ପ୍ରତ୍ୟେକ ନାଗରିକଙ୍କ ପାଇଁ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ, ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 04th, 08:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଜନୌଷଧି କେନ୍ଦ୍ର ଏବଂ ଆୟୁଷ୍ମାନ ଭାରତ ଭଳି ପରିବର୍ତ୍ତନକାରୀ ପଦକ୍ଷେପକୁ ଆଗକୁ ନେଇ ସରକାର #NextGenGST ସୁଧାର ସ୍ୱରୂପ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଆଗକୁ ନେଇଛନ୍ତି ।