ଟୋକିଓରେ ୨୫ତମ ଗ୍ରୀଷ୍ମକାଳୀନ ବଧିର ଅଲିମ୍ପିକ୍ସ ୨୦୨୫ରେ ଅସାଧାରଣ ପ୍ରଦର୍ଶନ ପାଇଁ ଭାରତୀୟ ବଧିର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 27th, 05:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ ଅନୁଷ୍ଠିତ ୨୫ତମ ଗ୍ରୀଷ୍ମକାଳୀନ ବଧିର ଅଲିମ୍ପିକ୍ସ ୨୦୨୫ରେ ଅସାଧାରଣ ପ୍ରଦର୍ଶନ ପାଇଁ ଭାରତର ବଧିର ଖେଳାଳିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରାଦେଶିକ ରାଜ୍ୟପାଳମାନଙ୍କ ସହିତ ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

August 30th, 08:00 am

ଆପଣମାନଙ୍କ ସହିତ ଆଜି ଯୋଗ ଦେଇ ମୁଁ ବହୁତ ଖୁସି। ଆପଣମାନେ ସମସ୍ତେ ଜାପାନର ବିବିଧତା ଏବଂ ଶକ୍ତିର ଏକ ଜୀବନ୍ତ ଉଦାହରଣ।

ଜାପାନର ବିଭିନ୍ନ ପ୍ରାନ୍ତର ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

August 30th, 07:34 am

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଭାରତ -ଜାପାନ ସମସାମୟିକ ସମ୍ବନ୍ଧ, ଦୁଇ ଦେଶ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ସମ୍ପର୍କରୁ ମିଳୁଥିବା ଜୀବନ ଶକ୍ତି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀତାକୁ ଗୁରୁତ୍ୱ ଦେଇ ସେ କହିଥିଲେ, ସମୟ ଆସିବରାଜ୍ୟ-ପ୍ରାନ୍ତ ସମ୍ପର୍କକୁ ଗୁରୁତ୍ୱ ମିଳିବ ଏବଂ ଟୋକିଓ-ଦିଲ୍ଲୀ କୈନ୍ଦ୍ରିକ ସମ୍ପର୍କରୁ ଏହା ଆହୁରି ଆଗକୁ ଯାଇପାରିବ । ଏହି ପରିପ୍ରେକ୍ଷୀରେ ସେ ପଞ୍ଚଦଶ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାନ୍ତ ସହଯୋଗିତାକୁ ଗୁରୁତ୍ୱ ଦେଇଥିଲେ । ଯାହାକି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଟେକ୍ନୋଲୋଜି, ପର୍ଯ୍ୟଟନ, ଦକ୍ଷତା, ସୁରକ୍ଷା ଏବଂ ସାଂସ୍କୃତିକ ସମ୍ବନ୍ଧକୁ ବଢ଼ାଇବାରେ ସହାୟକ ହୋଇପାରିବ । ସେ ଗଭର୍ଣ୍ଣର ମାନଙ୍କୁ ଓ ଭାରତର ରାଜ୍ୟ ସରକାରମାନଙ୍କୁ ନିର୍ମାଣ କ୍ଷେତ୍ର, ଟେକ୍ନୋଲୋଜି, ନବାଚାର, ଗତିଶୀଳତା, ପରବର୍ତ୍ତୀ ପିଢ଼ି ମୌଳିକ ଭିତ୍ତିଭୂମି, ଷ୍ଟାର୍ଟଅପ ଏବଂ ଏସଏମଇ କ୍ଷେତ୍ରରେ ନୂତନ ସମ୍ଭାବନାର ଲାଭ ଉଠାଇବା ସହ ସହଭାଗିତା କରିବାକୁ ଆହ୍ୱାନ ଦେଇଥିଲେ ।

ତଥ୍ୟ ଆଧାରିତ ସୂଚନା : ଭାରତ-ଜାପାନ ଅର୍ଥନୈତିକ ସୁରକ୍ଷା ସହଯୋଗ

August 29th, 08:12 pm

ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତା, ଯାହା ଆମର ସାଧାରଣ ମୂଲ୍ୟବୋଧ ଏବଂ ପାରସ୍ପରିକ ସମ୍ମାନରେ ସ୍ଥାପିତ ଉଭୟ ଦେଶର ସୁରକ୍ଷା ଏବଂ ସମୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆର୍ଥିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ହେଉଛି ଆମର ଦ୍ୱିପାକ୍ଷିକ ସହଯୋଗର ଏକ ପ୍ରମୁଖ ସ୍ତମ୍ଭ ଯାହା ଆମର ରଣନୈତିକ ଦୃଷ୍ଟିକୋଣ ଏବଂ ଆର୍ଥିକ ଆବଶ୍ୟକତାରେ ବୃଦ୍ଧି ପାଉଥିବା ସମନ୍ୱୟରୁ ଉତ୍ପନ୍ନ ହୋଇଛି ।

ଜାପାନର ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

August 29th, 06:43 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ଜାପାନରେ ପହଞ୍ଚିଥିଲେ। ଜାପାନରେ ପ୍ରଧାନମନ୍ତ୍ରୀ 15ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଭାରତ ଏବଂ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀର ସମୀକ୍ଷା କରିବେ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ।

ତଥ୍ୟ ପତ୍ର:୨୦୨୪ କ୍ୱାଡ ନେତୃବୃନ୍ଦଙ୍କ ସମ୍ମିଳନୀ

September 22nd, 12:06 pm

୨୧ ସେପ୍ଟେମ୍ବର ୨୦୨୪ରେ ରାଷ୍ଟ୍ରପତି ଯୋଶେଫ ଆର.ବାଇଡେନଙ୍କ ଅଧ୍ୟକ୍ଷତାରେ ୱିଲମନ୍ଟନ୍‌, ଡେଲୱେୟାରଠାରେ ଅନୁଷ୍ଠିତ ଚତୁର୍ଥ କ୍ୱାଡ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଜାପାନର ପ୍ରଧାନମନ୍ତ୍ରୀ କିସିଦା ଫୁମିଓ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।

ସୁଶ୍ରୀ ଦୀପାଳି ଝାଭେରି ଓ ଶ୍ରୀ ଓଟା ଜାପାନର ଜୋଟୋ ଫାୟାର ଷ୍ଟେସନ ଦ୍ୱାରା ସମ୍ମାନିତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

April 06th, 09:47 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗତ ଅକ୍ଟୋବରରେ ଟୋକିଓ ଠାରେ ଆୟୋଜିତ ଦାଣ୍ଡିଆ ମସ୍ତି ୨୦୨୨ରେ ଜଣେ ବ୍ୟକ୍ତିଙ୍କୁ ସିପିଆର ଓ ଏଇଡି ପ୍ରଦାନ କରି ତାଙ୍କ ଜୀବନ ରକ୍ଷା କରିଥିବାରୁ ଜାପାନରେ ରହୁଥିବା ଭାରତୀୟ ମହିଳା ସୁଶ୍ରୀ ଦୀପାଳି ଝାଭେରି ଓ ଶ୍ରୀ ଓଟାଙ୍କୁ ଜୋଟୋ ଫାୟାର ଷ୍ଟେସନ ଦ୍ୱାରା ସମ୍ମାନିତ କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ

September 27th, 04:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓର ନିପନ୍ ବୁଡୋକାନରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ୨୦ ରୁ ଅଧିକ ରାଷ୍ଟ୍ର / ସରକାର ମୁଖ୍ୟଙ୍କ ସମେତ ୧୦୦ ରୁ ଅଧିକ ଦେଶର ପ୍ରତିନିଧୀ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିଥିଲେ ।

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 27th, 09:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ମିଃ ଫୁମିଓ କିଶିଦାଙ୍କ ସହିତ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଭୀର ସମବେଦନା ଜଣାଇଥିଲେ । ଭାରତ-ଜାପାନ ସହଭାଗିତାକୁ ସୁଦୃଢ଼ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିକଳ୍ପନାକୁ ପୂର୍ଣ୍ଣ ରୂପ ଦେବା ଦିଗରେ ପରଲୋକଗତ ପ୍ରଧାନମନ୍ତ୍ରୀ ଆବେଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଜାପାନର ଟୋକିଓରେ ପହଞ୍ଚିଛନ୍ତି

September 27th, 03:49 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ଟୋକିଓରେ ପହଞ୍ଚିଛନ୍ତି । ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ସମାରୋହରେ ଯୋଗଦେବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ

September 26th, 06:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ । ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାଉଛନ୍ତି ।

ଜୁଲାଇ ୨୦ ତାରିଖରେ କମନୱେଲଥ ଗେମ୍ସ ୨୦୨୨ ପାଇଁ ସ୍ଥିରୀକୃତ ଭାରତୀୟ ଦଳ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

July 18th, 05:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କମନୱେଲଥ ଗେମ୍ସ (ସିଡବ୍ଲ୍ୟୁଜି) ୨୦୨୨ ପାଇଁ ଜୁଲାଇ ୨୦, ୨୦୨୨ ପୂର୍ବାହ୍ନ ୧୦ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ଦଳ ସହିତ ଆଲୋଚନା କରିବେ । ଉଭୟ ଆଥଲେଟ୍ ତଥା ସେମାନଙ୍କ ପ୍ରଶିକ୍ଷକମାନଙ୍କ ସହ ମଧ୍ୟ ଆଲୋଚନା ହେବ ।

୪୪ତମ ଚେସ୍ ଅଲମ୍ପିଆଡ ପାଇଁ ଟର୍ଚ୍ଚ ରିଲେର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 19th, 05:01 pm

ଚେସ୍ ଅଲମ୍ପିଆଡର ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର କ୍ୟାବିନେଟର ମୋର ସହକର୍ମୀ, ଅନ୍ତର୍ଜାତୀୟ ଚେସ୍ ଫେଡେସେନର ସଭାପତି ଆରକେଡି ଡବରକୋୱିଚ, ଅଲଇଣ୍ଡିଆ ଚେସ୍ ଫେଡେରେସନର ସଭାପତି, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନର, ଚେସ୍ ଏବଂ ଅନ୍ୟାନ୍ୟ କ୍ରୀଡ଼ା ସଂଗଠନ ସହିତ ଜଡ଼ିତ ପ୍ରତିନିଧିଗଣ, ରାଜ୍ୟ ସରକାରଙ୍କ ପ୍ରତିନିଧିଗଣ, ଅନ୍ୟ ସମସ୍ତ ମାନ୍ୟଗଣ ବ୍ୟକ୍ତି, ଚେସ୍ ଅଲମ୍ପିଆଡ ଦଳର ସଦସ୍ୟ ଏବଂ ଚେସର ଅନ୍ୟ ଖେଳାଳିଗଣ, ମହିଳା ଏବଂ ଭଦ୍ର ଲୋକମାନେ!

PM launches historic torch relay for 44th Chess Olympiad

June 19th, 05:00 pm

Prime Minister Modi launched the historic torch relay for the 44th Chess Olympiad at Indira Gandhi Stadium, New Delhi. PM Modi remarked, We are proud that a sport, starting from its birthplace and leaving its mark all over the world, has become a passion for many countries.”

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

May 24th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମେ ୨୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଜୋଶେଫ ଆର. ବାଇଡେନଙ୍କ ସହିତ ଟୋକିଓଠାରେ ଏକ ଉତ୍ସାହୀ ତଥା ପ୍ରଭାବୀ ବୈଠକ କରିଥିଲେ । ଏହି ବୈଠକର ନିର୍ଯାସ ବେଶ ପରିଣାମଦର୍ଶୀ ହୋଇପାରିଛି ଯାହ କି ଦ୍ୱିପାକ୍ଷିକ ସହଯୋଗିତାକୁ ଆହୁରି ଗଭୀର ତଥା ଗତିଶୀଳ କରାଇ ପାରିବ ।

ଭାରତ ସରକାର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମଧ୍ୟରେ ନିବେଶ ପ୍ରୋତ୍ସାହନ ରାଜିନାମା

May 23rd, 06:25 pm

ଭାରତ ସରକାର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମଧ୍ୟରେ ଆଜି ଜାପାନର ଟୋକିଓ ଠାରେ ନିବେଶ ପ୍ରୋତ୍ସାହନ ରାଜିନାମା (ଆଇଆଇଏ) ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା (ଆଇଆଇଏ)ରେ ଭାରତର ବିଦେଶ ସଚିବ ଶ୍ରୀ ବିନୟ କ୍ୱାତ୍ରା ଓ ୟୁଏସ ଇଣ୍ଟରନ୍ୟାସନାଲ ଡେଭେଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍କଟ ନାଥନ ସ୍ୱାକ୍ଷର କରିଛନ୍ତି ।

ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନାର ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

May 23rd, 05:25 pm

ଆଜି ଏହି ମହତ୍ୱପୂର୍ଣ୍ଣ ସମାରୋହରେ ଆପଣ ସମସ୍ତଙ୍କ ସହିତ ସମ୍ପୃକ୍ତ ହେବା ମୋତେ ଢେର ଆନନ୍ଦ ପ୍ରଦାନ କରିଛି । ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନା ଏହି କ୍ଷେତ୍ରକୁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ବାହକ କରିବା ନିମନ୍ତେ ଆମ ସମସ୍ତଙ୍କର ସାମୂହିକ ଇଚ୍ଛାଶକ୍ତିର ଏକ ଘୋଷଣାନାମା ଅଟେ । ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ନିମନ୍ତେ ମୁଁ ଆମେରିକାର ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଦାନ କରୁଛି । ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଉତ୍ପାଦନ, ଆର୍ଥିକ କାର୍ଯ୍ୟକ୍ରମ, ବିଶ୍ୱ ବାଣିଜ୍ୟ ଏବଂ ନିବେଶର କେନ୍ଦ୍ର ଅଟେ । ଇତିହାସ ଏହି କଥାର ସାକ୍ଷୀ ଯେ, ଭାରତ - ପ୍ରଶାନ୍ତ - ମହାସାଗରୀୟ କ୍ଷେତ୍ରର ବାଣିଜ୍ୟ ପ୍ରବାହରେ ଭାରତ ବହୁ ପୂର୍ବରୁ ଏକ ପ୍ରମୁଖ କେନ୍ଦ୍ର ହୋଇ ରହି ଆସିଛି । ଏହା ଉଲ୍ଲେଖ କରାଯିବା ଯୋଗ୍ୟ ଯେ, ବିଶ୍ୱର ସବୁଠାରୁ ପୁରୁଣା ବାଣିଜ୍ୟିକ ବନ୍ଦର ଭାରତରେ, ମୋର ନିଜ ରାଜ୍ୟ ଗୁଜରାଟର ଲୋଥାଲ୍‌ରେ ରହିଥିଲା । ତେଣୁ, ଏହା ଅତ୍ୟାବଶ୍ୟକ ଅଟେ ଯେ, ଆମେ ଏହି ଅଂଚଳର ଆର୍ଥିକ ଆହ୍ୱାନ ଗୁଡ଼ିକର ସାମନା କରିବା ପାଇଁ ଭାଗିଦାରୀତା ଆଧାରରେ ସମସ୍ତଙ୍କ ପାଇଁ ସାଧାରଣ ଏବଂ ରଚନାତ୍ମକ ସମାଧାନର ପନ୍ଥା ବାହାର କରିବା ଉଚିତ୍ ।

ଟୋକିଓରେ ବ୍ୟବସାୟିକ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ

May 23rd, 04:12 pm

ଏହି କାର୍ଯ୍ୟକ୍ରମରେ ୩୪ ଟି ଜାପାନୀ କମ୍ପାନୀର ଶୀର୍ଷ କାର୍ଯ୍ୟର୍ନିବାହୀ ଏବଂ ସିଇଓ ଅଂଶଗ୍ରହଣ କରିଥିଲେ । ଏହି କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶଙ୍କର ଭାରତରେ ନିବେଶ ଏବଂ ବ୍ୟବସାୟ ରହିଛି । କମ୍ପାନୀଗୁଡିକ ଅଟୋମୋବାଇଲ୍‌, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଷ୍ଟିଲ୍‌, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ସହିତ ବିଭିନ୍ନ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥିଲେ । ଜାପାନ ଓ ଭାରତର ପ୍ରମୁଖ ବ୍ୟବସାୟିକ ସଂଗଠନ ଯଥା କେଇଡାନରେନ, ଜାପାନର ବାହ୍ୟ ବାଣିଜ୍ୟ ସଂଗଠନ (ଜେଇଟିଆରଓ), ଜାପାନ ଆନ୍ତର୍ଜାତୀୟ ସହଯୋଗ ସଂଗଠନ (ଜେଆଇସିଏ), ଜାପାନ ବ୍ୟାଙ୍କ ଅଫ୍ ଇଣ୍ଟରନେସନାଲ କୋପରେସନ (ଜେବିଆଇସି), ଜାପାନ-ଭାରତ ବ୍ୟବସାୟ ପରାମର୍ଶଦାତା କମିଟି (ଜେଆଇବିସିସି) ଏବଂ ଇନଭେଷ୍ଟ ଇଣ୍ଡିଆ ଏହି କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ ।

ସମୃଦ୍ଧି ପାଇଁ ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନା (ଆଇପିଇଏଫ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

May 23rd, 02:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଠାରେ ସମୃଦ୍ଧି ପାଇଁ ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନା (ଆଇପିଇଏଫ୍‌)ର ଶୁଭାରମ୍ଭ ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋଶେଫ୍ ଆର୍ ବାଇଡେନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦା ମଧ୍ୟ ସାମିଲ୍ ହୋଇଥିଲେ । ଏହା ସହିତ ଅନ୍ୟ ଅଂଶୀଦାର ଦେଶ ଗୁଡିକ, ଯଥା- ଅଷ୍ଟ୍ରେଲିଆ, ବ୍ରୁନେଇ, ଇଣ୍ଡୋନେସିଆ, କୋରିଆ ସାଧାରଣତନ୍ତ୍ର, ମାଲେସିଆ, ନ୍ୟୁଜିଲ୍ୟାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ଭିଏତ୍‌ନାମର ନେତା ମାନେ ଆଭାସୀ (ଭର୍ଚୁଆଲ୍‌) ରୂପରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଙ୍କ ଏନଇସି କର୍ପୋରେସନ ର ଅଧ୍ୟକ୍ଷ ଡା. ନୋବୁହିରୋ ଏଣ୍ଡୋଙ୍କ ସହିତ ବୈଠକ

May 23rd, 12:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 23 ମେ 2022 ରେ ଏନଇସି କର୍ପୋରେସନର ଅଧ୍ୟକ୍ଷ ଡା. ନୋବୁହିରୋ ଏଣ୍ଡୋଙ୍କ ସହିତ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତର ଦୂର ସଞ୍ଚାର କ୍ଷେତ୍ରରେ ବିଶେଷ ଭାବରେ ଚେନ୍ନାଇ-ଆଣ୍ଡାମାନ ଏବଂ ନିକୋବାର ଦୀପପୁଞ୍ଜ (ସିଏଏନଆଇ) ଏବଂ କୋଚି-ଲାକ୍ଷାଦ୍ବୀପପୁଞ୍ଜ (କେଏଲଆଇ) ଓଏଫସି ପ୍ରକଳ୍ପରେ ଏନଇସିର ଭୂମିକାର ପ୍ରଶଂସା କରିଛନ୍ତି। ସେ ପ୍ରଡକ୍ସନ ଲିଙ୍କଡ୍‌ ଇନ୍‌ସେନଟିଭ୍ (ପିଏଲଆଇ) ଯୋଜନା ଅନ୍ତର୍ଗତ ନିବେଶର ଅବସର ଉପରେ ମଧ୍ୟ ଆଲୋଚନା କରିଛନ୍ତି।