ମହାକୁମ୍ଭ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 18th, 01:05 pm
ମୁଁ ଏଠାରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଉପରେ ଏକ ବିବୃତ୍ତି ଦେବା ପାଇଁ ଉପସ୍ଥିତ ହୋଇଛି। ଏହି ସଦନ ମାଧ୍ୟମରେ, ମୁଁ ଲକ୍ଷ ଲକ୍ଷ ଦେଶବାସୀଙ୍କୁ ମୋର ପ୍ରଣାମ ଜଣାଉଛି, ଯେଉଁମାନଙ୍କର ଅବଦାନ ଦ୍ୱାରା ମହାକୁମ୍ଭ ମେଳାର ସଫଳ ଆୟୋଜନ ହୋଇଥିଲା । ମହାକୁମ୍ଭର ସଫଳତା ସୁନିଶ୍ଚିତ କରିବାରେ ଅନେକ ବ୍ୟକ୍ତିମାନଙ୍କର ଅବଦାନ ରହିଛି । ମୁଁ ସରକାର, ସମାଜ ଏବଂ ସମସ୍ତ ଉତ୍ସର୍ଗୀକୃତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଦେଶବ୍ୟାପୀ ଭକ୍ତ, ଉତ୍ତର ପ୍ରଦେଶର ଜନସାଧାରଣ ଏବଂ ବିଶେଷକରି ପ୍ରୟାଗରାଜର ନାଗରିକମାନଙ୍କୁ ମଧ୍ୟ ମୋର କୃତଜ୍ଞତା ଜଣାଉଛି।କୁମ୍ଭମେଳାର ସଫଳ ସମାପନ ସଂପର୍କରେ ଲୋକସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
March 18th, 12:10 pm
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାର ସଫଳ ସମାପନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ଉଦବୋଧନ ଦେଇଥିଲେ। ଯେଉଁ ଅଗଣିତ ନାଗରିକଙ୍କ ଉଦ୍ୟମରେ କୁମ୍ଭମେଳାର ଭବ୍ୟ ସଫଳତା ମିଳିଥିଲା ସେମାନଙ୍କୁ ସେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ମହାକୁମ୍ଭକୁ ସଫଳ କରିବାରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗୋଷ୍ଠୀର ସାମୂହିକ ଅବଦାନ ଉପରେ ଆଲୋକପାତ କରି ସେ ସରକାର, ସମାଜ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ଉତ୍ସର୍ଗୀକୃତ କର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସମଗ୍ର ଦେଶରେ ଶ୍ରଦ୍ଧାଳୁ, ବିଶେଷ କରି ଉତ୍ତରପ୍ରଦେଶବାସୀ ଏବଂ ପ୍ରୟାଗରାଜବାସୀଙ୍କ ଅମୂଲ୍ୟ ସମର୍ଥନ ଏବଂ ଅଂଶଗ୍ରହଣ ପାଇଁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଥିଲେ।ଗଙ୍ଗା ତାଲାବ ବୁଲିରେ ପ୍ରଧାନମନ୍ତ୍ରୀ
March 12th, 05:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସରେ ଗଙ୍ଗା ତାଲାବ ବୁଲିଛନ୍ତି । ସେ ସେଠାରେ ପ୍ରାର୍ଥନା କରିବା ସହ ପବିତ୍ର ତ୍ରିବେଣୀ ସଙ୍ଗମରୁ ନେଇଥିବା ପବିତ୍ର ଗଙ୍ଗା ଜଳ ବିସର୍ଜନ କରିଥିଲେ ।