India and Indonesia are connected not only by our history but also by a shared future: PM Modi at community programme in Jakarta
July 07th, 11:47 pm
Addressing the Indian community in Jakarta, PM Modi thanked the diaspora for their warm welcome and praised their contribution to Indonesia's progress and their role as a living bridge between the two nations. He spoke about India's rapid transformation and called upon the community to contribute towards the shared aspirations of Viksit Bharat 2047 and Indonesia Emas 2045.Prime Minister addresses the Indian diaspora in Jakarta
July 07th, 05:30 pm
Addressing the Indian community in Jakarta, PM Modi thanked the diaspora for their warm welcome and praised their contribution to Indonesia's progress and their role as a living bridge between the two nations. He spoke about India's rapid transformation and called upon the community to contribute towards the shared aspirations of Viksit Bharat 2047 and Indonesia Emas 2045.ରାଜସ୍ଥାନର ବାଲୋତ୍ରାରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 12:50 pm
ଗ୍ରୀଷ୍ମ ଋତୁର ଏହି ପ୍ରଚଣ୍ଡ ଗରମ ମଧ୍ୟରେ ବିଭିନ୍ନ ସ୍ଥାନରେ ଏତେ ବଡ଼ ସଂଖ୍ୟାରେ ଲୋକଙ୍କର ଏକତ୍ରିତ ହେବା ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ଏହା ପ୍ରମାଣିତ କରୁଛି ଯେ ଭାରତୀୟ ଜନତା ପାର୍ଟି ସରକାରଙ୍କ ପ୍ରୟାସ ଉପରେ ଆପଣମାନଙ୍କର ବିଶ୍ୱାସ କେତେ ଦୃଢ଼ ରହିଛି। ଏହି ସମର୍ଥନ ଏବଂ ସ୍ନେହ ପାଇଁ ମୁଁ ରାଜସ୍ଥାନର ପବିତ୍ର ମାଟି ନିକଟରେ ଚିର ଋଣୀ।PM Modi launches multiple development projects worth around ₹1.06 lakh crore in Balotra, Rajasthan
July 04th, 12:30 pm
Addressing a public gathering in Balotra, Rajasthan, PM Modi highlighted Rajasthan's development journey, including the dedication of the Rajasthan Refinery, expansion of connectivity, water projects, renewable energy and employment initiatives. He also spoke about India's efforts to ensure energy security during the global crisis and reaffirmed the government's commitment to a self-reliant India.ପ୍ରଧାନମନ୍ତ୍ରୀ ଜୁଲାଇ ୪ରେ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ
July 03rd, 11:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜୁଲାଇ ୨୦୨୬ରେ ରାଜସ୍ଥାନ ଓ ଗୁଜରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରର ଟର୍ମିନାଲ ବିଲଡିଂ ଉଦଘାଟନ କରି ଯୋଧପୁରରେ ସଂଶୋଧିତ ଉଡାନ ଯୋଜନାର ଶୁଭାରମ୍ଭ କରିବେ । ଏହାପରେ, ମଧ୍ୟାହ୍ନ ପ୍ରାୟ ୧୨:୧୫ ମିନିଟ୍ରେ ସେ ବାଲୋତ୍ରା ଗସ୍ତ କରି ପ୍ରାୟ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।Cabinet approves Price Stabilization Fund for Scheduled Indian Airlines towards ATF pricing
June 03rd, 03:12 pm
The Union Cabinet chaired by PM Modi has approved a ₹10,000 crore ATF price stabilisation support mechanism to shield Indian airlines from global fuel volatility amid the West Asia crisis. The move will help maintain stable air connectivity, reduce fare volatility, support regional routes under UDAN and strengthen aviation-linked sectors including tourism, logistics and hospitality.ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 12:15 pm
ଉଦଘାଟନ ହୋଇଗଲା ? ଉଦଘାଟନ ହୋଇଗଲା ? ନା, ଏବେ ଅଧା କାମ ହୋଇଛି। ମୁଁ କେବଳ ସେହି ପରଦା ହଟାଇଛି, କିନ୍ତୁ ଆଜି ମୁଁ ଚାହୁଁଛି ଯେ ଏହି ବିମାନବନ୍ଦରର ଉଦଘାଟନ ଅବସରରେ ଏଠାରେ ଯିଏ କେହି ଉପସ୍ଥିତ ଅଛନ୍ତି , ଆପଣମାନେ ସମସ୍ତେ ଏହା କରନ୍ତୁ , ଏବଂ ସେଥିପାଇଁ ଆପଣ ଆପଣଙ୍କର ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ମୋବାଇଲ୍ ଫୋନ୍ର ଫ୍ଲାସ୍ ଲାଇଟ୍କୁ ଅନ୍ କରନ୍ତୁ ଏବଂ ଭାବନ୍ତୁ ଆପଣ ଏହାର ଉଦ୍ଘାଟନ କରୁଛନ୍ତି । ଆପଣ ଦୀପ ଜାଳି ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି , ଆଜି ଏହି ବିମାନବନ୍ଦରର ଉଦଘାଟନ କରୁଛନ୍ତି। ଏହା ଆପଣଙ୍କର ସମ୍ପତ୍ତି, ଏହା ଆପଣଙ୍କର ଭବିଷ୍ୟତ, ଏହା ଆପଣଙ୍କର କଠିନ ପରିଶ୍ରମ ଏବଂ ସେଥିପାଇଁ ଏହାର ଉଦଘାଟନ ମଧ୍ୟ ଆପଣମାନଙ୍କ ହାତରେ କରାଯାଉଛି , ଆପଣ ଆପଣଙ୍କର ଭାରତ ମାତାର ଜୟ କହି, ହାତ ଉଠାଇ, ସମ୍ପୂର୍ଣ୍ଣ ଟର୍ଚ୍ଚଲାଇଟ୍ ଦେଖାନ୍ତୁ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଅନେକ - ଅନେକ ଧନ୍ୟବାଦ। ଏବେ ଉଦଘାଟନ ହୋଇଗଲା ।୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 28th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଜିଓ୍ବାରଠାରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗର୍ବ ଓ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ଉତ୍ତରପ୍ରଦେଶ ଓ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଭାରତର ବୃହତ୍ତମ ରାଜ୍ୟ ଏବେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସେ ଦୁଇଗୁଣ ଆନନ୍ଦ ଅନୁଭବ କରୁଛନ୍ତି, ପ୍ରଥମତଃ ସେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଏବେ ଉଦ୍ଘାଟନ ମଧ୍ୟ କରିଛନ୍ତି ଓ ଦ୍ବିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତରପ୍ରଦେଶ ସହିତ ସଂପର୍କିତ ରହିଛି। “ଏହି ରାଜ୍ୟ ମୋତେ ନିଜର ପ୍ରତିନିଧି ଭାବେ ସଂସଦକୁ ପଠାଇଥିଲା ଓ ଏହାର ନାମ ଏବେ ଏହି ଭବ୍ୟ ବିମାନବନ୍ଦର ସହ ଯୋଡ଼ି ହୋଇଛି।Cabinet approves Regional Connectivity Scheme – Modified UDAN with a total outlay of Rs.28,840 crore
March 25th, 04:16 pm
The Union Cabinet, chaired by PM Modi, has approved the launch and implementation of the Regional Connectivity Scheme – Modified UDAN for a period of ten years from FY 2026-27 to FY 2035-36, with a total outlay of Rs. 28,840 crore. In line with the Viksit Bharat 2047 vision, this initiative will enhance regional air connectivity, boost economic growth, trade and tourism and promote the indigenous aerospace sector.ହାଇଦ୍ରାବାଦରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 28th, 06:00 pm
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ରାମ ମୋହନ ନାଇଡୁ, ମୁରଲୀଧର ମୋହୋଲ, ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ସମ୍ମାନନୀୟ ମନ୍ତ୍ରୀଗଣ, ବିଶ୍ୱ ବିମାନ କ୍ଷେତ୍ରର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଗଣ, ସମ୍ମାନିତ ପ୍ରତିନିଧିଗଣ, ମହିଳା ଏବଂ ସଜ୍ଜନଗଣ!ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 05:45 pm
ପ୍ରରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ଏକ ସମାବେଶକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ରର ଅଗ୍ରଣୀ ବିଶେଷଜ୍ଞ ଏବଂ ନିବେଶକମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ବିମାନ ଶିଳ୍ପର ପରବର୍ତ୍ତୀ ଯୁଗ ଆକାଂକ୍ଷାରେ ପରିପୂର୍ଣ୍ଣ ଏବଂ ଭାରତ ଏକ ପ୍ରମୁଖ ଖେଳାଳି ଭାବରେ ମୁଣ୍ଡ ଟେକିବାରେ ଲାଗିଛି। ସେ ବିମାନ ନିର୍ମାଣ, ପାଇଲଟ୍ ତାଲିମ, ଉନ୍ନତ ବିମାନ ଗତିଶୀଳତା ଏବଂ ବିମାନ ଲିଜ୍ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ବିପୁଳ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମସ୍ତ ଅଂଶୀଦାରଙ୍କ ପାଇଁ ୱିଙ୍ଗସ୍ ଇଣ୍ଡିଆ ସମ୍ମିଳନୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ମହାରାଷ୍ଟ୍ରର ମୁମ୍ୱାଇରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 08th, 03:44 pm
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ମୋର ସହଯୋଗୀ ରାମଦାସ ଅଠାଓ୍ୱଲେ ଜୀ, କେଆର୍ ନାଇଡୁ ଜୀ, ମୁରଳୀଧର ମୋହୋଳ ଜୀ, ମହାରାଷ୍ଟ୍ର ସରକାରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାଓ୍ୱାର ଜୀ, ଅନ୍ୟ ମନ୍ତ୍ରୀଗଣ, ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ କେଇଜି ଓନୋ ଜୀ, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ!ନଭି ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
October 08th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରି, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଲୋକାର୍ପଣ କରିଛନ୍ତି। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ୱାଗତ କରି, ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ଏବେ ପାଳିତ ହୋଇଥିବା ବିଜୟା ଦଶମୀ ଏବଂ କୋଜାଗରୀ ପୂର୍ଣ୍ଣିମା ସମ୍ପର୍କରେ କହିଥିଲେ ଏବଂ ଆଗାମୀ ଦୀପାବଳି ଉତ୍ସବ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।ଅରୁଣାଚଳ ପ୍ରଦେଶର ଇଟାନଗରରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 22nd, 11:36 am
ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ କେ.ଟି ପରନାୟକ ଜୀ, ରାଜ୍ୟର ଲୋକପ୍ରିୟ ଏବଂ ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, କିରେନ ରିଜିଜୁ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ମୋର ସାଥୀ ସାଂସଦ ନବମ ରେବିଆ ଜୀ ଏବଂ ତାପିର ଗାଓ ଜୀ, ସମସ୍ତ ବିଧାୟକଗଣ, ଅନ୍ୟ ଜନ ପ୍ରତିନିଧିଗଣ, ଏବଂ ଅରୁଣାଚଳ ପ୍ରଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ !ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 22nd, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଅରୁଣାଚଳ ପ୍ରଦେଶର ଇଟାନଗରରେ ପ୍ରାୟ ୫୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧନ କରି, ସେ ପରମାତ୍ମା ଡୋନୟି ପୋଲୋଙ୍କୁ ସ୍ମରଣ କରିବା ସହ ସମସ୍ତଙ୍କ ଉପରେ ତାଙ୍କର କୃପା ରହୁ ବୋଲି ପ୍ରାର୍ଥନା କରିଥିଲେ।ମିଜୋରାମର ବିଭିନ୍ନ ଉନ୍ନତିମୂଳକ କାମର ଶିଳାନ୍ୟାସ ଓ ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 13th, 10:30 am
