‘Restoring Balance’ is a global urgency: PM Modi highlights global health challenges at WHO Global Summit on Traditional Medicine

December 19th, 08:11 pm

PM Modi addressed the closing ceremony of the Second WHO Global Summit on Traditional Medicine in New Delhi. In his address, he noted that the summit is witnessing a confluence of traditional knowledge and modern practices. He highlighted that a special global discussion on Ashwagandha was organised during the summit. The PM called upon all stakeholders to advance traditional medicine with trust, respect and responsibility.

Prime Minister Shri Narendra Modi addresses Closing Ceremony of the Second WHO Global Summit on Traditional Medicine

December 19th, 07:07 pm

PM Modi addressed the closing ceremony of the Second WHO Global Summit on Traditional Medicine in New Delhi. In his address, he noted that the summit is witnessing a confluence of traditional knowledge and modern practices. He highlighted that a special global discussion on Ashwagandha was organised during the summit. The PM called upon all stakeholders to advance traditional medicine with trust, respect and responsibility.

ଛଟ ମହାପର୍ବର ସମାପ୍ତିରେ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 28th, 07:56 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛଟ ମହାପର୍ବର ସମାପ୍ତି ଅବସରରେ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।

ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତ- ଜାପାନ ମିଳିତ ପରିକଳ୍ପନା : ଏହି ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଭାଗିତା ବୃଦ୍ଧି ନିମନ୍ତେ ଆଠଗୋଟି ଦିଗ

August 29th, 07:11 pm

ଆଇନର ଶାସନ ଉପରେ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ସମୃଦ୍ଧି ଏବଂ ବଳପୂର୍ବକ ଦଖଲମୁକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମାନ ଦୃଷ୍ଟିକୋଣ ସହିତ ଭାରତ ଏବଂ ଜାପାନ, ପରିପୂରକ ସମ୍ବଳ ପ୍ରଦାନ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ମୂଲ୍ୟ ପ୍ରତିଯୋଗିତା ସହିତ ଦୁଇ ଦେଶର ଅର୍ଥନୀତି ଏବଂ ବନ୍ଧୁତା ତଥା ପାରସ୍ପରିକ ସଦ୍ଭାବନାର ଦୀର୍ଘ ପରମ୍ପରା ସହିତ ଉଭୟ ରାଷ୍ଟ୍ର, ଆଗାମୀ ଏକ ଦଶନ୍ଧି ମଧ୍ୟରେ ନିଜ ନିଜର ରାଷ୍ଟ୍ର ଏବଂ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ତଥା ସୁଯୋଗମାନଙ୍କୁ ମିଳିତ ଭାବରେ ସନ୍ଧାନ କରିବା ନିମନ୍ତେ ପରସ୍ପରର ଅଭିପ୍ରାୟ ବ୍ୟକ୍ତ କରୁଛ, ଯାହା ଉଭୟ ରାଷ୍ଟ୍ରର ଘରୋଇ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ଏବଂ ନିଜ ନିଜ ରାଷ୍ଟ୍ର ଏବଂ ପରବର୍ତ୍ତୀ ପିଢ଼ିର ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ନିକଟତର କରାଇବ ।

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 07th, 03:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଆଜି ଆମର ସମୃଦ୍ଧ ବୟନ ପରମ୍ପରାକୁ ପାଳନ କରିବାର ଦିନ, ଯାହା ଆମ ଲୋକଙ୍କ ସୃଜନଶୀଳତାକୁ ପରିଦର୍ଶିତ କରେ । ଆମେ ଭାରତର ହସ୍ତତନ୍ତ ବିବିଧତା, ଜୀବିକା ଏବଂ ସମୃଦ୍ଧିକୁ ବଢ଼ାଇବାରେ ଏହାର ଭୂମିକା ପାଇଁ ଗର୍ବିତ ବୋଲି ସେ କହିଛନ୍ତି।

ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ରଣନୀତିକ ଭାଗିଦାରୀ ପ୍ରତିଷ୍ଠା ଉପରେ ଘୋଷଣାନାମା

