ନୂଆଦିଲ୍ଲୀରେ ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 08th, 05:33 pm

ଭାରତର ପ୍ରଧାନ ବିଚାରପତି ଶ୍ରୀ ବି. ଆର. ଗାଭାଇ ଜୀ, ବିଚାରପତି ସୂର୍ଯ୍ୟକାନ୍ତ ଜୀ, ବିଚାରପତି ବିକ୍ରମ ନାଥ ଜୀ, କେନ୍ଦ୍ରରେ ମୋର ସହକର୍ମୀ ଅର୍ଜୁନ ରାମ ମେଘୱାଲ ଜୀ, ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟଗଣ୍ୟ ବିଚାରପତିଗଣ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଗଣ, ମହିଳା ଓ ଭଦ୍ରବ୍ୟକ୍ତିମାନେ,

“ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାର ସୁଦୃଢ଼ୀକରଣ” ଶୀର୍ଷକ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 08th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସୁପ୍ରିମକୋର୍ଟରେ ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାର ସୁଦୃଢ଼ୀକରଣ ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଏଠାରେ ସମସ୍ତ ଉପସ୍ଥିତ ଲୋକଙ୍କ ମଧ୍ୟରେ ରହିବା ପ୍ରକୃତରେ ବହୁତ ସ୍ୱତନ୍ତ୍ର । ସେ କହିଥିଲେ ଯେ, ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥା ଏବଂ ଆଇନଗତ ସେବା ଦିବସ ସହିତ ଜଡିତ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଦ୍ଵାରା ଭାରତର ନ୍ୟାୟିକ ବ୍ୟବସ୍ଥାକୁ ନୂତନ ଶକ୍ତି ମିଳିବ। ପ୍ରଧାନମନ୍ତ୍ରୀ ୨୦ତମ ଜାତୀୟ ସମ୍ମିଳନୀ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ନ୍ୟାୟପାଳିକାର ସଦସ୍ୟ ଏବଂ ଆଇନଗତ ସେବା କର୍ତ୍ତୃପକ୍ଷଙ୍କ ପ୍ରତିନିଧିମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର ଗଭାଇ ଜୀଙ୍କ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

October 06th, 09:36 pm

ସୁପ୍ରିମକୋର୍ଟ ପରିସରରେ ଆଜି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗଭାଇ ଜୀଙ୍କ ଉପରେ ଆଜି ହୋଇଥିବା ନିନ୍ଦନୀୟ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି ।

PM Modi attends the swearing in ceremony of Justice Bhushan Ramkrishna Gavai as the Chief Justice of the Supreme Court

May 14th, 02:32 pm

PM Modi attended the swearing-in ceremony of Justice Bhushan Ramkrishna Gavai as the Chief Justice of the Supreme Court of India today.

"ଏକ ବର୍ଷ - ଫଳାଫଳ ଉତ୍କର୍ଷ" ଏବଂ ରାଜସ୍ଥାନର ଜୟପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 17th, 12:05 pm

ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ଜୀ, ମଧ୍ୟପ୍ରଦେଶରୁ ବିଶେଷ ଭାବେ ଏଠାକୁ ଆସିଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜୀ, ଯିଏ କେନ୍ଦ୍ରର ମନ୍ତ୍ରିମଣ୍ଡଳରେ ମୋର ସହକର୍ମୀ ଶ୍ରୀମାନ ସିଂ। ଆର ପାଟିଲ ଜୀ, ଭାଗୀରଥ ଚୌଧୁରୀ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଭୈରବଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ରାଜସ୍ଥାନର ବିଧାୟକ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଭଉଣୀମାନେ। ଏବଂ ଭର୍ଚୁଆଲ ମାଧ୍ୟମରେ ଆମ ସହିତ ଯୋଡି ହୋଇଥିବା ଆମର ରାଜସ୍ଥାନର ହଜାର ହଜାର ପଞ୍ଚାୟତରେ ଏକାଠି ହୋଇଥିବା ମୋର ସମସ୍ତ ଭାଇ ଭଉଣୀ ମାନେ ଆମ ସହିତ ଭର୍ଚୁଆଲ ଭାବରେ ଯୋଡ଼ି ହୋଇଛନ୍ତି।

