ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
June 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।୧୦୮ ସ୍ଥାନରେ ଏକ ସମୟରେ ବହୁସଂଖ୍ୟାରେ ଲୋକ ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟକୁ ଅଭିନନ୍ଦନ ଜଣାଇଛନ୍ତି
January 01st, 02:00 pm
୧୦୮ ସ୍ଥାନରେ ଏକକାଳୀନ ବହୁସଂଖ୍ୟାରେ ଲୋକ ସୂର୍ଯ୍ୟ ନମସ୍କାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟକୁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ୭୫ ଲକ୍ଷ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି
January 14th, 10:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଟ୍ ରହିବା ଉପରେ ଗୁରୁତ୍ୱାରୋପ କରିବା ସହିତ ୭୫ ଲକ୍ଷ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।