ସମ୍ମାନର ବିଶ୍ୱ ଭ୍ରମଣ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନ ଜଣାଇଲେ ଏହି 29ଟି ଦେଶ- ଜାଣନ୍ତୁ କାହିଁକି !
July 07th, 04:59 pm
କୁଏତ, ଫ୍ରାନ୍ସ, ପାପୁଆ ନ୍ୟୁଗିନି ଏବଂ ଅନ୍ୟ ଦୁଇ ଡଜନରୁ ଅଧିକ ଦେଶର ନେତାମାନେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରନ୍ତି, ସେତେବେଳେ ଏହା କୂଟନୈତିକ ସୌଜନ୍ୟ ଅପେକ୍ଷା ଅଧିକ ପ୍ରତିଫଳିତ ହୋଇଥାଏ । ଏହା ଏକ ରାଷ୍ଟ୍ରର ବଢୁଥିବା ପ୍ରଭାବ, ମୂଲ୍ୟବୋଧ ଏବଂ ନେତୃତ୍ୱର ବିଶ୍ୱସ୍ତରୀୟ ସ୍ୱୀକୃତିକୁ ସୂଚିତ କରେ ।ଘାନା ଗଣରାଜ୍ୟର ସଂସଦକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଓଡ଼ିଆ ଅନୁବାଦ
July 03rd, 03:45 pm
ଘାନାରେ ରହିବା ଏକ ସୌଭାଗ୍ୟର ବିଷୟ - ଏକ ଭୂମି ଯାହା ଗଣତନ୍ତ୍ର, ମର୍ଯ୍ୟାଦା ଏବଂ ସ୍ଥିରତାର ଆତ୍ମାକୁ ପରିପ୍ରକାଶ କରେ। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧି ଭାବରେ, ମୁଁ ମୋ ସହିତ 140 କୋଟି ଭାରତୀୟଙ୍କ ସଦିଚ୍ଛା ଏବଂ ଶୁଭେଚ୍ଛା ଆଣିଛି।ଘାନା ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
July 03rd, 03:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘାନାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଭଳି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସଂସଦର ବାଚସ୍ପତି ମାନନୀୟ ଆଲବାନ କିଙ୍ଗସଫୋର୍ଡ ସୁମନ ବାଗବିନଙ୍କ ଦ୍ୱାରା ଆହୂତ ଏହି ଅଧିବେଶନରେ ସଂସଦର ସଦସ୍ୟ, ସରକାରୀ ଅଧିକାରୀ ଏବଂ ଉଭୟ ଦେଶର ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏହି ଅଭିଭାଷଣ ଭାରତ - ଘାନାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା, ଯାହା ଦୁଇ ଦେଶକୁ ଏକଜୁଟ କରୁଥିବା ପାରସ୍ପରିକ ସମ୍ମାନ ଏବଂ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରେ।'ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଅଫ୍ ଘାନା' ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 03rd, 02:15 am
ରାଷ୍ଟ୍ରପତି ଜୀ ଙ୍କ ଦ୍ୱାରା ଘାନାର ଜାତୀୟ ପୁରସ୍କାର, ‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଅଫ୍ ଘାନା’ରେ ସମ୍ମାନିତ କରାଯିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ସମ୍ମାନର କଥା।ଘାନାର ଜାତୀୟ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ
July 03rd, 02:12 am
ଆଜି ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ଘାନାର ଜାତୀୟ ସମ୍ମାନ –‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ କରିଛନ୍ତି । ୧.୪ ବିଲିୟନ ଭାରତୀୟଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତର ଯୁବପିଢ଼ିଙ୍କ ଆକାଂକ୍ଷା, ଏହାର ସାଂସ୍କୃତିକ ପରମ୍ପରା ଏବଂ ବିବିଧତା ତଥା ଘାନାର ଐତିହାସିକ ସମ୍ପର୍କ ପ୍ରତି ଉତ୍ସର୍ଗ କରିଛନ୍ତି ।