ସମ୍ମାନର ବିଶ୍ୱ ଭ୍ରମଣ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନ ଜଣାଇଲେ ଏହି 29ଟି ଦେଶ- ଜାଣନ୍ତୁ କାହିଁକି !
July 07th, 04:59 pm
କୁଏତ, ଫ୍ରାନ୍ସ, ପାପୁଆ ନ୍ୟୁଗିନି ଏବଂ ଅନ୍ୟ ଦୁଇ ଡଜନରୁ ଅଧିକ ଦେଶର ନେତାମାନେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରନ୍ତି, ସେତେବେଳେ ଏହା କୂଟନୈତିକ ସୌଜନ୍ୟ ଅପେକ୍ଷା ଅଧିକ ପ୍ରତିଫଳିତ ହୋଇଥାଏ । ଏହା ଏକ ରାଷ୍ଟ୍ରର ବଢୁଥିବା ପ୍ରଭାବ, ମୂଲ୍ୟବୋଧ ଏବଂ ନେତୃତ୍ୱର ବିଶ୍ୱସ୍ତରୀୟ ସ୍ୱୀକୃତିକୁ ସୂଚିତ କରେ ।ମରିସସ ଜାତୀୟ ଦିବସ ସମାରୋହରେ ସେଠାକାର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
March 12th, 03:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ସାଧାରଣତନ୍ତ୍ରର ୫୭ତମ ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।ଗ୍ରାଣ୍ଡ କମାଣ୍ଡର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଆଣ୍ଡ କି ଅଫ୍ ଦ ଇଣ୍ଡିଆନ ଓସନ୍ (ଜିସିଏସକେ) ପୁରସ୍କାରରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
March 12th, 03:00 pm
ମରିସସର ସର୍ବୋଚ୍ଚ ଜାତୀୟ ପୁରସ୍କାର ପାଇଥିବାରୁ ମୁଁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି। ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ। ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଭାରତ ଏବଂ ମରିସସ୍ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସାଂସ୍କୃତିକ ଏବଂ ଐତିହାସିକ ଆତ୍ମୀୟ ବନ୍ଧନ ପ୍ରତି ଏକ ସମ୍ମାନ। ଏହା ହେଉଛି ଆଞ୍ଚଳିକ ଶାନ୍ତି, ପ୍ରଗତି, ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାର ସ୍ୱୀକୃତି। ଆଉ ଏହା ଗ୍ଲୋବାଲ ସାଉଥ୍ ର ସହଭାଗୀ ଆଶା ଓ ଆକାଂକ୍ଷାର ପ୍ରତୀକ। ମୁଁ ଏହି ପୁରସ୍କାରକୁ ସମ୍ପୂର୍ଣ୍ଣ ବିନମ୍ରତା ଏବଂ କୃତଜ୍ଞତାର ସହ ଗ୍ରହଣ କରୁଛି। ଶହ ଶହ ବର୍ଷ ପୂର୍ବେ ଭାରତରୁ ମରିସସକୁ ଆସିଥିବା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଏବଂ ସେମାନଙ୍କ ସମସ୍ତ ପିଢ଼ିକୁ ମୁଁ ଏହାକୁ ଉତ୍ସର୍ଗ କରୁଛି। ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା, ସେମାନେ ମରିସସର ବିକାଶରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିଲେ ଏବଂ ଏହାର ଜୀବନ୍ତ ବିବିଧତାରେ ଯୋଗଦାନ କରିଥିଲେ। ମୁଁ ମଧ୍ୟ ଏହି ସମ୍ମାନକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରୁଛି। ଆମେ ଭାରତ-ମରିସସ୍ ରଣନୀତିକ ଭାଗିଦାରୀକୁ ଅଧିକ ଉପରକୁ ନେଇଯିବା ଲାଗି ପ୍ରୟାସ ଜାରି ରଖିବୁ, ଏଥିପାଇଁ ମୁଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି।