‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 24th, 06:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଉଦ୍ୟୋଗୀ ନିଖିଲ କାମାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

January 10th, 02:15 pm

ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପୋଷ୍ଟ ପୋଡକାଷ୍ଟ କରିଛନ୍ତି ଆପଣ

ପ୍ରଥମ ପଡକାଷ୍ଟରେ ଉଦ୍ୟୋଗୀ ନିଖିଲ କାମାତଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

January 10th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପଡ୍‌କାଷ୍ଟରେ ଉଦ୍ୟୋଗୀ ଓ ନିବେଶକ ନିଖିଲ କାମାତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ପିଲାବେଳର କଥା ପଚରାଗଲା, ଉତ୍ତର ଗୁଜରାଟର ମେହସାନା ଜିଲ୍ଲାର ଏକ ଛୋଟ ସହର ବଡ଼ନଗରରେ ତାଙ୍କର ପିଲାଦିନ କେମିତି କଟିଥିଲା, ସେ ସଂପର୍କରେ ନିଜ ବାଲ୍ୟଜୀବନର ସବୁ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି, ଶିକ୍ଷା ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତା, ପୋଖରୀ, ଡାକ ଘର ଓ ପାଠାଗାର ପରି ଜରୁରୀ ସୁବିଧା ପାଇଁ ବେଶ୍ ପରିଚିତ ଗାଏକଓ୍ୱାଡ୍ ରାଜ୍ୟର ଏହି ସହର ବଡ଼ନଗର। ଗାଏକଓ୍ୱାଡ଼ ସରକାରୀ ପ୍ରାଥମିକ ସ୍କୁଲ ଓ ଭଗବତାଚାର୍ଯ୍ୟ ନାରାୟଣାଚାର୍ଯ୍ୟ ହାଇସ୍କୁଲରେ ପାଠ ପଢ଼ିବା ବେଳର ସ୍ମତି ସବୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ। ବଡ଼ନଗରରେ ବେଶ୍ କିଛି ଦିନ ରହିଥିବା ଚୀନର ଦାର୍ଶନିକ ହୁଏନସାଂଙ୍କ ଉପରେ ନିର୍ମିତ ହୋଇଥିବା ଏକ ଫିଲ୍ମ ସଂପର୍କରେ ଚୀନର ଦୂତାବାସକୁ ସେ ଲେଖିଥିବା ଚିଠି ସଂପର୍କରେ ଏକ ମଜାଦାର କଥା କହିଥିଲେ ମୋଦୀ। ୨୦୧୪ରେ ମୋଦିଜୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଗୁଜରାଟ ଓ ବଡ଼ ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ଅଭିଜ୍ଞତା ବି ବର୍ଣ୍ଣନା କରିଥିଲେ ମୋଦୀଜୀ। କାରଣ ହୁଏନସାଂଙ୍କ ସହିତ ଦୁଇ ରାଷ୍ଟ୍ରନେତାଙ୍କ ସହରର ଐତିହାସିକ ସଂପର୍କ ଦୃଷ୍ଟିରୁ ସି ଜିଙ୍ଗପିନ ଗୁଜରାଟ ଓ ବଡ଼ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଲେ। ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ସଂପର୍କ ଓ ମିଳିତ ଐତିହ୍ୟର ଏହା ଅନନ୍ୟ ଉଦାହରଣ ବୋଲି ମୋଦୀଜୀ କହିଥିଲେ।

Exchange of MoUs in the presence of Prime Minister, on the sidelines of the inauguration of Make in India Centre

February 13th, 04:27 pm



Taiwan and Gujarat made for each other”, says Hon'ble CM on prospects of Taiwan Industrial Park

February 24th, 05:23 am

Taiwan and Gujarat made for each other”, says Hon'ble CM on prospects of Taiwan Industrial Park