ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 28th, 03:35 pm
ଆଜିର ଏହି ପବିତ୍ର ଅବସର ମୋ ମନକୁ ଅତି ଆନନ୍ଦିତ କରିଛି। ସନ୍ଥ ଏବଂ ମୁନିମାନଙ୍କ ଗହଣରେ ବସିବା ନିଜର ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ସ୍ପନ୍ଦନଶୀଳ ଶକ୍ତିକୁ ଆହୁରି ମଜବୁତ କରେ। ଏହି ସମାରୋହରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏଠାକୁ ଆସିବା ପୂର୍ବରୁ, ମୁଁ ରାମ ମନ୍ଦିର ଏବଂ ବୀର ବିଟ୍ଠଲ ମନ୍ଦିରରେ ପ୍ରାର୍ଥନା କରିବାର ସୌଭାଗ୍ୟ ପାଇଥିଲି। ସେଠାକାର ଶାନ୍ତ ଏବଂ ଭକ୍ତିପୂର୍ଣ୍ଣ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକ ସାରକୁ ଆହୁରି ଗଭୀର କରିଥିଲା ।ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 28th, 03:30 pm
28.11.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପବିତ୍ର ଅବସରରେ ତାଙ୍କର ମନ ଗଭୀର ଶାନ୍ତିରେ ପରିପୂର୍ଣ୍ଣ। ସେ ଆଲୋକପାତ କରିଥିଲେ ଯେ ସନ୍ଥମାନଙ୍କ ଉପସ୍ଥିତିରେ ବସିବା ବାସ୍ତବରେ ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ଜୀବନ୍ତ ଶକ୍ତିକୁ ଆହୁରି ବୃଦ୍ଧି କରୁଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଏହି ସମାରୋହରେ ଲୋକଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଠାକୁ ଆସିବା ପୂର୍ବରୁ ତାଙ୍କୁ ରାମ ମନ୍ଦିର ଏବଂ ବୀର ବିଠଲ ମନ୍ଦିର ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାକାର ଶାନ୍ତି ଏବଂ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକତାକୁ ଆହୁରି ଗଭୀର କରିଛି।ପ୍ରଧାନମନ୍ତ୍ରୀ ମେ ୩୧ରେ ମଧ୍ୟପ୍ରଦେଶ ଗସ୍ତ କରିବେ
May 30th, 11:15 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାତା ଦେବୀ ଅହିଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଅବସରରେ ମେ ୩୧ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିବେ । ସେ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟରେ ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମିଳନୀରେ ଭାଗ ନେବେ । ପ୍ରଧାନମନ୍ତ୍ରୀ ଭୋପାଳରେ ଅନେକ ଉନ୍ନୟନମୂକଳ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଏବଂ ଏକ ସମାରୋହରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।ମଧ୍ୟପ୍ରଦେଶର ଭୋପାଳରେ ବିଶ୍ୱ ନିବେଶକ ସମ୍ମିଳନୀ 2025ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 24th, 10:35 am
ସର୍ବପ୍ରଥମେ, ଏଠାକୁ ଆସିବାକୁ ବିଳମ୍ବ କରିଥିବାରୁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି। ବିଳମ୍ବ ହେଲା କାରଣ ଗତକାଲି ଯେତେବେଳେ ମୁଁ ଏଠାରେ ପହଞ୍ଚିଲି, ମୋ ମନରେ ଗୋଟିଏ କଥା ଆସିଲା ଯେ ଆଜି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଏବଂ ସେମାନଙ୍କର ଏକା ସମୟରେ ବାହାରିବା ବହୁତ ଭିଡ ହୋଇଯିବ ଏବଂ ସେହି କାରଣରୁ, ଏକ ସମ୍ଭାବନା ଥିଲା ଯେ ଯଦି ସୁରକ୍ଷା କାରଣରୁ ରାସ୍ତା ବନ୍ଦ ହୋଇଯାଏ, ତେବେ ପିଲାମାନଙ୍କୁ ପରୀକ୍ଷା ଦେବାକୁ ଯିବାରେ ଅସୁବିଧା ହେବ। ଏବଂ ମୁଁ ଭାବିଲି ଯେ ପିଲାମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ହିଁ ମୁଁ ରାଜଭବନରୁ ବାହାରିବି, ଯେଉଁଥିପାଇଁ ମୁଁ ମୋର ପ୍ରସ୍ଥାନରେ 15-20 ମିନିଟ୍ ବିଳମ୍ବ କଲି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ମୁଁ ପୁଣି ଥରେ କ୍ଷମା ମାଗୁଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ ଉଦଘାଟିତ
February 24th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ (ଜିଆଇଏସ) ୨୦୨୫କୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେବାରେ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବା ସମୟରେ ତାଙ୍କ ଲାଗି ଉଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଅସୁବିଧାରେ ପକାଇଥାନ୍ତା ବୋଲି କହିଥିଲେ । ରାଜା ଭୋଜଙ୍କ ଭୂମିରେ ନିବେଶକ ଓ ବ୍ୟବସାୟୀ ନେତୃବର୍ଗଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ କାରଣ, ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ବିକଶିତ ମଧ୍ୟପ୍ରଦେଶ ମଧ୍ୟ ଜରୁରୀ । ଶିଖର ସମ୍ମିଳନୀର ଏକ ଚମତ୍କାର ଆୟୋଜନ ପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।ପ୍ରୟାଗରାଜରେ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 13th, 02:10 pm
ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ବ୍ରଜେଶ ପାଠକ ଜୀ, ଉତ୍ତରପ୍ରଦେଶର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସାଥିମାନେ, ପ୍ରୟାଗରାଜର ମେୟର ଏବଂ ଜିଲ୍ଲା ପଞ୍ଚାୟତ ସଭାପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ପ୍ରିୟ ଭାଇ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରୟାଗରାଜରେ ପ୍ରାୟ ୫୫୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
December 13th, 02:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ । ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ । ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ । “ପ୍ରୟାଗରାଜର ଭୂମିରେ ଏକ ନୂଆ ଇତିହାସ ଲେଖାଯାଉଛି” ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ବର୍ଷ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଓ ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ବରେ ଚର୍ଚ୍ଚା ହେବ । ମହାକୁମ୍ଭର ସଫଳ ଆୟୋଜନ ନିମସ୍ତେ ସେ ଲୋକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।ଗୌହାଟୀ ଠାରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଏବଂ ଉତ୍ସର୍ଗ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
February 04th, 12:00 pm
ଆସାମର ରାଜ୍ୟପାଳ ଗୁଲାବ ଚନ୍ଦ କଟାରିୟା ଜୀ, ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିସ୍ୱା ସର୍ମା ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ୍ ଜୀ, ରାମେଶ୍ୱର ତେଲୀ ଜୀ, ଆସାମ ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ, ବିଭିନ୍ନ ପରିଷଦର ମୁଖ୍ୟ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !ପ୍ରଧାନମନ୍ତ୍ରୀଙ୍କ ଆସାମର ଗୌହାଟୀରେ ୧୧, ୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
February 04th, 11:30 am
ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମା’ କାମାକ୍ଷାଙ୍କ ଆଶୀର୍ବାଦ ଯୋଗୁଁ ସେ ଆଜି ଆସାମ ପାଇଁ ଏଗାର ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାରେ ସକ୍ଷମ ହୋଇଛନ୍ତି ।ଦିଲ୍ଲୀର ଲାଲକିଲ୍ଲାଠାରେ ‘ଇଣ୍ଡିଆ ଆର୍ଟ, ଆର୍କିଟେକ୍ଚର ଏବଂ ଡିଜାଇନ ବିଏନାଲେ ୨୦୨୩’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 08th, 06:00 pm
ପ୍ରତ୍ୟେକ ରାଷ୍ଟ୍ରର ନିଜସ୍ୱ ପ୍ରତୀକ ଥାଏ ଯାହା ବିଶ୍ୱକୁ ଏହାର ଅତୀତ ଏବଂ ଏହାର ମୂଲ୍ୟବୋଧ ବିଷୟରେ ସଚେତନ କରିଥାଏ ଏବଂ ଏହି ପ୍ରତୀକଗୁଡ଼ିକୁ ତିଆରି କରିବାର କାର୍ଯ୍ୟ ହେଉଛି ଦେଶର କଳା, ସଂସ୍କୃତି ଏବଂ ସ୍ଥାପତ୍ୟ । ରାଜଧାନୀ ଦିଲ୍ଲୀ ହେଉଛି ଏଭଳି ଅନେକ ପ୍ରତୀକର କେନ୍ଦ୍ର, ଯେଉଁଥିରେ ଆମେ ଭାରତୀୟ ସ୍ଥାପତ୍ୟର ଭବ୍ୟତାର ଦେଖୁଛୁ । ତେଣୁ ଦିଲ୍ଲୀରେ ଆୟୋଜିତ ହେଉଥିବା 'ଇଣ୍ଡିଆ ଆର୍ଟ ଆର୍କିଟେକ୍ଚର ଆଣ୍ଡ ଡିଜାଇନ ବିଏନାଲେ'ର ଏହି କାର୍ଯ୍ୟକ୍ରମ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ମୁଁ କେବଳ ଏଠାରେ ନିର୍ମିତ ମଣ୍ଡପଗୁଡ଼ିକୁ ଦେଖୁଥିଲି, ଏବଂ ମୁଁ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛି ଯେ ମୁଁ ବିଳମ୍ବରେ ଆସିଥିଲି, କାରଣ ସେଠାରେ ବହୁତ ବଡ଼ ଭଲ ଦେଖିବାଯୋଗ୍ୟ, ବୁଝିବା ଯୋଗ୍ୟ ଜିନିଷ ଅଛି ସେଥିପାଇଁ ମୋର ଆସିବାରେ ବିଳମ୍ବ ହୋଇଗଲା, ତଥାପି ମୋତେ 2-3 ଟି ସ୍ଥାନ ଛାଡିବାକୁ ପଡିଲା | ଏହି ମଣ୍ଡପରେ ରଙ୍ଗ ସହିତ ସୃଜନଶୀଳତା ମଧ୍ୟ ରହିଛି। ଏଥିରେ ସଂସ୍କୃତି ଓ ସାମୂହିକ ସମ୍ପର୍କ ମଧ୍ୟ ରହିଛି। ଏହି ସଫଳ ପଦକ୍ଷେପ ପାଇଁ ମୁଁ ସଂସ୍କୃତି ମନ୍ତ୍ରଣାଳୟ, ଏହାର ସମସ୍ତ ଅଧିକାରୀ, ସମସ୍ତ ଦେଶର ଅଂଶଗ୍ରହଣକାରୀ ଏବଂ ଆପଣସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏଠାରେ କୁହାଯାଏ ଯେ ଏକ ପୁସ୍ତକ ଯାହା ଦୁନିଆକୁ ଦେଖିବା ପାଇଁ ଏକ ଛୋଟ ଝରକା ଭାବରେ ଆରମ୍ଭ ହୋଇଥାଏ । ମୁଁ ଭାବୁଛି କଳା ହେଉଛି ମାନବ ମନର ଆଭ୍ୟନ୍ତରୀଣ ଯାତ୍ରାର ପ୍ରବେଶ ଦ୍ୱାର ।ପ୍ରଧାନମନ୍ତ୍ରୀ ଦିଲ୍ଲୀର ଲାଲକିଲ୍ଲା ଠାରେ ପ୍ରଥମ ଭାରତୀୟ କଳା, ସ୍ଥାପତ୍ୟ ଏବଂ ଡିଜାଇନ୍ ବିଏନାଲେ (ବୃହତ୍ ପ୍ରଦର୍ଶନୀ) ୨୦୨୩ର ଉଦ୍ଘାଟନ କରିଛନ୍ତି
December 08th, 05:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲ୍କିଲ୍ଲା ଠାରେ ଆୟୋଜିତ ପ୍ରଥମ ଭାରତୀୟ କଳା, ସ୍ଥାପତ୍ୟ ଏବଂ ଡିଜାଇନ୍ ବିଏନାଲେ (ଆଇଏଏଡିବି) ୨୦୨୩କୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲାଲ୍କିଲ୍ଲା ଠାରେ 'ଆତ୍ମନିର୍ଭର ଭାରତ ସେଂଟର ଫର୍ ଡିଜାଇନ୍' ଏବଂ ଛାତ୍ର ବିଏନାଲେ - ସମୁନ୍ନତିକୁ ଉଦ୍ଘାଟନ କରିଥିଲେ । ସେ ଏକ ସ୍ମାରକୀ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ବୁଲି ଦେଖିଥିଲେ । ଇଣ୍ଡିଆନ୍ ଆର୍ଟ, ଆର୍କିଟେକ୍ଚର ଆଣ୍ଡ ଡିଜାଇନ ବିଏନାଲେ (ଆଇଏଏଡିବି) / ଭାରତୀୟ କଳା, ସ୍ଥାପତ୍ୟ ଏବଂ ଡିଜାଇନ୍ର ବୃହତ୍ ପ୍ରଦର୍ଶନୀ ଦିଲ୍ଲୀର ସାଂସ୍କୃତିକ ସ୍ଥାନର ପରିଚୟ ଭାବରେ କାର୍ଯ୍ୟ କରିବ ।PM Modi attends Koti Deepotsavam in Hyderabad
November 27th, 08:18 pm
Prime Minister Narendra Modi attended and addressed the Koti Deepotsavam in Hyderabad, Telangana. Prime Minister Narendra Modi said, “Even at the critical time of the COVID Pandemic, we lit diyas to overcome all associated problems and challenges.” He remarked that when people believe and manifest ‘vocal for local’ they burn the diya for the empowerment of millions of Indians. He also prayed for the well-being of the various Shramiks who have been stuck in the tunnel in Uttarakhand.ମଥୁରାରେ ସନ୍ଥ ମୀରାବାଈଙ୍କ ୫୨୫ତମ ଜନ୍ମଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 23rd, 07:00 pm
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ରଜର ପୂଜ୍ୟ ସନ୍ଥଗଣ, ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ଆମର ଦୁଇ ଉପମୁଖ୍ୟମନ୍ତ୍ରୀଗଣ, ମନ୍ତ୍ରିମଣ୍ଡଳର ସହଯୋଗୀ ଓ ସହଯୋଗୀଗଣ, ମଥୁରାର ସାଂସଦ ଭଉଣୀ ହେମାମାଳିନୀ ଜୀ ଏବଂ ମୋର ପ୍ରିୟ ବ୍ରଜବାସୀମାନେ!ଉତ୍ତରପ୍ରଦେଶର ମଥୁରାରେ ସନ୍ଥ ମୀରାବାଇଙ୍କ ଜନ୍ମୋତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
November 23rd, 06:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମଥୁରାଠାରେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସନ୍ଥ ମୀରାବାଇ ଜନ୍ମୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ସନ୍ଥ ମୀରା ବାଇଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ସେ ଏକ ପ୍ରଦର୍ଶନୀରେ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଛନ୍ତି। ଏହି ଅବସରରେ ସନ୍ଥ ମୀରାବାଇଙ୍କ ସ୍ମୃତିରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।PM Modi campaigns in Madhya Pradesh’s Betul, Shajapur and Jhabua
November 14th, 11:30 am
Amidst the ongoing election campaigning in Madhya Pradesh, Prime Minister Modi’s rally spree continued as he addressed multiple public meetings in Betul, Shajapur and Jhabua today. PM Modi said, “In the past few days, I have traveled to every corner of the state. The affection and trust towards the BJP are unprecedented. Your enthusiasm and this spirit have decided in Madhya Pradesh – ‘Phir Ek Baar, Bhajpa Sarkar’. The people of Madhya Pradesh will come out of their homes on 17th November to create history.”ନିଶା ନିବାରଣ ଅଭିଯାନରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ବୃଦ୍ଧି ଅତ୍ୟନ୍ତ ଉତ୍ସାହଜନକ: ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
July 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଜୁଲାଇ ମାସ ଅର୍ଥାତ୍ ମୌସୁମୀର ମାସ, ବର୍ଷାର ମାସ । ଗତ କିଛିଦିନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉଦ୍ବେଗ ଏବଂ ଅସୁବିଧାରେ ପରିପୂର୍ଣ୍ଣ ଥିଲା । ଯମୁନା ସମେତ ଅନେକ ନଦୀରେ ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପାର୍ବତ୍ୟ ଅଞ୍ଚଳରେ କିଛି ଭୂସ୍ଖଳନର ଘଟଣା ମଧ୍ୟ ଘଟିଛି । ଏହି ସମୟ ମଧ୍ୟରେ ଦେଶର ପଶ୍ଚିମାଞ୍ଚଳ, ବିଶେଷକରି ଗୁଜରାଟର ପୂର୍ବ ଭାଗରେ କିଛିଦିନ ପୂର୍ବରୁ ବାତ୍ୟା ବିପର୍ଯ୍ୟୟ ମଧ୍ୟ ଆସିଥିଲା । କିନ୍ତୁ ବନ୍ଧୁଗଣ, ସାମୁହିକ ପ୍ରଚେଷ୍ଟାର ଶକ୍ତି କ’ଣ, ଏଭଳି ବିପର୍ଯ୍ୟୟଗୁଡ଼ିକ ସମୟରେ ମଧ୍ୟ ଦେଶବାସୀମାନେ ତାହା ପୁଣିଥରେ ଦେଖାଇଦେଇଛନ୍ତି । ସ୍ଥାନୀୟ ଲୋକେ, ଆମ ଏନ୍ଡିଆର୍ଏଫ୍ର ଯବାନ୍ମାନେ, ସ୍ଥାନୀୟ ପ୍ରଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦିନ ରାତି ପରିଶ୍ରମ କରି ଏଭଳି ବିପର୍ଯ୍ୟୟଗୁଡ଼ିକର ମୁକାବିଲା କରିଛନ୍ତି । ଯେକୌଣସି ବିପତ୍ତିର ମୁକାବିଲା କରିବାରେ ଆମର ସାମର୍ଥ୍ୟ ଏବଂ ସମ୍ବଳର ବିଶେଷ ଭୂମିକା ରହିଥାଏ । କିନ୍ତୁ ଏହାସହିତ ଆମ ସମ୍ବେଦନଶୀଳତା ଏବଂ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବାର ମନୋଭାବ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସର୍ବଜନ ହିତାୟର ଏହି ଭାବନା ଭାରତର ପରିଚୟ ଆଉ ଭାରତର ଶକ୍ତି ମଧ୍ୟ ଅଟେ ।ନେପାଳର ପ୍ରଧାନମନ୍ତ୍ରୀଙ୍କର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତିର ଇଂରାଜୀ ଅନୁବାଦ
June 01st, 12:00 pm
ମାନନୀୟ ପ୍ରଧାନମନ୍ତ୍ରୀ 'ପ୍ରଚଣ୍ଡ' ଜୀ, ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ, ଆମର ସମସ୍ତ ଗଣମାଧ୍ୟମ ବନ୍ଧୁନୂଆଦିଲ୍ଲୀରେ ଅଧୀନମଙ୍କ ସହିତ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 27th, 11:31 pm
ସର୍ବପ୍ରଥମେ, ବିଭିନ୍ନ ଅଧୀନମ ସହିତ ଜଡ଼ିତ ଆପଣ ସମସ୍ତ ପୂଜ୍ୟ ସନ୍ଥମାନଙ୍କୁ ମଥାନତ କରି ଅଭିନନ୍ଦନ କରୁଛି । ଆଜି ମୋର ନିବାସ ସ୍ଥାନରେ ଆପଣଙ୍କ ଚରଣ ପଡ଼ିଛି, ଏହା ମୋ’ ପାଇଁ ବହୁତ ସୌଭାଗ୍ୟର କଥା ଅଟେ । ଏହା ଭଗବାନ ମୋ ପାଇଁ ବହୁତ ସୌଭାଗ୍ୟର କଥା ଅଟେ । ଏହା ଭଗବାନ ଶିବଙ୍କ କୃପା ଅଟେ ଯେଉଁ କାରଣରୁ ମୋତେ ଏକା ସହିତ ଆପଣ ସମସ୍ତ ଶିବ ଭକ୍ତମାନଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ମୋତେ ଏହି କଥା ଉପରେ ମଧ୍ୟ ବହୁତ ଖୁସି ଲାଗୁଛି ଯେ କାଲି ନୂଆ ସଂସଦ ଭବନକୁ ଲୋକାର୍ପଣ ସମୟରେ ଆପଣ ସମସ୍ତେ ସେଠାକୁ ଆସିଥିବା ଅତିଥିମାନଙ୍କୁ ଆଶୀର୍ବାଦ ଦେବେ ।ନୂତନ ସଂସଦ ଭବନରେ ସେଙ୍ଗୋଲ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ କଲେ ଅଧୀନମଗଣ
May 27th, 09:14 pm
ଅଧୀନମଗଣଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ବିରାଟ ସୌଭାଗ୍ୟର ବିଷୟ ଏହି ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଗୃହରେ ବିଜେ ହୋଇଛନ୍ତି । ଭଗବାନ ଶିବଙ୍କ କରୁଣାରୁ ଆଜି ଶିବଙ୍କ ଭକ୍ତମାନଙ୍କ ସହ ବାର୍ତ୍ତା ବିନିମୟ କରିବାକୁ ତାଙ୍କୁ ସୁଯୋଗ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଧୀନମଗଣ ରବିବାର ୨୮ ତାରିଖ ଦିନ ସଂସଦର ନୂତନ ଭବନ ଉଦଘାଟନ କାଳରେ ରହି ସେମାନଙ୍କ ଆଶିଷ ବର୍ଷା କରିବାକୁ ଥିବାରୁ ସେ ଖୁସି ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ତାମିଲନାଡୁର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ତାମିଲନାଡୁ ଥିଲା ଭାରତୀୟ ଜାତୀୟତାବାଦର ଦୁର୍ଗ । ତାମିଲ ଜନସାଧାରଣଙ୍କୁ ସବୁବେଳେ ମା’ ଭାରତୀଙ୍କ ସେବା ଦ୍ୱାରା ଅନୁପ୍ରାଣିତ । ସ୍ୱାଧୀନତା ପରେ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ତାମିଲମାନଙ୍କ ଅବଦାନ ଯଥାର୍ଥ ସ୍ୱୀକୃତି ଲାଭ କରି ନ ଥିବାରୁ ସେ ତାହାର ସମାଲୋଚନା କରିଥିଲେ । ବର୍ତ୍ତମାନ ଏହି ସମସ୍ୟାକୁ ପ୍ରଧାନ୍ୟ ଦିଆହେଉଛି ।ମଧ୍ୟପ୍ରଦେଶର ଇଂଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
January 09th, 12:00 pm
ଗୁୟାନର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ ଅଲି ଜୀ, ସୁରୀନାମର ରାଷ୍ଟ୍ରପତି ଶ୍ରୀ ଚନ୍ଦ୍ରିକା ପ୍ରସାଦ ସନ୍ତୋଷ ଜୀ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜୀ, ମନ୍ତ୍ରିମଣ୍ଡଳ ଅନ୍ୟ ସହଯୋଗୀଗଣ ଏବଂ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସମଗ୍ର ବିଶ୍ୱରୁ ଆସିଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ!