ତାମିଲନାଡୁ ଶିବଗଙ୍ଗାରେ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

December 01st, 10:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ଏକ ଦୁର୍ଘଟଣାରେ ହୋଇଥିବା ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।

“GenZ Takes the Cultural Chariot of KTS 4.0”—From Tamil Nadu to Kashi, Youth Turn the Journey Into a ‘Cultural Joy Ride’

November 30th, 06:56 pm

A strong wave of enthusiasm is sweeping across Gen Z as they gear up for the Kashi Tamil Sangamam 4.0, beginning on December 2. The event aims to deepen the ancient cultural and linguistic bond between Kashi and Tamil Nadu, while channeling the vibrant energy of today’s youth. Youngsters travelling on a special train shared their excitement about attending Kashi Tamil Sangamam 4.0, which this year carries the inspiring theme: “Learn Tamil – Tamil Karkalam.”

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 25th, 10:20 am

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ , ଜାତୀୟ ସ୍ଵୟଂ ସେବକ ସଂଘର ପରମ ପୂଜ୍ୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଜୀ , ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ , ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ପୂଜ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ ଜୀ , ପୂଜ୍ୟ ସନ୍ଥ ସମାଜ , ଏଠାରେ ଉପସ୍ଥିତ ସମସ୍ତ ଭକ୍ତ , ଦେଶ ଏବଂ ବିଶ୍ଵ ସ୍ତରରୁ ଏଠାକୁ ଆସି ଏହା ଐତିହାସିକ ମୁହୂର୍ତ୍ତ ର ସାକ୍ଷୀ ହୋଇଥିବା ପରମ ରାମ ଭକ୍ତ , ମହିଳାମାନେ ଏବଂ ଭଦ୍ରବ୍ୟକ୍ତି ଗଣ !

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ୱଜାରୋହଣ ଉତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 25th, 10:13 am

ଦେଶର ସାମାଜିକ-ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ଆନୁଷ୍ଠାନିକ ଭାବରେ ଏକ ଗୈରିକ ପତାକା ଉତ୍ତୋଳନ କରିଛନ୍ତି। ଧ୍ୱଜାରୋହଣ ଉତ୍ସବ ମନ୍ଦିର ନିର୍ମାଣର ଆନୁଷ୍ଠାନିକ ସମାପ୍ତି ଏବଂ ସାଂସ୍କୃତିକ ଉତ୍ସବ ଓ ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ପ୍ରତୀକ। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଅଯୋଧ୍ୟା ସହର ଭାରତର ସାଂସ୍କୃତିକ ଚେତନାର ଆଉ ଏକ ଶିଖରର ସାକ୍ଷୀ ହେଉଛି। ଆଜି ସମଗ୍ର ଭାରତ ଏବଂ ସମଗ୍ର ବିଶ୍ୱ ପ୍ରଭୁ ଶ୍ରୀ ରାମଙ୍କ ଭାବନାରେ ସମ୍ପୂର୍ଣ୍ଣ ରାମମୟ ହୋଇ ଉଠିଛି । ଶ୍ରୀ ମୋଦୀ କହିଛନ୍ତି, ପ୍ରତ୍ୟେକ ରାମ ଭକ୍ତଙ୍କ ହୃଦୟରେ ଆଜି ଅନନ୍ୟ ସନ୍ତୋଷ, ଅସୀମ କୃତଜ୍ଞତା ଏବଂ ଅପାର ଦିବ୍ୟ ଆନନ୍ଦ ରହିଛି। ସେ କହିଛନ୍ତି, ଶହ ଶହ ବର୍ଷ ପୁରୁଣା କ୍ଷତ ସୁସ୍ଥ ହେଉଛି। ଅନେକ ଶତାବ୍ଦୀର ଯନ୍ତ୍ରଣା ଶେଷ ହେଉଛି ଏବଂ ଶହ ଶହ ବର୍ଷର ସଂକଳ୍ପ ଆଜି ସିଦ୍ଧି ଲାଭ କରୁଛି। ସେ କହିଛନ୍ତି, ଏହା ଏକ ଯଜ୍ଞର ପରିଣାମ ଯାହାର ଅଗ୍ନି ପାଞ୍ଚ ଶହ ବର୍ଷ ଧରି ପ୍ରଜ୍ଜ୍ୱଳିତ ରହିଥିଲା। ଏହି ଯଜ୍ଞର ବିଶ୍ୱାସ କେବେ ଟଳମଳ ହୋଇନଥିଲା। ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ବିଶ୍ୱାସ ଭାଙ୍ଗି ନଥିଲା। ଆଜି ପ୍ରଭୁ ଶ୍ରୀରାମଙ୍କ ପବିତ୍ର ସ୍ଥାନର ଅସୀମ ଶକ୍ତି ଏବଂ ଶ୍ରୀରାମଙ୍କ ପରିବାରର ଦିବ୍ୟ ମହିମା ଏହି ଧର୍ମଧ୍ୱଜ ରୂପରେ ସବୁଠାରୁ ଦିବ୍ୟ ଓ ମହାନ ମନ୍ଦିରରେ ପ୍ରତିଷ୍ଠିତ ହୋଇଛି।

କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନୀ 2025 ମସିହାରେ କୃଷକମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

November 20th, 12:30 pm

ଏସବୁ କଦଳୀ ମୂଲ୍ୟଯୁକ୍ତ ଉତ୍ପାଦ,ଏବଂ ଏହା ବର୍ଜ୍ୟବସ୍ତୁ। ସାର୍, ଏହା କଦଳୀ ଅପଚୟରୁ; ଏହା କଦଳୀ ମୂଲ୍ୟଯୁକ୍ତରୁ ଆସିଛି ସାର୍

ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ରେ କୃଷକମାନଙ୍କ ସହ ମତବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 20th, 12:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ ରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରାକୃତିକ କୃଷିରେ ନିୟୋଜିତ ଚାଷୀମାନଙ୍କୁ ଅଭିବାଦନ ଜଣାଇ ଶ୍ରୀ ମୋଦୀ କଦଳୀ ଉତ୍ପାଦନ ଦେଖିଥିଲେ ଏବଂ କଦଳୀ ଗଛର ବର୍ଜ୍ୟ ବ୍ୟବହାର ବିଷୟରେ ପଚାରିଥିଲେ। ଚାଷୀ ବୁଝାଇଥିଲେ ଯେ ପ୍ରଦର୍ଶିତ ସମସ୍ତ ସାମଗ୍ରୀ କଦଳୀ ବର୍ଜ୍ୟରୁ ନିର୍ମିତ ମୂଲ୍ୟଯୁକ୍ତ ଉତ୍ପାଦ। ସେମାନଙ୍କର ଉତ୍ପାଦଗୁଡ଼ିକ ସାରା ଭାରତରେ ଅନଲାଇନରେ ବିକ୍ରି ହୁଏ କି? ବୋଲି ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପଚାରିଥିଲେ, ଯାହା ସମ୍ପର୍କରେ ସେମାନେ ନିଶ୍ଚିତ କରିଥିଲେ। କୃଷକମାନେ ଆହୁରି କହିଥିଲେ ଯେ, ସେମାନେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ବ୍ୟକ୍ତିଗତ ଯୋଗଦାନକାରୀଙ୍କ ମାଧ୍ୟମରେ ସମଗ୍ର ତାମିଲନାଡୁର ପ୍ରତିନିଧିତ୍ୱ କରୁଛନ୍ତି। ସେ ସୂଚନା ଦେଇଥିଲେ ଯେ, ସେମାନଙ୍କର ଉତ୍ପାଦଗୁଡ଼ିକ ଅନଲାଇନରେ ବିକ୍ରି ହୁଏ, ରପ୍ତାନି ହୁଏ ଏବଂ ସାରା ଭାରତରେ ସ୍ଥାନୀୟ ବଜାର ଏବଂ ସୁପରମାର୍କେଟରେ ମଧ୍ୟ ଉପଲବ୍ଧ ହୁଏ। ଶ୍ରୀ ମୋଦୀ ପଚାରିଥିଲେ ଯେ ପ୍ରତ୍ୟେକ ଏଫପିଓରେ କେତେ ଲୋକ ଏକାଠି କାମ କରନ୍ତି, ଏବଂ ଚାଷୀ ଉତ୍ତର ଦେଇଥିଲେ ଯେ ପ୍ରାୟ ଏକ ହଜାର ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ଏହାକୁ ସ୍ୱୀକାର କରିଥିଲେ ଏବଂ ଆହୁରି ପଚାରିଥିଲେ ଯେ କେବଳ ଗୋଟିଏ କ୍ଷେତ୍ରରେ କଦଳୀ ଚାଷ କରାଯାଏ କି, ଅନ୍ୟ ଫସଲ ସହିତ ମିଶ୍ରିତ ଭାବେ ଏହାକୁ ଚାଷ କରାଯାଏ। କୃଷକ ସ୍ପଷ୍ଟ କରିଥିଲେ ଯେ ବିଭିନ୍ନ କ୍ଷେତ୍ର ବିଭିନ୍ନ ସ୍ୱତନ୍ତ୍ର ଉତ୍ପାଦରେ ସ୍ଵତନ୍ତ୍ରତା ବଜାୟ ରଖିଛନ୍ତି ଏବଂ ସେମାନଙ୍କ ପାଖରେ ଜିଆଇ ଉତ୍ପାଦ ମଧ୍ୟ ଅଛି।

ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ ଗସ୍ତ

November 18th, 11:38 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆନ୍ଧ୍ର ପଦେଶ ଓ ତାମିଲନାଡ଼ୁ ଗସ୍ତ କରିବେ ।

ତିରୁପ୍ପୁର କୁମାରନ ଏବଂ ସୁବ୍ରମଣ୍ୟ ଶିବାଙ୍କ ସ୍ମୃତି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 04th, 04:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସ୍ୱାଧୀନତା ସଂଗ୍ରାମର ଦୁଇ ପ୍ରମୁଖ ବ୍ୟକ୍ତିତ୍ୱ – ତିରୁପ୍ପୁର କୁମାରନ ଏବଂ ସୁବ୍ରମଣ୍ୟ ଶିବାଙ୍କୁ ସେମାନଙ୍କ ସ୍ମୃତି ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଚେନ୍ନାଇରେ କୋଠା ଭୁଶୁଡ଼ି ଲୋକେ ମୃତାହତ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

September 30th, 09:48 pm

ତାମିଲନାଡ଼ୁର ଚେନ୍ନାଇରେ କୋଠା ଭୁଶୁଡ଼ି ଲୋକେ ମୃତାହତ ହେବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ତାମିଲନାଡୁ କରୁରରେ ରାଜନୈତିକ ରାଲିରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ପୀଡିତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

September 28th, 12:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ କରୁରରେ ଏକ ରାଜନୈତିକ ରାଲିରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ପିଏମଏନଆରଏଫ୍‌ରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।

ମନ୍ କୀ ବାତ୍ ସେପ୍ଟେମ୍ବର 2025

September 28th, 11:00 am

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।

କରୁର ରାଜନୈତିକ ଶୋଭାଯାତ୍ରାରେ ପ୍ରାଣହାନି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

September 27th, 10:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁର କରୁରଠାରେ ରାଜନୈତିକ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଘଟଣାରେ ପ୍ରାଣହାନି ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ର ପୀଡ଼ିତଙ୍କ ପରିବାର ସାଥୀରେ ଦୃଢ଼ତାର ସହ ଛିଡ଼ା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆବଶ୍ୟକ ସମର୍ଥନ ଓ ସହାୟତା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି ।

ନାଗାଲାଣ୍ଡର ରାଜ୍ୟପାଳ ଥିରୁ ଲା ଗଣେଶନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 15th, 08:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗାଲାଣ୍ଡର ରାଜ୍ୟପାଳ ଥିରୁଲା ଗଣେଶନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀତାଙ୍କୁ ଜଣେ ସମର୍ପିତ ରାଷ୍ଟ୍ରବାଦୀ ଭାବରେ ପ୍ରଶଂସା କରିଛନ୍ତି, ଯିଏସେବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ ।

Union Cabinet clears ₹2,157 crore 4-Lane Marakkanam–Puducherry NH Project in Tamil Nadu

August 08th, 04:08 pm

The CCEA, chaired by PM Modi, approved construction of a 46 km, 4-lane Marakkanam–Puducherry stretch of NH-332A in Tamil Nadu under Hybrid Annuity Mode at a cost of ₹2,157 crore. Upgrading the congested 2-lane route will improve safety, decongest traffic, and enhance connectivity between Chennai, Puducherry, Viluppuram, and Nagapattinam.

ସଂସଦରେ ତାମିଲନାଡୁର କୃଷକମାନଙ୍କର ଏକ ଗୋଷ୍ଠୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

August 07th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ତାମିଲନାଡୁର କୃଷକମାନଙ୍କର ଏକ ଗୋଷ୍ଠୀ ସହିତ ସାକ୍ଷାତ କରିଛନ୍ତି । ଶ୍ରୀ ମୋଦୀ ସେମାନଙ୍କର ଅଭିଜ୍ଞତା ଏବଂ ନବାଚାର ପ୍ରତି ସେମାନଙ୍କର ଗୁରୁତ୍ୱ ଏବଂ ଉତ୍ପାଦକତା ବଢ଼ାଇବା ସହିତ ସ୍ଥାୟୀତ୍ୱ ବୃଦ୍ଧି କରିବା ପାଇଁ ନୂତନ କୃଷି କୌଶଳ ଗ୍ରହଣ କରିବା ସମ୍ପର୍କରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Our government is working with full strength to transform the lives of farmers: PM Modi in Varanasi

August 02nd, 11:30 am

In his address while launching multiple development works in Varanasi, PM Modi said that this was his first visit to the holy city following Operation Sindoor. He asserted that during Operation Sindoor, the world witnessed the Rudra form of India. The PM announced that ₹21,000 crore had been transferred to the bank accounts of 10 crore farmers across the country under the PM-Kisan Samman Nidhi scheme.

ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 02nd, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଶ୍ରାବଣ ମାସରେ ବାରାଣସୀର ପରିବାର ସହ ସାକ୍ଷାତ କରି ତାଙ୍କର ହୃଦୟସ୍ପର୍ଶୀ ଭାବନା ପ୍ରକାଶ କରିଛନ୍ତି । ବାରାଣସୀର ଲୋକଙ୍କ ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କକୁ ଉଲ୍ଲେଖ କରି ଶ୍ରୀ ମୋଦୀ ସହରର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଶ୍ରାବଣ ମାସରେ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କ ସହିତ ସଂଯୋଗ ସ୍ଥାପନ କରି ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି ।

The history and legacy of the Chola Empire reflect the strength and true potential of our great nation: PM Modi

July 27th, 12:30 pm

In his address during the Aadi Thiruvathirai Festival at the Gangaikonda Cholapuram temple in Tamil Nadu, PM Modi said that the legacy of Rajaraja Chola and Rajendra Chola is synonymous with India's identity and pride. He remarked that the economic and strategic advancements achieved during the Chola era continue to inspire modern India. The PM affirmed his resolve to further strengthen the spirit of pride in India’s rich heritage.

ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

July 27th, 12:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ । ସର୍ବଶକ୍ତିମାନ ଭଗବାନ ଶିବଙ୍କୁ ପ୍ରଣାମ କରି, ରାଜରାଜା ଚୋଳଙ୍କ ପବିତ୍ର ଭୂମିରେ ଦିବ୍ୟ ଶିବ ଦର୍ଶନ ମାଧ୍ୟମରେ ଅନୁଭୂତ ଗଭୀର ଆଧ୍ୟାତ୍ମିକ ଶକ୍ତିକୁ ପ୍ରତିଫଳିତ କରି, ଶ୍ରୀ ଇଲୈୟାରାଜଙ୍କ ସଙ୍ଗୀତ ଏବଂ ଓଧୂବରମାନଙ୍କ ପବିତ୍ର ମନ୍ତ୍ର ସହିତ, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଏହି ଆଧ୍ୟାତ୍ମିକ ପରିବେଶ ଆତ୍ମାକୁ ଗଭୀର ଭାବରେ ଆକର୍ଷିତ କରିଛି ।

ତାମିଲନାଡ଼ୁର ତୁତ-କୁଡ଼ିରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 26th, 08:16 pm

ତାମିଲନାଡ଼ୁର ରାଜ୍ୟପାଳ ଆର୍. ଏନ୍. ରବି ଜୀ, ମନ୍ତ୍ରିମଣ୍ଡଳରେସହଯୋଗୀ କିଞ୍ଜରାପୁ ରାମମୋହନ ନାଇଡୁ ଜୀ, ଡ. ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁର ମନ୍ତ୍ରୀ ଥଙ୍ଗମ ତେନ୍ନାରସୁ ଜୀ, ଡକ୍ଟର ଟି. ଆର୍. ବି. ରାଜା ଜୀ, ପି. ଗୀତା ଜୀବନ ଜୀ, ଅନିତା ଆର୍. ରାଧାକ୍ରିଷ୍ଣନ ଜୀ, ସାଂସଦ କାନିମୋଝିଜୀ, ତାମିଲନାଡ଼ୁ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା ଆମର ବିଧାୟକ ନୟନାର ନାଗେନ୍ଦ୍ରନ ଜୀ ଏବଂ ତାମିଲନାଡ଼ୁର ମୋର ଭାଇ ଓ ଭଉଣୀମାନେ!