୧୮୯୩ ଚିକାଗୋ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ସମ୍ବୋଧନକୁ ସେୟାର କଲେ ପ୍ରଧାନମନ୍ତ୍ରୀ

September 11th, 08:49 am

୧୮୯୩ ମସିହାରେ ଚିକାଗୋଠାରେ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଐତିହାସିକ ସମ୍ବୋଧନର ୧୩୨ତମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା, ଯାହା ସଦଭାବ ଏବଂ ସାର୍ବଭୌମିକ ଭାଇଚାରା ଉପରେ ଗୁରୁତ୍ବ ଦେଇଥିଲା । ସେ କହିଛନ୍ତି, ଏହା ବାସ୍ତବରେ ଆମ ଇତିହାସରେ ସବୁଠୁ ପ୍ରସିଦ୍ଧ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ।

Prime Minister pays tribute to Swami Vivekananda Ji on his Punya Tithi

July 04th, 08:50 am

The Prime Minister, Shri Narendra Modi paid tribute to Swami Vivekananda Ji on his Punya Tithi. He said that Swami Vivekananda Ji's thoughts and vision for our society remains our guiding light. He ignited a sense of pride and confidence in our history and cultural heritage, Shri Modi further added.

Today, when one sees India, then they can be rest assured that Democracy can deliver: PM at ABP Network India@2047 Summit

May 06th, 08:04 pm

PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.

Prime Minister Shri Narendra Modi addresses ABP Network India@2047 Summit

May 06th, 08:00 pm

PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.

ମହାରାଷ୍ଟ୍ରର ନାଗପୁରରେ ମାଧବ ନେତ୍ରାଳୟ ପ୍ରିମିୟମ୍ ସେଣ୍ଟରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 30th, 11:53 am

ଆପଣମାନଙ୍କୁ ସମସ୍ତଙ୍କୁ ଗୁଡ଼ି ପାଡ଼ୱା ଏବଂ ନୂତନ ବର୍ଷର ବହୁତ ବହୁତ ଶୁଭକାମନା! କାର୍ଯ୍ୟକ୍ରମରେ ଉପସ୍ଥିତ ପରମ ପୂଜ୍ୟ ସରସଂଘ ଚାଳକ ଜୀ, ଡକ୍ଟର ମୋହନ ଭାଗବତ ଜୀ, ସ୍ୱାମୀ ଗୋବିନ୍ଦ ଗିରି ଜୀ ମହାରାଜ, ସ୍ୱାମୀ ଅବଧେଶାନନ୍ଦ ଗିରି ଜୀ ମହାରାଜ, ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ନୀତିନ ଗଡକରୀ ଜୀ, ଡକ୍ଟର ଅଭିନାଶ ଚନ୍ଦ୍ର ଅଗ୍ନିହୋତ୍ରୀ ଜୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଉପସ୍ଥିତ ସମସ୍ତ ବରିଷ୍ଠ ସହକର୍ମୀ, ଆଜି ମୁଁ ଏହି ରାଷ୍ଟ୍ରଯଜ୍ଞର ପବିତ୍ର ଅନୁଷ୍ଠାନରେ ଯୋଗଦେବାର ସୌଭାଗ୍ୟ ପାଇଛି। ଆଜି, ଚୈତ୍ର ଶୁକ୍ଳ ପ୍ରତିପଦାର ଏହି ଦିନଟି ବହୁତ ସ୍ୱତନ୍ତ୍ର। ଆଜିଠାରୁ ନବରାତ୍ରିର ପବିତ୍ର ପର୍ବ ଆରମ୍ଭ ହେଉଛି। ଆଜି ଦେଶର ବିଭିନ୍ନ କୋଣରେ ଗୁଡ଼ି ପଡ଼ୱା, ଉଗାଦି ଏବଂ ନଭରେହ ପର୍ବ ମଧ୍ୟ ପାଳନ କରାଯାଉଛି। ଆଜି ମଧ୍ୟ ଭଗବାନ ଝୁଲେଲାଲ ଜୀ ଏବଂ ଗୁରୁ ଅଙ୍ଗଦ ଦେବ ଜୀଙ୍କ ଜନ୍ମ ଜୟନ୍ତୀ । ଏହା ଆମର ପ୍ରେରଣାର ଉତ୍ସ, ପରମ ପୂଜ୍ୟ ଡାକ୍ତର ସାହେବଙ୍କ ଜନ୍ମବାର୍ଷିକୀର ମଧ୍ୟ ଅବସର। ଏବଂ ଏହି ବର୍ଷ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୌରବମୟ ଯାତ୍ରାର ୧୦୦ ବର୍ଷ ମଧ୍ୟ ପୂରଣ ହେଉଛି। ଆଜି ଏହି ଅବସରରେ, ମୁଁ ସ୍ମୃତି ମନ୍ଦିର ପରିଦର୍ଶନ କରିବାର ଏବଂ ପୂଜ୍ୟ ଡାକ୍ତର ସାହେବ ଏବଂ ପୂଜ୍ୟ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୌଭାଗ୍ୟ ପାଇଛି।

ମହାରାଷ୍ଟ୍ରର ନାଗପୁରରେ ମାଧବ ନେତ୍ରାଳୟ ପ୍ରିମିୟମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 30th, 11:52 am

ପ୍ରଧାନମନ୍ତ୍ରୀ ଆଜି ମହାରାଷ୍ଟ୍ରର ନାଗପୁରରେ ମାଧବ ନେତ୍ରାଳୟ ପ୍ରିମିୟମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ ପବିତ୍ର ନବରାତ୍ରୀ ଉତ୍ସବର ଆରମ୍ଭକୁ ଚିହ୍ନିତ କରୁଥିବା ଚୈତ୍ର ଶୁକ୍ଳ ପ୍ରତିପଦାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଆଜି ସାରା ଦେଶରେ ଗୁଡି ପଡୱା, ଉଗାଦି ଏବଂ ନଭରେହ ଭଳି ପର୍ବ ପାଳନ କରାଯାଉଛି। ଭଗବାନ ଝୁଲେଲାଲ ଏବଂ ଗୁରୁ ଅଙ୍ଗଦ ଦେବଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଦିବସର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ସେ ଏହି ଅବସରକୁ ପ୍ରେରଣାଦାୟୀ ଡକ୍ଟର କେ. ବି. ହେଡଗେୱାରଙ୍କ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ର ଉଲ୍ଲେଖନୀୟ ଯାତ୍ରାର ଶତବାର୍ଷିକୀ ବୋଲି ମଧ୍ୟ ସ୍ୱୀକାର କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ଡକ୍ଟର ହେଡଗେୱାର ଏବଂ ଶ୍ରୀ ଗୋଲୱାଲକର ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସ୍ମୃତି ମନ୍ଦିର ପରିଦର୍ଶନ କରି ସେ ନିଜର ସମ୍ମାନ ବ୍ୟକ୍ତ କରିଥିଲେ।

ମହାକୁମ୍ଭ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 18th, 01:05 pm

ମୁଁ ଏଠାରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଉପରେ ଏକ ବିବୃତ୍ତି ଦେବା ପାଇଁ ଉପସ୍ଥିତ ହୋଇଛି। ଏହି ସଦନ ମାଧ୍ୟମରେ, ମୁଁ ଲକ୍ଷ ଲକ୍ଷ ଦେଶବାସୀଙ୍କୁ ମୋର ପ୍ରଣାମ ଜଣାଉଛି, ଯେଉଁମାନଙ୍କର ଅବଦାନ ଦ୍ୱାରା ମହାକୁମ୍ଭ ମେଳାର ସଫଳ ଆୟୋଜନ ହୋଇଥିଲା । ମହାକୁମ୍ଭର ସଫଳତା ସୁନିଶ୍ଚିତ କରିବାରେ ଅନେକ ବ୍ୟକ୍ତିମାନଙ୍କର ଅବଦାନ ରହିଛି । ମୁଁ ସରକାର, ସମାଜ ଏବଂ ସମସ୍ତ ଉତ୍ସର୍ଗୀକୃତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଦେଶବ୍ୟାପୀ ଭକ୍ତ, ଉତ୍ତର ପ୍ରଦେଶର ଜନସାଧାରଣ ଏବଂ ବିଶେଷକରି ପ୍ରୟାଗରାଜର ନାଗରିକମାନଙ୍କୁ ମଧ୍ୟ ମୋର କୃତଜ୍ଞତା ଜଣାଉଛି।

