ଶ୍ରୀ ସ୍ୱରାଜ କୌଶଲଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

December 04th, 06:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ସ୍ୱରାଜ କୌଶଲ ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ସ୍ୱରାଜ କୌଶଲ ଜୀ ଜଣେ ଓକିଲ ଏବଂ ଜଣେ ବ୍ୟକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ, ଯିଏକି ଆଇନ ବୃତ୍ତିର ଉପଯୋଗ କରି ଅବହେଳିତଙ୍କ ଜୀବନରେ ଉନ୍ନତି ଆଣିବାରେ ବିଶ୍ୱାସ କରୁଥିଲେ। ସେ ଭାରତର ସର୍ବକନିଷ୍ଠ ରାଜ୍ୟପାଳ ହୋଇଥିଲେ ଏବଂ ତାଙ୍କ ରାଜ୍ୟପାଳ କାର୍ଯ୍ୟକାଳରେ ମିଜୋରାମର ଲୋକଙ୍କ ଉପରେ ଏକ ସ୍ଥାୟୀ ଛାପ ଛାଡ଼ିଥିଲେ। ଜଣେ ସାଂସଦ ଭାବେ ତାଙ୍କର ଅନ୍ତର୍ଦୃଷ୍ଟି ମଧ୍ୟ ଉଲ୍ଲେଖନୀୟ ଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି।