Prime Minister pays homage to brave participants of the Quit India Movement
August 09th, 10:32 am
Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 23rd, 08:22 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚନ୍ଦ୍ର ଶେଖର ଆଜାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଥିଲେ ଯେ ଚନ୍ଦ୍ର ଶେଖର ଆଜାଦଙ୍କ ନିର୍ଭୀକ ସାହସ ଏବଂ ଅତୁଟ ଦେଶପ୍ରେମ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଗର୍ବିତ ସ୍ଥାନ ଅଧିକାର କରିଛି।ଲୋକମାନ୍ୟ ତିଳକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 23rd, 08:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକମାନ୍ୟ ତିଳକଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଥିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ବ୍ୟକ୍ତିତ୍ୱ ଭାବେ ଲୋକମାନ୍ୟ ତିଳକ ରାଷ୍ଟ୍ରବାଦର ଭାବନାକୁ ଜାଗ୍ରତ କରିଥିଲେ ଏବଂ ପିଢ଼ି ପିଢ଼ିଙ୍କୁ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପ୍ରେରିତ କରିଥିଲେ।ମହାନ ବିପ୍ଳବୀ ମଙ୍ଗଳ ପାଣ୍ଡେ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 19th, 10:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାନ ବିପ୍ଳବୀ ମଙ୍ଗଳ ପାଣ୍ଡେ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ସାହସିକ ଜୀବନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ଭରି ରଖିଛି ଏବଂ ତାଙ୍କ ବୀରତ୍ୱର ଗାଥା ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ।ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 06th, 06:47 pm
କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଅମିତ ଶାହ ଭାଇ , ଗଜେନ୍ଦ୍ର ସିଂହ ଶେଖାୱତ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ବରିଷ୍ଠ ବିଜେପି ସଦସ୍ୟ ଏବଂ ଆମ ଭଳି ଲକ୍ଷ-ଲକ୍ଷ କର୍ମୀଙ୍କ ପ୍ରେରଣା, ଶ୍ରୀ ମାଖନଲାଲ ଜୀ, ବିଜେପି ରାଜ୍ୟ ସଭାପତି ଶାଁମୀକ ଭଟ୍ଟାଚାର୍ଯ୍ୟ, ମାନ୍ୟବର ଜନପ୍ରତିନିଧିଗଣ, ସମ୍ମାନିତ ଅତିଥି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
July 06th, 06:17 pm
ନୂଆଦିଲ୍ଲୀ: ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଭ୍ରମଣ ସୂଚୀ ହେତୁ ନିଜର ଶାରୀରିକ ଅନୁପସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଭୌଗୋଳିକ ଦୂରତାକୁ ଦୂର କରିବାରେ ଡିଜିଟାଲ୍ ସଂଯୋଗୀକରଣର ଅଦ୍ଭୁତ ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଯୁକ୍ତିବିଦ୍ୟାର ସହାୟତାରେ, ମୁଁ ଏହି ଐତିହାସିକ କାର୍ଯ୍ୟକ୍ରମରେ ଆପଣମାନଙ୍କ ସହ ଜଡ଼ିତ ହେଉଛି, ବୋଲି ଶ୍ରୀ ମୋଦୀ କହିଛନ୍ତି।Prime Minister pays tribute to Shri Ram Vilas Paswan ji
July 05th, 12:09 pm
The Prime Minister, Shri Narendra Modi, paid tributes to former Union Minister Shri Ram Vilas Paswan ji on his birth anniversary today.He made significant contributions to the upliftment of society's deprived and weaker sections. He will always be remembered for his dedication to public service and national service, Shri Modi remarked.ନିର୍ବାଣ ଦିବସରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 04th, 01:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଣ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ସ୍ୱୀକୃତି ପ୍ରଦାନ କରିବାରେ ସ୍ୱାମୀ ବିବେକାନନ୍ଦ ଜୀଙ୍କ ଅତୁଳନୀୟ ଯୋଗଦାନ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ। ତାଙ୍କର ଗଭୀର ଜ୍ଞାନ ଏବଂ କାଳଜୟୀ ଆଦର୍ଶ ସାରା ଦେଶର ଲକ୍ଷ ଲକ୍ଷ ଯୁବକମାନଙ୍କ ପାଇଁ ଏକ ମାର୍ଗଦର୍ଶକ ଶକ୍ତି ହୋଇ ରହିଛି। ଶ୍ରୀ ମୋଦୀ କହିଥିଲେ, ତାଙ୍କର ଆଧ୍ୟାତ୍ମିକ ବାର୍ତ୍ତା ଏକ ବିକଶିତ ଭାରତ ଗଠନ ପାଇଁ ରାଷ୍ଟ୍ରର ସାମୂହିକ ସଂକଳ୍ପକୁ ଅନୁପ୍ରାଣିତ ଏବଂ ଉତ୍ସାହିତ କରିବ।ହୁଲ ଦିବସ ଅବସରରେ ବୀର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
June 30th, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହୁଲ ଦିବସ ଅବସରରେ ବିଦେଶୀ ଶାସନର ଅନ୍ୟାୟ ବିରୁଦ୍ଧରେ ଦୃଢ ଭାବରେ ଠିଆ ହୋଇଥିବା ସିଡୋ-କାହ୍ନୁ, ଚାନ୍ଦ-ଭୈରବ ଏବଂ ଫୁଲୋ-ଝାନୋଙ୍କ ପରି ସମସ୍ତ ସାହସୀ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଆଦିବାସୀ ମର୍ଯ୍ୟାଦା ଏବଂ ସମ୍ମାନର ସୁରକ୍ଷା ପାଇଁ ସେମାନଙ୍କର ସଂଘର୍ଷ ଏବଂ ବଳିଦାନର କାହାଣୀ ଦେଶବାସୀଙ୍କ ହୃଦୟରେ ନୂତନ ଶକ୍ତି ସଞ୍ଚାର କରିବ।ବୀର ସାବରକରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
May 28th, 09:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୀର ସାବରକରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି ଏବଂ ସାମାଜିକ ସଂସ୍କାରରେ ତାଙ୍କର ସାହସ, ଦେଶପ୍ରେମ ଏବଂ ଅବଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଗୁଜରାଟର ସୋମନାଥଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
May 11th, 03:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
February 19th, 08:48 am
ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୂରଦୃଷ୍ଟି ସମ୍ପନ୍ନନେତା, ଅସାଧାରଣ ପ୍ରଶାସକ, ରଣନୈତିକ ଚିନ୍ତାନାୟକ ଏବଂ ସ୍ୱରାଜ୍ୟର ଚାମ୍ପିଅନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
February 11th, 10:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ମୂଲ୍ୟବୋଧ ଉପରେ ଆଧାରିତ ତାଙ୍କର ନୀତି ଏବଂ ବିଚାର ଦେଶର ପ୍ରତ୍ୟେକ ପିଢ଼ି ପାଇଁ ପଥପ୍ରଦର୍ଶକ ହୋଇ ରହିବ।ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
January 30th, 10:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, ବାପୁ ସର୍ବଦା ସ୍ୱଦେଶୀ ଉପରେ ଗୁରୁତ୍ୱ ଦେଉଥିଲେ, ଯାହା ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମର ସଂକଳ୍ପର ଏକ ମୌଳିକ ସ୍ତମ୍ଭ ମଧ୍ୟ। ତାଙ୍କର ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ସର୍ବଦା ଦେଶର ଲୋକଙ୍କୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି।PM pays tribute to Bharat Ratna Dr. M.G. Ramachandran on his Jayanti
January 17th, 10:17 am
The Prime Minister, Shri Narendra Modi, has paid tributes to the former Chief Minister of Tamil Nadu, Bharat Ratna Dr. M.G. Ramachandran (MGR), on the occasion of his birth anniversary.ରାଣୀ ଭେଲୁ ନାଚିୟାରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
January 03rd, 08:16 am
ରାଣୀ ଭେଲୁ ନାଚିୟାରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଅନ୍ୟତମ ବୀର ଯୋଦ୍ଧା ଭାବେ ସ୍ମରଣ କରାଯାଉଥିବା କିମ୍ବଦନ୍ତୀ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
January 03rd, 08:07 am
ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେହି ଅଗ୍ରଣୀ ସମାଜ ସଂସ୍କାରକଙ୍କୁ ସ୍ମରଣ କରିଛନ୍ତି, ଯାହାଙ୍କ ଜୀବନ ସେବା ଏବଂ ଶିକ୍ଷା ମାଧ୍ୟମରେ ସମାଜର ପରିବର୍ତ୍ତନ ପାଇଁ ସମର୍ପିତ ଥିଲା।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଶକ୍ତି, ନ୍ୟାୟ, ଏକତା ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
December 30th, 10:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ ,୧୯୪୩ର ଐତିହାସିକ ଅବସରରେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେତେବେଳେ ନେତାଜୀ ପୋର୍ଟ ବ୍ଲେୟାରରେ ଅତୁଳନୀୟ ସାହସ ଏବଂ ବୀରତ୍ୱର ସହ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।Prime Minister pays tributes to Shri Atal Bihari Vajpayee ji at ‘Sadaiv Atal’
December 25th, 11:21 am
On the occasion of birth anniversary of former PM Vajpayee, PM Modi paid tributes at Sadaiv Atal. He stated that Atal ji’s life was dedicated to public service and national service, and that he will always continue to inspire the people of the country.ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 25th, 08:43 am
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେ ତାଙ୍କର ସମଗ୍ର ଜୀବନ ସୁଶାସନ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ସର୍ଗ କରିଥିଲେ। ସେ କେବଳ ଜଣେ ପ୍ରବକ୍ତା ଭାବେ ନୁହେଁ, ବରଂ ଜଣେ ଉତ୍ସାହୀ କବି ଭାବେ ମଧ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ବ୍ୟକ୍ତିତ୍ୱ, କାର୍ଯ୍ୟ ଏବଂ ନେତୃତ୍ୱ ଦେଶର ସାମଗ୍ରିକ ବିକାଶ ପାଇଁ ପଥପ୍ରଦର୍ଶକ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।