ସଂଶୋଧିତ ରାଷ୍ଟ୍ରୀୟ ଗୋକୁଳ ମିଶନର କାର୍ଯ୍ୟକାରିତାକୁ କ୍ୟାବିନେଟ ମଞ୍ଜୁରି

March 19th, 04:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ପ୍ରାଣୀସମ୍ପଦ କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ସଂଶୋଧିତ ରାଷ୍ଟ୍ରୀୟ ଗୋକୁଲ ମିଶନ (ଆରଜିଏମ)କୁ ମଞ୍ଜୁର କରାଯାଇଛି । ବିକାଶମୂଳକ କାର୍ଯ୍ୟକ୍ରମ ଯୋଜନାର କେନ୍ଦ୍ରୀୟ କ୍ଷେତ୍ରର ଉପାଦାନ ଭାବେ ସଂଶୋଧିତ ଆରଜିଏମକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ନିମନ୍ତେ ଅତିରିକ୍ତ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗ ଚକ୍ରରେ ଏହି ଯୋଜନା ପାଇଁ ମୋଟ ୩ ହଜାର ୪୦୦ କୋଟି ଟଙ୍କା ବ୍ୟୟ କରାଯିବ ।