ରାଜସ୍ଥାନର ଜୟପୁରଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ - ପରିଣାମ ଉତ୍କର୍ଷ'ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 17th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ-ପରିଣାମ ଉତ୍କର୍ଷ'​‌ରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ରାଜସ୍ଥାନ ସରକାର ଏକ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ରାଜସ୍ଥାନ ସରକାର ଏବଂ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ ଲାଭ କରିଥିବାରୁ ସେ ଭାଗ୍ୟବାନ ବୋଲି କହିଛନ୍ତି। ରାଜସ୍ଥାନର ବିକାଶମୂଳକ କାର୍ଯ୍ୟକୁ ଏକ ନୂତନ ଦିଗ ଓ ଗତି ଦେବା ପାଇଁ ନିଆଯାଇଥିବା ପ୍ରୟାସ ନିମନ୍ତେ ଶ୍ରୀ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ବର୍ଷ ଆଗାମୀ ଅନେକ ବର୍ଷର ବିକାଶ ପାଇଁ ଏକ ମଜଭୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ କେବଳ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହେବାର ପ୍ରତୀକ ନୁହେଁ, ବରଂ ରାଜସ୍ଥାନର ଉଜ୍ଜ୍ୱଳତା ଏବଂ ରାଜସ୍ଥାନର ବିକାଶର ପର୍ବର ପ୍ରତୀକ । ନିକଟରେ ରାଇଜିଂ ରାଜସ୍ଥାନ ଶିଖର ସମ୍ମିଳନୀ ୨୦୨୪ ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସେଠାରେ ସମଗ୍ର ବିଶ୍ୱର ଅନେକ ନିବେଶକ ଉପସ୍ଥିତ ଥିଲେ ଏବଂ ଆଜି ୪୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନରେ ଜଳକୁ ନେଇ ସାମନା କରୁଥିବା ପ୍ରତିବନ୍ଧକ ଗୁଡ଼ିକର ଉପଯୁକ୍ତ ସମାଧାନ ପ୍ରଦାନ କରିବ ଏବଂ ରାଜସ୍ଥାନକୁ ଭାରତର ସବୁଠାରୁ ଭଲ ଭାବରେ ସଂଯୋଜିତ ରାଜ୍ୟରେ ପରିଣତ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଅଧିକ ନିବେଶକଙ୍କୁ ଆମନ୍ତ୍ରଣ କରିବ, ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ରାଜସ୍ଥାନର କୃଷକ, ମହିଳା ଏବଂ ଯୁବକମାନଙ୍କୁ ଉପକୃତ କରିବ ।

"ତିନୋଟି ନୂତନ ଅପରାଧିକ ଆଇନ"ର ସଫଳ ରୂପାୟନକୁ ଦେଶକୁ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 03rd, 12:15 pm

ଚଣ୍ଡିଗଡ଼ ଆସିବା ପରେ ମୋତେ ଲାଗୁଛି ମୁଁ ମୋ ପ୍ରିୟଜନଙ୍କ ମଧ୍ୟକୁ ଆସିଯାଇଛି । ଚଣ୍ଡିଗଡ଼ର ପରିଚୟ ଶକ୍ତି-ସ୍ୱରୂପା ମାଚଣ୍ଡିକାଙ୍କ ନାମ ସହିତ ଯୋଡି ହୋଇଛି । ମା’ଚଣ୍ଡି, ଅର୍ଥାତ୍ ଶକ୍ତିର ସେହି ସ୍ୱରୂପ ଯାହା ଦ୍ୱାରା ସତ୍ୟ ଓ ନ୍ୟାୟ ପ୍ରତିଷ୍ଠିତ ହୋଇଥାଏ । ଏହା ଭାବନା ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତାର ସମ୍ପୂର୍ଣ୍ଣ ପ୍ରାରୁପର ଆଧାର ମଧ୍ୟ ଅଟେ । ବିକଶିତ ଭାରତର ସଂକଳ୍ପ ନେଇ ଏମିତି ସମୟରେ ଦେଶ ଆଗକୁ ବଢ଼ୁଛି, ଯେତେବେଳେ ବେଳେ ସମ୍ବିଧାନର ୭୫ ବର୍ଷ ବିତିଗଲାଣି... ତା'ପରେ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା ପ୍ରଭାବ ଆରମ୍ଭ ହେବା, ତାହାର ପ୍ରଭାବରେ ଆସିବା ଏହା ଏକ ବହୁତ ବଡ ପ୍ରାରମ୍ଭ । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ରେ ପରିକଳ୍ପନା କରାଯାଇଥିବା ଆଦର୍ଶକୁ ପୂରଣ କରିବା ପାଇଁ ଏହା ଏକ ସମନ୍ୱିତ ପ୍ରୟାସ । ଏହି ଆଇନଗୁଡ଼ିକ କିପରି କାର୍ଯ୍ୟକାରୀ ହେବ ତାହାର ଲାଇଭ୍ ଡେମୋ ଦେଖୁଥିଲି। ଏବଂ ମୁଁ ଏଠାରେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନେ ସମୟ ବାହାର କରନ୍ତୁ ଏବଂ ଏହି ଲାଇଭ୍ ଡେମୋକୁ ନିଶ୍ଚିତ ଦେଖନ୍ତୁ । ଆଇନର ଛାତ୍ରଛାତ୍ରୀମାନେ, ବାରର ସାଥିମାନେ ଦେଖନ୍ତୁ, ନ୍ୟାୟପାଳିକାର ସାଥିମାନଙ୍କୁ ଯଦି ସୁବିଧା ହେବ, ସେମାନେ ମଧ୍ୟ ଦେଖନ୍ତୁ, ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସଂହିତାର ଲାଗୁ ହେବା ପାଇଁ ଶୁଭେଚ୍ଛା ଜଣାଉଛି। ଏବଂ ମୁଁ ଚଣ୍ଡିଗଡ଼ ପ୍ରଶାସନ ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 03rd, 11:47 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚଣ୍ଡିଗଡ଼ଠାରେ ତିନୋଟି ରୂପାନ୍ତରିତ ନୂତନ ଅପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ ରୂପାୟନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସମବେତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଚଣ୍ଡିଗଡ଼ର ପରିଚୟ ଦେବୀ ମା' ଚଣ୍ଡୀଙ୍କ ସହ ଜଡ଼ିତ, ଯିଏ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା କରୁଥିବା ଶକ୍ତିର ଏକ ରୂପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଦର୍ଶନ ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ସମଗ୍ର ଫର୍ମାଟର ଆଧାର ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ଏକ ଚମତ୍କାର ମୁହୂର୍ତ୍ତ, କାରଣ ଦେଶ ବିକଶିତ ଭାରତର ସଂକଳ୍ପ ସହିତ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଗକୁ ବଢ଼ିବାର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ରହିଛି । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ଯେଉଁ ଆଦର୍ଶର ପରିକଳ୍ପନା କରିଛି ତାହାକୁ ପୂରଣ କରିବା ଦିଗରେ ଏହା ଏକ ଠୋସ୍ ପ୍ରୟାସ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଏହାର ସିଧା ପ୍ରଦର୍ଶନ ଦ୍ୱାରା କିପରି ଆଇନ କାର୍ଯ୍ୟକାରୀ ହେବ ତାହାର ଝଲକ ସେ ନିକଟରେ ପାଇଛନ୍ତି। ଏହି ଆଇନର ସିଧା ପ୍ରଦର୍ଶନ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନ ଅବସରରେ ସେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଚଣ୍ଡିଗଡ଼ ପ୍ରଶାସନର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 26th, 08:15 pm

ଆପଣ ସମସ୍ତଙ୍କୁ ସମଗ୍ର ଦେଶବାସୀଙ୍କୁ ସମ୍ବିଧାନ ଦିବସ ଅବସରରେ ବହୁତ ବହୁତ ଶୁଭକାମନା । ଭାରତର ସମ୍ବିଧାନ ଦିବସର ଏହି ୭୫ ତମ ବର୍ଷ, ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଆଜି ମୁଁ ଭାରତର ସମ୍ବିଧାନକୁ, ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି ।

ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 26th, 08:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାସନିକ ଭବନ ଠାରେ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି ଶ୍ରୀ ସଞ୍ଜୀବ ଖନ୍ନା, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ବି. ଆର. ଗାଭାଇ ଏବଂ ବିଚାରପତି ଶ୍ରୀ ସୂର୍ଯ୍ୟକାନ୍ତ, ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, ଭାରତର ଆଟର୍ଣ୍ଣି ଜେନେରାଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ନଭେମ୍ବର ୨୬ରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

November 25th, 08:11 pm

ଭାରତୀୟ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୬ ତାରିଖ ଅପରାହ୍ଣ ପ୍ରାୟ ୫ଟାରେ ସୁପ୍ରିମକୋର୍ଟର ପ୍ରଶାସନିକ ଭବନ ପରିସରରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ । ସେ ଭାରତୀୟ ନ୍ୟାୟପାଳିକାର ବାର୍ଷିକ ରିପୋର୍ଟ (୨୦୨୩-୨୪) ଉନ୍ମୋଚନ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ସମ୍ବୋଧିତ କରିବେ।

Maharashtra has witnessed the triumph of development, good governance, and genuine social justice: PM Modi

November 23rd, 10:58 pm

Prime Minister Narendra Modi addressed BJP workers at the party headquarters following the BJP-Mahayuti alliance's resounding electoral triumph in Maharashtra. He hailed the victory as a decisive endorsement of good governance, social justice, and development, expressing heartfelt gratitude to the people of Maharashtra for trusting BJP's leadership for the third consecutive time.

PM Modi addresses passionate BJP Karyakartas at the Party Headquarters

November 23rd, 06:30 pm

Prime Minister Narendra Modi addressed BJP workers at the party headquarters following the BJP-Mahayuti alliance's resounding electoral triumph in Maharashtra. He hailed the victory as a decisive endorsement of good governance, social justice, and development, expressing heartfelt gratitude to the people of Maharashtra for trusting BJP's leadership for the third consecutive time.

PM Modi conveys best wishes to Justice Sanjiv Khanna on taking oath as Chief Justice of Supreme Court of India

November 11th, 01:34 pm

The Prime Minister, Shri Narendra Modi has conveyed his best wishes to Justice Sanjiv Khanna on taking oath as Chief Justice of Supreme Court of India.

ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନର ମୂଳପାଠ

August 31st, 10:30 am

କାର୍ଯ୍ୟକ୍ରମରେ ଉପସ୍ଥିତ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଜୀ, ଜଷ୍ଟିସ୍ ଶ୍ରୀ ସଞ୍ଜିବ ଖାନ୍ନାଜୀ, ଜଷ୍ଟିସ୍ ବି ଆର ଗଭଇଜୀ, ଦେଶର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲଜୀ, ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀଜୀ, ସୁପ୍ରିମ କୋର୍ଟ ବାର୍ କାଉନସିଲର ଅଧ୍ୟକ୍ଷ ଶ୍ରୀମାନ୍ କପିଳ ସିବଲଜୀ, ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାଇ ମନନ କୁମାର ମିଶ୍ରଜୀ, ସୁପ୍ରିମ କୋର୍ଟର ସମସ୍ତ ବିଚାରପତିବୃନ୍ଦ, ହାଇକୋର୍ଟର ମୁଖ୍ୟ ବିଚାରପତିଗଣ, ଜିଲ୍ଲା ଜଜବୃନ୍ଦ, ଅନ୍ୟ ମହାନୁଭବଗଣ, ଦେବୀ ଏବଂ ସଜ୍ଜନବୃନ୍ଦ!

PM Modi inaugurates National Conference of District Judiciary in New Delhi

August 31st, 10:00 am

PM Modi, addressing the National Conference of District Judiciary, highlighted the pivotal role of the judiciary in India's journey towards a Viksit Bharat. He emphasized the importance of modernizing the district judiciary, the impact of e-Courts in speeding up justice, and reforms like the Bharatiya Nyaya Sanhita. He added that the quicker the decisions in cases related to atrocities against women, the greater will be the assurance of safety for half the population.

ଅଗଷ୍ଟ ୩୧ରେ ଜିଲ୍ଲା ବିଚାରବିଭାଗୀୟ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 30th, 04:15 pm

ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ୩୧ ଅଗଷ୍ଟ ୨୦୨୪ ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜିଲ୍ଲା ବିଚାରବିଭାଗୀୟ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ସୁପ୍ରିମକୋର୍ଟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଷ୍ଟାମ୍ପ ଓ ସ୍ମରଣିକା ମୁଦ୍ରା ଉନ୍ମୋଚନ କରିବେ ।

ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବୁଲି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 25th, 05:00 pm

କାର୍ଯ୍ୟକ୍ରମରେ ଉପସ୍ଥିତ ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ କୃଷ୍ଣରାଓ ବାଗଡେ ଜୀ ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମା, ଜଷ୍ଟିସ ଶ୍ରୀ ସଞ୍ଜୀବ ଖାନ୍ନା ଜୀ, ଦେଶର ଆଇନ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଜୀ , ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ, ଅନ୍ୟ ସମସ୍ତ ସମ୍ମାନିତ ବିଚାରପତିଗଣ, ନ୍ୟାୟିକ ଜଗତର ସମସ୍ତ ବିଶିଷ୍ଟ ବ୍ୟକ୍ତି, ଉପସ୍ଥିତ ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁର ଠାରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବୁଲି ଉତ୍ସବର ସମାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି

August 25th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଯୋଧପୁର ଠାରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବୁଲି ଉତ୍ସବର ସମାପନୀ ସମାରୋହକୁ ସମ୍ବୋଧିତ କରିଥିଲେ । ସେ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟକୁ ମଧ୍ୟ ଉଦଘାଟନ କରିଥିଲେ ।

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 15th, 03:04 pm

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୁଖ୍ୟାଂଶଗୁଡ଼ିକ ନିମ୍ନରେ ଦିଆଗଲା :