PM to visit Andhra Pradesh and Karnataka on 1 August
July 31st, 09:56 am
PM Modi will visit Andhra Pradesh and Karnataka on 1 August. In Andhra Pradesh, he will inaugurate the Alluri Sitarama Raju International Airport and launch development projects worth over ₹17,900 crore. He will also lay the foundation stone for Andhra Pradesh's first semiconductor manufacturing facility. During his visit to Karnataka, he will inaugurate the Swami Vivekananda Cultural Youth Centre - Viveka Smaraka in Mysuru.ନିର୍ବାଣ ଦିବସରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 04th, 01:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଣ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ସ୍ୱୀକୃତି ପ୍ରଦାନ କରିବାରେ ସ୍ୱାମୀ ବିବେକାନନ୍ଦ ଜୀଙ୍କ ଅତୁଳନୀୟ ଯୋଗଦାନ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ। ତାଙ୍କର ଗଭୀର ଜ୍ଞାନ ଏବଂ କାଳଜୟୀ ଆଦର୍ଶ ସାରା ଦେଶର ଲକ୍ଷ ଲକ୍ଷ ଯୁବକମାନଙ୍କ ପାଇଁ ଏକ ମାର୍ଗଦର୍ଶକ ଶକ୍ତି ହୋଇ ରହିଛି। ଶ୍ରୀ ମୋଦୀ କହିଥିଲେ, ତାଙ୍କର ଆଧ୍ୟାତ୍ମିକ ବାର୍ତ୍ତା ଏକ ବିକଶିତ ଭାରତ ଗଠନ ପାଇଁ ରାଷ୍ଟ୍ରର ସାମୂହିକ ସଂକଳ୍ପକୁ ଅନୁପ୍ରାଣିତ ଏବଂ ଉତ୍ସାହିତ କରିବ।ପଶ୍ଚିମବଙ୍ଗର କୋଲକାତାରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 21st, 06:45 am
ଜୁନ୍ ୨୧ ତାରିଖ ହେଉଛି ସେହି ଦିନ ଯେତେବେଳେ ପୃଥିବୀର କିଛି ସ୍ଥାନରେ ଦିନ ସବୁଠାରୁ ଲମ୍ବା ହୋଇଥାଏ। ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗୁଁ, ଏବେ ଜୁନ୍ ୨୧ ତାରିଖ ବିଶ୍ୱର ସର୍ବବୃହତ ସାମୂହିକ ଉତ୍ସବର ଦିନ ମଧ୍ୟ ହୋଇଯାଇଛି। ବିଶ୍ୱର ବିଭିନ୍ନ କୋଣରୁ, ଯୋଗର ଅନେକ ଚମତ୍କାର ଫଟୋ ସବୁ ଆସୁଛି। ଭାରତରେ, ହିମାଳୟରୁ ଭାରତ ମହାସାଗର ପର୍ଯ୍ୟନ୍ତ, ଉତ୍ତର-ପୂର୍ବ ଏବଂ ପୂର୍ବରେ ବଙ୍ଗଳାରୁ ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ, ସମଗ୍ର ଦେଶ ଯୋଗର ଶକ୍ତି ଏବଂ ଚେତନା ସହିତ ପରିପୂର୍ଣ୍ଣ ଦେଖାଯାଉଛି। ସମଗ୍ର ଦେଶ, ସମଗ୍ର ବିଶ୍ୱ ଭିତରେ ସଂଯୋଗ ପରିଦୃଶ୍ୟ ହେଉଛି - ଏବଂ ଏହା ହିଁ ଯୋଗର ପ୍ରକୃତ ଶକ୍ତି। ଯୋଗ ସମସ୍ତଙ୍କୁ ଏକତ୍ର କରେ, ଯୋଗ ସମସ୍ତଙ୍କୁ ଏକାଠି କରେ। ଏହି ଅବସରରେ, ମୁଁ ଅନ୍ତର୍ଜାତୀୟ ଯୋଗ ଦିବସରେ ସମଗ୍ର ବିଶ୍ୱକୁ, ସମଗ୍ର ମାନବ ସମାଜକୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।ଯୋଗ ମାନସିକ ସୁସ୍ଥତାରୁ ଶାରୀରିକ ସୁସ୍ଥତା ଆଡ଼କୁ ରାସ୍ତା ଦେଖାଇଥାଏ: ପ୍ରଧାନମନ୍ତ୍ରୀ
June 21st, 06:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦୀ ହଜାର ହଜାର ଯୋଗ ଅଭ୍ୟାସକାରୀଙ୍କ ସହ ‘ସାଧାରଣ ଯୋଗ ଅଧିବେଶନ’ରେ ଭାଗ ନେଇଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମଗ୍ର ବିଶ୍ୱର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ, ଜୁନ୍ ୨୧ ତାରିଖ ବିଶ୍ୱର ଅନେକ ପ୍ରାନ୍ତରେ ବର୍ଷର ସବୁଠାରୁ ଦୀର୍ଘତମ ଦିନ ଭାବେ ଜଣାଶୁଣା ଏବଂ ଏହା ଯୋଗ ମାଧ୍ୟମରେ ମାନବଜାତିର ସବୁଠାରୁ ବଡ଼ ସାମୂହିକ ଉତ୍ସବ ଭାବରେ ଉଭା ହୋଇଛି।Daman has become a living example of Mini India: PM Modi
June 05th, 07:20 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.PM Modi inaugurates, dedicates to the nation and lays the foundation stone of development projects worth around ₹2,970 crore in Daman
June 05th, 07:15 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.The days of TMC’s hooliganism are coming to an end: PM Modi in Kolkata, West Bengal
March 14th, 03:30 pm
Addressing a massive public meeting at the historic Brigade Parade Ground in Kolkata, Prime Minister Narendra Modi said, “This historic land of Bengal, this historic ground of Brigade Parade and this sea of people reflect the enthusiasm and spirit of the people. If anyone wants to know what Bengal is thinking and what lies in the hearts of its people, they should just look at these scenes.” He also gave a clarion call from Brigade Ground, “Paltano Dorkaar, Chai BJP Sorkaar.”PM Modi’s fiery speech electrifies the crowd in Kolkata
March 14th, 03:00 pm
Addressing a massive public meeting at the historic Brigade Parade Ground in Kolkata, Prime Minister Narendra Modi said, “This historic land of Bengal, this historic ground of Brigade Parade and this sea of people reflect the enthusiasm and spirit of the people. If anyone wants to know what Bengal is thinking and what lies in the hearts of its people, they should just look at these scenes.” He also gave a clarion call from Brigade Ground, “Paltano Dorkaar, Chai BJP Sorkaar.”ଭାରତ-ଫ୍ରାନ୍ସ ମିଳିତ ବିବୃତି
February 18th, 08:10 am
ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
February 17th, 04:00 pm
ମୋର ପ୍ରିୟ ବନ୍ଧୁ, ରାଷ୍ଟ୍ରପତି ମାକ୍ରନଙ୍କୁ ମୁମ୍ବାଇରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଗତ ବର୍ଷ, ସେ ମୋତେ ଫ୍ରାନ୍ସରେ ଅନୁଷ୍ଠିତ ଏଆଇ ଆକ୍ସନ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ।‘‘ପରୀକ୍ଷା ପେ ଚର୍ଚ୍ଚା ୨୦୨୬” କାର୍ଯ୍ୟକ୍ରମର ଦ୍ୱିତୀୟ ଅଧ୍ୟାୟରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥୋପକଥନ
February 09th, 10:30 am
ମୋର ପ୍ରିୟ ବନ୍ଧୁମାନେ, ପରୀକ୍ଷା ପେ ଚର୍ଚ୍ଚାର ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଏଥର ଏହା ଟିକେ ଅଲଗା, ଟିକେ ସ୍ୱତନ୍ତ୍ର। ଅନେକ ଛାତ୍ର ପରାମର୍ଶ ଦେଇଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଅନୁଷ୍ଠିତ ହେବା ଉଚିତ। ତେଣୁ ଏଥର ମୁଁ ଏହି ଆଲୋଚନା କରିବା ପାଇଁ ସମଗ୍ର ଭାରତର ଛାତ୍ରଛାତ୍ରୀଙ୍କ ସହ ବସିଛି। ଏହି ବିଶେଷ ଅଧ୍ୟାୟରେ ଆପଣ ଠିକ୍ ସେଇଆ ଦେଖିବେ। ଚାଲନ୍ତୁ ତାମିଲନାଡୁର କୋଏମ୍ବାଟୁରରୁ ଆରମ୍ଭ କରିବା। ତାମିଲନାଡୁର ଛାତ୍ରଛାତ୍ରୀଙ୍କ ଶକ୍ତି ଏବଂ କୌତୁହଳ ମୋତେ ବହୁତ ପ୍ରଭାବିତ କରିଛି। ଆସନ୍ତୁ ନଜର ପକାଇବା।PM Modi interacts with students from multiple locations in the second episode of Pariksha Pe Charcha 2026
February 09th, 10:00 am