କୁମ୍ଭମେଳାର ସଫଳ ସମାପନ ସଂପର୍କରେ ଲୋକସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

March 18th, 12:10 pm

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାର ସଫଳ ସମାପନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ଉଦବୋଧନ ଦେଇଥିଲେ। ଯେଉଁ ଅଗଣିତ ନାଗରିକଙ୍କ ଉଦ୍ୟମରେ କୁମ୍ଭମେଳାର ଭବ୍ୟ ସଫଳତା ମିଳିଥିଲା ସେମାନଙ୍କୁ ସେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ମହାକୁମ୍ଭକୁ ସଫଳ କରିବାରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗୋଷ୍ଠୀର ସାମୂହିକ ଅବଦାନ ଉପରେ ଆଲୋକପାତ କରି ସେ ସରକାର, ସମାଜ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ଉତ୍ସର୍ଗୀକୃତ କର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସମଗ୍ର ଦେଶରେ ଶ୍ରଦ୍ଧାଳୁ, ବିଶେଷ କରି ଉତ୍ତରପ୍ରଦେଶବାସୀ ଏବଂ ପ୍ରୟାଗରାଜବାସୀଙ୍କ ଅମୂଲ୍ୟ ସମର୍ଥନ ଏବଂ ଅଂଶଗ୍ରହଣ ପାଇଁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଥିଲେ।

ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ

March 16th, 11:47 pm

ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।

ଏକ ପଡ୍‌କାଷ୍ଟରେ ଲେକ୍ସ ଫ୍ରିଡ୍‌ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର

March 16th, 05:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍‌କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀରେ SOUL ଲିଡରସିପ୍ କନକ୍ଲେଭର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 21st, 11:30 am

ମୁଁ ଏଠାରେ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ଦେଖୁଛି ଯେପରିକି ଭୁଟାନର ପ୍ରଧାନମନ୍ତ୍ରୀ ଦାସୋ ତେରିଂ ତୋବଗେ ଜୀ, ସିଓଲ ବୋର୍ଡର ଅଧ୍ୟକ୍ଷ ସୁଧୀର ମେହେଟ୍ଟା, ଉପାଧ୍ୟକ୍ଷ ହଂସମୁଖ ଅଧିଆ, ଶିଳ୍ପ ଜଗତର ମହାନ ବ୍ୟକ୍ତି ଯେଉଁମାନେ ନିଜ ନିଜ ଜୀବନରେ, ନିଜ ନିଜ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ମୁଁ ଏଠାରେ ମୋର ଯୁବ ବନ୍ଧୁମାନଙ୍କୁ ମଧ୍ୟ ଦେଖୁଛି ଯେଉଁମାନେ ଭବିଷ୍ୟତ ପାଇଁ ଅପେକ୍ଷା କରିଛନ୍ତି।

ସ୍କୁଲ୍ ଅଫ୍‌ ଅଲ୍‌ଟିମେଟ୍‌ ଲିଡରସିପ୍ କନକ୍ଲେଭ୍ ର ପ୍ରଥମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 21st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କନକ୍ଲେଭ୍ ୨୦୨୫ କୁ ଉଦଘାଟନ କରିଛନ୍ତି। ସମସ୍ତ ପ୍ରତିଷ୍ଠିତ ନେତା ଓ ଭବିଷ୍ୟତର ଆଗାମୀ ଯୁବ ନେତାଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ ଯେ କିଛି କାର୍ଯ୍ୟକ୍ରମ ତାଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଆଜି ସେଭଳି ଏକ କାର୍ଯ୍ୟକ୍ରମ। ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ତମ ନାଗରିକଙ୍କ ବିକାଶ ଜରୁରୀ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତାଙ୍କ ବିକାଶ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତା ସୃଷ୍ଟି କରିବା ଜରୁରୀ, ଯାହା ସମୟର ଆବଶ୍ୟକତା ବୋଲି ସେ କହିଥିଲେ। ତେଣୁ ବିକଶିତ ଭାରତର ବିକାଶ ଯାତ୍ରାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ ଆଲୋକପାତ କରିଥିଲେ। ସ୍କୁଲ୍ ଅଫ୍‌ ଅଲ୍‌ଟିମେଟ୍ ଲିଡରସିପ୍ କେବଳ ସଂଗଠନ ନାମରେ ନୁହେଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସଓୟୁଏଲ୍‌ ଭାରତର ସାମାଜିକ ଜୀବନର ଆତ୍ମା ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଏକ ଅର୍ଥରେ ଏସଓୟୁଏଲ୍‌ ଆଧ୍ୟାତ୍ମିକ ଅନୁଭୂତିର ସାରକୁ ମଧ୍ୟ ସୁନ୍ଦର ଭାବରେ ଗ୍ରହଣ କରିଥାଏ । ଏସଓୟୁଏଲ୍‌ ର ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ନିକଟ ଭବିଷ୍ୟତରେ ଗୁଜରାଟର ଗିଫ୍ଟ ସିଟି ନିକଟରେ ଏସଓୟୁଏଲ୍‌ ର ଏକ ନୂତନ ବିଶାଳ କ୍ୟାମ୍ପସ୍ ପ୍ରସ୍ତୁତ ହେବ।

ନିର୍ବାଚନ କମିଶନ ସମୟ-ସମୟରେ ମତଦାନ ପ୍ରକ୍ରିୟାକୁ ସୁଦୃଢ଼ କରିଛନ୍ତି : ମନ୍ କୀ ବାତ୍ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ

January 19th, 11:30 am

In the 118th episode of Mann Ki Baat, PM Modi reflected on key milestones, including the upcoming 75th Republic Day celebrations and the significance of India’s Constitution in shaping the nation’s democracy. He highlighted India’s achievements and advancements in space sector like satellite docking. He spoke about the Maha Kumbh in Prayagraj and paid tributes to Netaji Subhas Chandra Bose.

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 12th, 02:15 pm

ଭାରତର ଯୁବ ଶକ୍ତିର ଶକ୍ତି ଯୋଗୁଁ ଆଜି ଏହି ଭାରତ ମଣ୍ଡପମ୍ ମଧ୍ୟ ଶକ୍ତିରେ ପରିପୂର୍ଣ୍ଣ ହୋଇଛି ଏବଂ ଶକ୍ତିଶାଳୀ ହୋଇଛି । ଆଜି ସମଗ୍ର ଦେଶ ସ୍ୱାମୀ ବିବେକାନନ୍ଦଜୀଙ୍କୁ ସ୍ମରଣ କରୁଛି ଏବଂ ସ୍ୱାମୀଜୀଙ୍କୁ ପ୍ରଣାମ କରୁଛି । ସ୍ୱାମୀ ବିବେକାନନ୍ଦ ଜୀଙ୍କର ଦେଶର ଯୁବବର୍ଗଙ୍କ ଉପରେ ବହୁତ ବିଶ୍ୱାସ ଥିଲା । ସ୍ୱାମୀଜୀ କହୁଥିଲେ- ମୋର ବିଶ୍ୱାସ ଯୁବପିଢ଼ିଙ୍କୁ ଉପରେ ରହିଛି, ନୂଆ ପିଢ଼ି ଉପରେ ରହିଛି । ସ୍ୱାମୀଜୀ କହୁଥିଲେ ଯେ ମୋ ର କର୍ମକର୍ତ୍ତାମାନେ ଯୁବପିଢ଼ିଙ୍କଠାରୁ ଆସିବେ, ସିଂହଙ୍କ ଭଳି ସେମାନେ ସବୁ ସମସ୍ୟାର ସମାଧାନ କରିବେ। ବିବେକାନନ୍ଦଜୀଙ୍କର ଯେମିତି ଆପଣମାନଙ୍କ ଉପରେ ଥିଲା, ମୋର ବିବେକାନନ୍ଦଜୀଙ୍କ ଉପରେ ଭରସା ଅଛି, ତାଙ୍କର ସବୁ କଥା ଉପରେ ମୋର ଭରସା ରହିଛି । ଭାରତର ଯୁବପିଢ଼ିଙ୍କ ପାଇଁ ଯାହା ଭାବିଛନ୍ତି ଓ କହିଛନ୍ତି ତାହା ଉପରେ ମୁଁ ଅନ୍ଧ ଭାବରେ ବିଶ୍ବାସ ରହିଛି । ପ୍ରକୃତରେ ସ୍ୱାମୀ ବିବେକାନନ୍ଦ ଜୀ ସଶରୀରେ ଯଦି ଆମ ମଧ୍ୟରେ ଥାଆନ୍ତେ, ତେବେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଦେଖି ଭାରତରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥାନ୍ତେ, ନୂତନ ଶକ୍ତିରେ ଭରି ଦେଇଥାନ୍ତେ ଏବଂ ନୂତନ ସ୍ୱପ୍ନର ମଞ୍ଜି ବୁଣି ଦେଇଥାନ୍ତେ ।

ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 12th, 02:00 pm

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ “ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫” ରେ ଅଂଶଗ୍ରହଣ କରିଥିଲେ । ସେ ସମଗ୍ର ଭାରତର ୩୦୦୦ ସଫଳ ଯୁବ ନେତାଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଭାରତ ମଣ୍ଡପମରେ ଜୀବନ ଓ ଶକ୍ତି ନିୟୋଜିତ କରିଥିବା ଭାରତର ଯୁବବର୍ଗଙ୍କ ଜାଗ୍ରତ ଶକ୍ତି ଉପରେ ଆଲୋକପାତ କରିଥିଲେ। ଦେଶର ଯୁବବର୍ଗଙ୍କ ଉପରେ ଅସୀମ ବିଶ୍ୱାସ ରଖିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସମଗ୍ର ଦେଶ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ତାଙ୍କର ଯୁବ ଶିଷ୍ୟମାନେ ସିଂହ ପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀଜୀ ଯେପରି ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଠିକ୍ ସେହିଭଳି ତାଙ୍କର ସ୍ୱାମୀଜୀ ଏବଂ ତାଙ୍କ ଆସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଯୁବପିଢ଼ିଙ୍କ ଉପରେ ସ୍ବାମୀଜୀଙ୍କର ଥିବା ଦୂରଦୃଷ୍ଟି ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯଦି ଆଜି ଆମ ମଧ୍ୟରେ ଥାନ୍ତେ, ତେବେ ସେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଏବଂ ସକ୍ରିୟ ପ୍ରୟାସକୁ ଦେଖି ନୂତନ ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତେ ।

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

January 12th, 10:18 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କ ପାଇଁ ଏକ ଶାସ୍ୱତ ପ୍ରେରଣା, ଯିଏ ଯୁବ ମନରେ ଉତ୍ସାହ ଏବଂ ଉଦ୍ଦେଶ୍ୟକୁ ପ୍ରଜ୍ୱଳିତ କରିଚାଲିଛନ୍ତି ।

On the occasion of National Youth Day, PM to participate in the Viksit Bharat Young Leaders Dialogue 2025 on 12th January

January 10th, 09:21 pm

On the occasion of National Youth Day, commemorating the birth anniversary of Swami Vivekananda, Prime Minister Shri Narendra Modi will participate in the Viksit Bharat Young Leaders Dialogue 2025 on 12th January, at around 10 AM, at Bharat Mandapam, New Delhi. He will engage with 3,000 dynamic young leaders from across India. He will also address the gathering on the occasion.

ଉଦ୍ୟୋଗୀ ନିଖିଲ କାମାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

January 10th, 02:15 pm

ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପୋଷ୍ଟ ପୋଡକାଷ୍ଟ କରିଛନ୍ତି ଆପଣ

ପ୍ରଥମ ପଡକାଷ୍ଟରେ ଉଦ୍ୟୋଗୀ ନିଖିଲ କାମାତଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

January 10th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପଡ୍‌କାଷ୍ଟରେ ଉଦ୍ୟୋଗୀ ଓ ନିବେଶକ ନିଖିଲ କାମାତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ପିଲାବେଳର କଥା ପଚରାଗଲା, ଉତ୍ତର ଗୁଜରାଟର ମେହସାନା ଜିଲ୍ଲାର ଏକ ଛୋଟ ସହର ବଡ଼ନଗରରେ ତାଙ୍କର ପିଲାଦିନ କେମିତି କଟିଥିଲା, ସେ ସଂପର୍କରେ ନିଜ ବାଲ୍ୟଜୀବନର ସବୁ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି, ଶିକ୍ଷା ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତା, ପୋଖରୀ, ଡାକ ଘର ଓ ପାଠାଗାର ପରି ଜରୁରୀ ସୁବିଧା ପାଇଁ ବେଶ୍ ପରିଚିତ ଗାଏକଓ୍ୱାଡ୍ ରାଜ୍ୟର ଏହି ସହର ବଡ଼ନଗର। ଗାଏକଓ୍ୱାଡ଼ ସରକାରୀ ପ୍ରାଥମିକ ସ୍କୁଲ ଓ ଭଗବତାଚାର୍ଯ୍ୟ ନାରାୟଣାଚାର୍ଯ୍ୟ ହାଇସ୍କୁଲରେ ପାଠ ପଢ଼ିବା ବେଳର ସ୍ମତି ସବୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ। ବଡ଼ନଗରରେ ବେଶ୍ କିଛି ଦିନ ରହିଥିବା ଚୀନର ଦାର୍ଶନିକ ହୁଏନସାଂଙ୍କ ଉପରେ ନିର୍ମିତ ହୋଇଥିବା ଏକ ଫିଲ୍ମ ସଂପର୍କରେ ଚୀନର ଦୂତାବାସକୁ ସେ ଲେଖିଥିବା ଚିଠି ସଂପର୍କରେ ଏକ ମଜାଦାର କଥା କହିଥିଲେ ମୋଦୀ। ୨୦୧୪ରେ ମୋଦିଜୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଗୁଜରାଟ ଓ ବଡ଼ ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ଅଭିଜ୍ଞତା ବି ବର୍ଣ୍ଣନା କରିଥିଲେ ମୋଦୀଜୀ। କାରଣ ହୁଏନସାଂଙ୍କ ସହିତ ଦୁଇ ରାଷ୍ଟ୍ରନେତାଙ୍କ ସହରର ଐତିହାସିକ ସଂପର୍କ ଦୃଷ୍ଟିରୁ ସି ଜିଙ୍ଗପିନ ଗୁଜରାଟ ଓ ବଡ଼ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଲେ। ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ସଂପର୍କ ଓ ମିଳିତ ଐତିହ୍ୟର ଏହା ଅନନ୍ୟ ଉଦାହରଣ ବୋଲି ମୋଦୀଜୀ କହିଥିଲେ।

PM Modi's candid interaction with Rashtriya Bal Puraskar winners

December 26th, 09:55 pm

PM Modi interacted with the 17 awardees of Rashtriya Bal Puraskar in New Delhi. During the candid interaction, the PM heard the life stories of the children and encouraged them to strive harder in their lives. He congratulated all the youngsters and wished them the very best for their future endeavours.