ଗାନ୍ଧୀନଗରରେ ଗୁଜରାଟର ସହରାଞ୍ଚଳ ବିକାଶର ୨୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 27th, 11:30 am

ମଞ୍ଚ ଉପରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ସ୍ଥାନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ସହଯୋଗୀ ମନୋହର ଲାଲ ଜୀ, ସି. ଆର. ପାଟିଲ ଜୀ, ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଏଠାକୁ ଆସି ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ଗୁଜରାଟ ସହରାଞ୍ଚଳ ବିକାଶ କାହାଣୀର 20 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

May 27th, 11:09 am

୧୯୪୭ ମସିହାରେ ଭାରତକୁ ତିନୋଟି ଭାଗରେ ବିଭାଜିତ କରାଯିବା ପରେ ଭାରତ ଉପରେ ହୋଇଥିବା ପ୍ରଥମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇ ଗୋଟିଏ ଅଂଶ ହଡ଼ପ କରିଥିଲା। ସେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ଅଧିକୃତ କାଶ୍ମୀର ( ପିଓକେ ) ପୁନରୁଦ୍ଧାର ନହେବା ପର୍ଯ୍ୟନ୍ତ ଭାରତୀୟ ସେନା ଅଟକିବା ଉଚିତ୍ ନୁହେଁ। ତଥାପି, ପଟେଲଙ୍କ ପରାମର୍ଶ ପାଳନ କରାଯାଇ ନଥିଲା ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଆତଙ୍କବାଦର ଏହି ଐତିହ୍ୟ ଗତ 75 ବର୍ଷ ଧରି ଜାରି ରହିଛି ଏବଂ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏହାର ଆଉ ଏକ ଭୟଙ୍କର ରୂପ ଥିଲା। ସେ ଦୃଢ଼ତାର ସହିତ କହିଥିଲେ ଯେ କୂଟନୈତିକ ଖେଳ ଖେଳିବା ସତ୍ତ୍ୱେ, ପାକିସ୍ତାନ ବାରମ୍ବାର ଯୁଦ୍ଧରେ ଭାରତର ସାମରିକ ଶକ୍ତିର ସମ୍ମୁଖୀନ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ , ତିନି ଥର ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନକୁ ନିର୍ଣ୍ଣାୟକ ଭାବରେ ପରାସ୍ତ କରିଥିଲା, ଯାହା ସ୍ପଷ୍ଟ କରେ ଯେ, ପାକିସ୍ତାନ ସିଧାସଳଖ ସାମରିକ ସଂଘର୍ଷରେ ବିଜୟୀ ହୋଇପାରିବ ନାହିଁ। ପାକିସ୍ତାନ ତାର ସୀମା ସମ୍ପର୍କରେ ଜାଣିଛି ବୋଲି ସ୍ୱୀକାର କରି ଶ୍ରୀ ମୋଦୀ କହିଥିଲେ ଯେ , ପଡ଼ୋଶୀ ଦେଶ ଛାୟା ଯୁଦ୍ଧ ଆରମ୍ଭ କରିଛି। ସେ ବ୍ୟାଖ୍ୟା କରିଥିଲେ ଯେ, ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ରୀତିମତ ସାମରିକ ତାଲିମ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରାଯାଉଥିଲା , ଯାହାର ଲକ୍ଷ୍ୟ ଥିଲା ଶାନ୍ତିପୂର୍ଣ୍ଣ ତୀର୍ଥଯାତ୍ରା କରୁଥିବା ଲୋକଙ୍କ ସମେତ ନିରୀହ ଏବଂ ନିରସ୍ତ୍ର ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା।

Prime Minister pays tributes to Bhagat Singh, Rajguru, and Sukhdev on Shaheed Diwas

March 23rd, 09:04 am

The Prime Minister, Shri Narendra Modi today paid tributes to the great freedom fighters Bhagat Singh, Rajguru, and Sukhdev on the occasion of Shaheed Diwas, honoring their supreme sacrifice for the nation.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍‌”

September 24th, 11:30 am

ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍‌’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ସମ୍ପର୍କରେ ଆପଣମାନଙ୍କ ସହ ଭାବବିନିମୟ କରିବାର ସୁଯୋଗ ମିଳିଛି । ବିଗତ ଦିନରେ ସବୁଠାରୁ ଅଧିକ ଚିଠି, ବାର୍ତ୍ତା ଆଦି ଯାହା ମୋତେ ମିଳିଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୁଇଟି ପ୍ରସଙ୍ଗ ଉପରେ କେନ୍ଦ୍ରିତ । ପ୍ରଥମ ପ୍ରସଙ୍ଗଟି ହେଲା ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଲା ଦିଲ୍ଲୀରେ ଜି-୨୦ର ସଫଳ ଆୟୋଜନ । ଦେଶର ପ୍ରତ୍ୟେକ ଭାଗରୁ ସମାଜର ପ୍ରତ୍ୟେକ ବର୍ଗରୁ, ସବୁ ବୟସର ଲୋକଙ୍କର ଅସଂଖ୍ୟ ଚିଠି ମୋତେ ମିଳିଛି । ଯେତେବେଳେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିଲା, ସେତେବେଳେ କୋଟି କୋଟି ଲୋକ ଭିନ୍ନ ଭିନ୍ନ ମାଧ୍ୟମରେ ଏହି ଘଟଣାର ପ୍ରତିଟି ମୁହୁର୍ତ୍ତର ସାକ୍ଷୀ ହେଉଥିଲେ । ଇସ୍ରୋର ୟୁ-ଟ୍ୟୁବ୍ ଲାଇଭ୍ ଚ୍ୟାନେଲ୍‌ରେ ୮୦ ଲକ୍ଷରୁ ଅଧିକ ଲୋକ ଏହି ଘଟଣାକୁ ଦେଖିଲେ, ଯାହା ଏକ ରେକର୍ଡ଼ । ଏଥିରୁ ଜଣାପଡ଼ୁଛି ଯେ, ଚନ୍ଦ୍ରଯାନ-୩ ସହ କୋଟି କୋଟି ଭାରତୀୟଙ୍କ କେତେ ଗଭୀର ଭାବାବେଗ ଜଡ଼ିତ ହୋଇରହିଛି । ଚନ୍ଦ୍ରଯାନର ଏହି ସଫଳତା ପରେ ଦେଶରେ ଏବେ ଗୋଟିଏ ସୁନ୍ଦର କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯାହାକୁ ଚନ୍ଦ୍ରଯାନ-୩ ମହାକୁଇଜ୍ ନାମରେ ନାମିତ କରାଯାଇଛି । ମାଇ ