Just as the Netherlands is known for tulips, India is known for the lotus: PM Modi in The Hague
May 16th, 01:30 pm
Addressing a massive community programme in The Hague, Netherlands, PM Modi praised the Indian diaspora for its contributions to Dutch society and for serving as a living bridge between India and the Netherlands. He highlighted the sporting linkages that contribute to close people-to-people ties between the two countries. He also called upon the diaspora to actively contribute to India's journey towards Viksit Bharat.Prime Minister addresses the Indian Diaspora in the Netherlands
May 16th, 01:20 pm
Addressing a massive community programme in The Hague, Netherlands, PM Modi praised the Indian diaspora for its contributions to Dutch society and for serving as a living bridge between India and the Netherlands. He highlighted the sporting linkages that contribute to close people-to-people ties between the two countries. He also called upon the diaspora to actively contribute to India's journey towards Viksit Bharat.ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତରେ ପଶ୍ଚିମ ଏସିଆ ସଙ୍କଟ ଦୂର କରିବା ପାଇଁ 140 କୋଟି ଭାରତୀୟଙ୍କ ଏକତା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି
March 29th, 11:30 am
ଏହି ମାସର ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ବିବାଦ ବିଷୟରେ କହିଥିଲେ ଏବଂ ସଙ୍କଟ ଦୂର କରିବା ପାଇଁ ଏକତା ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ଏବଂ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ସର୍ଭେ, କ୍ରୀଡା ଏବଂ ଫିଟନେସ୍, ଜଳ ସଂରକ୍ଷଣ, ମାଛ ଚାଷ ଏବଂ ସୌରଶକ୍ତି ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିଥିଲେ।ନେକ୍ସଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:47 pm
ଆଜି, ମାର୍ଚ୍ଚ ୧୨ ତାରିଖ, ଏକ ଐତିହାସିକ ଦିନ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମରୁ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ଏହା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ନୂତନ ମୋଡ଼ ଥିଲା, କାରଣ ଏହି ଯାତ୍ରା ଦେଶର ପ୍ରତିଟି କୋଣକୁ ଏକମାତ୍ର ଲକ୍ଷ୍ୟ ‘ଭାରତର ସ୍ୱାଧୀନତା’ ସହିତ ଯୋଡ଼ିଥିଲା। ଆଜି ଏହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ଆଉ ଏକ ଯାତ୍ରାରେ ବାହାରିଛୁ । ଏହି ଯାତ୍ରା ହେଉଛି ବିକଶିତ ଭାରତର ଯାତ୍ରା । ଆମର ଲକ୍ଷ୍ୟ ଗୋଟିଏ, ଆମର ଗନ୍ତବ୍ୟ ସ୍ଥଳ ମଧ୍ୟ ଗୋଟିଏ, ତାହା ହେଲା- ବିକଶିତ ଭାରତ। ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ, ଏହିଭଳି ସମ୍ମିଳନୀରେ ହେଉଥିବା ମନ୍ଥନ ଏବଂ ସେଥିରୁ ବାହାରୁଥିବା ଅମୃତ ଏକ ବଡ଼ ଭୂମିକା ଗ୍ରହଣ କରେ । ମୋତେ ନେକ୍ସଟ ସମ୍ମିଳନୀକୁ (Nxt Summit) ନିମନ୍ତ୍ରଣ କରିଥିବାରୁ ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ । ଏଠାକୁ ଦେଶ ଓ ବିଦେଶରୁ ଅନେକ ସହକର୍ମୀ ଆସିଛନ୍ତି; କିଛି ପୁରୁଣା ପରିଚିତ ମଧ୍ୟ ଅଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ୨୧ତମ ଶତାବ୍ଦୀର ଏହି ସମୟ ‘ନ ଭୂତୋ ନ ଭବିଷ୍ୟତି’ (ଯାହା ପୂର୍ବରୁ କେବେ ଘଟିନି କି ଭବିଷ୍ୟତରେ ଘଟିବ ନାହିଁ) ଭଳି । ଗୋଟିଏ ପଟେ ଯୁଦ୍ଧର ଭୟାବହତା ରହିଛି, ଯୋଗାଣ ଶୃଙ୍ଖଳା ପୁଣି ଥରେ ନଷ୍ଟ ହେଉଛି ଏବଂ ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଭଳି ସମୟରେ, ଏହି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ଆମ ଭାରତ ଅଗ୍ରସର ହେଉଛି । ଆଜି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ଯେଉଁ ଦେଶର ନାମ ସବୁଠାରୁ ଅଧିକ ଆଲୋଚନା ହେଉଛି, ତାହା ହେଉଛି ଭାରତ । ସାମ୍ପ୍ରତିକ ଅନେକ ସଙ୍କଟ ମଧ୍ୟରେ, ବିଶ୍ୱର ପ୍ରତ୍ୟେକ ଗମ୍ଭୀର ନେତା ଏବଂ ପ୍ରତ୍ୟେକ ଜ୍ଞାନୀ ବ୍ୟକ୍ତିଙ୍କର ଭାରତ ପ୍ରତି ବହୁତ ବଡ଼ ଆଶା ରହିଛି । ନିକଟରେ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଷ୍ଟବ ଭାରତ ଆସିଥିଲେ । ସେ କହିଥିଲେ ଯେ ‘ଦକ୍ଷିଣ ବିଶ୍ୱ (ଗ୍ଲୋବାଲ ସାଉଥ’) ଏବେ ବିଶ୍ୱର ଦିଗ ନିର୍ଣ୍ଣୟ କରିବ ଏବଂ ସେହି ଦିଗ ନିର୍ଦ୍ଧାରଣ କରିବାରେ ଭାରତ ସବୁଠାରୁ ଶକ୍ତିଶାଳୀ ଦେଶ ହେବ । ଏହା ପୂର୍ବରୁ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଣ୍ଣି ମଧ୍ୟ କହିଥିଲେ ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ବିଶ୍ୱର ଅର୍ଥନୈତିକ ମାଧ୍ୟାକର୍ଷଣ ଯେଉଁ କେନ୍ଦ୍ରକୁ ସ୍ଥାନାନ୍ତରିତ ହେଉଛି, ତାହା ହେଉଛି ଭାରତ । ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋଁ ମଧ୍ୟ ବିଶ୍ୱାସ କରନ୍ତି ଯେ ବିଶ୍ୱର ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ଭାରତ ଏକ ଅପରିହାର୍ଯ୍ୟ ଅଂଶୀଦାର ପାଲଟିଛି । ଆଜି ଯଦି ଆମେ ବୈଷୟିକ ଏବଂ ଅର୍ଥନୈତିକ ଜଗତର ବିଶ୍ୱସ୍ତରୀୟ ନେତାମାନଙ୍କ ବକ୍ତବ୍ୟର ସାରାଂଶ କାଢ଼ିବା, ତେବେ କେବଳ ଗୋଟିଏ ଭାବନା ଉକୁଟି ଆସେ - ଯଦି ଆପଣ ଭବିଷ୍ୟତର ଅଂଶ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଭାରତ ସହିତ ଯୋଡ଼ି ହେବାକୁ ପଡ଼ିବ; ଆପଣଙ୍କୁ ଭାରତରେ ରହିବାକୁ ହେବ ।ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 12th, 08:30 pm
ପ୍ରଧାନମନ୍ତ୍ରୀ ଆଜି ଆଇଟିଭି ନେଟୱାର୍କର ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଐତିହାସିକ ଦାଣ୍ଡିଯାତ୍ରାର ବାର୍ଷିକୀ ସଂପର୍କରେ ଉଲ୍ଲେଖ କରି ସେ ଭାରତର ସ୍ବାଧୀନତା ସଂଗ୍ରାମ ସହ ଏକ ବିକଶିତ ଦେଶ ହେବାକୁ ଭାରତ ଚଳାଇଥିବା ଅଭିଯାନର ସମାନତା ଆଙ୍କିଥିଲେ। ଶ୍ରୀ ମୋଦି ଗୁରୁତ୍ୱାରୋପ କରି କହିଥିଲେ ଯେ ଯେପରି ୧୯୩୦ ମାର୍ଚ୍ଚ ଦେଶକୁ ସ୍ୱାଧୀନତା ଆଡକୁ ନେଇଥିଲା, ସେହିପରି ବର୍ତ୍ତମାନର ବିକଶିତ ଭାରତ ମିଶନ ହେଉଛି ୧୪୦ କୋଟି ଭାରତୀୟଙ୍କ ସାମୂହିକ ଲକ୍ଷ୍ୟ। ସେ କହିଥିଲେ, ଆଜି, ସେହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ପୁଣି ଥରେ 'ବିକଶିତ ଭାରତ' ପାଇଁ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ।ଦୃଢ଼ ସଂକଳ୍ପ, ସ୍ଥିରତା ଏବଂ ଆତ୍ମବିଶ୍ୱାସର ମୂଲ୍ୟବୋଧ ଉପରେ ଆଲୋକପାତ କରୁଥିବା ସଂସ୍କୃତ 'ସୁଭାଷିତମ୍’କୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
March 09th, 09:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଟି-୨୦ କ୍ରିକେଟ୍ ବିଶ୍ୱକପ୍ ଜିତି ଟିମ୍ ଇଣ୍ଡିଆ ପ୍ରଦର୍ଶନ କରିଛି ଯେ ଦୃଢ ସଂକଳ୍ପ, ସ୍ଥିରତା ଏବଂ ଆତ୍ମବିଶ୍ୱାସର ମିଶ୍ରଣ ଜୀବନରେ ସଫଳତାର ଚାବିକାଠି। ସେ ଉଲ୍ଲେଖ କରିଥିଲେ ଯେ ଏହି ବିଜୟ ଏହା ମଧ୍ୟ ଦର୍ଶାଉଛି ଯେ ସଠିକ ଦିଗରେ କଠିନ ପରିଶ୍ରମ ଦ୍ୱାରା ପ୍ରତ୍ୟେକ ଲକ୍ଷ୍ୟ ହାସଲ କରାଯାଇପାରିବ।ଆଇସସିସି ପୁରୁଷ ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଟିମ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
March 08th, 11:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଜିତିଥିବାରୁ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଉଲ୍ଲେଖନୀୟ ବିଜୟ ଅସାଧାରଣ ଦକ୍ଷତା, ଦୃଢ଼ ସଂକଳ୍ପ ଏବଂ ଦଳଗତ କାର୍ଯ୍ୟକୁ ପ୍ରତିଫଳିତ କରିଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରତିଯୋଗିତାରେ ଦଳ ଚମତ୍କାର ଧୈର୍ଯ୍ୟ ପ୍ରଦର୍ଶନ କରିଥିଲା।ଭାରତ-କାନାଡା ସିଇଓ ଫୋରମ୍ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 02nd, 02:30 pm
ମାନନୀୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ଉଭୟ ଦେଶର ବ୍ୟବସାୟ ନେତାଗଣ, ମାନନୀୟା ମହିଳା ଏବଂ ସଜ୍ଜନମାନେ, ନମସ୍କାର!ଏଆଇ ସଫଳତା ଠାରୁ ଆରମ୍ଭ କରି ଟି-20 ବିଶ୍ୱକପ୍ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ ଭାରତର ଉତ୍ଥାନକୁ ଦର୍ଶାଇଛନ୍ତି
February 22nd, 11:30 am
ଚଳିତ ମାସର 'ମନ୍ କି ବାତ୍'ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ନିଜର ଅନୁଭୂତି ବିଷୟରେ କହିଥିଲେ। ସେ ଭାରତୀୟ ବଂଶୋଦ୍ଭବ କ୍ରିକେଟର, ଅଙ୍ଗଦାନ, ନଦୀ ମହୋତ୍ସବ, ଡିଜିଟାଲ ସୁରକ୍ଷା, ପରୀକ୍ଷା ପେ ଚର୍ଚ୍ଚା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ 23 ଫେବୃଆରୀରେ ରାଷ୍ଟ୍ରପତି ଭବନରେ 'ରାଜାଜୀ ଉତ୍ସବ' ପାଳନ କରାଯିବ । ପ୍ରଧାନମନ୍ତ୍ରୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନାରୀ ଶକ୍ତି ସହ ତାଙ୍କର ଗଭୀର ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।ଦୃଷ୍ଟିହୀନ ମହିଳା ଟି୨୦ ବିଶ୍ୱକପ୍ ଚାମ୍ପିଅନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
November 28th, 10:15 am
ମହାଶୟ, ଆପଣ କିପରି ଜାଣିଲେ ଯେ ସେ ଗାଆନ୍ତି ବୋଲିଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଟିମ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ
November 28th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ୭, ଲୋକକଲ୍ୟାଣ ମାର୍ଗରେ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଟିମ ସହ ଭାବ ବିନିମୟ କରିଛନ୍ତି । ଶ୍ରୀ ମୋଦୀ ଖେଳାଳିଙ୍କ ସହ ଉତ୍ସାହର ସହ ଆଲୋଚନା କରିଥିଲେ, ସେମାନଙ୍କ ଦୃଢ଼ ସଂକଳ୍ପର ପ୍ରଶଂସା କରିଥିଲେ ଏବଂ ଆତ୍ମବିଶ୍ୱାସ ତଥା ଦୃଢ଼ତାର ସହ ଭବିଷ୍ୟତରେ ମଧ୍ୟ ଏପରି ଖେଳ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ । ସେ କହିଥିଲେ, କଠିନ ପରିଶ୍ରମରେ ଆଗକୁ ବଢ଼ୁଥିବା ଖେଳାଳି କେବଳ ଖେଳ ମଇଦାନରେ ନୁହେଁ ବରଂ ଜୀବନରେ କେବେ ବି ବିଫଳ ହୋଇ ନଥାଏ । ସେ କହିଛନ୍ତି, ଖେଳାଳିମାନେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି, ଯାହାଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇପାରିଛି ।ଗୁୟାନାରେ ଭାରତୀୟ ସମୁଦାୟଙ୍କୁ ଉଦବୋଧନ କଲେ ପ୍ରଧାନମନ୍ତ୍ରୀ
November 22nd, 03:02 am
ଆଜି ମୁଁ ଆପଣମାନଙ୍କ ସହ ଥିବାରୁ ବହୁତ ଖୁସି । ପ୍ରଥମତ ଆମ ସହ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ । ମୁଁ ଆସିବା ଦିନରୁ ମିଳୁଥିବା ଭଲପାଇବା ଓ ସ୍ନେହରେ ମୁଁ ଅଭିଭୂତ । ରାଷ୍ଟ୍ରପତି ଅଲ୍ଲୀ ତାଙ୍କର ଘରର ଦ୍ୱାର ମୋ ପାଇଁ ଖୋଲିଥିବାରୁ ଧନ୍ୟବାଦ । ଦୟାଳୁ ଭାବନା ଓ ଉତ୍ସାହ ପାଇଁ ତାଙ୍କ ପରିବାରଙ୍କୁ ଧନ୍ୟବାଦ । ଆତିଥେୟତାର ଆତ୍ମା ଆମ ସଂସ୍କୃତିର ହୃଦୟରେ ରହିଛି । ବିଗତ ଦୁଇ ଦିନ ଧରି ମୁଁ ତାହା ଅନୁଭବ କରିପାରୁଛି । ରାଷ୍ଟ୍ରପତି ଅଲ୍ଲୀ ଏବଂ ତାଙ୍କ ଜେଜେ ମା’ଙ୍କ ସହ ଆମେ ଏକ ବୃକ୍ଷରୋପଣ କରିଛୁ । ଏହା ‘ଏକ ପେଡ଼୍ ମା କେ ନାମ୍’ ତଥା ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନର ଅଂଶବିଶେଷ । ଏହା ଏକ ଆବେଗିକ ମୁହୂର୍ତ୍ତ ଥିଲା ଯାହା କି ସର୍ବଦା ମୋର ମନେ ରହିବ ।ଗୁୟାନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 22nd, 03:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ଜର୍ଜଟାଉନ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ, ଉପରାଷ୍ଟ୍ରପତି ଭାରତ ଜଗଦେବ, ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ରାମୋତାରଙ୍କ ସହିତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଗମନରେ ବିଶେଷ ଉତ୍ସାହ ସହ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ ଆହୁରି ମଧ୍ୟ ରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ସେମାନଙ୍କର ଆତିଥ୍ୟ ଏବଂ ସହୃଦୟତା ପାଇଁ ଧନ୍ୟବାଦ ଦେଇଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ଆତିଥ୍ୟର ଭାବନା ଆମ ସଂସ୍କୃତିର ଆତ୍ମାରେ ରହିଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସେ ଭାରତ ସରକାରଙ୍କର ‘ଏକ୍ ପେଡ୍ ମାଁ କେ ନାମ୍’ (ଗୋଟିଏ ଗଛ ମାଆଙ୍କ ନାମରେ) ଅଭିଯାନର ଅଂଶ ଭାବରେ ରାଷ୍ଟ୍ରପତି ଏବଂ ତାଙ୍କର ଜେଜେମାଆଙ୍କ ସହ ଏକ ବୃକ୍ଷ ରୋପଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଭାବପ୍ରମଣ ମୁହୂର୍ତ୍ତ, ଯାହାକୁ ସେ ସବୁଦିନ ପାଇଁ ମନେ ରଖିବେ ।ଋଷ୍ରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 09th, 11:35 am
ମୁଁ ତୁମର ସ୍ନେହ, ଭଲପାଇବା ଏବଂ ତୁମେ ଏଠାରେ ରହିବାକୁ ନେଇଥିବା ସମୟକୁ ଗଭୀର ପ୍ରଶଂସା କରୁଛି । ମୁଁ ଏକୁଟିଆ ଏଠାକୁ ଆସିନାହିଁ; ମୁଁ ମୋ ସହିତ ବହୁତ କିଛି ଆଣିଛି । ମୁଁ ଭାରତର ମାଟିର ବାସ୍ନା, ୧୪୦ କୋଟି ଦେଶବାସୀଙ୍କ ଭଲପାଇବା ଏବଂ ଆପଣଙ୍କ ପାଇଁ ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଆଣିଛି । ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ପ୍ରବାସୀ ଭାରତୀୟଙ୍କ ସହ ମୋର ପ୍ରଥମ କଥାବାର୍ତ୍ତା ମସ୍କୋରେ ହେଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ।ରୁଷରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
July 09th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟମାନେ ସହୃଦୟତା ଓ ସ୍ନେହର ସହିତ ସ୍ୱାଗତ କରିଥିଲେ ।ବିଶ୍ୱ ଟି-୨୦ ଚାମ୍ପିୟନ ଭାରତୀୟ କ୍ରିକେଟ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଇଂରାଜୀ ଉପସ୍ଥାପନା
July 05th, 04:00 pm
ପ୍ରଧାନମନ୍ତ୍ରୀ-ସାଥିମାନେ, ଆପଣ ସମସ୍ତଙ୍କୁ ସ୍ୱାଗତ ! ଏବଂ ଆମେ ଖୁସି ଯେ ଆପଣମାନେ ଦେଶକୁ ଉତ୍ସାହ ଏବଂ ଉତ୍ସବରେ ଭରି ଦେଇଛନ୍ତି । ତାହା ଦେଖି ଆମକୁ ବହୁତ ଆନନ୍ଦ ଲାଗୁଛି ।ଆପଣ ଦେଶବାସୀଙ୍କ ସମସ୍ତ ଆଶା ଓ ଇଚ୍ଛାକୁ ଜିତିପାରିଛନ୍ତି । ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ । ସାଧାରଣତଃ ମୁଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଫିସରେ କାମ କରିଥାଏ । କିନ୍ତୁ ଏଥର ଟିଭି ମଧ୍ୟ ଚାଲୁଥିଲ।। ଏବଂ ଫାଇଲ୍ କାର୍ଯ୍ୟ ମଧ୍ୟ ଚାଲିଥିଲା, ହେଲେ ମୁଁ ଫାଇଲ କାମ କରିବାରେ ଧ୍ୟାନ ଦେଇ ପାରୁ ନ ଥିଲି । କିନ୍ତୁ ଆପଣମାନେ ଆପଣଙ୍କର ଟିମ୍ ସ୍ପରିଟକୁ ମଧ୍ୟ ପ୍ରଦର୍ଶନ କରିଥିଲେ । ଆପଣଙ୍କର ପ୍ରତିଭାକୁ ମଧ୍ୟ ପ୍ରଦର୍ଶନ କରିପାରିଥିଲେ ଏବଂ ମୁଁ ଧୈର୍ଯ୍ୟ ଦେଖିପାରୁଥିଲି; ସେଠାରେ କୌଣସି ତତ୍ପରତା ନ ଥିଲା । ଆତ୍ମବିଶ୍ୱାସରେ ଆପଣମାନେ ପରିପୂର୍ଣ୍ଣ ଥିଲେ ତେଣୁ ପୁଣି ଥରେ ଆପଣ ସମସ୍ତଙ୍କୁ, ମୋର ସାଥିମାନେ ବହୁତ ବହୁତ ଅଭିନନ୍ଦନ ।୨୦୨୪ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତାଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
July 04th, 02:40 pm
୨୦୨୪ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତା ଭାରତୀୟ ପୁରୁଷ କ୍ରିକେଟ ଟିମକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ସ୍ୱାଗତ କରିଛନ୍ତି ।PM hails Ravindra Jadeja's contribution to cricket
June 30th, 07:19 pm
The Prime Minister Shri Narendra Modi applauded Indian cricketer Ravindra Jadeja for his performance in various departments of the game over the years.ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ କିକେଟ ଟିମକୁ ଫୋନ କି ଅଭିନନ୍ଦନ ଜଣଶଇଲେ ପ୍ରଧାନମନ୍ତ୍ରୀ ମୋଦୀ
June 30th, 02:06 pm
ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱ କପ ବିଜେତା ଭାରତୀୟପୁରୁଷ କ୍ରିକେଟ ଟିମକୁ ଫୋନ କରି ଅଭିନନ୍ଦନ ଜଣାଇଲେପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଟୁର୍ଣ୍ଣାମେଣ୍ଟରେ ଟିମଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବାରୁ ମୋଦୀ ପ୍ରଶଂସାକରିଥିଲେ ।ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କିକେଟ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
June 29th, 11:56 pm
ଆଜି ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିବାରୁ ଭାରତୀୟ କ୍ରିକେଟ ଟିମକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।