Tiruchirappalli turns out in huge numbers for PM Modi’s public meeting
March 11th, 06:00 pm
At a massive public meeting in Tamil Nadu’s Tiruchirappalli, Prime Minister Narendra Modi hailed Tiruchirappalli as a land of courage and faith, recalling the bravery of the Marudu Brothers and paying tribute to Major M. Saravanan for his sacrifice during the Kargil War. “Trichy is a land of courage and faith,” he said, adding that the Centre proudly honours Tamil Nadu’s culture and heritage. He also highlighted that C. P. Radhakrishnan, a son of the state, serves as the Vice President of India.Today's projects will boost energy access, connectivity and create jobs for the youth of Tamil Nadu: PM Modi in Tiruchirappalli
March 11th, 05:45 pm
PM Modi launched several developmental projects worth around ₹5,650 crore in Tiruchirappalli, aimed at bolstering the infrastructure and economy of Tamil Nadu. These initiatives span clean energy, petroleum-related manufacturing and enhanced multi-modal connectivity through highways, railways and rural roads. He dedicated the Indian Oil Corporation’s Lube Blending Plant in Chennai, strengthening the ‘Make in India’ initiative.ତାମିଲନାଡୁର ତିରୁଚିରାପଲ୍ଲିରେ ପତାକା ଦେଖାଇ ପ୍ରାୟ ୫,୬୫୦ କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 11th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସିକ ନଗରୀ ତ୍ରିଚି (ତିରୁଚିରାପଲ୍ଲି) ଗସ୍ତ କରି ତାମିଲନାଡୁର ଭିତ୍ତିଭୂମି ଓ ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶୃଙ୍ଖଳାବଦ୍ଧ ପରିବର୍ତ୍ତନଶୀଳ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୋଟ ପାଞ୍ଚ ହଜାର ଛଅ ଶହ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ସ୍ୱଚ୍ଛ ଶକ୍ତି, ପେଟ୍ରୋଲିୟମ ସମ୍ପର୍କିତ ଉତ୍ପାଦନ ଓ ରାଜପଥ, ରେଳପଥ ଏବଂ ଗ୍ରାମୀଣ ସଡକ ମାଧ୍ୟମରେ ଉନ୍ନତ ବହୁମୁଖୀ ସଂଯୋଗ ସୃଷ୍ଟି ଉପରେ କେନ୍ଦ୍ରିତ। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଶକ୍ତି ଉପଲବ୍ଧତା, ସଂଯୋଗୀକରଣକୁ ସୁଦୃଢ଼ ଏବଂ ତାମିଲନାଡୁର ଯୁବକମାନଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।୧୧ ମାର୍ଚ୍ଚରେ କେରଳ ଏବଂ ତାମିଲନାଡୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 09th, 09:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ମାର୍ଚ୍ଚ ୨୦୨୬ରେ କେରଳ ଏବଂ ତାମିଲନାଡୁ ଗସ୍ତ କରିବେ । ପ୍ରାୟ ୧:୩୦ ସମୟରେ, ପ୍ରଧାନମନ୍ତ୍ରୀ କେରଳର ଏର୍ଣ୍ଣାକୁଲମ୍ରେ ପ୍ରାୟ ୧୦,୮୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଲୋକାର୍ପଣ, ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହା ପରେ ପ୍ରାୟ ସନ୍ଧ୍ୟା ୫:୪୫ ସମୟରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ତିରୁଚିରାପଲ୍ଲୀରେ ପ୍ରାୟ ୫,୬୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ପଶ୍ଚିମବଙ୍ଗ ମାଲଦାଠାରେ ବହୁମୁଖୀ ରେଳ ଓ ରାସ୍ତା ପ୍ରକଳ୍ପ ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 17th, 02:00 pm
ମାଲଦାରୁ ପଶ୍ଚିମବଙ୍ଗର ଅଗ୍ରଗତିର ଆଜି ବିଗୁଲ ବାଜିଛି । କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗର ବିକାଶମୂଳକ ଅନେକ ପ୍ରକଳ୍ପର ଲୋକାର୍ପଣ ଘଟିଛି କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ପଶ୍ଚିମବଙ୍ଗକୁ ନୂଆ ରେଳ ସେବା ଯୋଗାଇ ଦିଆଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଏଠାକାର ଲୋକମାନେ ଅନାୟାସରେ ଗତାଗତ କରିପାରିବେ ଓ ବାଣିଜ୍ୟ ଓ ବ୍ୟବସାୟ ସରଳ ହେବ । ରେଳ ମରାମତି ନେଇ ଏଠାରେ ସୃଷ୍ଟ ବ୍ୟବସ୍ଥା ବଙ୍ଗଳାର ଯୁବକମାନଙ୍କ ଲାଗି ନୂଆ ସୁଯୋଗ ଆଣିବ ।ପଶ୍ଚିମବଙ୍ଗର ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 01:45 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାଠାରେ ପ୍ରାୟ ୩,୨୫୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପ ମାଧ୍ୟମରେ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବାଞ୍ଚଳରେ ସଂଯୋଗୀକରଣକୁ ସୁଦୃଢ଼ କରିବା ସହ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଶ୍ରୀ ମୋଦୀ କହିଥିଲେ ଯେ, ଆଜି ମାଲଦାରୁ ପଶ୍ଚିମବଙ୍ଗର ପ୍ରଗତିକୁ ତ୍ୱରାନ୍ୱିତ କରିବାର ଅଭିଯାନ ଗତିଶୀଳ ହେବା ସହ ଏହା ବିକାଶ ସହିତ ଜଡିତ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ନୂତନ ରେଳ ସେବା ଆରମ୍ଭ ହୋଇଛି, ଯାହା ଲୋକଙ୍କ ପାଇଁ ଯାତ୍ରାକୁ ସହଜ କରିବ ଏବଂ ବ୍ୟବସାୟ-ବାଣିଜ୍ୟକୁ ମଧ୍ୟ ବୃଦ୍ଧି କରିବ। ଏଠାରେ ପ୍ରତିଷ୍ଠିତ ନୂତନ ରେଳ ରକ୍ଷଣାବେକ୍ଷଣ କାରଖାନା ପଶ୍ଚିମବଙ୍ଗର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିବ ।ଜାନୁଆରୀ ୨୦-୨୧ରେ ତାମିଲନାଡୁର ଏକାଧିକ ମନ୍ଦିର ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
January 18th, 06:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୦-୨୧,୨୦୨୪ ରେ ତାମିଲନାଡୁର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ପରିଦର୍ଶନ କରିବେ।ଯୁବବର୍ଗଙ୍କ ମଧ୍ୟରେ ତାମିଲନାଡ଼ୁରେ ୨୦୨୪ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନେଇ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ
January 02nd, 05:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ଯୁବବର୍ଗଙ୍କ ମଧ୍ୟରେ ନୂଆ ବର୍ଷ ଆରମ୍ଭ କରିବାକୁ ନେଇ ଗର୍ବ ଏବଂ ଖୁସି ବ୍ୟକ୍ତ କରିଛନ୍ତି ।ତାମିଲନାଡୁର ତିରୁଚିରାପଲ୍ଲୀରେ ଶିଳାନ୍ୟାସ ଏବଂ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 02nd, 12:30 pm
ତାମିଲନାଡୁ ର ରାଜ୍ୟପାଳ ଶ୍ରୀ ଆରଏନ ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଜୀ ଏବଂ ଏହି ମାଟିର ସନ୍ତାନ ମୋର ସହଯୋଗୀ ଏଲ ମୁରୁଗନ ଜୀ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ତାମିଲନାଡୁର ମୋ ପରିବାର ସଦସ୍ୟ!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାମିଲନାଡୁର ତିରୁଚିରାପଲ୍ଲୀରେ ୨୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଓ ଶିଳାନ୍ୟାସ
January 02nd, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ତାମିଲନାଡୁରେ ରେଳ, ସଡକ, ତୈଳ, ଓଗ୍ୟାସ ଏବଂ ଜାହାଜ ଚଳାଚଳ୍ ଆଦି କ୍ଷେତ୍ରକୁ ଏହି ବିକାଶ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି ।ତିରୁଚିରାପଲ୍ଲୀସ୍ଥିତ ଭାରତୀଦାସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 02nd, 11:30 am
ତାମିଲନାଡୁ ର ରାଜ୍ୟପାଳ ଶ୍ରୀ ଥିରୁ ଆରଏନ ରବି ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ ଜୀ, ଭାରତୀଦାସନ ବିଶ୍ୱବିଦ୍ୟାଳୟର କୁଳପତି ଥିରୁ ଏମ ସେଲଭମ ଜୀ, ବିଶ୍ବବିଦ୍ୟାଳୟା ମୋର ଯୁବ ବନ୍ଧୁ, ଶିକ୍ଷକଗଣ ଏବଂ ସହାୟକ କର୍ମଚାରୀମାନେ,ତାମିଲନାଡୁର ତିରୁଚିରାପଲ୍ଲୀସ୍ଥିତ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
January 02nd, 10:59 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇଥିଲେ । ସେ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।ଜାନୁଆରୀ ୨ ଓ ୩ ରେ ତାମିଲନାଡୁ, ଲାକ୍ଷାଦ୍ୱୀପ ଏବଂ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
December 31st, 12:56 pm
ଜାନୁଆରୀ ୨, ୨୦୨୪ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ତିରୁଚିରାପଲ୍ଲୀରେ ପହଞ୍ଚିବେ । ସେ ତିରୁଚିରାପଲ୍ଲୀସ୍ଥିତ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମଧ୍ୟାହ୍ନ ପ୍ରାୟ ୧୨ଟା ରେ ତିରୁଚିରାପଲ୍ଲୀଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିମାନ ଚଳାଚଳ, ରେଳ, ସଡ଼କ, ତୈଳ ଏବଂ ଗ୍ୟାସ ସହ ଜଡିତ ୧୯,୮୫୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଯେଉଁଥିରେ ଜାହାଜ ଚଳାଚଳ ଏବଂ ଉଚ୍ଚଶିକ୍ଷା କ୍ଷେତ୍ର ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଅପରାହ୍ନ ପ୍ରାୟ ୩ଟା ୧୫ରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପର ଅଗାତିରେ ପହଞ୍ଚିବେ ଏବଂ ସେଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଜାନୁଆରୀ ୪, ୨୦୨୪ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପର କବରାତିରେ ପହଞ୍ଚିବେ, ଯେଉଁଠାରେ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ କାର୍ଯ୍ୟ କରିବେ ଏବଂ ଲାକ୍ଷାଦ୍ୱୀପରେ ଟେଲିଯୋଗାଯୋଗ, ପାନୀୟ ଜଳ, ସୌର ଶକ୍ତି ଏବଂ ସ୍ୱାସ୍ଥ୍ୟ ଆଦି କ୍ଷେତ୍ର ସହିତ ଜଡ଼ିତ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।