ଏସ୍ଏଏଫ୍ଏଫ୍ ମହିଳା ଚାମ୍ପିଅନ୍ସିପ୍ ୨୦୨୬ ଜିତିଥିବାରୁ ଭାରତୀୟ ମହିଳା ଫୁଟବଲ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

June 07th, 01:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମହିଳା ଫୁଟବଲ ଦଳକୁ ଏସ୍. ଏ. ଏଫ୍. ଏଫ୍. ମହିଳା ଚାମ୍ପିଅନସିପ୍ ୨୦୨୬ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସେମାନେ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

Prime Minister congratulates Indian Men’s U18 Hockey Team on winning the Men’s U18 Asia Cup 2026

June 06th, 06:18 pm

Prime Minister Shri Narendra Modi today praised a splendid accomplishment by India's young hockey players. The Prime Minister congratulated the Indian Men’s U18 Hockey Team on winning the Men’s U18 Asia Cup 2026.

Prime Minister congratulates Indian Women’s U18 Hockey Team on securing Bronze Medal at the U18 Asia Cup 2026

June 06th, 06:16 pm

Prime Minister Shri Narendra Modi today congratulated the Indian Women’s U18 Hockey Team on securing the Bronze Medal at the U18 Asia Cup 2026. The Prime Minister noted that the team displayed remarkable grit throughout the tournament.

ବିଶ୍ୱକପ୍ ବିଜୟ ପାଇଁ ଭାରତର ୧୯ ବର୍ଷରୁ କମ୍ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

February 06th, 09:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକପ୍ ଟାଇଟଲ୍ ଜିତିଥିବା ଭାରତର ୧୯ ବର୍ଷରୁ କମ୍ କ୍ରିକେଟ ଦଳର ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।

ଉତ୍ତରାଖଣ୍ଡର ଡେରାଡୁନରେ 38ତମ ଜାତୀୟ କ୍ରୀଡା ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 28th, 09:36 pm

ଦେବଭୂମି ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ଜୀ, ଯୁବ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଜୀ, ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ଅଜୟ ଟମ୍ଟା ଜୀ, ରକ୍ଷା ଖଡ଼ସେ ଜୀ, ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତି ରିତୁ ଖଣ୍ଡୁରୀ ଜୀ, କ୍ରୀଡ଼ା ମନ୍ତ୍ରୀ ରେଖା ଆର୍ଯ୍ୟ ଜୀ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଭାପତି କ୍ରିସ୍ ଜେନକିନ୍ସ ଜୀ, ଆଇଓଏର ସଭାପତି ପି।ଟି ଉଷା ଜୀ, ସାଂସଦ ମହେନ୍ଦ୍ର ଭଟ୍ଟ ଜୀ, ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଆସିଥିବା ସମସ୍ତ ଖେଳାଳି ଏବଂ ଅନନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି!

ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 28th, 09:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଯୁବକମାନଙ୍କ ଶକ୍ତିରେ ଉତ୍ତରାଖଣ୍ଡ ଆଜି ଉଜ୍ଜ୍ୱଳ ହୋଇଉଠିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବା କେଦାରନାଥ, ବଦ୍ରିନାଥ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦରେ ଆଜି ୩୮ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେଉଛି। ଉତ୍ତରାଖଣ୍ଡ ଗଠନ ହେବାର ଏହା ୨୫ତମ ବର୍ଷ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ଦେଶର ଯୁବ କ୍ରୀଡ଼ାବିତମାନେ ଏହି ଯୁବ ରାଜ୍ୟରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏକ ସୁନ୍ଦର ଚିତ୍ର ପ୍ରଦର୍ଶିତ ହୋଇଛି। ଜାତୀୟ କ୍ରୀଡ଼ାର ଏହି ସଂସ୍କରଣରେ ଅନେକ ସ୍ଥାନୀୟ ଖେଳକୁ ସାମିଲ କରାଯାଇଛି ଏବଂ ଏହାର ବିଷୟବସ୍ତୁ ‘ସବୁଜ କ୍ରୀଡ଼ା’ ରଖାଯାଇଛି କାରଣ ଏଥିରେ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରାଯାଇଛି। ଏହି ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ବର୍ଜ୍ୟବସ୍ତୁରୁ ଟ୍ରଫି ଏବଂ ପଦକ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ପ୍ରତ୍ୟେକ ପଦକ ବିଜେତାଙ୍କ ନାମରେ ଏକ ବୃକ୍ଷ ରୋପଣ କରାଯିବ, ଯାହା ଏକ ବଡ଼ ପଦକ୍ଷେପ। ଚମତ୍କାର ପ୍ରଦର୍ଶନ ପାଇଁ ସେ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଉତ୍ତରାଖଣ୍ଡ ସରକାର ଏବଂ ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଓଡ଼ିଆ ଅନୁବାଦ

April 24th, 10:10 am

ମୁଁ ଖୁସି ଯେ ଦେଶର କ୍ରୀଡ଼ା ମନ୍ତ୍ରୀଙ୍କ ସମ୍ମିଳନୀ ଏହି ‘ଚିନ୍ତନ ଶିବିର’ ଚଳିତ ବର୍ଷ ମଣିପୁରରେ ଅନୁଷ୍ଠିତ ହେଉଛି। ଉତ୍ତର ପୂର୍ବର ଅନେକ କ୍ରୀଡ଼ାବିତ୍ ତିରଙ୍ଗାକୁ ଗୌରବାନ୍ୱିତ କରି ଦେଶ ପାଇଁ ପଦକ ଜିତିଛନ୍ତି । ଦେଶର କ୍ରୀଡା ପରମ୍ପରାକୁ ଆଗକୁ ନେବାରେ ଉତ୍ତର ପୂର୍ବ ଏବଂ ମଣିପୁର ଯଥେଷ୍ଟ ଅବଦାନ ରଖିଛନ୍ତି। ସାଗୋଲ କାଙ୍ଗଜାଇ, ଥାଙ୍ଗ-ତା, ୟୁବି ଲକ୍‌ପୀ, ମୁକନା ଏବଂ ହିଆଙ୍ଗ ତନ୍ନାବା ଭଳି ସ୍ୱଦେଶୀ ଖେଳଗୁଡିକ ନିଶ୍ଚିତ ଭାବରେ ଅତ୍ୟନ୍ତ ଆକର୍ଷଣୀୟ । ଉଦାହରଣ ସ୍ୱରୂପ, ମଣିପୁରର ଓଲାଓବିରେ କବାଡିର ଝଲକ ଅଛି । ହିଆଙ୍ଗ ତନ୍ନାବା କେରଳର ଏକ ଡଙ୍ଗା ରେସକୁ ମନେ ପକାଇଥାଏ। ଏବଂ ମଣିପୁରର ପୋଲୋ ସହିତ ଏକ ଐତିହାସିକ ସମ୍ପର୍କ ଅଛି। ଯେପରି ଉତ୍ତର ପୂର୍ବ ଦେଶର ସାଂସ୍କୃତିକ ବିବିଧତା ପାଇଁ ନୂତନ ରଙ୍ଗ ଯୋଗ କରିଥାଏ, ଏହା ଦେଶର କ୍ରୀଡା ବିବିଧତାକୁ ମଧ୍ୟ ନୂଆ ଦିଗ ଦେଇଥାଏ। ମୁଁ ଆଶା କରୁଛି ଯେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କ୍ରୀଡା ମନ୍ତ୍ରୀମାନେ ମଣିପୁର ଠାରୁ ବହୁତ କିଛି ଶିଖିବେ ଏବଂ ମୁଁ ନିଶ୍ଚିତ ଯେ ମଣିପୁରର ଲୋକଙ୍କ ଭଲ ପାଇବା ଏବଂ ଆତିଥ୍ୟ ଆପଣଙ୍କ ରହଣିକୁ ଅଧିକ ଆନନ୍ଦଦାୟକ କରିବ । ଏହି ‘ଚିନ୍ତନ ଶିବିର’ରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ା ମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମୁଁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ କୁ ସମ୍ବୋଧିତ କରିଛନ୍ତି

April 24th, 10:05 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / ୟୁଟି ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ ଙ୍କୁ ସମ୍ବୋଧିତ କରିଛନ୍ତି।