In continuation of the 9th edition of Pariksha Pe Charcha (PPC) 2026, PM Modi interacted with students from multiple locations, including Coimbatore, Raipur, Devmogra and Guwahati. The discussion covered perse topics such as startups, sports, Vocal for Local, Wed in India, discipline, AI and tribal communities, making it a memorable experience. He urged students to observe situations, accept challenges and rely on their inner strength.ମାଲେସିଆର ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
February 07th, 03:59 pm
ଏହି ସାମୁଦାୟିକ ସମାରୋହରେ ସାମିଲ ହୋଇଥିବାରୁ ସର୍ବପ୍ରଥମେ ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଏବେ ଏବେ ଭାରତ-ମାଲେସିଆର ବନ୍ଧୁତ୍ୱର ବ୍ୟାପକତା ଓ ଭବିଷ୍ୟତର ସମ୍ଭାବନା ନେଇ ସେ ଯେଉଁ ସୁନ୍ଦର ଅଭିଭାଷଣ ରଖିଲେ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।ମାଲେସିଆର କ୍ୱାଲାଲମ୍ପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 07th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସିଆର କ୍ୱାଲାଲମ୍ପୁରରେ ଏକ ଜନ ସଭାରେ ଉଦବୋଧନ ଦେଇଛନ୍ତି । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ନେହପୂର୍ଣ୍ଣ ଅଭିବାଦନ ସାଧାରଣ ସଂସ୍କୃତିର ସୁନ୍ଦର ବିବିଧତାକୁ ପ୍ରତିଫଳିତ କରେ। ସେ ତାଙ୍କର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ଏହି ଜନ ସଭାରେ ଯୋଗଦେବା ପାଇଁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରକୁ ଆସିଥିଲେ ଏବଂ ତାଙ୍କ କାରରେ ତାଙ୍କୁ କାର୍ଯ୍ୟକ୍ରମରେ ଆଣିଥିଲେ। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଏହି ବିଶେଷ ଭାବନା ଭାରତ ଏବଂ ଉପସ୍ଥିତ ଲୋକଙ୍କ ପ୍ରତି ସ୍ନେହ ଓ ସମ୍ମାନକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।Ending TMC’s Maha Jungle Raj and bringing BJP’s good governance is essential: PM Modi in Singur, West Bengal
January 18th, 03:35 pm
PM Modi addressed a massive public rally in Singur, Hooghly, where he said the overwhelming public enthusiasm reflected Bengal’s resolve for real poriborton and an end to 15 years of what he termed as Maha Jungle Raj. Calling upon the people to take a pledge for change, he led the crowd in the slogan, “Paltaano Dorkar… Chai BJP Shorkar.”PM Modi addresses a massive public rally in Singur, Hooghly, West Bengal
January 18th, 03:32 pm
PM Modi addressed a massive public rally in Singur, Hooghly, where he said the overwhelming public enthusiasm reflected Bengal’s resolve for real poriborton and an end to 15 years of what he termed as Maha Jungle Raj. Calling upon the people to take a pledge for change, he led the crowd in the slogan, “Paltaano Dorkar… Chai BJP Shorkar.”ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ୨୦୨୬ର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 06:45 pm
୨୦୪୭ ମସିହାରେ,ଯେତେବେଳେ ଆମ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବ, ସେ ପର୍ଯ୍ୟନ୍ତ ଯାତ୍ରା ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ସେହି ସମୟ ଯାହାକି ଆପଣମାନଙ୍କ ଜୀବନରେ ବି ସବୁଠାରୁ ମହତ୍ୱପୂର୍ଣ୍ଣ, ଅଥାତ ଆପଣମାନଙ୍କ ପାଇଁ ସବୁଠାରୁ ବଡ଼ ସୁବର୍ଣ୍ଣ ସୁଯୋଗ । ଅର୍ଥାତ, ଆପଣମାନଙ୍କ ସାମର୍ଥ୍ୟ ଭାରତର ସାମର୍ଥ୍ୟ ବନିବ, ଆପଣମାନଙ୍କ ସଫଳତା ଭାରତର ସଫଳତାକୁ ନୂତନ ଶୀର୍ଷତାରେ ପହଞ୍ଚାଇବ । ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗରେ ସହଭାଗିତା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆଗକୁ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା ନିଶ୍ଚତ କରିବି, କିନ୍ତୁ ପ୍ରଥମେ ଆଜି ବିଶେଷ ଦିବସର ଆଲୋଚନା କରିବା ।ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 12th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ 'ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬'ର ସମାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ଆଜିର ଯୁବ ନାଗରିକଙ୍କ ମଧ୍ୟରୁ ଅନେକ ଜନ୍ମ ହୋଇନଥିଲେ ଏବଂ ଯେତେବେଳେ ସେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ। ସମୟ ବିତିବା ସତ୍ତ୍ୱେ, ଯୁବ ପିଢ଼ି ପ୍ରତି ତାଙ୍କର ବିଶ୍ୱାସ ସ୍ଥିର ଏବଂ ଅଟଳ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ମୁଁ ସର୍ବଦା ତୁମର ସାମର୍ଥ୍ୟ, ତୁମର ପ୍ରତିଭା, ତୁମର ଉର୍ଜ୍ଜାରୁ ଶକ୍ତି ଆହରଣ କରିଛି ଏବଂ ଆଜି ଦେଖନ୍ତୁ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତ ପରିକଳ୍ପନାର ନିୟନ୍ତ୍ରଣ ନେଉଛନ୍ତି।Our relationship carries the permanence of platinum and the shine of silver: PM Modi at India-Germany CEOs Forum
January 12th, 01:35 pm
Addressing the India-Germany CEOs Forum, PM Modi remarked that the partnership between the two countries is a seamless one, built on shared values and mutual trust. The PM highlighted several important decisions taken, such as deeper cooperation in strategic sectors, critical and emerging technologies, and AI. He invited German precision and innovation to connect with India’s scale and speed.ଜର୍ମାନୀର ଚାନ୍ସେଲର ଫ୍ରେଡରିକ୍ ମର୍ଜଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତ୍ତି
January 12th, 12:49 pm
ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଆଜି ଭାରତରେ ଚାନସେଲର ମର୍ଜଙ୍କୁ ସ୍ୱାଗତ କରିବା ମୋ ପାଇଁ ଏକ ବିଶେଷ ଆନନ୍ଦର ମୁହୂର୍ତ୍ତ। ଏହା ଏକ ସୁଖଦ ସଂଯୋଗ ଯେ, ସ୍ୱାମୀ ବିବେକାନନ୍ଦ ଭାରତ ଏବଂ ଜର୍ମାନୀ ମଧ୍ୟରେ ଦର୍ଶନ, ଜ୍ଞାନ ଏବଂ ଆତ୍ମଚେତନାର ଏକ ସେତୁ ନିର୍ମାଣ କରିଥିଲେ। ଆଜି ଚାନସେଲର ମର୍ଜଙ୍କ ଗସ୍ତ ସେହି ସେତୁକୁ ନୂତନ ଶକ୍ତି, ନୂତନ ଆତ୍ମବିଶ୍ୱାସ ଏବଂ ନୂତନ ପରିସୀମା ପ୍ରଦାନ କରୁଛି। ଏହା କେବଳ ଭାରତ ନୁହେଁ ବରଂ ଏସିଆକୁ ଚାନ୍ସେଲର ଭାବରେ ତାଙ୍କର ପ୍ରଥମ ଗସ୍ତ। ଭାରତ ସହିତ ନିବିଡ଼ ସମ୍ପର୍କକୁ ସେ କେତେ ମାତ୍ରାରେ ଗୁରୁତ୍ୱ ଦିଅନ୍ତି ଏହା ତା’ର ଏକ ବଳିଷ୍ଠ ପ୍ରମାଣ। ମୁଁ ତାଙ୍କର ବ୍ୟକ୍ତିଗତ ଧ୍ୟାନ ଓ ପ୍ରତିବଦ୍ଧତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଭାରତ ଜର୍ମାନୀ ସହିତ ବନ୍ଧୁତା ଏବଂ ସହଭାଗୀତାକୁ ଆହୁରି ମଜଭୁତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ଗୁଜୁରାଟରେ, ଆମେ କହୁଛୁ, ଆଭକାରୋ ମିଠୋ ଆପଜେ ରେ, ଅର୍ଥାତ୍, ସ୍ନେହ ଓ ଆତ୍ମୀୟତା ସହିତ ସ୍ୱାଗତ। ଏହି ଭାବନା ସହିତ, ଆମେ ଭାରତରେ ଚାନସେଲର ମର୍ଜଙ୍କୁ ସହୃଦୟତାର ସହିତ ସ୍ୱାଗତ କରୁଛୁ।