August 05th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫିଲିପାଇନ୍ସ ରାଷ୍ଟ୍ରପତି ମହାମହିମ ଶ୍ରୀ ଫର୍ଡିନାଣ୍ଡ ଆର. ମାର୍କୋସ୍ ଜୁନିଅର ୪-୮ ଅଗଷ୍ଟ ୨୦୨୫ରେ ଭାରତ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ମାର୍କୋସଙ୍କ ସହିତ ପ୍ରଥମ ମହିଳା, ମହାମହିମ ଲୁଇସ୍ ଆରାନେଟା ମାର୍କୋସ୍ ଏବଂ ଫିଲିପାଇନ୍ସର ଅନେକ କ୍ୟାବିନେଟ ମନ୍ତ୍ରୀ ଏବଂ ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସମେତ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ପାରମ୍ପରିକ ରାତ୍ରଭୋଜନରେ ଯୋଗ ଦେଲେ

July 04th, 09:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ପାରମ୍ପରିକ ରାତ୍ରଭୋଜନରେ ସାମିଲ ହେଲେ । ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋହାରି ପତ୍ରରେ ଭୋଜନ ପରଷା ଯାଇଥିଲା, ଯାହାରକି ତ୍ରିନିଦାଦ ଓ ଟୋବାଗୋର ନାଗରିକ, ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ବହୁତ ସାଂସ୍କୃତିକ ମହତ୍ୱ ରହିଛି ।

ପୋର୍ଟ ଅଫ ସ୍ପେନରେ ଭୋଜପୁରୀ ଚୌତାଲ ପ୍ରଦର୍ଶନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 04th, 09:06 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋର୍ଟ ଅଫ୍ ସ୍ପେନରେ ଏକ ପ୍ରାଣବନ୍ତ ଭୋଜପୁରୀ ଚୌତାଲ ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରିଛନ୍ତି । ସେଥିରେ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ସ୍ଥାୟୀ ସାଂସ୍କୃତିକ ସମ୍ପର୍କକୁ ରେଖାଙ୍କିତ କରାଯାଇଥିଲା।

ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ଘାନା ଗସ୍ତ

July 03rd, 04:01 am

ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ (ସିଇପି) ଉପରେ ବୁଝାମଣାପତ୍ର: କଳା, ସଙ୍ଗୀତ, ନୃତ୍ୟ, ସାହିତ୍ୟ ଏବଂ ଐତିହ୍ୟରେ ଅଧିକ ସାଂସ୍କୃତିକ ବୁଝାମଣା ଏବଂ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା।

ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପ୍ରତି ଭାରତର ସମୃଦ୍ଧ ସାଂସ୍କୃତିକ ଅବଦାନ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

June 26th, 07:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଭାରତର ସମୃଦ୍ଧ ସାଂସ୍କୃତିକ ଅବଦାନ ଉପରେ ଆଲୋକପାତ କରିଛନ୍ତି । ଏଥିସହ ସେ ଆଧୁନିକ ବୈଜ୍ଞାନିକ ପଦ୍ଧତି ସହିତ ପୁରୁଣା ପରମ୍ପରାକୁ ସମନ୍ୱିତ କରୁଥିବା ନବସୃଜନଶୀଳ ଷ୍ଟାର୍ଟଅପ୍ସର ବର୍ଦ୍ଧିତ ଧାରା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

ଉଦୀୟମାନ ଉତ୍ତର-ପୂର୍ବ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 23rd, 11:00 am

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତା ମଜୂମଦାର ଜୀ, ମଣିପୁରର ରାଜ୍ୟପାଳ ଅଜୟ ଭଲ୍ଲା ଜୀ, ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ସିକିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଜୀ, ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଜୀ, ସମସ୍ତ ଶିଳ୍ପପତି, ନିବେଶକ, ଭଦ୍ର ମହିଳା ଏବଂ ଭଦ୍ରଲୋକ!

ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 23rd, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳର ଭବିଷ୍ୟତ ପ୍ରତି ଗର୍ବ, ଉତ୍ସାହ ଏବଂ ଅପାର ବିଶ୍ୱାସ ପ୍ରକାଶ କରିଥିଲେ। ଭାରତ ମଣ୍ଡପମରେ ଅନୁଷ୍ଠିତ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ମନେ ପକାଇ ସେ ଉଲ୍ଲେଖ କରିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଉତ୍ତର-ପୂର୍ବରେ ନିବେଶର ଉତ୍ସବ। ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଶିଳ୍ପ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଉଲ୍ଲେଖ କରିଥିଲେ ଏବଂ ଏହି କ୍ଷେତ୍ରରେ ସୁଯୋଗ ବିଷୟରେ ସେମାନଙ୍କର ଉତ୍ସାହ ବିଷୟରେ ଆଲୋଚନା କରିଥିଲେ। ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଏକ ଅନୁକୂଳ ନିବେଶ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ନିଜର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀକୁ ପ୍ରଶଂସା କରିଥିଲେ ଏବଂ ଏହି ଅଞ୍ଚଳର ନିରନ୍ତର ଅଭିବୃଦ୍ଧି ଏବଂ ସମୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ସିକିମର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

May 16th, 10:13 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକିମର ଲୋକମାନଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଚଳିତ ବର୍ଷ, ଏହି ଦିବସ ବେଶ୍ ସ୍ୱତନ୍ତ୍ର କାରଣ ଆମେ ସିକିମ ରାଜ୍ୟ ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ କରୁଛୁ! ସିକିମ ଶାନ୍ତ, ସୌନ୍ଦର୍ଯ୍ୟ, ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ପରିଶ୍ରମୀ ଲୋକମାନଙ୍କର ରାଜ୍ୟ ।”

Today, when one sees India, then they can be rest assured that Democracy can deliver: PM at ABP Network India@2047 Summit

May 06th, 08:04 pm

PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.

Prime Minister Shri Narendra Modi addresses ABP Network India@2047 Summit

May 06th, 08:00 pm

PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.

ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ

March 16th, 11:47 pm

ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।

ଏକ ପଡ୍‌କାଷ୍ଟରେ ଲେକ୍ସ ଫ୍ରିଡ୍‌ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର

March 16th, 05:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍‌କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ଏମ୍. ଏସ୍. ଏମ୍. ଇ. କ୍ଷେତ୍ର ଉପରେ ବଜେଟ୍ ପରବର୍ତ୍ତୀ ତିନୋଟି ୱେବିନାରକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 04th, 01:00 pm

କ୍ୟାବିନେଟର ମୋର ସମସ୍ତ ସହଯୋଗୀ, ଅର୍ଥ ଏବଂ ଅର୍ଥ ନୀତି ବିଶେଷଜ୍ଞ, ହିତାଧିକାରୀ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 04th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ଅଭିବୃଦ୍ଧି, ଉତ୍ପାଦନ, ରପ୍ତାନି ଏବଂ ଆଣବିକ ଶକ୍ତି ମିଶନ, ନିୟନ୍ତ୍ରଣ, ନିବେଶ ଏବଂ ବ୍ୟବସାୟ କରିବାରେ ସହଜତା ଆଦି ବିଷୟ ଉପରେ ଏହି ୱେବିନାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ପାଦନ ଏବଂ ରପ୍ତାନି ଉପରେ ଆୟୋଜିତ ଏହି ବଜେଟ୍ ପରବର୍ତ୍ତୀ ୱେବିନାର୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବଜେଟକୁ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ବୋଲି ଉଲ୍ଲେଖ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବଜେଟର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ଏହାର ଆଶାନୁରୂପ ଫଳାଫଳ । ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞଙ୍କ ଆଶାଠାରୁ ଅଧିକ ପଦକ୍ଷେପ ସରକାର ନେଇଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଚଳିତ ବଜେଟରେ ଉତ୍ପାଦନ ଏବଂ ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 09th, 10:15 am

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…