ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 18th, 08:45 pm
ଗତକାଲି, ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ନଜର ସଂସଦ ଉପରେ ରହିଥିଲା। ଦେଶର ନାରୀ ଶକ୍ତି ଦେଖୁଥିଲା। ମୁଁ ଏହା ଦେଖି ମଧ୍ୟ ବହୁତ ଦୁଃଖିତ ହୋଇଥିଲି ଯେ ଯେତେବେଳେ ଏହି ମହିଳା କଲ୍ୟାଣ ପ୍ରସ୍ତାବ ପରାଜିତ ହେଲା, କଂଗ୍ରେସ, ଡିଏମକେ, ଟିଏମସି ଏବଂ ଏସପି ଭଳି ପରିବାରବାଦୀ ଦଳ ଆନନ୍ଦରେ ତାଳି ବଜାଇଥିଲେ। ଏହି ଲୋକମାନେ ଟେବୁଲ ବାଡ଼ାଉଥିଲେ, ମହିଳାମାନଙ୍କ ଠାରୁ ସେମାନଙ୍କ ଅଧିକାର ଛଡ଼ାଇ ନେଇଥିଲେ। ସେମାନେ ଯାହା କରିଥିଲେ ତାହା କେବଳ ଟେବୁଲ ବାଡ଼େଇବା ନଥିଲା; ଏହା ମହିଳାଙ୍କ ଆତ୍ମସମ୍ମାନ ଏବଂ ସ୍ୱାଭିମାନ ଉପରେ ଆଘାତ ଥିଲା। ମହିଳାମାନେ ସବୁକିଛି ଭୁଲିଗଲେ ମଧ୍ୟ, ସେମାନେ ନିଜର ଅପମାନକୁ କେବେ ଭୁଲନ୍ତି ନାହିଁ । ତେଣୁ, ସଂସଦରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ଆଚରଣର ଯନ୍ତ୍ରଣା ସର୍ବଦା ପ୍ରତ୍ୟେକ ମହିଳାଙ୍କ ହୃଦୟରେ ରହିବ। ଯେତେବେଳେ ସାରା ଦେଶର ମହିଳାମାନେ ଏହି ନେତାମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଦେଖିବେ, ସେମାନେ ମନେ ରଖିବେ ଯେ ଏହି ଲୋକମାନେ, ଏମାନେ ହିଁ, ସଂସଦରେ ମହିଳା ସଂରକ୍ଷଣକୁ ବନ୍ଦ କରିବାର ଉତ୍ସବ ପାଳନ କରିଥିଲେ ଏବଂ ଖୁସି ହୋଇଥିଲେ। ଗତକାଲି ସଂସଦରେ ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ବିରୋଧ କରୁଥିବା ଦଳଗୁଡ଼ିକୁ, ମୁଁ ସ୍ପଷ୍ଟ ଭାବରେ କହିବି: ଏ ଲୋକମାନେ ନାରୀଶକ୍ତିକୁ ହାଲୁକା ଭାବରେ ନେଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ଏକବିଂଶ ଶତାବ୍ଦୀର ମହିଳାମାନେ ଦେଶର ପ୍ରତ୍ୟେକ ଘଟଣା ଉପରେ ନଜର ରଖନ୍ତି। ମହିଳାମାନେ ଏମାନଙ୍କର ଉଦ୍ଦେଶ୍ୟ ବୁଝନ୍ତି ଏବଂ ସତ୍ୟକୁ ଭଲ ଭାବରେ ଜାଣନ୍ତି। ତେଣୁ, ମହିଳା ସଂରକ୍ଷଣକୁ ବିରୋଧ କରି ବିରୋଧୀମାନେ କରିଥିବା ପାପ ପାଇଁ ନିଶ୍ଚିତ ଭାବରେ ଦଣ୍ଡିତ ହେବେ। ଏହି ଦଳଗୁଡ଼ିକ ସମ୍ବିଧାନ ପ୍ରଣେତାଙ୍କ ଭାବନାକୁ ମଧ୍ୟ ଅପମାନ କରିଛନ୍ତି ଏବଂ ସେମାନେ ଜନସାଧାରଣଙ୍କ ଦଣ୍ଡରୁ ରକ୍ଷା ପାଇବେ ନାହିଁ ।ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 18th, 08:30 pm
ଭାରତର ମା', ଭଉଣୀ ଏବଂ ଝିଅମାନଙ୍କ ସହ ଜଡ଼ିତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ପ୍ରଗତି ଅଟକିଯିବା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ସର୍ବୋତ୍ତମ ଏବଂ ନିଷ୍ଠାପର ପ୍ରୟାସ ସତ୍ତ୍ୱେ, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ’ ସଂଶୋଧନ ଗୃହୀତ ହୋଇପାରିଲା ନାହିଁ, ଯାହା ଫଳରେ ମହିଳାମାନଙ୍କ ଏକ ସ୍ୱପ୍ନ ଭାଙ୍ଗିଗଲା।, ଏହି ଦୁର୍ଭାଗ୍ୟଜନକ ଫଳାଫଳ ପାଇଁ ମୁଁ ଦେଶର ସମସ୍ତ ମା' ଏବଂ ଭଉଣୀମାନଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛିଶ୍ରୀ ମୋଦୀ କହିଥିଲେ।ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ
April 14th, 10:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଉପରାଷ୍ଟ୍ରପତି ଥିରୁ ସି. ପି. ରାଧାକ୍ରିଷ୍ଣନଙ୍କୁ ଭେଟିଛନ୍ତି ଏବଂ ପୁଥାଣ୍ଡୁର ସ୍ୱତନ୍ତ୍ର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
February 08th, 08:35 am
ପ୍ରଥମେ, ମୁଁ ମୋର ଘନିଷ୍ଠ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଓ ଭବ୍ୟ ସ୍ୱାଗତ ପାଇଁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି। ଗତ ବର୍ଷ, ମୁଁ ଏସିଆନ୍ ଶିଖର ସମ୍ମିଳନୀ ପାଇଁ ମାଲେସିଆ ଯାତ୍ରା କରିପାରି ନଥିଲି। କିନ୍ତୁ ମୁଁ ମୋର ପ୍ରିୟ ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ଯଥାଶୀଘ୍ର ମାଲେସିଆ ଗସ୍ତ କରିବି। ଆଜି, ୨୦୨୬ର ମୋର ପ୍ରଥମ ବିଦେଶ ଯାତ୍ରାରେ, ମୁଁ ମାଲେସିଆ ଆସିଛି।India Malaysia Joint Statement on the occasion of the Official visit by Prime minister of India to Malaysia
February 08th, 08:30 am
At the invitation of Prime Minister of Malaysia, His Excellency, Dato’ Seri Anwar Ibrahim, His Excellency, Shri Narendra Modi, Prime Minister of the Republic of India, undertook an official visit to Malaysia from 7 to 8 February 2026. The visit reflected the deep-rooted friendship and enduring people-to-people ties, based on civilizational connections between the two countries. It reaffirmed the shared commitment of the two Leaders to further consolidate and expand the India–Malaysia Comprehensive Strategic Partnership.ମାଲେସିଆର ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
February 07th, 03:59 pm
ଏହି ସାମୁଦାୟିକ ସମାରୋହରେ ସାମିଲ ହୋଇଥିବାରୁ ସର୍ବପ୍ରଥମେ ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଏବେ ଏବେ ଭାରତ-ମାଲେସିଆର ବନ୍ଧୁତ୍ୱର ବ୍ୟାପକତା ଓ ଭବିଷ୍ୟତର ସମ୍ଭାବନା ନେଇ ସେ ଯେଉଁ ସୁନ୍ଦର ଅଭିଭାଷଣ ରଖିଲେ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।ମାଲେସିଆର କ୍ୱାଲାଲମ୍ପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 07th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସିଆର କ୍ୱାଲାଲମ୍ପୁରରେ ଏକ ଜନ ସଭାରେ ଉଦବୋଧନ ଦେଇଛନ୍ତି । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ନେହପୂର୍ଣ୍ଣ ଅଭିବାଦନ ସାଧାରଣ ସଂସ୍କୃତିର ସୁନ୍ଦର ବିବିଧତାକୁ ପ୍ରତିଫଳିତ କରେ। ସେ ତାଙ୍କର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ଏହି ଜନ ସଭାରେ ଯୋଗଦେବା ପାଇଁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରକୁ ଆସିଥିଲେ ଏବଂ ତାଙ୍କ କାରରେ ତାଙ୍କୁ କାର୍ଯ୍ୟକ୍ରମରେ ଆଣିଥିଲେ। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଏହି ବିଶେଷ ଭାବନା ଭାରତ ଏବଂ ଉପସ୍ଥିତ ଲୋକଙ୍କ ପ୍ରତି ସ୍ନେହ ଓ ସମ୍ମାନକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।Prime Minister condoles the demise of Thiru D. Gnanasundaram Ji
January 26th, 09:48 pm
The Prime Minister, Narendra Modi, has expressed deep grief over the demise of D. Gnanasundaram.ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 14th, 11:00 am
ଆଜି, ପୋଙ୍ଗଲ ବାସ୍ତବରେ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି । ସମଗ୍ର ବିଶ୍ୱରେ ତାମିଲ ସମ୍ପ୍ରଦାୟ ଏବଂ ତାମିଲ ସଂସ୍କୃତିକୁ ପାଳନ କରୁଥିବା ଲୋକମାନେ ଏହାକୁ ବହୁତ ଉତ୍ସାହର ସହ ପାଳନ କରନ୍ତି ଏବଂ ମୁଁ ସେମାନଙ୍କ ମଧ୍ୟରୁ ଜଣେ । ଏହା ମୋର ସୌଭାଗ୍ୟ ଯେ ଏହି ବିଶେଷ ପର୍ବ ପାଳନ କରିବା ପାଇଁ ମୁଁ ଆପଣଙ୍କ ସହ ଯୋଗ ଦେଇଛି । ତାମିଲ ଜୀବନରେ, ପୋଙ୍ଗଲ ଏକ ଆନନ୍ଦଦାୟକ ଅନୁଭୂତି, ଯାହା ଆମର କୃଷକ, ପୃଥିବୀ ଏବଂ ସୂର୍ଯ୍ୟଙ୍କ ପ୍ରତି ଏକ କୃତଜ୍ଞତାର ଭାବନା । ଏହା ଆମକୁ ପ୍ରକୃତି, ପରିବାର ଏବଂ ସମାଜ ସହ ସମନ୍ୱୟର ଗୁରୁତ୍ୱ ଶିଖାଇଥାଏ । ଏହି ସମୟରେ, ଭାରତର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟ ଉତ୍ସବରେ ବୁଡ଼ି ରହିଛନ୍ତି - ଲୋହରୀ, ମକର ସଂକ୍ରାନ୍ତି, ମାଘ ବିହୁ ଏବଂ ଏମିତି ଅନେକ ପର୍ବ । ମୁଁ ପୋଙ୍ଗଲ ଏବଂ ଏହି ସମସ୍ତ ପର୍ବରେ ଭାରତ ଏବଂ ବିଶ୍ୱର ସମସ୍ତ ତାମିଲ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 14th, 10:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ତାମିଲ ଭାଷାରେ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ, ପୋଙ୍ଗଲ ଆଜି ଏକ ବିଶ୍ଵସ୍ତରୀୟ ପର୍ବ ପାଲଟିଛି। ଏହି ପର୍ବକୁ ତାମିଲ ସମ୍ପ୍ରଦାୟ ଏବଂ ବିଶ୍ୱବ୍ୟାପୀ ତାମିଲ ସଂସ୍କୃତିକୁ ଆଦର କରୁଥିବା ଲୋକମାନେ ଉତ୍ସାହର ସହିତ ପାଳନ କରନ୍ତି ଏବଂ ସେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ଏହି ବିଶେଷ ପର୍ବକୁ ସମସ୍ତଙ୍କ ସହିତ ଏକାଠି ପାଳନ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାମିଲ ଜୀବନରେ, ପୋଙ୍ଗଲ ଏକ ସୁଖଦ ଅଭିଜ୍ଞତା ଭଳି, ଯାହା କୃଷକ, ପୃଥିବୀ ଏବଂ ସୂର୍ଯ୍ୟଙ୍କ ପରିଶ୍ରମ ପ୍ରତି କୃତଜ୍ଞତାକୁ ମୂର୍ତ୍ତିମନ୍ତ କରିଥାଏ। ଏହା ପ୍ରକୃତି, ପରିବାର ଏବଂ ସମାଜରେ ସନ୍ତୁଳନ ରକ୍ଷା ପାଇଁ ଆମକୁ ମାର୍ଗଦର୍ଶନ କରିଥାଏ। ଏହି ସମୟରେ ଦେଶର ବିଭିନ୍ନ ଅଂଶ ମଧ୍ୟ ଲୋହରୀ, ମକର ସଂକ୍ରାନ୍ତି, ମାଘ ବିହୁ ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ବୁଡ଼ି ରହିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ ପୋଙ୍ଗଲ ଉପଲକ୍ଷେ ଭାରତ ଏବଂ ବିଶ୍ୱବ୍ୟାପୀ ସମସ୍ତ ତାମିଲ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଏବଂ ସମସ୍ତ ପର୍ବପର୍ବାଣୀ ପାଇଁ ଶୁଭକାମନା ଦେଇଥିଲେ।'ବିକଶିତ ଭାରତ'ର ସଂକଳ୍ପ ନିଶ୍ଚିତ ଭାବରେ ପୂରଣ ହେବ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
December 28th, 11:30 am
ବର୍ଷର ଶେଷ ମନ କୀ ବାତ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ 2025ରେ ଭାରତ ଜାତୀୟ ସୁରକ୍ଷା, କ୍ରୀଡା, ବିଜ୍ଞାନ ପ୍ରୟୋଗଶାଳା ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ନିଜର ଛାପ ସୃଷ୍ଟି କରିଥିଲା। ସେ ଆଶା ପ୍ରକାଶ କରିଥିଲେ ଯେ ଦେଶ 2026 ରେ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମଧ୍ୟ ଯୁବ-କୈନ୍ଦ୍ରିକ ପଦକ୍ଷେପ ଯେପରିକି ବିକଶିତ ଭାରତ ଯୁବ ନେତା ସଂଳାପ, କୁଇଜ୍ ପ୍ରତିଯୋଗିତା, ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ଏବଂ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ।2047 ରେ ବିକଶିତ ଭାରତର ମାର୍ଗ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଯାଇଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
July 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟର ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
April 05th, 10:48 pm
ଆଜି କଲମ୍ବୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟର ନେତାମାନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ସମ୍ମାନାଷ୍ପଦ ତାମିଲ ନେତା ଥିରୁ ଆର.ସମ୍ପନ୍ଥନ ଏବଂ ଥିରୁ ମାଭାଇ ସେନାଥିରାଜଙ୍କ ପରଲୋକରେ ଶୋକ ପ୍ରକଟ କରିଥିଲେ ।ତାମିଲ କବି ସୁବ୍ରମଣ୍ୟମ ଭାରତୀଙ୍କ ସମ୍ପୂର୍ଣ୍ଣ ରଚନା ଗୁଡିକର ସଂକଳନ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 11th, 02:00 pm
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ରାଓ ଇନ୍ଦ୍ରଜିତ୍ ସିଂ, ଏଲ୍ ମୁରୁଗାନ୍ ଜୀ ଏବଂ ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାହିତ୍ୟ ସେଭି, ସିନି ବିଶ୍ୱନାଥନ ଜୀ, ପ୍ରକାଶକ ଭି ଶ୍ରୀନିବାସନ ଜୀ ଏବଂ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଭଦ୍ର..... ମହିଳା ଏବଂ ଭଦ୍ର ମାନେ।PM Modi releases compendium of complete works of great Tamil poet Subramania Bharati
December 11th, 01:30 pm
PM Modi released the compendium of complete works of great Tamil poet and freedom fighter Subramania Bharati at 7, Lok Kalyan Marg. The Prime Minister lauded the extraordinary, unprecedented and tireless work of six decades for the compilation of 'Kaala Varisaiyil Bharathiyar Padaippugal' in 21 volumes. He added that the hard work of Seeni Vishwanathan ji was such a penance, which will benefit many generations to come.ସୁବ୍ରମଣିଆ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
December 11th, 10:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କବି ତଥା ଲେଖକ ସୁବ୍ରମଣିଆ ଭାରତୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।୧୧ ଡିସେମ୍ବର ୨୦୨୪ରେ ତାମିଲ କବି ତଥା ସ୍ୱାଧିନତା ସଂଗ୍ରାମୀ ସୁବ୍ରମଣିଆ ଭାରତୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ ସଂକଳନ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
December 10th, 05:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଡିସେମ୍ବର, ଦିନ ପ୍ରାୟ ୧ଟା ସମୟରେ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ତାମିଲ କବି ତଥା ସ୍ୱାଧୀନତା ସଂଗ୍ରାମୀ ସୁବ୍ରମଣିଆ ଭାରତୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକର ସଂକଳନ ଉନ୍ମୋଚନ କରିବେ ।ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 14th, 08:15 am
ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କ ସହିତ ସାମିଲ ହେବା ହେଉଛି ମୋର ସୌଭାଗ୍ୟ । ଆମେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରାଜନୈତିକ ଏବଂ ଆର୍ଥିକ ସମ୍ବନ୍ଧରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରୁଛୁ । ନାଗପଟ୍ଟିନମ୍ ଏବଂ କାନକେସନଥୁରାଇ ମଧ୍ୟରେ ନୌସେବାର ଶୁଭାରମ୍ଭ ଆମର ସମ୍ବନ୍ଧକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ।ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌସେବା ଆରମ୍ଭ
October 14th, 08:05 am
ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବାକୁ ଆଜି (୧୪.୧୦.୨୦୨୩) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ସହ ସମ୍ବୋଧନ କରିଛନ୍ତି ।ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତି
July 21st, 12:13 pm
ମୁଁ ରାଷ୍ଟ୍ରପତି ବିକ୍ରମସିଙ୍ଘେ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି । ଆଜି ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିଜ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରୁଛନ୍ତି । ଏହି ଅବସରରେ ମୁଁ ତାଙ୍କୁ ଆମ ସମସ୍ତଙ୍କ ତରଫରୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ବିଗତ ଏକ ବର୍ଷ, ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ଆହ୍ୱାନରେ ପରିପୂର୍ଣ୍ଣ ଥିଲା । ଏକ ନିକଟ ସମ୍ପର୍କୀୟ ଭାବେ, ସବୁ ସମୟ ଭଳି, ଆମେ ଏହି ସଂକଟ ସମୟରେ ମଧ୍ୟ ଶ୍ରୀଲଙ୍କାର ଲୋକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇ ରହିଥିଲୁ । ଆଜି ଯେଭଳି ସାହସର ସହିତ, ସେ ଏହି ଆହ୍ୱାନପୂର୍ଣ୍ଣ ପରିସ୍ଥିତିଗୁଡିକର ସାମନା କଲେ, ସେଥି ପାଇଁ ମୁଁ ଶ୍ରୀଲଙ୍କାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।