ମଧ୍ୟପ୍ରଦେଶର ଧାରଠାରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 17th, 11:20 am
ମଧ୍ୟ ପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଯାଦବ ଜୀ, କେନ୍ଦ୍ରରେ ମୋର ସହଯୋଗୀ ଭଉଣୀ ସାବିତ୍ରୀ ଠାକୁର ଜୀ, ଦେଶର କୋଣ ଅନୁକୋଣରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବା ସମସ୍ତ କେନ୍ଦ୍ର ମନ୍ତ୍ରୀଗଣ, ରାଜ୍ୟମାନଙ୍କର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଗଣ, ମଞ୍ଚ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ!ମଧ୍ୟପ୍ରଦେଶର ଧାରରେ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 17th, 11:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଧାରରେ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜ୍ଞାନର ଦେବୀ - ଧାର ଭୋଜଶାଳାର ପୂଜ୍ୟ ମାତା - ବାଗ୍ଦେବୀଙ୍କ ପାଦ ତଳେ ପ୍ରଣାମ କରିଥିଲେ। ଆଜି ଦିବ୍ୟ ସ୍ଥପତି , କୌଶଳ ଏବଂ ସୃଷ୍ଟିର ଦେବତା ଭଗବାନ ବିଶ୍ୱକର୍ମାଙ୍କ ଜନ୍ମବାର୍ଷିକୀ। ଏହା ସହିତ ପ୍ରଧାନମନ୍ତ୍ରୀ ଭଗବାନ ବିଶ୍ୱକର୍ମାଙ୍କ ପ୍ରତି ପ୍ରଣାମ ଜଣାଇ, କୋଟି କୋଟି ଭାଇଭଉଣୀଙ୍କୁ ମଧ୍ୟ ସମ୍ମାନ ଜଣାଇଥିଲେ । ଯେଉଁମାନେ ନିଜର କାରିଗରୀ ଏବଂ ସମର୍ପଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ନିୟୋଜିତ ଅଛନ୍ତି।ୟୁଇଆର୍-II ଏବଂ ଦ୍ୱାରିକା ଏକ୍ସପ୍ରେସ-ୱେର ଦିଲ୍ଲୀ ସେକ୍ସନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 17th, 12:45 pm
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନୀତିନ ଗଡ଼କରୀ ଜୀ, ହରିୟାଣାର ମୁଖ୍ୟମନ୍ତ୍ରୀ ନୟବ ସିଂହ ସୈନୀ ଜୀ, ଦିଲ୍ଲୀର ଉପ ରାଜ୍ୟପାଳ ବିନୟ ସକ୍ସେନା ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭଉଣୀ ରେଖା ଗୁପ୍ତା ଜୀ, କେନ୍ଦ୍ରରେ ମନ୍ତ୍ରୀ ପରିଷଦର ମୋର ସହଯୋଗୀ ଅଜୟ ଟମ୍ମା ଜୀ, ହର୍ଷ ମାଲହୋତ୍ରା ଜୀ, ଦିଲ୍ଲୀ ଏବଂ ହରିୟାଣାର ସାଂସଦଗଣ, ଉପସ୍ଥିତ ମନ୍ତ୍ରୀଗଣ, ଅନ୍ୟ ଜନ ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି
August 17th, 12:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ରୋହିଣୀ ଠାରେ ପ୍ରାୟ ୧୧,୦୦୦ କୋଟି ଟଙ୍କା ମୂଲ୍ୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ସ୍ଥାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ, କହିଥିଲେ ଯେ ଏକ୍ସପ୍ରେସୱେର ନାମ ଦ୍ୱାରକା ଏବଂ ଏହି କାର୍ଯ୍ୟକ୍ରମ ରୋହିଣୀରେ ଅନୁଷ୍ଠିତ ହେଉଛି। ସେ ଜନ୍ମାଷ୍ଟମୀର ଉତ୍ସବର ବାତାବରଣ ଉପରେ ଆଲୋକପାତ କରିଥିଲେ ଏବଂ ସେ ନିଜେ ଦ୍ୱାରକାଧୀଶଙ୍କ ଭୂମିରୁ ଆସିଥିବା ସଂଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବାତାବରଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଗଭୀର ଭାବରେ ପ୍ରଭାବିତ ହୋଇଛି।ଗୁଜରାଟର ଦାହୋଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 26th, 11:45 am
ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଗୁଜରାଟ ସରକାରଙ୍କ କ୍ୟାବିନେଟର ମୋର ସମସ୍ତ ସହକର୍ମୀ, ସାଂସଦ, ବିଧାୟକ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଦାହୋଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ,ଗୁଜରାଟର ଦାହୋଡ଼ରେ 24,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 26th, 11:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଦାହୋଡ଼ ଠାରେ 24,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ , ମେ’ 26 ତାରିଖଟି ବିଶେଷ ଗୁରୁତ୍ୱ ବହନ କରେ, କାରଣ ହେଉଛି ଏହି ଦିନ ସେ 2014 ରେ ପ୍ରଧାନମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ସେ ଗୁଜରାଟର ଲୋକ, ଯେଉଁମାନେ ତାଙ୍କୁ ରାଷ୍ଟ୍ରର ନେତୃତ୍ୱ ନେବାର ଦାୟିତ୍ୱ ଦେଇଥିଲେ, ସେମାନଙ୍କର ଅତୁଟ ସମର୍ଥନ ଏବଂ ଆଶୀର୍ବାଦକୁ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଏହି ବିଶ୍ୱାସ ଏବଂ ଉତ୍ସାହ ଦିନରାତି ଦେଶ ସେବା କରିବା ପାଇଁ ତାଙ୍କ ଉତ୍ସର୍ଗକୁ ପ୍ରୋତ୍ସାହିତ କରିଛି । ବର୍ଷ ବର୍ଷ ଧରି, ଭାରତ ଏପରି ନିଷ୍ପତ୍ତି ନେଇଛି , ଯାହା ଅଭୂତପୂର୍ବ ଏବଂ ଅକଳ୍ପନୀୟ ଥିଲା, ଅନେକ ଦଶନ୍ଧି ପୁରୁଣା ପ୍ରତିବନ୍ଧକରୁ ମୁକ୍ତ ହୋଇ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଅଗ୍ରଗତି କରିଛି। ଆଜି, ଦେଶ ହତାଶା ଏବଂ ଅନ୍ଧକାରର ଯୁଗରୁ ଆତ୍ମବିଶ୍ୱାସ ଏବଂ ଆଶାବାଦର ଏକ ନୂତନ ଯୁଗକୁ ଗତି କରୁଛି, ବୋଲି ସେ ମଧ୍ୟ କହିଛନ୍ତି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
May 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ଯେଉଁ ସଠିକତା ସହିତ ଆମ ସେନାବାହିନୀ ସୀମା ଆରପାରିରେ ରହିଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହରେ ଭରିଦେଇଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
March 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।ଭାରତ ଉପରେ ଚଳିତ ସପ୍ତାହରେ ବିଶ୍ୱ
March 20th, 12:22 pm
ଆକାଶରୁ ସମୁଦ୍ର ପର୍ଯ୍ୟନ୍ତ, କୃତ୍ରିମ ବୁଦ୍ଧିଠାରୁ ଆରମ୍ଭ କରି ପ୍ରାଚୀନ କାରିଗରୀ ପର୍ଯ୍ୟନ୍ତ, ଏହି ସପ୍ତାହରେ ଭାରତର କାହାଣୀ ସମ୍ପ୍ରସାରଣ, ସଫଳତା ଏବଂ ସାହସିକ ପଦକ୍ଷେପର । ବଢୁଥିବା ବିମାନ ଚଳାଚଳ ଶିଳ୍ପ, ଭାରତ ମହାସାଗରରେ ବୈଜ୍ଞାନିକ ଉନ୍ମୋଚନ, ଏକ ଐତିହାସିକ ଉପଗ୍ରହ ଉତକ୍ଷେପଣ ଏବଂ ଏଆଇ ଚାକିରିରେ ବୃଦ୍ଧି - ଭାରତ ଆତ୍ମବିଶ୍ୱାସର ସହ ଭବିଷ୍ୟତରେ ପାଦ ରଖିଛି । ଇତିମଧ୍ୟରେ ଆର୍ମେନିଆ ସହ ସମ୍ପର୍କ ଗଭୀର ହେବା ସହ ଏକ ପ୍ରମୁଖ ଏରୋସ୍ପେସ୍ ଫାର୍ମ ଭାରତୀୟ ଉପକୂଳ ଉପରେ ନଜର ରଖିଛି ଏବଂ କାରିଗରମାନେ ଐତିହ୍ୟ ଖେଳନା ନିର୍ମାଣରେ ନୂଆ ଜୀବନ ନିଶ୍ୱାସ ନେଉଛନ୍ତି। ଆସନ୍ତୁ ସେହି କାହାଣୀଗୁଡ଼ିକୁ ଦେଖିବା ଯାହା ଭାରତର ଅବିସ୍ମରଣୀୟ ଉନ୍ନତିକୁ ବର୍ଣ୍ଣନା କରେ ।ରିପବ୍ଲିକ ପ୍ଲେନାରୀ ଶିଖର ସମ୍ମିଳନୀ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 06th, 08:05 pm
ଆପଣମାନେ ସବୁ ଥକି ପଡିଥିବେ? ଅର୍ଣ୍ଣବର ଉଚ୍ଚ ଶବ୍ଦ ଯୋଗୁଁ କାନ ନିଶ୍ଚିତ ଭାବେ ଥକି ଯାଇଥିବ। ବସନ୍ତୁ ଅର୍ଣ୍ଣବ, ଏହି ସମୟ ନିର୍ବାଚନର ସମୟ ନୁହେଁ। ସର୍ବ ପ୍ରଥମେ, ମୁଁ ରିପବ୍ଲିକ୍ ଟିଭିକୁ ତା’ର ଅଭିନବ ପ୍ରୟାସ ପାଇଁ ଅନେକ ଧନ୍ୟବାଦ ଦେଉଛି। ଆପଣମାନେ ଯୁବପିଢିକୁ ତ୍ରୂଣମୂଳ ସ୍ତରରେ ସାମିଲ କରି, ଏତେ ବଡ଼ ପ୍ରତିଯୋଗିତା କରାଇ ତାଙ୍କୁ ଏଠାକୁ ନେଇ ଆସିଛନ୍ତି। ଯେତେବେଳେ ଦେଶର ଯୁବବର୍ଗ ଜାତୀୟ ଆଲୋଚନାରେ ସାମିଲ ହୁଅନ୍ତି, ସେତେବେଳେ ବିଚାରରେ ନୂତନତା ଆସେ, ସେ ସମ୍ପୂର୍ଣ୍ଣ ପରିବେଶକୁ ଏକ ନୂତନ ଶକ୍ତିରେ ପରିପୂର୍ଣ୍ଣ କରେ ଏବଂ ଏହି ଶକ୍ତିକୁ ଆମେ ଏବେ ଏଠାରେ ମଧ୍ୟ ଅନୁଭବ କରୁଛୁ। ଏକ ପ୍ରକାରରେ ଆମେ ଯୁବକମାନଙ୍କର ଯୋଗଦାନ ଦ୍ୱାରା ପ୍ରତିବନ୍ଧକ ଗୁଡ଼ିକୁ ପ୍ରତିହତ କରିପାରୁ। ନିର୍ଦ୍ଧାରିତ ସୀମାଠାରୁ ଉପରକୁ ଯାଇପାରୁ, ଏମିତି କୌଣସି ଲକ୍ଷ୍ୟ ନାହିଁ, ଯାହାକୁ ଆମେ ପୂରଣ କରି ନ ପାରୁ। ଏମିତି କୌଣସି ଉଦ୍ଦେଶ୍ୟ ବାକି ରହେ ନାହିଁ ଯାହା ପର୍ଯ୍ୟନ୍ତ ପହଞ୍ଚି ନ ହେବ। ରିପବ୍ଲିକ୍ ଟିଭି ଏହି ସମ୍ମିଳନୀ ପାଇଁ ଏକ ନୂତନ କନ୍ସେପ୍ଟ ଉପରେ କାମ କରିଛି। ମୁଁ ଏହି ସମ୍ମିଳନୀର ସଫଳତା ପାଇଁ ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି, ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଏଥିରେ ମୋର ମଧ୍ୟ କିଛି ସ୍ୱାର୍ଥ ନିହିତ ଅଛି, ପ୍ରଥମତଃ ମୁଁ ପୂର୍ବରୁ ଏକ ଲକ୍ଷ ନବଯୁବକଙ୍କୁ ରାଜନୀତିକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି, ଏବଂ ସେହି ଏକ ଲକ୍ଷ ଯେଉଁମାନେ ତାଙ୍କର ପରିବାରରେ ପ୍ରଥମ ଥିବେ, ଏଥିପାଇଁ ଏହି ସମାରୋହଟି ମୋର ଉଦ୍ଦେଶ୍ୟ ପୂରଣ ପାଇଁ ଭୂମିକା ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି। ଦ୍ୱିତୀୟଟି, ମୋର ବ୍ୟକ୍ତିଗତ ଲାଭ ଅଟେ, ବ୍ୟକ୍ତିଗତ ଲାଭଟି ହେଉଛି ଯେ 2029ରେ ଯେଉଁମାନେ ଭୋଟ ଦେବାକୁ ଯିବେ, ସେମାନଙ୍କୁ ଜଣାନାହିଁ ଯେ, 2014 ପୂର୍ବରୁ ସାମ୍ପ୍ରତିକ ସମ୍ବାଦପତ୍ରର ହେଡଲାଇନ କିପରି ଥିଲା, ସେମାନେ ଜାଣନ୍ତି ନାହିଁ, 10-10, 12-12 ଲକ୍ଷ କୋଟିର ଘୋଟାଲା ହେଉ ଥିଲା, ସେମାନେ ଜାଣନ୍ତି ନାହିଁ, ଯେତେବେଳେ ସେମାନେ 2029ରେ ଭୋଟ ଦେବାକୁ ଯିବେ, ସେମାନଙ୍କ ସାମ୍ନାରେ ତୁଳନା ପାଇଁ କିଛି ନଥିବ ଏବଂ ଏଥିପାଇଁ ମତେ ସେହି ମାପଦଣ୍ଡରୁ ପାର ହେବାକୁ ହେବ, ଏବଂ ମୋର ଦୃଢ ବିଶ୍ୱାସ ଅଛି, ଯେ ପ୍ରସ୍ତୁତ କରାଯାଇଥିବା ଏହି ଭୂମିକା ସେତେବେଳେ ଏହି କାମକୁ ଶକ୍ତ କରିଦେବ।ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
March 06th, 08:00 pm
ଗୁରୁବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ତୃଣମୂଳସ୍ତରରେ ଯୁବକମାନଙ୍କୁ ସର୍ଜନାତ୍ମକ କାର୍ଯ୍ୟରେ ବିନିଯୋଗ କରି ହାକାଥନ ପ୍ରତିଯୋଗିତା ଆୟୋଜନ କରିଥିବାରୁ ରିପବ୍ଲିକ ଟିଭିକୁ ସେ ଧନ୍ୟବାଦ ଜଣାଇଥିଲେ । ଯେତେବେଳେ ଦେଶର ଯୁବକମାନେ ଜାତୀୟ ସମ୍ପାନରେ ନିଜକୁ ନିୟୋଜିତ କରିଥାନ୍ତି ସେତେବେଳେ ନୂଆ ଆଇଡିଆ ସୃଷ୍ଟି ହୋଇ ସମଗ୍ର ବାତାବରଣକୁ ସେମାନଙ୍କର ଊର୍ଜାରେ ଭରି ଦେଇଥାନ୍ତି । ଏହି ସମିଟରେ ସେହିପ୍ରକାର ଊର୍ଜା ପରିଲକ୍ଷିତ ହୋଇଥିବା ସେ କହିଥିଲେ । ସବୁ ପ୍ରକାର ବାଧାକୁ ଯୁବକମାନଙ୍କ ସମ୍ପୃକ୍ତି ହିଁ ଦୂର କରିଥାଏ ଓ ପ୍ରତି ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଇଥାଏ । ଏହି ସମିଟ ପାଇଁ ଏକ ନୂଆ ଚିନ୍ତାଧାରା ନେଇ ରିପବ୍ଲିକ ଟିଭି କାମ କରୁଥିବାରୁ ସେ ପ୍ରଶଂସା କରିଥିଲେ । କୌଣସି ରାଜନୈତିକ ପୃଷ୍ଠଭୂମି ନଥାଇ ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆଣିବାକୁ ତାଙ୍କ ଚିନ୍ତାଧାରା ରହିଥିବା ସେ କହିଥିଲେ ।ଏମ୍. ଏସ୍. ଏମ୍. ଇ. କ୍ଷେତ୍ର ଉପରେ ବଜେଟ୍ ପରବର୍ତ୍ତୀ ତିନୋଟି ୱେବିନାରକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
March 04th, 01:00 pm
କ୍ୟାବିନେଟର ମୋର ସମସ୍ତ ସହଯୋଗୀ, ଅର୍ଥ ଏବଂ ଅର୍ଥ ନୀତି ବିଶେଷଜ୍ଞ, ହିତାଧିକାରୀ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 04th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ଅଭିବୃଦ୍ଧି, ଉତ୍ପାଦନ, ରପ୍ତାନି ଏବଂ ଆଣବିକ ଶକ୍ତି ମିଶନ, ନିୟନ୍ତ୍ରଣ, ନିବେଶ ଏବଂ ବ୍ୟବସାୟ କରିବାରେ ସହଜତା ଆଦି ବିଷୟ ଉପରେ ଏହି ୱେବିନାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ପାଦନ ଏବଂ ରପ୍ତାନି ଉପରେ ଆୟୋଜିତ ଏହି ବଜେଟ୍ ପରବର୍ତ୍ତୀ ୱେବିନାର୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବଜେଟକୁ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ବୋଲି ଉଲ୍ଲେଖ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବଜେଟର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ଏହାର ଆଶାନୁରୂପ ଫଳାଫଳ । ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞଙ୍କ ଆଶାଠାରୁ ଅଧିକ ପଦକ୍ଷେପ ସରକାର ନେଇଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଚଳିତ ବଜେଟରେ ଉତ୍ପାଦନ ଏବଂ ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 06th, 04:21 pm
ଭାରତର ଉପଲବ୍ଧି ସମ୍ପର୍କରେ ଭାରତଠାରୁ ବିଶ୍ୱର ଆଶା ଏବଂ ଏକ 'ବିକଶିତ ଭାରତ' ଗଠନ ସମ୍ବନ୍ଧରେ ଭାରତରେ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବିକଶିତ କରିବାର ସଂକଳ୍ପ ଉପରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି, ସେ ଦେଶର ଭବିଷ୍ୟତ ପାଇଁ ଏକ ଦିଗ ମଧ୍ୟ ଦେଖାଇଛନ୍ତି। ସମ୍ମାନନୀୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରେରଣାଦାୟୀ ଏବଂ ପ୍ରଭାବଶାଳୀ ଥିଲା, ଏବଂ ଏହା ଭବିଷ୍ୟତ କାର୍ଯ୍ୟ ପାଇଁ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶନ ଭାବରେ କାର୍ଯ୍ୟ କରିଥିଲା। ମୁଁ ଏଠାରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କୁ ତାଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ଜଣାଇବାକୁ ଆସି ଏହି ସ୍ଥାନରେ ଉପସ୍ଥିତ ହୋଇଛି ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
February 06th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି। ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ସଫଳତା, ଭାରତଠାରୁ ବିଶ୍ୱର ଆଶା ଏବଂ ଏକ ବିକଶିତ ଭାରତ ନିର୍ମାଣରେ ସାଧାରଣ ଜନତାଙ୍କ ଆତ୍ମବିଶ୍ୱାସ ସାମିଲ ଥିଲା। ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରେରଣାଦାୟୀ, ପ୍ରଭାବଶାଳୀ ଏବଂ ଭବିଷ୍ୟତର କାର୍ଯ୍ୟ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଛି । ଏହି ଅଭିଭାଷଣ ପାଇଁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଥିଲେ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 04th, 07:00 pm
ମୁଁ ମାନ୍ୟବର ରାଷ୍ଟ୍ରପତିଜୀଙ୍କ ସମ୍ୱୋଧନ ଉପରେ ଧନ୍ୟବାଦ ଜଣାଇବାକୁ ଆଜି ଏଠାରେ ଉପସ୍ଥିତ ହୋଇଛି। ଗତକାଲି ଏବଂ ଆଜି ବିଳମ୍ୱିତ ରାତି ପର୍ଯ୍ୟନ୍ତ, ସମସ୍ତ ମାନ୍ୟବର ସାଂସଦମାନେ ସେମାନଙ୍କ ଚିନ୍ତାଧାରା ଦ୍ୱାରା କୃତଜ୍ଞତାର ସହ ସମୃଦ୍ଧ କରିଥିଲେ। ଅନେକ ସମ୍ମାନନୀୟ ଅଭିଜ୍ଞ ସାଂସଦ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ, ଏବଂ ସ୍ୱାଭାବିକ ଭାବେ ଗଣତନ୍ତ୍ରର ଏକ ପରମ୍ପରା ମଧ୍ୟ ରହିଛି, ଯେଉଁଠି ଆବଶ୍ୟକତା ଥିଲା, ସେଠାରେ ପ୍ରଶଂସା କରାଯାଉଥିଲା, ଯେଉଁଠି କିଛି ଅସୁବିଧା ଥିଲା, କିଛି ନକାରାତ୍ମକ କଥାବାର୍ତ୍ତା ମଧ୍ୟ ହେଉଥିଲା, କିନ୍ତନ୍ତୁ ଏହା ଅତି ସ୍ୱାଭାବିକ! ଅଧ୍ୟକ୍ଷ ମହୋଦୟ, ଏହା ମୋ ପାଇଁ ଏକ ବଡ଼ ସୌଭାଗ୍ୟ ଯେ ଦେଶର ଲୋକମାନେ ମୋତେ ୧୪ ତମ ଥର ଏହି ସ୍ଥାନରେ ବସି ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ପ୍ରତି କୃତଜ୍ଞତା ବ୍ୟକ୍ତ କରିବାର ସୁଯୋଗ ଦେଇଛନ୍ତି ଏବଂ ସେଥିପାଇଁ ମୁଁ ଆଜି ମଧ୍ୟ ଜନସାଧାରଣଙ୍କୁ ବହୁତ ସମ୍ମାନର ସହ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଏବଂ ଯେଉଁମାନେ ଗୃହରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଆଲୋଚନାକୁ ସମୃଦ୍ଧ କରିଥିଲେ ସେମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 04th, 06:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତକାଲି ଏବଂ ଆଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟବର ସାଂସଦଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପରମ୍ପରାରେ ଆବଶ୍ୟକ ସ୍ଥଳେ ପ୍ରଶଂସା ଏବଂ ଆବଶ୍ୟକ ସ୍ଥଳେ କିଛି ନକାରାତ୍ମକ ମନ୍ତବ୍ୟ ସାମିଲ ଥାଏ, ଯାହା ସ୍ୱାଭାବିକ। ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତଙ୍କୁ ସେମାନଙ୍କର ବିଚାର ପାଇଁ ସେ ପ୍ରଶଂସା କରିଥିଲେ।ଏକ ବଜେଟ୍ ଯାହା ବିକଶିତ ଭାରତ ନିର୍ମାଣର ଆମର ସାମୂହିକ ସଂକଳ୍ପକୁ ଅଧିକ ଗତିଶୀଳ କରିବ : ପ୍ରଧାନମନ୍ତ୍ରୀ
February 01st, 05:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ବଜେଟ୍ ୨୦୨୫ର ପ୍ରଶଂସା କରି କହିଛନ୍ତି ଏହା ଭାରତର ପ୍ରଗତି ପାଇଁ ଗେମ୍ ଚେଞ୍ଜର୍ ହେବ । ବିକଶିତ ଭାରତ ଦିଗରେ ଦେଶର ଯାତ୍ରାକୁ ତ୍ୱାରାନ୍ୱିତ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।କେନ୍ଦ୍ର ବଜେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 01st, 03:00 pm
ଆଜି ଭାରତର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ! ଏହା 140 କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ୍, ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଏକ ବଜେଟ୍। ଆମେ ଯୁବକମାନଙ୍କ ପାଇଁ ଅନେକ କ୍ଷେତ୍ର ଉନ୍ମୁକ୍ତ କରିଛୁ। ସାଧାରଣ ନାଗରିକ ବିକଶିତ ଭାରତର ଅଭିଯାନକୁ ଆଗେଇ ନେବାକୁ ଯାଉଛନ୍ତି। ଏହି ବଜେଟ୍ ବହୁ ଶକ୍ତି ଗୁଣକ। ଏହି ବଜେଟ୍ ସଞ୍ଚୟ ବୃଦ୍ଧି କରିବ, ନିବେଶ ବୃଦ୍ଧି କରିବ, ଉପଭୋଗ ବୃଦ୍ଧି କରିବ ଏବଂ ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରିବ। ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଜୀ ଏବଂ ତାଙ୍କ ସମଗ୍ର ଟିମକୁ ଏହି ଜନତା ଜନାର୍ଦନଙ୍କ ବଜେଟ୍, ପିପୁଲ୍ସ ବଜେଟ୍ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
February 01st, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି। ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।