ଅପରେସନ ସିନ୍ଦୂର ନେଇ ଲୋକସଭାରେ ସ୍ୱତନ୍ତ୍ର ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
July 29th, 05:32 pm
ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଯେତେ ବେଳେ ମୁଁ ମିଡିଆ ବନ୍ଧୁମାନଙ୍କ ସହ କଥା ହେଉଥିଲି ସେତେବେଳେ ସାଂସଦମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ କଥା କହିଥିଲି । ତାହା ହେଲା ଏହା ହେଉଛି ଏମିତି ଏକ ସ୍ୱତନ୍ତ୍ର ଅଧିବେଶନ ଯେଉଁଠି ଭାରତର ବିଜୟୋତ୍ସବ ପାଳିତ ହେଉଛି । ଯେଉଁଠି ଭାରତର ଗୌରବ ଗାନ ହେଉଛି ।ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ବିତର୍କ ସମୟରେ ଲୋକସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 29th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଶକ୍ତିଶାଳୀ, ସଫଳ ଏବଂ ନିର୍ଣ୍ଣାୟକ ‘ଅପରେସନ୍ ସିନ୍ଦୂର’ ଉପରେ ଏକ ବିଶେଷ ଆଲୋଚନା ସମୟରେ ସମ୍ବୋଧନ କରିଥିଲେ। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅଧିବେଶନର ଆରମ୍ଭରେ ଗଣମାଧ୍ୟମ ସହ ନିଜର ଆଲୋଚନାକୁ ସ୍ମରଣ କରି କହିଥିଲେ ଯେ ସେ ସମସ୍ତ ମାନ୍ୟବର ସାଂସଦମାନଙ୍କୁ ଏହି ଅଧିବେଶନକୁ ଭାରତର ବିଜୟର ଉତ୍ସବ ଏବଂ ଭାରତର ଗୌରବର ଶ୍ରଦ୍ଧାଞ୍ଜଳି ଭାବେ ପାଳନ କରିବାକୁ ନିବେଦନ କରିଥିଲେ।