India is a living land with a vibrant culture: PM Modi at inauguration of Sri Sri Radha Madanmohanji Temple in Navi Mumbai
January 15th, 04:00 pm
PM Modi inaugurated the Sri Sri Radha Madanmohanji Temple, an ISKCON project in Navi Mumbai. “India is an extraordinary and wonderful land, not just a piece of land bound by geographical boundaries, but a living land with a vibrant culture,” the Prime Minister exclaimed. He emphasised that the essence of this culture is spirituality, and to understand India, one must first embrace spirituality.PM Modi inaugurates the Sri Sri Radha Madanmohanji Temple of ISKCON in Navi Mumbai
January 15th, 03:30 pm
PM Modi inaugurated the Sri Sri Radha Madanmohanji Temple, an ISKCON project in Navi Mumbai. “India is an extraordinary and wonderful land, not just a piece of land bound by geographical boundaries, but a living land with a vibrant culture,” the Prime Minister exclaimed. He emphasised that the essence of this culture is spirituality, and to understand India, one must first embrace spirituality.Ken-Betwa Link Project will open new doors of prosperity in Bundelkhand region: PM in Khajuraho, MP
December 25th, 01:00 pm
PM Modi inaugurated and laid the foundation stone of multiple development projects in Khajuraho. Highlighting that Shri Vajpayee's government in the past had seriously begun addressing water-related challenges, but were sidelined after 2004, the PM stressed that his government was now accelerating the campaign to link rivers across the country. He added that the Ken-Betwa Link Project is about to become a reality, opening new doors of prosperity in the Bundelkhand region.ମଧ୍ୟପ୍ରଦେଶର ଖଜୁରାହୋଠାରେ କେନ-ବେତଓ୍ବା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
December 25th, 12:30 pm
ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଖଜୁରାହୋଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଓ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ନେତୃତ୍ବାଧୀନ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ମଧ୍ୟପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଐତିହାସିକ କେନ-ବେତଓ୍ବା ନଦୀ ସଂଯୋଗୀକରଣ ପ୍ରକଳ୍ପ, ଦୌଧନ ଡ୍ୟାମ ଓ ମଧ୍ୟପ୍ରଦେଶର ପ୍ରଥମ ଭାସମାନ ସୌର ପ୍ରକଳ୍ପ ଓମକାରେଶ୍ବର ଭାସମାନ ସୌର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏଥିପାଇଁ ସେ ମଧ୍ୟପ୍ରଦେଶ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।ପ୍ରୟାଗରାଜରେ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 13th, 02:10 pm
ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ବ୍ରଜେଶ ପାଠକ ଜୀ, ଉତ୍ତରପ୍ରଦେଶର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସାଥିମାନେ, ପ୍ରୟାଗରାଜର ମେୟର ଏବଂ ଜିଲ୍ଲା ପଞ୍ଚାୟତ ସଭାପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ପ୍ରିୟ ଭାଇ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରୟାଗରାଜରେ ପ୍ରାୟ ୫୫୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
December 13th, 02:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ । ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ । ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ । “ପ୍ରୟାଗରାଜର ଭୂମିରେ ଏକ ନୂଆ ଇତିହାସ ଲେଖାଯାଉଛି” ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ବର୍ଷ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଓ ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ବରେ ଚର୍ଚ୍ଚା ହେବ । ମହାକୁମ୍ଭର ସଫଳ ଆୟୋଜନ ନିମସ୍ତେ ସେ ଲୋକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।ରାଜସ୍ଥାନର ଚିତ୍ତୋଡଗଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 02nd, 11:58 am
ଆଜି ଆମ ସମସ୍ତଙ୍କର ପ୍ରେରଣାର ସ୍ରୋତ ପୂଜ୍ୟ ବାପୁ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୀଙ୍କ ଜୟନ୍ତୀ। ଗତକାଲି ଅକ୍ଟୋବର ପହିଲାରେ ରାଜସ୍ଥାନ ସମେତ ସମଗ୍ର ଦେଶ ସ୍ୱଚ୍ଛତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା । ସ୍ୱଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ମୁଁ ସମସ୍ତ ଦେଶବାସୀଙ୍କୁ କୃତଜ୍ଞତା ଜଣାଉଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚିତ୍ତୋଡଗଡ ଓ ରାଜସ୍ଥାନରେ ୭୦୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ତଥା ଶିଳାନ୍ୟାସ
October 02nd, 11:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିତ୍ତୋଡଗଡ ଓ ରାଜସ୍ଥାନରେ ପ୍ରାୟ ୭୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶୁଭ ଦେଇଛନ୍ତି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ୍ ପାଇପ୍ଲାଇନ, ଆବୁ ରୋଡରେ ଏଚପିସିଏଲ୍ର ଏଲ୍ପିଜି ପ୍ଲାଣ୍ଟ, ଆଜମେର ଆଇଓସିଏଲ ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଭଣ୍ଡାରଣ ସୁବିଧା, ରେଳବାଇ ଓ ସଡକ ପ୍ରକଳ୍ପ, ନାଥଦ୍ୱାରାରେ ପର୍ଯ୍ୟଟନ ସୁବିଧା ଓ କୋଟାରେ ଆଇଆଇଆଇସିର ସ୍ଥାୟୀ କ୍ୟାମ୍ପସ୍ ।2 ଅକ୍ଟୋବରରେ ଚିତ୍ତୋରଗଡ ଏବଂ ଗ୍ୱାଲିଅର୍ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
October 01st, 11:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2 ଅକ୍ଟୋବର, 2023 ରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିବେ। ପୂର୍ବାହ୍ନ 10:45 ସମୟରେ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅନେକ ପ୍ରକଳ୍ପକୁ ଉତ୍ସର୍ଗ କରିବେ ଏବଂ ରାଜସ୍ଥାନର ଚିତ୍ତୋରଗଡରେ ପ୍ରାୟ 7,000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ପୂର୍ବାହ୍ନ ପ୍ରାୟ ସାଢ଼େ 3 ଟାର ପ୍ରଧାନମନ୍ତ୍ରୀ ଗ୍ୱାଲିଅରରେ ପହଞ୍ଚିବେ ଯେଉଁଠାରେ ସେ ପ୍ରାୟ 19,260 କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଦେଶକୁ ଉତ୍ସର୍ଗ କରିବେ।