ମିଜୋରାମ ରାଜ୍ୟପାଳ ଭି.କେ.ସିଂହ, ମୁଖ୍ୟମନ୍ତ୍ରୀ ଲାଲଡୁହୋମା, କେନ୍ଦ୍ର କ୍ୟାବିନେଟର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ମିଜୋରାମ ସରକାରଙ୍କ ମନ୍ତ୍ରୀବର୍ଗ, ସାଂସଦ, ଅନ୍ୟ ନିର୍ବାଚିତ ପ୍ରତିନିଧି ସମୂହ ଓ ମିଜୋରାମ ଜନତା ।ମିଜୋରାମର ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 13th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମର ଆଇଜଲରେ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରେଳ, ରାସ୍ତା, ବିଦ୍ୟୁତ୍, କ୍ରୀଡା ସମେତ ଅନେକ କ୍ଷେତ୍ରକୁ ଲାଭ ପହଞ୍ଚାଇବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନୀଳ ପର୍ବତମାଳାର ଏହି ସୁନ୍ଦର ଭୂମିରେ ରାଜତ୍ୱ କରିଥିବା ପରମେଶ୍ୱର ପାଠିଆନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ ମିଜୋରାମର ଲାଙ୍ଗପୁଇ ବିମାନବନ୍ଦରରେ ଉପସ୍ଥିତ ଥିବାରୁ ଏବଂ ଖରାପ ପାଗ ଯୋଗୁଁ ଆଇଜଲରେ ଲୋକଙ୍କୁ ଭେଟିପାରି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏହି ପରିସ୍ଥିତି ସତ୍ତ୍ୱେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏହି ମାଧ୍ୟମରେ ମଧ୍ୟ ଲୋକଙ୍କ ପ୍ରେମ ଏବଂ ସ୍ନେହ ଅନୁଭବ କରିପାରିବେ।ପଶ୍ଚିମବଙ୍ଗ ଦୁର୍ଗାପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 18th, 02:35 pm
ଷ୍ଟିଲ ସିଟି ଭାବରେ ବିଶେଷ ଭାବେ ପରିଚିତ ପଶ୍ଚିମବଙ୍ଗର ଦୁର୍ଗାପୁର ସାରା ଦେଶର ଆକର୍ଷଣ । ତେଣୁ ସେହି ଧାରାରେ ଏହାର ଉନ୍ନତି ବି ଆମ ସରକାରଙ୍କ ଲକ୍ଷ୍ୟ । କିଛି ସମୟ ପୂର୍ବରୁ ଏହାର ବିକାଶ ପାଇଁ ମଞ୍ଜୁର କରାଯାଇଥିବା ୫୪ ଶହ କୋଟି ଟଙ୍କାର ଅର୍ଥ ବରାଦ କଥା ଚିନ୍ତା କରାଯାଇ ପାରେ । ବିଭିନ୍ନ ପ୍ରକଳ୍ପ ଦ୍ୱାରା ଯୋଗାଯୋଗ, ଗ୍ୟାସ ଆଧାରିତ ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବ । ମେକ ଇନ ଇଣ୍ଡିଆ ମେକ ଫର ବାର୍ଲଡ ଭାବଧାରାରେ ଏହି ସହର ଆଗାମୀ ଦିନରେ ସମୃଦ୍ଧି ପଥରେ ଯାତ୍ରା କରିବ । ଫଳରେ ଏହି ଜାଗାର ଯୁବବର୍ଗ ଚାକିରି ପାଇ ପାରିବେ ।ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ : ଭେଟି ଦେଲେ 5,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ
July 18th, 02:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଦୁର୍ଗାପୁରରେ 5,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ଇସ୍ପାତ ସହର ଭାବରେ ଜଣାଶୁଣା ଦୁର୍ଗାପୁର ଭାରତର ଶ୍ରମଶକ୍ତିର ଏକ ପ୍ରମୁଖ କେନ୍ଦ୍ର ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସେ ଭାରତର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରି କହିଥିଲେ ଯେ, ଆଜି ସେହି ଭୂମିକାକୁ ଆହୁରି ମଜବୁତ କରିବାର ସୁଯୋଗ ଆସିଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ଗ୍ୟାସ- ଆଧାରିତ ପରିବହନ ଏବଂ ଗ୍ୟାସ - ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ଏବଂ ଏକ ଇସ୍ପାତ ସହର ଭାବରେ ଦୁର୍ଗାପୁରର ପରିଚୟକୁ ସୁଦୃଢ଼ କରିବ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆହୁରି ମଧ୍ୟ କହିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ପଶ୍ଚିମବଙ୍ଗକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ଅଞ୍ଚଳର ଯୁବକମାନଙ୍କ ପାଇଁ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ସେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।ହରିୟାଣାର ହିସାର ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 14th, 11:00 am
ମୁଁ କହିବି, ବାବାସାହେବ ଆମ୍ବେଦକର, ଆପଣମାନେ ସମସ୍ତେ ଦୁଇଥର କୁହନ୍ତୁ, ଅମର ରହେ ! ଅମର ରହେ!