ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓମାନ ଗସ୍ତ ଅବସରରେ ଭାରତ- ଓମାନ ପକ୍ଷରୁ ଜାରି ମିଳିତ ବିବୃତି
December 18th, 05:28 pm
ଓମାନର ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ୍ ତାରିକଙ୍କ ନିମନ୍ତ୍ରଣ କ୍ରମେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହା ଡିସେମ୍ବର ୧୭- ୧୮ ପର୍ଯ୍ୟନ୍ତ ଓମାନର ସୁଲତାନେଟକୁ ସରକାରୀ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସେ ଦେଶର ପ୍ରତିରକ୍ଷା ବ୍ୟାପାର ଉପ ପ୍ରଧାନମନ୍ତ୍ରୀ ମହାମହିମ ସୟଦ୍ ଶିହାବ ବିନ୍ ତାରିକ ବିମାନ ବନ୍ଦରଠାରେ ସ୍ୱାଗତ କରିଥିଲେ । ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଆାନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୧୮ ଡିସେମ୍ବର ୨୦୨୫ ତାରିଖ ଦିନ ଅଲ୍ ବାରାକା ପ୍ୟାଲେସରେ ମହାମହିମ ସୁଲତାନ ହାଇଥାମ ବିନ୍ ତାରିକ ତାଙ୍କୁ ସ୍ୱାଗତ କରିଥିଲେ ।ଓମାନର ମହାମହିମ ସୁଲତାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
December 18th, 05:22 pm
ଦୁଇ ନେତା ସିଧା ସଳଖ ଏବଂ ପ୍ରତିନିଧିମଣ୍ଡଳୀ ସ୍ତରୀୟ ସାକ୍ଷାତ କରିଥିଲେ। ସେମାନେ ବହୁମୁଖୀ ଭାରତ-ଓମାନ ରଣନୈତିକ ଭାଗିଦାରୀର ବିସ୍ତୃତ ସମୀକ୍ଷା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ଭାରତ-ଓମାନ ସମ୍ପର୍କ ପାଇଁ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି କାରଣ ଉଭୟ ଦେଶ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପାଳନ କରୁଛନ୍ତି।ପ୍ରଧାନମନ୍ତ୍ରୀଙ୍କୁ ‘ଅର୍ଡର ଅଫ୍ ଓମାନ’ ସମ୍ମାନ
December 18th, 05:22 pm
୧୮.୧୨.୨୦୨୫ : ଓମାନର ମହାମହିମ ସୁଲତାନ ହାଇଥାମ ବିନ୍ ତାରିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ-ଓମାନ ସମ୍ପର୍କ ଏବଂ ତାଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ପ୍ରତି ଅସାଧାରଣ ଅବଦାନ ପାଇଁ 'ଅର୍ଡର ଅଫ୍ ଓମାନ' ପୁରସ୍କାର ପ୍ରଦାନ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ
December 11th, 08:43 pm
ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜୋର୍ଡାନର ହାସେମାଇଟ ରାଜ୍ୟ ଗସ୍ତ କରିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଜୋର୍ଡାନ ମଧ୍ୟରେ ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରିବା ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ଆଦାନପ୍ରଦାନ କରିବା ପାଇଁ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କୁ ଭେଟିବେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ଅବସରରେ ଆୟୋଜିତ ଏହି ଗସ୍ତ ଭାରତ ଓ ଜୋର୍ଡାନ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା, ପାରସ୍ପରିକ ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ସହଯୋଗର ନୂତନ ମାର୍ଗ ଅନୁସନ୍ଧାନ କରିବା ତଥା ଆଞ୍ଚଳିକ ଶାନ୍ତି, ସମୃଦ୍ଧି, ସୁରକ୍ଷା ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଏକ ସୁଯୋଗ ପ୍ରଦାନ କରିବ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱ ନେତାଙ୍କ ଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିବା ଜାରି ରଖିଛନ୍ତି
June 11th, 05:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭିନନ୍ଦନ ବାର୍ତ୍ତା ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ବିଶ୍ୱନେତାଙ୍କ ବାର୍ତ୍ତା ଏବଂ ଟେଲିଫୋନ୍ କଲ୍ ର ଉତ୍ତର ଦେଇଛନ୍ତି ଶ୍ରୀ ମୋଦୀ।ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇଲେ ଓମାନର ସୁଲତାନ
June 11th, 01:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନର ସୁଲତାନ ମହାମହୀମ ସୁଲତାନ ହୈଥାମ୍ ବିନ୍ ତାରିକଙ୍କ ଠାରୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
December 16th, 09:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନର ସୁଲତାନ ହାଇଥମ ବିନ୍ ତାରିକଙ୍କ ସହ ବୈଠକ କରିଛନ୍ତି । ଏଥିରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ।ଓମାନର ସୁଲତାନଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଭାଷଣ
December 16th, 07:02 pm
ଆପଣ ମାନଙ୍କୁ ଭାରତରେ ସ୍ୱାଗତ କରିବା ମୋତେ ବହୁତ ଆନନ୍ଦିତ ଖୁସି ଲାଗୁଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଓମାନ ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
February 17th, 09:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନ ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।