Cabinet approves upgradation of National Highway-56 sections in Gujarat at Rs.4583.64 Crore

February 14th, 01:02 pm

The Cabinet Committee on Economic Affairs, chaired by PM Modi, has approved the project for the construction of 4-lane sections in Gujarat with a total project length of 107.67 km, costing Rs. 4583.64 crore. The project will improve connectivity to tribal areas, thereby supporting economic growth and development of the region. It will also enhance connectivity to the Statue of Unity.

‘ମିଶନ ମୋଡରେ ପର୍ଯ୍ୟଟନର ବିକାଶ’ଉପରେ ବଜେଟ ପରବର୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 03rd, 10:21 am

ଏହି ୱେବିନାରରେ ଉପସ୍ଥିତ ସମସ୍ତ ମହାନୁଭବଙ୍କୁ ସ୍ୱାଗତ। ଆଜିର ନୂତନ ଭାରତ, ନୂତନ କାର୍ଯ୍ୟ ସଂସ୍କୃତି ସହିତ ଆଗକୁ ବଢ଼ୁଛି। ଚଳିତ ଥରର ବଜେଟରେ ମଧ୍ୟ ବେଶ ପ୍ରଶଂସା ହୋଇଛି, ଦେଶର ଲୋକମାନେ ଏହାକୁ ବହୁତ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି। ଯଦି ପୁରୁଣା କାର୍ଯ୍ୟ ସଂସ୍କୃତି ହୋଇଥାନ୍ତା, ତେବେ ଏଭଳି ବଜେଟ ୱେବିନାର ଗୁଡିକ ବିଷୟରେ କେହି ଚିନ୍ତା ହିଁ କରି ନ ଥାନ୍ତେ। କିନ୍ତୁ ଆଜି ଆମ ସରକାର ବଜେଟ ପୂର୍ବରୁ ଏବଂ ବଜେଟ ପରେ ମଧ୍ୟ ପ୍ରତ୍ୟେକ ଅଂଶୀଦାରଙ୍କ ସହିତ ବିସ୍ତୃତ ଭାବେ ଚର୍ଚ୍ଚା କରୁଛନ୍ତି, ସେମାନଙ୍କୁ ସାଙ୍ଗରେ ନେଇ ଚାଲିବାର ପ୍ରୟାସ କରୁଛନ୍ତି। ବଜେଟର ସର୍ବାଧିକ ସଫଳତା ବା ପରିଣାମ କିପରି ଆସିବ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କିଭଳି ହୋଇପାରିବ, ଯେଉଁ ଲକ୍ଷ୍ୟ ବଜେଟରେ ସ୍ଥିର କରାଯାଇଛି, ତାହା ହାସଲ କରିବାରେ ଏହି ୱେବିନାର ଏକ ଉତପ୍ରେରକ ଭଳି କାର୍ଯ୍ୟ କରିଥାଏ । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ, ସାରକାରର ମୁଖ୍ୟ ଭାବେ କାର୍ଯ୍ୟ କରିବାରେ ମୋର 20 ବର୍ଷରୁ ଅଧିକ ସମୟର ଅନୁଭବ ରହିଛି । ଏହି ଅନୁଭବର ଏକ ସାରାଂଶ ମଧ୍ୟ ଏହା ହେଉଛି ଯେ, ଯେତେବେଳେ କିଛି ନୀତିଗତ ନିଷ୍ପତିରେ ସମସ୍ତ ସହଯୋଗୀମାନେ ସାମିଲ ହୋଇଥାନ୍ତି, ସେତେବେଳେ ଆଶାନୁରୂପ ପରିଣାମ ମିଳିଥାଏ, ସମୟସୀମା ମଧ୍ୟରେ ପରିଣାମ ଆସିଥାଏ । ଆମେ ଦେଖିଛୁ ଯେ ବିଗତ କିଛି ଦିନରେ ଯେଉଁ ୱେବିନାର ହୋଇଛି ସେଥିରେ ହଜାର ହଜାର ଲୋକ ଆମ ସହିତ ଯୋଡି ହୋଇଛନ୍ତି, ସାରା ଦିନ ସବୁଲୋକମାନେ ମିଳିମିଶି ବହୁତ ମନ୍ଥନ କରି ଚାଲିଥିଲେ ଏବଂ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ମତାମତ ଆସିଲା ଏବଂ ଆଗକୁ ମଧ୍ୟ ଆସିବ । ଯେଉଁ ବଜେଟ ଅଛି ତାହା ଉପରେ ଧ୍ୟାନ କେନ୍ଦ୍ରୀତ କରାଗଲା ଏବଂ ତାହାକୁ ନେଇ କିପରି ଆଗକୁ ବଢି ହେବ ତାହା ଉପରେ ବହୁତ ଉତମ ପ୍ରସ୍ତାବ ଆସୁ । ଆଜି ଆମେ ଦେଶର ପର୍ଯ୍ୟଟନ କ୍ଷେତ୍ରର କାୟାକଳ୍ପ ପାଇଁ ଏହି ବଜେଟ ୱେବିନାର କରୁଛେ ।

ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍‍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

March 03rd, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ଏକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । କେନ୍ଦ୍ର ବଜେଟ୍ ୨୦୨୩ ରେ ଘୋଷିତ ପଦକ୍ଷେପଗୁଡ଼ିକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ୧୨ ଟି ବଜେଟ୍ ପରବର୍ତ୍ତୀ ୱେବିନାରର ଏହା ହେଉଛି ସପ୍ତମ ।

ଡିସେମ୍ବର ୧୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରାଣାସୀ ଗସ୍ତ ଓ ଶ୍ରୀ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର କରିବେ ଉଦ୍ଘାଟନ

December 12th, 03:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୧୩-୧୪ ତାରିଖ ଦିନ ବାରାଣାସୀ ଗସ୍ତରେ ଯିବେ । ଡିସେମ୍ବର ୧୩ ତାରିଖ ଦିନ ଅପରାହ୍ନ ୧ଟା ସମୟରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବେ ଏବଂ ସେଠାରେ ପୂଜାର୍ଚ୍ଚନା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଶ୍ରୀ କାଶୀ ବିଶ୍ୱନାଥ ଧାମର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରିବେ । ୩୩୯ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି ।

ଗୁଜରାଟର ସୋମନାଥଠାରେ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 20th, 11:01 am

ଜୟ ସୋମନାଥ ! କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହୋଇଥିବା ଶ୍ରଧେୟ ଲାଲକୃଷ୍ଣ ଆଡୱାଣୀ ମହାଶୟ, ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ମହାଶୟ, ଶ୍ରୀପଦ ନାଇକ ମହାଶୟ, ଅଜୟ ଭଟ୍ଟ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ, ଗୁଜରାଟ ସରକାର ପର୍ଯ୍ୟଟନ ମନ୍ତ୍ରୀ ଜବାହର ମହାଶୟ, ୱାସନ ଭାଇ, ଲୋକସଭାରେ ମୋର ସାଥୀ ରାଜେଶ ଭାଇ, ସୋମନାଥ ମନ୍ଦିରର ଟ୍ରଷ୍ଟର ଷ୍ଟଟ୍ରି ଶ୍ରୀ ପ୍ରବୀଣ ଲାହିରୀ ମହାଶୟ, ସମସ୍ତ ଶ୍ରଦ୍ଧାଳୁ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ !

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୋମନାଥର ବହୁମୁଖୀ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ

August 20th, 11:00 am

ଗୁଜରାଟର ସୋମନାଥଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକର ଉଦ୍‌ଘାଟନ ମଧ୍ୟ କରିଛନ୍ତି । ଉଦ୍‌ଘାଟିତ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ସୋମନାଥ ପ୍ରମୋଦ ସ୍ଥଳୀ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପ୍ରାଚୀନ ସୋମନାଥ ପରିସର ମଧ୍ୟରେ ପୁର୍ନଗଠିତ ମନ୍ଦିର । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ପାର୍ବତୀ ମନ୍ଦିରର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶ୍ରୀ ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଅଗଷ୍ଟ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ସୋମନାଥ ଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

August 18th, 05:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ସୋମନାଥରେ ଅଗଷ୍ଟ ୨୦ତାରିଖ ଦିନ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ । ଉଦଘାଟିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସୋମନାଥ ପ୍ରୋମେନାଡ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପୁରୁଣା (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ପାର୍ବତୀ ମନ୍ଦିରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।