PM shares a Subhashitam emphasising how true strength lies in collective solidarity

January 05th, 09:17 am

In a heartfelt tribute to India’s timeless culture and spiritual heritage, PM Modi today shared a Sanskrit verse reflecting how India’s civilisational journey has endured through the collective strength of its people, who have protected the nation’s cultural legacy with unwavering commitment.

ରାଣୀ ଭେଲୁ ନାଚିୟାରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

January 03rd, 08:16 am

ରାଣୀ ଭେଲୁ ନାଚିୟାରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଅନ୍ୟତମ ବୀର ଯୋଦ୍ଧା ଭାବେ ସ୍ମରଣ କରାଯାଉଥିବା କିମ୍ବଦନ୍ତୀ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

January 03rd, 08:07 am

ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେହି ଅଗ୍ରଣୀ ସମାଜ ସଂସ୍କାରକଙ୍କୁ ସ୍ମରଣ କରିଛନ୍ତି, ଯାହାଙ୍କ ଜୀବନ ସେବା ଏବଂ ଶିକ୍ଷା ମାଧ୍ୟମରେ ସମାଜର ପରିବର୍ତ୍ତନ ପାଇଁ ସମର୍ପିତ ଥିଲା।

ମନ୍ନାଥୁ ପଦ୍ମନାଭନଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

January 02nd, 09:40 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ନାଥୁ ପଦ୍ମନାଭନଙ୍କ ଜୟନ୍ତୀ ଅବସରରେ ଆଜି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ଗଭୀର ଶ୍ରଦ୍ଧାର ସହ ସ୍ମରଣ କରିଛନ୍ତି, ଯାହାଙ୍କ ଜୀବନ ସମାଜ ସେବା ପାଇଁ ସମର୍ପିତ ଥିଲା।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଶକ୍ତି, ନ୍ୟାୟ, ଏକତା ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

December 30th, 10:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ ,୧୯୪୩ର ଐତିହାସିକ ଅବସରରେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେତେବେଳେ ନେତାଜୀ ପୋର୍ଟ ବ୍ଲେୟାରରେ ଅତୁଳନୀୟ ସାହସ ଏବଂ ବୀରତ୍ୱର ସହ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

Prime Minister pays tributes to Shri Atal Bihari Vajpayee ji at ‘Sadaiv Atal’

December 25th, 11:21 am

On the occasion of birth anniversary of former PM Vajpayee, PM Modi paid tributes at Sadaiv Atal. He stated that Atal ji’s life was dedicated to public service and national service, and that he will always continue to inspire the people of the country.

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 25th, 08:43 am

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେ ତାଙ୍କର ସମଗ୍ର ଜୀବନ ସୁଶାସନ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ସର୍ଗ କରିଥିଲେ। ସେ କେବଳ ଜଣେ ପ୍ରବକ୍ତା ଭାବେ ନୁହେଁ, ବରଂ ଜଣେ ଉତ୍ସାହୀ କବି ଭାବେ ମଧ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ବ୍ୟକ୍ତିତ୍ୱ, କାର୍ଯ୍ୟ ଏବଂ ନେତୃତ୍ୱ ଦେଶର ସାମଗ୍ରିକ ବିକାଶ ପାଇଁ ପଥପ୍ରଦର୍ଶକ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 23rd, 09:39 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଚୌଧୁରୀ ଚରଣ ସିଂହଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ସେ ସମାଜର ଅବହେଳିତ ବର୍ଗର କଲ୍ୟାଣ ସହ କୃଷିର ପ୍ରଗତି ଏବଂ କୃଷକମାନଙ୍କ ସମୃଦ୍ଧି ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ଏକ କୃତଜ୍ଞ ରାଷ୍ଟ୍ର ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନକୁ କେବେ ଭୁଲିପାରିବ ନାହିଁ।”

୨୦-୨୧ ଡିସେମ୍ବରରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

December 19th, 02:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦-୨୧ରେ ଆସାମ ଗସ୍ତ କରିବେ । ଡିସେମ୍ବର ୨୦, ପ୍ରାୟ ୩ଟା ସମୟରେ, ପ୍ରଧାନମନ୍ତ୍ରୀ ଗୌହାଟୀରେ ପହଞ୍ଚିବା ପରେ ଲୋକପ୍ରିୟ ଗୋପୀନାଥ ବରଦୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ର୍ଟମିନାଲ କୋଠାର ପରିଦର୍ଶନ ଏବଂ ଉଦ୍‌ଘାଟନ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ।

ଦେଶର ଅଜୟ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ରାଷ୍ଟ୍ରପତି ଭବନରେ ପରମବୀର ଗ୍ୟାଲେରୀକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

December 17th, 05:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ପରମବୀର ଗ୍ୟାଲେରୀକୁ ସ୍ୱାଗତ କରି କହିଛନ୍ତି, ସେଠାରେ ପ୍ରଦର୍ଶିତ ଫଟୋଚିତ୍ରଗୁଡ଼ିକ ଦେଶର ଅଜୟ ବୀରମାନଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଏବଂ ସେମାନଙ୍କ ବଳିଦାନ ପ୍ରତି ଦେଶର କୃତଜ୍ଞତାର ପ୍ରତୀକ। ସେ କହିଛନ୍ତି ଯେ, ଏହି ଫଟୋଚିତ୍ରଗୁଡ଼ିକ ସର୍ବୋଚ୍ଚ ବଳିଦାନ ସହିତ ମାତୃଭୂମିକୁ ରକ୍ଷା କରିଥିବା ଏବଂ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ସାହସୀ ଯୋଦ୍ଧାମାନଙ୍କୁ ସମ୍ମାନ ଦେଉଛି।

Prime Minister pays tribute to brave soldiers on Vijay Diwas

December 16th, 09:03 am

On the occasion of Vijay Diwas, PM Modi remembered the brave soldiers who ensured India’s historic victory in 1971. He lauded their selfless service in protecting the nation and said that their heroism will continue to inspire generations of Indians. The PM noted that Vijay Diwas stands as a salute to their valour and a reminder of their unmatched spirit.

ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ୭୫ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

December 15th, 08:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ୭୫ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଥିଲେ ଯେ ସର୍ଦ୍ଦାର ପଟେଲ ତାଙ୍କ ସମଗ୍ର ଜୀବନ ଦେଶକୁ ଏକଜୁଟ କରିବା ଏବଂ ଭାରତକୁ ଏକତାର ଗୋଟିଏ ସୂତ୍ରରେ ବାନ୍ଧି ରଖବାପାଇଁ ପାଇଁ ଉତ୍ସର୍ଗ କରିଥିଲେ।

Prime Minister Pays Tribute to the Martyrs of the 2001 Parliament Attack

December 13th, 11:46 am

In line with his commitment to the security forces, PM Modi today paid solemn tribute to the brave security personnel who sacrificed their lives while defending the Parliament of India during the heinous terrorist attack on 13 December 2001. He noted that their courage, alertness, and unwavering sense of responsibility continue to serve as an enduring inspiration for every citizen.

ମହାକବି ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 11th, 10:29 am

ଶ୍ରୀ ମୋଦୀ କହିଥିଲେ ଯେ, ତାଙ୍କ କବିତା ସାହସ ଜାଗ୍ରତ କରିଥିଲା ଏବଂ ତାଙ୍କ ଚିନ୍ତାଧାରା ଅସଂଖ୍ୟ ଲୋକଙ୍କ ମନରେ ସ୍ଥାୟୀ ଛାପ ଛାଡ଼ିବାର ଶକ୍ତି ରଖିଥିଲା ଏବଂ ଭାରତର ସାଂସ୍କୃତିକ ତଥା ଜାତୀୟ ଚେତନାକୁ ଆଲୋକିତ କରିଥିଲା। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଶ୍ରୀ ଭାରତୀ ଏକ ନ୍ୟାୟପୂର୍ଣ୍ଣ ଏବଂ ସମାବେଶୀ ସମାଜ ଗଠନ ଦିଗରେ କାର୍ଯ୍ୟ କରିଥିଲେ ଏବଂ ତାମିଲ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ରହିଛି।

ସହିଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 10th, 09:42 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସହିଦ ଦିବସ ଅବସରରେ ଐତିହାସିକ ଆସାମ ଆନ୍ଦୋଳନର ଅଂଶବିଶେଷ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ବୀରତ୍ୱକୁ ସ୍ମରଣ କରିଛନ୍ତି।

ଶ୍ରୀ ସି. ରାଜଗୋପାଳଚାରୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 10th, 09:37 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ସି. ରାଜଗୋପାଳଚାରୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜଣେ ସ୍ୱାଧୀନତା ସଂଗ୍ରାମୀ, ଚିନ୍ତାନାୟକ, ବୁଦ୍ଧିଜୀବୀ ଏବଂ ରାଷ୍ଟ୍ରନୀତିଜ୍ଞ ଭାବେ ତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜାଜୀ ବିଂଶ ଶତାବ୍ଦୀର ସବୁଠାରୁ ତୀକ୍ଷ୍ଣ ମସ୍ତିଷ୍କମାନଙ୍କ ମଧ୍ୟରୁ ଜଣେ, ଯିଏକି ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ମାନବିକ ମର୍ଯ୍ୟାଦା ବଜାୟ ରଖିବାରେ ବିଶ୍ୱାସ ରଖନ୍ତି।

ହିନ୍ଦୁସ୍ଥାନ ଟାଇମ୍ସ ନେତୃତ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

December 06th, 08:14 pm

ହିନ୍ଦୁସ୍ଥାନ ଟାଇମ୍ସର ଏହି ନେତୃତ୍ୱ ସମ୍ମିଳନୀରେ ଦେଶ ବିଦେଶରୁ ବହୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି । ଆୟୋଜକ ତଥା ନିଜ ମତ ରଖିଥିବା ସମସ୍ତ ମହାନୁଭବଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏବେ ଶୋଭନାଜୀ ଦୁଇଟି କଥା କହିଲେ ଯାହା ମୁଁ ଅନୁଧ୍ୟାନ କରିଛି । ଗୋଟିଏ ହେଲା, ଗତଥର ମୋଦୀ ଆସିଥିଲେ ଓ ଏହି ପ୍ରସ୍ତାବ ଦେଇଥିଲେ । ଏହି ଦେଶରେ ମିଡିଆ ହାଉସକୁ କେହି କିଛି କାମ କହିବାକୁ ସାହାସ କରନ୍ତିନି । କିନ୍ତୁ ମୁଁ କରିଲି । ମୋ ପାଇଁ ଏହା ଏକ ଶୁଭ ଖବର ଯେ, ଶୋଭନାଜୀ ଓ ତାଙ୍କ ଟିମ ଅତି ଆଗ୍ରହର ସହ ଏହି କାମ ସମ୍ପନ୍ନ କରିଛନ୍ତି । ମୁଁ ପ୍ରଦର୍ଶନୀ ଦେଖି ଆସିବା ପରେ ସମସ୍ତେ ଏହା ଦେଖିବା ଲାଗି ମୁଁ ଅନୁରୋଧ କରିବି । ଫଟୋଗ୍ରାଫର ବନ୍ଧୁମାନେ ସ୍ମୃତି ସବୁକୁ ଏମିତି ଜାବୁଡି ଧରି ରଖିପାରିଛନ୍ତି ଯେ ସେହି ମୁହୂର୍ତ ସବୁ ଅମରତ୍ୱ ଲାଭ କରିପାରିଛି । ଦେଶ ମାତୃକାର ସେବା ଆଗକୁ ଏମିତି ଜାରି ରଖିବା ନେଇ ହିନ୍ଦୁସ୍ଥାନ ଟାଇମ୍ସ କହିବା ପରେ ମୁଁ ବିଶେଷ ଭାବରେ ଏନେଇ ଧନ୍ୟବାଦ ଜଣାଉଛି ।

ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

December 06th, 08:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ଉଦବୋଧନ ଦେଇଛନ୍ତି । ସମ୍ମିଳନୀରେ ଭାରତ ଏବଂ ବିଦେଶରୁ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିକୁ ସେ ସ୍ୱାଗତ କରିବା ସହିତ ଆୟୋଜକ ଏବଂ ନିଜର ମତାମତ ବାଣ୍ଟିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଶୋଭନା ଜୀ ଦୁଇଟି ବିନ୍ଦୁ ଉଲ୍ଲେଖ କରିଥିଲେ ଯାହାକୁ ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ପ୍ରଥମଟି ଥିଲା ତାଙ୍କର ପୂର୍ବ ଗସ୍ତର ଉଲ୍ଲେଖ, ଯେତେବେଳେ ସେ ଏକ ପରାମର୍ଶ ଦେଇଥିଲେ, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହିତ ବହୁତ କମ୍ କରାଯାଇଥାଏ, କିନ୍ତୁ ସେ ତାହା କରିଥିଲେ। ଶୋଭନା ଜୀ ଏବଂ ତାଙ୍କ ଦଳ ଏହାକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଦର୍ଶନୀ ପରିଦର୍ଶନ କରିବା ସମୟରେ ସେ ଦେଖିଥିଲେ ଯେ ଫଟୋଗ୍ରାଫରମାନେ ଏପରି ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି ଯାହା ଅମର ହୋଇଯାଇଛି । ସମସ୍ତଙ୍କୁ ଏହା ଦେଖିବାକୁ ସେ ଅନୁରୋଧ କରିଥିଲେ। ଶୋଭନା ଜୀଙ୍କ ଦ୍ୱିତୀୟ ବିନ୍ଦୁ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ। ସେ କହିଥିଲେ, ଦେଶର ସେବା କରିବା କେବଳ ତାଙ୍କର ଇଚ୍ଛା ନୁହେଁ ବରଂ ହିନ୍ଦୁସ୍ତାନ ଟାଇମ୍ସ ମଧ୍ୟ ଚାହୁଁଛି ଯେ ସେ ଏହି ସେବା କରିବା ଜାରି ରଖିବା ଆବଶ୍ୟକ। ଏଥିପାଇଁ ପ୍ରଧାନମନ୍ତ୍ରୀ ବିଶେଷ ଭାବେ କୃତଜ୍ଞତା ପ୍ରକଟ କରିଥିଲେ।

ମହାପରିନିର୍ବାଣ ଦିବସ ଅବସରରେ ଡ. ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

December 06th, 09:11 am

ପ୍ରଧାନମନ୍ତ୍ରୀ ଆଜି ମହାପରିନିର୍ବାଣ ଦିବସ ଅବସରରେ ଡ. ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 03rd, 09:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣକାରୀ ଠାରୁ ଆରମ୍ଭ କରି ସମ୍ବିଧାନ ସଭାର ଅଧ୍ୟକ୍ଷତା କରିବା ଏବଂ ଆମର ପ୍ରଥମ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସେ ଅତୁଳନୀୟ ମର୍ଯ୍ୟାଦା, ସମର୍ପଣ ଏବଂ ସ୍ପଷ୍ଟ ଉଦ୍ଦେଶ୍ୟ ସହିତ ଆମ ଦେଶର ସେବା କରିଥିଲେ। ସାର୍ବଜନୀନ ଜୀବନରେ ତାଙ୍କର ଦୀର୍ଘ ବର୍ଷଗୁଡ଼ିକ ସରଳତା, ସାହସ ଏବଂ ଜାତୀୟ ଏକତା ପ୍ରତି ସମର୍ପଣ ଦ୍ୱାରା ଚିହ୍ନିତ ହୋଇଥିଲା। ତାଙ୍କର ଦୃଷ୍ଟାନ୍ତମୂଳକ ସେବା ଏବଂ ଦୂରଦୃଷ୍ଟି ପିଢ଼ି ପରେ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି।