India-New Zealand relationship built on enduring friendship, shared values, common commitment: PM Modi in Auckland

July 11th, 01:15 pm

PM Modi addressed a vibrant community event in Auckland, praising the Indian diaspora as a strong bridge between India and New Zealand. He highlighted the elevation of bilateral ties to a Strategic Partnership, celebrated 100 years of sporting ties between the two countries and underscored the shared heritage and deepening partnership between the two nations.

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 11th, 12:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦୀ” କାର୍ଯ୍ୟକ୍ରମରେ ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୧୦,୦୦୦ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଯୋଗୁଁ ଏହି ସମାବେଶ ଆନ୍ତରିକତା, ଶକ୍ତି ଏବଂ ବେଶ୍ ଉତ୍ସାହରେ ପରିପୂର୍ଣ୍ଣ ଥିଲା।

ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀରେ ମିଳିତ ପ୍ରେସ୍ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

May 19th, 04:25 pm

ଆଜି ତୃତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ସର୍ବପ୍ରଥମେ, ମୁଁ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ନରୱେର ପ୍ରଧାନମନ୍ତ୍ରୀଙ୍କୁ ସହୃଦୟରୁ ଧନ୍ୟବାଦ ଜଣାଉଛି। ଏଠାରେ ଉପସ୍ଥିତ ସମସ୍ତ ନର୍ଡିକ ନେତାମାନଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି।

ୟୁରୋପୀୟ ଶିଳ୍ପ ଗୋଲଟେବୁଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଅନୁବାଦ

May 18th, 05:00 am

ସର୍ବପ୍ରଥମେ, ଏହି ଗୋଲଟେବୁଲ ବୈଠକକୁ ମୋତେ ଆମନ୍ତ୍ରଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହି ବୈଠକ ଗୋଥେନବର୍ଗରେ ଆୟୋଜିତ ହେଉଥିବାରୁ ମୁଁ ଖୁସି ଅନୁଭବ କରୁଛି। ଏହି ସହର ଯାହା କେବଳ ନବସୃଜନ ପାଇଁ ଜଣାଶୁଣା ନୁହେଁ ବରଂ ୟୁରୋପର ଉତ୍ପାଦନ ମନୋଭାବର ଏକ ସ୍ପନ୍ଦନଶୀଳ ପ୍ରତୀକ ଭାବରେ ମଧ୍ୟ ପରିଚିତ।

ୟୁରୋପୀୟ ଶିଳ୍ପ ଗୋଲ ଟେବୁଲ ବୈଠକକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

May 17th, 12:12 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ମଇ, ୨୦୨୬ରେ ଗୋଥେନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ (ଇଆରଟି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ଆଲୋଚନାରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଶ୍ରୀ ଉଲଫ୍ କ୍ରିଷ୍ଟରସନ୍; ୟୁରୋପୀୟ କମିଶନର ଅଧ୍ୟକ୍ଷା ଶ୍ରୀମତୀ ଉର୍ସୁଲା ଭନ୍ ଡେର୍ ଲେଏନ୍, ୟୁରୋପୀୟ ଶିଳ୍ପପତି ଏବଂ ଅଗ୍ରଣୀ ୟୁରୋପୀୟ ଏବଂ ଭାରତୀୟ କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇଥିଲେ।

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ-ଇୟୁ ବିଜିନେସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 27th, 04:32 pm

ସଭାପତି ମହୋଦୟା, ଭାରତର ବ୍ୟାବସାୟିକ ନେତୃବୃନ୍ଦ, ସମସ୍ତଙ୍କୁ ମୋର ଶୁଭାଭିବାଦନ । ଭାରତ-ୟୁରୋପିଆନ ୟୁନିଅନ ବିଜିନେସ ଫୋରମରେ ଅଂଶଗ୍ରହଣ କରି ମୁଁ ବେଶ ଆନନ୍ଦିତ । ୟୁରୋପିଆନ ୟୁନିଅନ କାଉନସିଲର ସଭାପତି ଓ କମିଶନଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ କେବଳ ଏକ ମାମୁଲି କୂଟନୈତିକ ଗସ୍ତ ନୁହେଁ ବରଂ ଭାରତ ଓ ୟୁରୋପିଆନ ୟୁନିଅନ ଭିତରେ ଗଢି ଉଠିଥିବା ସମ୍ପର୍କର ଏକ ନୂଆ ଅଧ୍ୟାୟ । ଭାରତର ସାଧାରଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ୟୁରୋପିଆନ ୟୁନିଅନ ନେତୃବୃନ୍ଦ ମୁଖ୍ୟ ଅତିଥି ହେବା, ଭାରତର ଇତିହାସରେ ଭାରତ-ୟୁରୋପିଆନ ୟୁନିଅନ ଭିତରେ ରହିଥିବା ବୃହତ ଏଫଟିଏର ଉପସଂହାର ଏବଂ ଅନେକ ସିଇଓଙ୍କୁ ନେଇ ବଡ ଆକାରରେ ଅନୁଷ୍ଠିତ ହେଉଥିବା ଭାରତ-ୟୁରୋପିଆନ ୟୁନିଅନ ବିଜିନେସ ଫୋରମ ପରି ସଫଳତା ବିଶ୍ୱର ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭିତରେ ରହିଥିବା ଅଭୂତପୂର୍ବ ସାମଞ୍ଜସ୍ୟର ପ୍ରତୀକ ।

ନୂଆଦିଲ୍ଲୀଠାରେ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 27th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଭାରତ-ୟୁରୋପୀୟ ସଂଘ (ଇୟୁ) ବ୍ୟବସାୟ ଫୋରମରେ ଅଂଶଗ୍ରହଣ କରି ଆନନ୍ଦ ପ୍ରକାଶ କରି କହିଥିଲେ ଯେ, ୟୁରୋପୀୟ ସଂଘ ପରିଷଦ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏକ ସାଧାରଣ କୂଟନୈତିକ ଗସ୍ତ ନୁହେଁ ବରଂ ଭାରତ-ୟୁରୋପୀୟ ସଂଘ ସମ୍ପର୍କରେ ଏକ ନୂତନ ଯୁଗର ଆରମ୍ଭ। ପ୍ରଥମ ଥର ପାଇଁ, ୟୁରୋପୀୟ ସଂଘ ନେତାମାନେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତରେ ଯୋଗ ଦେଇଥିଲେ, ଭାରତ ଏବଂ ୟୁରୋପୀୟ ସଂଘ ଭାରତର ଇତିହାସରେ ସର୍ବବୃହତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଚୂଡ଼ାନ୍ତ କରିଥିଲେ ଏବଂ ଆଜି, ଅନେକ ସିଇଓଙ୍କ ଉପସ୍ଥିତିରେ, ଏତେ ବଡ଼ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମ ଆୟୋଜନ କରାଯାଉଛି। ସେ କହିଥିଲେ ଯେ ଏହି ସଫଳତାଗୁଡ଼ିକ ବିଶ୍ୱର ଦୁଇଟି ବୃହତ ଗଣତନ୍ତ୍ର ମଧ୍ୟରେ ଅଭୂତପୂର୍ବ ସମନ୍ୱୟକୁ ଦର୍ଶାଏ।

ଜର୍ମାନୀ ସଂଘୀୟ ଗଣରାଜ୍ୟର ଚାନ୍ସେଲରଙ୍କ ଭାରତ ଗସ୍ତ

January 12th, 03:47 pm

ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ପାଇଁ ମିଳିତ ସଂକଳ୍ପ ଘୋଷଣାନାମା

ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 25th, 06:16 pm

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଏବଂ ଲକ୍ଷ୍ନୌର ସାଂସଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୀ, ବିଜେପିର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଓ କେନ୍ଦ୍ର ପରିଷଦରେ ମୋର ସହଯୋଗୀ ଶ୍ରୀମାନ ପଙ୍କଜ ଚୌଧୁରୀ, ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଜୀ, ଉପସ୍ଥିତ ଅନ୍ୟ ମନ୍ତ୍ରୀଗଣ, ଜନପ୍ରତିନିଧିମାନେ, ମହିଳା ଏବଂ ସଜ୍ଜନମାନେ,

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 25th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଏବଂ ଆଦର୍ଶକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରାଷ୍ଟ୍ର ପ୍ରେରଣା ସ୍ଥଳର ଉଦଘାଟନ କରିଛନ୍ତି। ଶ୍ରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ ଅବସରର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଲକ୍ଷ୍ନୌ ଭୂମି ଏକ ନୂତନ ପ୍ରେରଣାର ସାକ୍ଷୀ ହେବାକୁ ଯାଉଛି। ଏହା ସହ ସେ ଦେଶ ଏବଂ ବିଶ୍ୱକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ। ଭାରତରେ ମଧ୍ୟ ଲକ୍ଷ ଲକ୍ଷ ଖ୍ରୀଷ୍ଟିଆନ ପରିବାର ଆଜି ଏହି ପର୍ବ ପାଳନ କରୁଛନ୍ତି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଖ୍ରୀଷ୍ଟମାସର ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଖୁସି ଆଣିବା ଉଚିତ, ଯାହା ଯେଉଛି ଆମ ସମସ୍ତଙ୍କର ସାମୂହିକ ଇଚ୍ଛା।

ଭାରତ-ବ୍ରିଟେନ ସି.ଇ.ଓ. ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 09th, 04:41 pm

ବର୍ଷ ବର୍ଷ ଧରି ଆପଣ ସମସ୍ତ ବ୍ୟବସାୟୀ ନେତୃବର୍ଗଙ୍କ ନିରନ୍ତର ପ୍ରୟାସ ଦ୍ୱାରା, ଏହି ମଞ୍ଚ ଭାରତ-ବ୍ରିଟେନ ରଣନୈତିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଠିଆ ହୋଇଛି। ବର୍ତ୍ତମାନ ଆପଣଙ୍କ ମତାମତ ଶୁଣିବା ଦ୍ୱାରା ମୋର ବିଶ୍ୱାସ ଗଭୀର ହୋଇଛି ଯେ, ଆମେ ସ୍ୱାଭାବିକ ଅଂଶୀଦାର ଭାବରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢିବୁ। ଆଉ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିବାଦନ ଜଣାଉଛି।

ଦିଲ୍ଲୀ ଯଶୋଭୂମି ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 08th, 10:15 am

ମୋ କ୍ୟାବିନେଟ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଜୀ, ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପ୍ରେମାସାନିଜୀ, ବିଭିନ୍ନ ରାଜ୍ୟର ପ୍ରତିନିଧିଗଣ, ବିଦେଶାଗତ ଅତିଥି, ଟେଲିକମ ସେକ୍ଟର ସହ ଜଡିତ ସମସ୍ତ ମାନ୍ୟ ଗଣ୍ୟଗଣ, ବିଭିନ୍ନ କଲେଜରୁ ଆସିଥିବା ଯୁବ ବନ୍ଧୁଗଣ, ଭଦ୍ର ମହିଳା ଓ ଅନ୍ୟମାନେ ।

‘ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 08th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ନୂଆଦିଲ୍ଲୀ ଯଶୋଭୂମିଠାରେ ଏସିଆର ସର୍ବବୃହତ ଟେଲିକମ୍, ଗଣମାଧ୍ୟମ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ (ଆଇଏମସି) ୨୦୨୫ର ୯ମ ସଂସ୍କରଣକୁ ଉଦଘାଟନ କରିଛନ୍ତି। ଇଣ୍ଡିଆ ମୋବାଇଲ୍ କଂଗ୍ରେସର ସ୍ୱତନ୍ତ୍ର ସଂସ୍କରଣରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଅନେକ ଷ୍ଟାର୍ଟଅପ୍ ଆର୍ଥିକ ଠକେଇ ନିବାରଣ, କ୍ୱାଣ୍ଟମ୍ ଯୋଗାଯୋଗ, ୬ଜି, ଅପ୍ଟିକାଲ୍ ଯୋଗାଯୋଗ ଏବଂ ସେମିକଣ୍ଡକ୍ଟର ସମେତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଉପସ୍ଥାପନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଉପସ୍ଥାପନା ଦେଖିବା ଦ୍ୱାରା, ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତ ସକ୍ଷମ ହାତରେ ଥିବା ତାଙ୍କ ବିଶ୍ୱାସ ଆହୁରି ଦୃଢ଼ ହୁଏ। ସେ ଏହି କାର୍ଯ୍ୟକ୍ରମ ଏବଂ ସମସ୍ତ ନୂତନ ପଦକ୍ଷେପ ପାଇଁ ଶୁଭକାମନା ଜଣାଇଥିଲେ।

୮ ଅକ୍ଟୋବରରେ :ଇଣ୍ଡିଆ ମୋବାଇଲ କଂଗ୍ରେସ’ର ୯ମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

October 07th, 10:27 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୮ ଅକ୍ଟୋବର ୨୦୨୫ ସକାଳ ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ନୂଆଦିଲ୍ଲୀ ଯଶୋଭୂମିଠାରେ ଏସିଆର ସର୍ବବୃହତ ଟେଲିକମ୍, ମିଡିଆ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୫’ର ୯ମ ସଂସ୍କରଣକୁ ଉଦଘାଟନ କରିବେ।

ଝାରସୁଗୁଡାରେ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 27th, 11:45 am

ଏଠାକାର କିଛି ଯୁବ ବନ୍ଧୁ ଅନେକ କଳାକୃତି ସାଥିରେ ନେଇ ଆସିଛନ୍ତି। ଓଡ଼ିଶାବାସୀଙ୍କ କଳା ପ୍ରତି ଥିବା ଅନୁରାଗ ବିଶ୍ୱ ପ୍ରସିଦ୍ଧ। ମୁଁ ଆପଣ ସମସ୍ତଙ୍କଠାରୁ ଏହି ଉପହାର ଗ୍ରହଣ କରୁଛି ଏବଂ ମୋର ଏସ୍‌ପିଜି ସହକର୍ମୀମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସେଗୁଡ଼ିକୁ ଆପଣଙ୍କଠାରୁ ସଂଗ୍ରହ କରିନିଅନ୍ତୁ। ଯଦି ଆପଣମାନେ ପଛରେ ଆପଣଙ୍କର ନାମ ଏବଂ ଠିକଣା ଲେଖିଥିବେ, ତେବେ ଆପଣ ନିଶ୍ଚିତ ଭାବରେ ମୋଠାରୁ ଏକ ଚିଠି ପାଇବେ। ସେଠାରେ, ପଛରେ ମଧ୍ୟ ଏକ ପିଲା କିଛି ଧରି ଠିଆ ହୋଇଛି; ତାଙ୍କ ହାତ ଯନ୍ତ୍ରଣା କରୁଥିବ। ସେ ବହୁ ସମୟ ହେଲା ଏହାକୁ ଧରି ଠିଆ ହୋଇଛି। ଦୟାକରି ତାହା ମଧ୍ୟ ସଂଗ୍ରହ କରିନିଅନ୍ତୁ, ଭାଇ। ଦୟାକରି ତାଙ୍କୁ ସାହାଯ୍ୟ କରନ୍ତୁ। ଯଦି ଆପଣ ପଛରେ ଆପଣଙ୍କର ନାମ ଲେଖିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଚିଠି ଲେଖିବି। ଆପଣ ଆତ୍ମୀୟତାର ସହିତ ଏହି କଳାକୃତି ସୃଷ୍ଟି କରିଥିବାରୁ ମୁଁ ସମସ୍ତ ଯୁବକ, ମହିଳା ଏବଂ ଛୋଟ ପିଲାମାନଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି।

ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 27th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି ସେଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ବର୍ତ୍ତମାନ ନବରାତ୍ରି ପର୍ବ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ମା’ ସମଲେଇ ଏବଂ ମା’ ରାମଚଣ୍ଡୀଙ୍କ ପବିତ୍ର ଭୂମିକୁ ଆସିବା ଏବଂ ଆଜିର କାର୍ଯ୍ୟକ୍ରମରେ ସମବେତ ଲୋକମାନଙ୍କୁ ଭେଟିବାର ସୌଭାଗ୍ୟ ତାଙ୍କୁ ମିଳିଛି। ସେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମା’ ଏବଂ ଭଉଣୀଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ, ସେମାନଙ୍କର ଆଶୀର୍ବାଦ ହିଁ ଶକ୍ତିର ପ୍ରକୃତ ଉତ୍ସ। ଏହି ଅବସରରେ ସବୁ ଲୋକମାନଙ୍କୁ ସେ ପ୍ରଣାମ ଜଣାଇଥିଲେ।

ଝାରସୁଗୁଡାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 26th, 09:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 27 ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସିବେ। ପୂର୍ବାହ୍ନ ପ୍ରାୟ 11:30 ସମୟରେ, ସେ ଝାରସୁଗୁଡାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ।

PM Modi and Prime Minister of the United Kingdom meet with Indian and UK business leaders

July 24th, 07:38 pm

PM Modi and the UK PM Starmer met with business leaders from India and the UK. Interacting with the business leaders, they encouraged them to realise the full potential of opportunities flowing from the CETA for deepening trade, investment and innovation partnerships. Both leaders reaffirmed their commitment to supporting businesses and deepen the bonds of economic cooperation.

ଭାରତ-ବ୍ରିଟେନ ଭିଜନ ୨୦୩୫

July 24th, 07:12 pm

ଲଣ୍ଡନରେ ୨୪ ଜୁଲାଇରେ ଭାରତ ଓ ବ୍ରିଟେନ କର୍ତୃପକ୍ଷଙ୍କ ଭିତରେ ସାକ୍ଷାତ ଆଲୋଚନା ବେଳେ ପ୍ରକାଶ ପାଇଛି ଭାରତ-ବ୍ରିଟେନ ଭିଜନ ୨୦୩୫ । ଏହି ଆକାଂକ୍ଷିତ ଓ ସୁଦୂରପ୍ରସାରୀ ଚୁକ୍ତିନାମା ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ କରିବ । ବିଶ୍ୱର ଦ୍ରୁତ ପରିବର୍ତନ ସମୟରେ ଏହି ଚୁକ୍ତିନାମା ଦୁଇ ଦେଶକୁ ସମୃଦ୍ଧ ଓ ବିକାଶ ପଥରେ ଅଗ୍ରସର କରାଇବ ।

ଟିଭି-9 ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 28th, 08:00 pm

ଶ୍ରୀମାନ ରାମେଶ୍ୱର ଗାରୁ ଜୀ, ରାମୁ ଜୀ, ବରୁଣ ଦାସ ଜୀ, ଟିଭି-9ର ପୂରା ଟିମ୍, ମୁଁ ଆପଣଙ୍କ ନେଟୱାର୍କର ସମସ୍ତ ଦର୍ଶକଙ୍କୁ, ଏଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ଶିଖର ସମ୍ମିଳନୀ ପାଇଁ ଅଭିନନ୍ଦନ ଜଣାଉଛି।