ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ରାମନାଥ ଗୋଏଙ୍କା ଷଷ୍ଠ ଅଭିଭାଷଣ

November 17th, 08:30 pm

ଆଜି ଆମେ ସଭିଏଁ ଏଭଳି ଜଣେ ବିଭୂତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ଏଠାରେ ଆସି ଉପସ୍ଥିତ ହୋଇଛେ, ଯିଏ ଭାରତୀୟ ଲୋକତନ୍ତ୍ରରେ, ସାମ୍ବାଦିକତା କ୍ଷେତ୍ରରେ, ଅଭିବ୍ୟକ୍ତି ଏବଂ ଜନ ଆନ୍ଦୋଳନର ଶକ୍ତିକୁ ନୂତନ ଶୀର୍ଷରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ରାମନାଥ ଗୋଏଙ୍କାଜୀ ଏଭଳି ଜଣେ ଦୂରଦ୍ରଷ୍ଟା ଭାବରେ, ଜଣେ ଅନୁଷ୍ଠାନ ନିର୍ମାତା ଭାବରେ, ଜଣେ ରାଷ୍ଟ୍ରବାଦୀ ରୂପରେ ଏବଂ ଜଣେ ଗଣମାଧ୍ୟମ ନେତୃତ୍ୱ ଭାବରେ, ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ, କେବଳ ଗୋଟିଏ ସମ୍ବାଦପତ୍ର ଭାବରେ ନୁହେଁ ବରଂ ଏକ ମିଶନ ଭାବରେ, ଭାରତର ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିପାରିଥିଲେ । ଅନେକ ନେତୃତ୍ୱରେ ଏହି ଗୋଷ୍ଠୀ, ଭାରତର ଲୋକତାନ୍ତ୍ରିକ ମୂଲ୍ୟବୋଧ ଏବଂ ରାଷ୍ଟ୍ରୀୟ ହିତ ସାଧନର ସ୍ୱର ରୂପରେ ମଧ୍ୟ ଗୁଞ୍ଜରିତ ହୋଇପାରିଥିଲା । ସେଥି ନିମନ୍ତେ ଏକବିଂଶ ଶତାବ୍ଦୀର ଏହି କାଳଖଣ୍ଡରେ ଯେତେବେଳେ ଭାରତ ବିକଶିତ ହେବାର ସଂକଳ୍ପର ସହିତ ଆଗକୁ ଅଗ୍ରସର ହୋଇଚାଲିଛି, ସେତେବେଳେ ରାମନାଥ ଗୋଏଙ୍କାଜୀଙ୍କ ପ୍ରତିବଦ୍ଧତା, ତାଙ୍କର ପ୍ରୟାସ, ତାଙ୍କର ପରିକଳ୍ପନା, ଆମକୁ ଢେର୍ ପ୍ରେରଣା ଯୋଗାଉଛି । ମୁଁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି ଯେ ଆପଣମାନେ ମୋତେ ଏହି ବ୍ୟାଖ୍ୟାନ ନିମନ୍ତେ ଆମନ୍ତ୍ରିତ କରିଛନ୍ତି, ମୁଁ ଆପଣମାନଙ୍କ ସମସ୍ତଙ୍କୁ ଏଥି ସକାଶେ ଅଭିନନ୍ଦନ ଜ୍ଞାପନ କରୁଛି ।

ଷଷ୍ଠ ରାମନାଥ ଗୋଏଙ୍କା ବକ୍ତୃତା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

November 17th, 08:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଦ ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାରା ଆୟୋଜିତ ଷଷ୍ଠ ରାମନାଥ ଗୋଏଙ୍କା ବତ୍କୃତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରିବାକୁ ଏକାଠି ହୋଇଛୁ, ଯିଏକି ଭାରତର ଗଣତନ୍ତ୍ର, ପତ୍ରକାରିତା, ଅଭିବ୍ୟକ୍ତି ଏବଂ ଜନଆନ୍ଦୋଳନର ଶକ୍ତିକୁ ଉଚ୍ଚ ସ୍ଥାନକୁ ନେଇଯାଇଥିଲେ । ସେ ଉଲ୍ଲେଖ କରିଥିଲେ, ଶ୍ରୀ ରାମନାଥ ଗୋଏଙ୍କା ଦୃଷ୍ଟିସମ୍ପନ୍ନ, ସଂସ୍ଥାପକ, ଜାତୀୟତାବାଦୀ ଏବଂ ଗଣମାଧ୍ୟମ ନେତା ଭାବେ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କେବଳ ଏକ ସମ୍ବାଦପତ୍ର ନୁହେଁ, ବରଂ ଜନତାଙ୍କ ମଧ୍ୟରେ ଏକ ମିଶନରେ ପରିଣତ କରିଥିଲେ । ସେ କହିଥିଲେ, ଗୋଏଙ୍କାଜୀଙ୍କ ନେତୃତ୍ୱରେ ଏହି ଗ୍ରୁପ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜାତୀୟ ହିତର ଏକ ସ୍ୱର ହୋଇପାରିଥିଲା । ସେ କହିଥିଲେ, ଏକବିଂଶ ଶତାବ୍ଦୀର ଏହି ଯୁଗରେ ଯେତେବେଳେ ଭାରତ ନିଜକୁ ବିକଶିତ କରିବାର ସଂକଳ୍ପରେ ଅଗ୍ରସର ହେଉଛି, ଗୋଏଙ୍କାଜୀଙ୍କର ଦୃଢ଼ତା ଏବଂ ଦୃଷ୍ଟି ଆମ ପାଇଁ ପ୍ରେରଣା । ବତ୍କୃତା ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କୃତଜ୍ଞତା ଜଣାଇବା ସହ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମିଳନୀ ୨୦୨୫କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

October 31st, 06:08 pm

ଶ୍ରୀ ମୋଦୀ ମନେ ପକାଇଛନ୍ତି ଯେ ଗତ ବର୍ଷ, ଗୁଜରାଟରେ ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀଙ୍କ ଜନ୍ମସ୍ଥାନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ, ତାଙ୍କୁ ଦିଲ୍ଲୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମବାର୍ଷିକୀ ସମାରୋହ ଉଦଘାଟନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାରେ ଉଚ୍ଚାରିତ ବୈଦିକ ମନ୍ତ୍ର ଓ ଯଜ୍ଞାନୁଷ୍ଠାନର ଉର୍ଜ୍ଜାକୁ ସେ ଏବେ ବି ଅନୁଭବ କରିପାରୁଛନ୍ତି, ଯେପରିକି ତାହା ଗତକାଲି ଅନୁଷ୍ଠିତ ହୋଇଥିଲା ।

ଅହମ୍ମଦାବାଦର କନ୍ୟା ଛାତ୍ରାଳୟ ସରଦାରଧାମ ୨ୟ ପର୍ଯ୍ୟାୟର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

August 24th, 10:39 pm

କେନ୍ଦ୍ର କ୍ୟାବିନେଟର ମୋର ସମସ୍ତ ସହକର୍ମୀ, ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ, ଉପସ୍ଥିତ ସମସ୍ତ ସାଂସଦ, ସମସ୍ତ ବିଧାୟକ, ସରଦାରଧାମର ମୁଖ୍ୟ ଶ୍ରୀ ଗଗଜୀ ଭାଇ, ଟ୍ରଷ୍ଟି ଭି. କେ. ପଟେଲ, ଦିଲୀପ ଭାଇ, ଅନ୍ୟ ସମସ୍ତ ମହାନ ବ୍ୟକ୍ତି ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ବିଶେଷକରି ମୋର ପ୍ରିୟ ଝିଅମାନେ ।

ଅହମ୍ମଦାବାଦରେ ସର୍ଦ୍ଦାରଧାମ, ପର୍ଯ୍ୟାୟ-୨, ବାଳିକା ଛାତ୍ରାବାସର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 24th, 10:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁଜରାଟର ଅହମ୍ମଦାବାଦରେ ବାଳିକା ଛାତ୍ରାବାସ ସର୍ଦ୍ଦାରଧାମ ପର୍ଯ୍ୟାୟ-୨ ର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରିଥିଲେ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାରଧାମର ନାମ ଏହାର କାର୍ଯ୍ୟ ପରି ପବିତ୍ର, ସେ ଝିଅମାନଙ୍କ ସେବା ଏବଂ ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଏକ ଛାତ୍ରାବାସର ଉଦଘାଟନ ଉପରେ ଆଲୋକପାତ କରିଥିଲେ। ସେ ଆହୁରି କହିଥିଲେ ଯେ, ଏହି ଛାତ୍ରାବାସରେ ରହୁଥିବା ଝିଅମାନେ ଅନେକ ଆକାଂକ୍ଷା ଏବଂ ସ୍ୱପ୍ନ ନେଇ ଆସିବେ ଏବଂ ସେମାନଙ୍କୁ ତାହା ପୂରଣ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରାଯିବ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଝିଅମାନେ ସ୍ୱାବଲମ୍ବୀ ଏବଂ ସକ୍ଷମ ହେବା ପରେ, ସେମାନେ ସ୍ୱାଭାବିକ ଭାବରେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ଏବଂ ସେମାନଙ୍କ ପରିବାର ମଧ୍ୟ ସଶକ୍ତ ହୋଇଯିବ। ପ୍ରଧାନମନ୍ତ୍ରୀ ଏହି ଛାତ୍ରାବାସରେ ରହିବାର ସୁଯୋଗ ପାଇଥିବା ସମସ୍ତ ଝିଅମାନଙ୍କୁ ଏବଂ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 28th, 11:15 am

ପରମ ଶ୍ରଦ୍ଧେୟ ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞା ସାଗର ମହାରାଜ ଜୀ, ଶ୍ରାବଣ ବେଲା ଗୋଲାର ମଠାଧୀଶ ସ୍ୱାମୀ ଚାରୁକୀର୍ତ୍ତି ଜୀ, ମୋର ସହକର୍ମୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ସଂସଦରେ ମୋର ସାଥୀଭାଇ ନବୀନ ଜୈନ ଜୀ, ଭଗବାନ ମହାବୀର ଅହିଂସା ଭାରତୀ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରିୟଙ୍କ ଜୈନ ଜୀ, ସେକ୍ରେଟାରୀ ମମତା ଜୈନ ଜୀ, ଟ୍ରଷ୍ଟି ପୀୟୁଷ ଜୈନ ଜୀ, ଅନ୍ୟ ସମସ୍ତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଶ୍ରଦ୍ଧେୟ ସନ୍ଥଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ, ଜୟ ଜିନେନ୍ଦ୍ର!

PM Modi addresses the Centenary Celebrations of Acharya Shri Vidyanand Ji Maharaj

June 28th, 11:01 am

PM Modi has addressed the Centenary Celebrations of Acharya Shri Vidyanand Ji Maharaj. The PM highlighted that the centenary celebration of Shri Vidyanand Ji Maharaj carries the memory of an era and echoes the life of a great ascetic. He affirmed that the government is inspired by Acharya Shri Vidyanand Ji Maharaj’s ideals and is committed to achieving saturation in all schemes, ensuring that no one is left behind.

India is not just a workforce, we are a world force driving global change: PM Modi

March 01st, 11:00 am

The Prime Minister Shri Narendra Modi participated in the NXT Conclave in the Bharat Mandapam, New Delhi today. Addressing the gathering, he extended his heartfelt congratulations on the auspicious launch of NewsX World. He highlighted that the network includes channels in Hindi, English, and various regional languages, and today, it is going global. He also remarked on the initiation of several fellowships and scholarships, extending his best wishes for these programs.

ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

March 01st, 10:34 am

ଶନିବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିବା ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ନ୍ୟୁଜ ଏକ୍ସ ୱାର୍ଲଡ଼ ଚ୍ୟାନେଲ ଶୁଭ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସମବେତ ଜନତାକୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନିଜ ହୃଦୟରୁ ସଭିଁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଆଂଚଳିକ ଭାଷାରେ ନିଜ ନେଟବାର୍କ ଖୋଲିଥିବା ଏହି ସଂସ୍ଥା ଏବେ ଏକ ବୈଶ୍ୱିକ ଚ୍ୟାନେଲରେ ପରିଣତ ହୋଇପାରିଛି । ବିଭିନ୍ନପ୍ରକାର ସ୍କଲାରସିପ ଓ ଫେଲୋସିପ ଆରମ୍ଭ କରାଯାଇଥିବାରୁ ସେ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 23rd, 11:00 am

ଗତକାଲି ବିଳମ୍ବିତ ରାତିରେ ମୁଁ କୁଏତରୁ ଫେରିଥିଲି। ସେଠାରେ ମୁଁ ଭାରତର ଯୁବକ ଏବଂ ବୃତ୍ତିଜୀବୀମାନଙ୍କୁ ଭେଟିଲି, ଅନେକ କଥା ବାର୍ତ୍ତା ହୋଇଥିଲା । ଏବେ ଏଠାକୁ ଆସିବା ପରେ ଦେଶର ଯୁବପିଢ଼ିଙ୍କ ସହ ମୋର ପ୍ରଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ଏକ ବହୁତ ଖୁସିର କଥା। ଆଜି ଦେଶର ହଜାର ହଜାର ଯୁବପିଢ଼ିଙ୍କ ପାଇଁ ଜୀବନର ଏକ ନୂଆ ଆରମ୍ଭ ହେଉଛି। ଆପଣଙ୍କର ବର୍ଷ ବର୍ଷର ସ୍ୱପ୍ନ ପୂରଣ ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ସଫଳ ହୋଇଛି । ୨୦୨୪ର ଏହି ଅତିବାହିତ ବର୍ଷ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ନୂଆ ଖୁସି ଦେବାକୁ ଯାଉଛି । ମୁଁ ସମସ୍ତ ଯୁବକମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ରୋଜଗାର ମେଳା ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାରେ ନବନିଯୁକ୍ତ କର୍ମଚାରୀଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 23rd, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।

For the BJP, the aspirations and pride of tribal communities have always been paramount: PM Modi in Chaibasa

November 04th, 12:00 pm

PM Modi addressed a massive election rally in Chaibasa, Jharkhand. Addressing the gathering, the PM said, This election in Jharkhand is taking place at a time when the entire country is moving forward with a resolution to become developed by 2047. The coming 25 years are very important for both the nation and Jharkhand. Today, there is a resounding call across Jharkhand... ‘Roti, Beti, Maati Ki Pukar, Jharkhand Mein…Bhajpa, NDA Sarkar’.”

PM Modi campaigns in Jharkhand’s Garhwa and Chaibasa

November 04th, 11:30 am

Prime Minister Narendra Modi today addressed massive election rallies in Garhwa and Chaibasa, Jharkhand. Addressing the gathering, the PM said, This election in Jharkhand is taking place at a time when the entire country is moving forward with a resolution to become developed by 2047. The coming 25 years are very important for both the nation and Jharkhand. Today, there is a resounding call across Jharkhand... ‘Roti, Beti, Maati Ki Pukar, Jharkhand Mein…Bhajpa, NDA Sarkar’.”

ଗୁଜରାଟର କେଭାଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 31st, 07:31 am

ସର୍ଦ୍ଦାର ସାହେବଙ୍କ ତେଜସ୍ଵୀ ଭାଷଣ... ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଏହି ଭବ୍ୟ କାର୍ଯ୍ୟକ୍ରମ... ଏକତା ନଗରର ଏହି ମନୋରମ ଦୃଶ୍ୟ, ଏବଂ ଏଠାରେ ଅନୁଷ୍ଠିତ ଚମତ୍କାର ପ୍ରଦର୍ଶନ ... ଏହା ହେଉଛି ମିନି ଇଣ୍ଡିଆର ଝଲକ... ସବୁକିଛି ବହୁତ ଚମତ୍କାର, କେତେ ପ୍ରେରଣାଦାୟକ । ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ଭଳି... ଅକ୍ଟୋବର ୩୧ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ....ଏହା ସମଗ୍ର ଦେଶକୁ ନୂଆ ଶକ୍ତିରେ ଭରି ଦେଇଥାଏ। ଜାତୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 31st, 07:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶ୍ରୀ ମୋଦୀ ଏକତା ଦିବସ ଶପଥ ପାଠ କରାଇବା ସହ ଏକତା ଦିବସ ପରେଡ୍ ଦେଖିଥିଲେ।

ତୃତୀୟ କୌଟିଲ୍ୟ ଅର୍ଥନୀତି ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 04th, 07:45 pm

ଯେତେବେଳେ ବିଶ୍ୱର ଦୁଇଟି ପ୍ରମୁଖ ଅଞ୍ଚଳ ଯୁଦ୍ଧ ସ୍ଥିତିରେ ଅଛି । ଚଳିତ ଥର ଏହି କନ୍‌କ୍ଲେଭ୍ ଏମିତି ସମୟରେ ଆୟୋଜନ କରାଯାଉଛି, ଏହି ଦୁଇଟି ଅଞ୍ଚଳ ବିଶ୍ୱ ଅର୍ଥନୀତି ପାଇଁ ବିଶେଷ ଶକ୍ତି ନିରାପତ୍ତା ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଆମେ ଏଠାରେ ‘ଭାରତୀୟ ଯୁଗ' ବିଷୟରେ ଆଲୋଚନା କରିବା ପାଇଁ ଏକାଠି ହୋଇଛୁ । ଏହା ଦର୍ଶାଉଛି ଯେ ଆଜି ଭାରତ ଉପରେ ବିଶ୍ୱାସ କିଛି ଅଲଗା ରହିଛି.... ଏହା ଦର୍ଶାଉଛି ଯେ ଆଜି ଭାରତର ଆତ୍ମବିଶ୍ୱାସ କିଛି ବିଶେଷ ଅଛି ।

ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭର ତୃତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 04th, 07:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ ପକ୍ଷରୁ ଆୟୋଜିତ ଏହି କୌଟିଲ୍ୟ ଇକୋନୋମିକ୍ କନକ୍ଲେଭ୍ ସବୁଜ ପରିବର୍ତ୍ତନ, ଭୂ-ଅର୍ଥନୈତିକ ବିଭାଜନ ଏବଂ ଅଭିବୃଦ୍ଧି ଉପରେ ପ୍ରଭାବ ଏବଂ ସ୍ଥିରତା ବଜାୟ ରଖିବା ପାଇଁ ନୀତିଗତ କାର୍ଯ୍ୟର ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେବ।

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

September 06th, 04:15 pm

ସାର୍ ଜଣେ ସଂସ୍କୃତ ଶିକ୍ଷକ ଭାବରେ, ମୁଁ ପିଲାମାନଙ୍କୁ ଭାରତର ସଂସ୍କୃତି ବିଷୟରେ ସଚେତନ କରାଇବା ମୋର ସ୍ୱପ୍ନ ଥିଲା ଯାହା ଆମକୁ ଆମର ସମସ୍ତ ମୂଲ୍ୟବୋଧ ଏବଂ ଆଦର୍ଶ ବିଷୟରେ ସଚେତନ କରିଥାଏ ଯାହା ମାଧ୍ୟମରେ ଆମେ ଆମର ମୂଲ୍ୟବୋଧ, ଆଦର୍ଶ ନିର୍ଦ୍ଧାରଣ କରିଥାଉ । ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ମୁଁ ସଂସ୍କୃତ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରି ଏହାକୁ ନୈତିକ ଶିକ୍ଷାର ଆଧାର କରି ବିଭିନ୍ନ ଶ୍ଲୋକ ମାଧ୍ୟମରେ ପିଲାମାନଙ୍କୁ ଜୀବନ ମୂଲ୍ୟବୋଧ ଶିଖାଇବାକୁ ଚେଷ୍ଟା କରିଥିଲି।

ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

September 06th, 04:04 pm

ପୁରସ୍କୃତ ବ୍ୟକ୍ତିମାନେ ସେମାନଙ୍କର ଶିକ୍ଷାଦାନ ଅଭିଜ୍ଞତା ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ। ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାନଙ୍କ ଦ୍ୱାରା ବ୍ୟବହୃତ ଆକର୍ଷଣୀୟ କୌଶଳ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ନିୟମିତ ଶିକ୍ଷାଦାନ କାର୍ଯ୍ୟ ସହିତ ସେମାନଙ୍କ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟର ଉଦାହରଣ ମଧ୍ୟ ସେମାନେ ସେୟାର କରିଥିଲେ। ସେମାନଙ୍କ ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ଶିକ୍ଷାଦାନ କଳା ପ୍ରତି ସେମାନଙ୍କର ସମର୍ପଣ ଏବଂ ବର୍ଷ ବର୍ଷ ଧରି ସେମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଉତ୍ସାହକୁ ପ୍ରଶଂସା କରିଥିଲେ, ଯାହାକୁ ପୁରସ୍କାର ମାଧ୍ୟମରେ ସ୍ୱୀକୃତି ମିଳିଛି ।

ମହାକାଶ କ୍ଷେତ୍ରରେ ସଂସ୍କାର ଦ୍ୱାରା ଦେଶର ଯୁବବର୍ଗ ଉପକୃତ ହୋଇଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

August 25th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛି । ଯେମିତିକି, ଏଇ ଅଗଷ୍ଟ ୨୩ ତାରିଖ ଦିନ ଆମେ ସମସ୍ତ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କଲୁ । ଆପଣମାନେ ସମସ୍ତେ ଏହି ଦିନଟି ସହ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପୁଣିଥରେ ଉତ୍ସବ ପାଳନ କରିଥିବେ ବୋଲି ମୋର ବିଶ୍ୱାସ । ଗତବର୍ଷ ଠିକ୍ ଏହି ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଭାଗରେ ଶିବ-ଶକ୍ତି ପଏଣ୍ଟ ଠାରେ ସଫଳତାର ସହ ଅବତରଣ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଲା ।