍ୱୟ ମାଧ୍ୟମରେ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ।ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏବଂ 16ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଉପରେ ଭାରତ-ୟୁରୋପୀୟ ସଂଘ ମିଳିତ ବିବୃତ୍ତି
January 27th, 06:15 pm
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲିଏନ୍ ଭାରତର 77ତମ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ନେତାମାନେ ଐତିହାସିକ ଭାରତ-ୟୁରୋପୀୟ ସଂଘ ଏଫଟିଏ ଉପରେ ଆଲୋଚନାର ସଫଳ ସମାପ୍ତିକୁ ପ୍ରଶଂସା କରିଥିଲେ ଏବଂ 2030 ପଥେ: ଭାରତ-ୟୁରୋପୀୟ ସଂଘ ମିଳିତ ବିସ୍ତୃତ ରଣନୀତିକ ଏଜେଣ୍ଡା ଗ୍ରହଣ କରିଥିଲେ ।ଜର୍ମାନୀର ଚାନ୍ସେଲର ଫ୍ରେଡରିକ୍ ମର୍ଜଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତ୍ତି
January 12th, 12:49 pm
ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଆଜି ଭାରତରେ ଚାନସେଲର ମର୍ଜଙ୍କୁ ସ୍ୱାଗତ କରିବା ମୋ ପାଇଁ ଏକ ବିଶେଷ ଆନନ୍ଦର ମୁହୂର୍ତ୍ତ। ଏହା ଏକ ସୁଖଦ ସଂଯୋଗ ଯେ, ସ୍ୱାମୀ ବିବେକାନନ୍ଦ ଭାରତ ଏବଂ ଜର୍ମାନୀ ମଧ୍ୟରେ ଦର୍ଶନ, ଜ୍ଞାନ ଏବଂ ଆତ୍ମଚେତନାର ଏକ ସେତୁ ନିର୍ମାଣ କରିଥିଲେ। ଆଜି ଚାନସେଲର ମର୍ଜଙ୍କ ଗସ୍ତ ସେହି ସେତୁକୁ ନୂତନ ଶକ୍ତି, ନୂତନ ଆତ୍ମବିଶ୍ୱାସ ଏବଂ ନୂତନ ପରିସୀମା ପ୍ରଦାନ କରୁଛି। ଏହା କେବଳ ଭାରତ ନୁହେଁ ବରଂ ଏସିଆକୁ ଚାନ୍ସେଲର ଭାବରେ ତାଙ୍କର ପ୍ରଥମ ଗସ୍ତ। ଭାରତ ସହିତ ନିବିଡ଼ ସମ୍ପର୍କକୁ ସେ କେତେ ମାତ୍ରାରେ ଗୁରୁତ୍ୱ ଦିଅନ୍ତି ଏହା ତା’ର ଏକ ବଳିଷ୍ଠ ପ୍ରମାଣ। ମୁଁ ତାଙ୍କର ବ୍ୟକ୍ତିଗତ ଧ୍ୟାନ ଓ ପ୍ରତିବଦ୍ଧତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଭାରତ ଜର୍ମାନୀ ସହିତ ବନ୍ଧୁତା ଏବଂ ସହଭାଗୀତାକୁ ଆହୁରି ମଜଭୁତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ଗୁଜୁରାଟରେ, ଆମେ କହୁଛୁ, ଆଭକାରୋ ମିଠୋ ଆପଜେ ରେ, ଅର୍ଥାତ୍, ସ୍ନେହ ଓ ଆତ୍ମୀୟତା ସହିତ ସ୍ୱାଗତ। ଏହି ଭାବନା ସହିତ, ଆମେ ଭାରତରେ ଚାନସେଲର ମର୍ଜଙ୍କୁ ସହୃଦୟତାର ସହିତ ସ୍ୱାଗତ କରୁଛୁ।ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି
October 09th, 11:25 am
ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନେତୃତ୍ୱରେ, ଭାରତ-ୟୁକେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହି ବର୍ଷ ଜୁଲାଇରେ ମୋର ୟୁକେ ଗସ୍ତ ସମୟରେ, ଆମେ ଐତିହାସିକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତି (ସିଇଟିଏ) ଚୁଡାନ୍ତ କରିଥିଲୁ। ଏହି ଚୁକ୍ତିନାମା ଉଭୟ ଦେଶ ମଧ୍ୟରେ ଆମଦାନୀ ଖର୍ଚ୍ଚ ହ୍ରାସ କରିବ, ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଆମର ଶିଳ୍ପ ଏବଂ ଗ୍ରାହକ ଉଭୟଙ୍କୁ ଲାଭ ଦେବ।President Putin conveys warm wishes on Prime Minister’s birthday
September 17th, 07:14 pm
Prime Minister Shri Narendra Modi received a telephone call today from the President of the Russian Federation, H.E. Mr. Vladimir Putin.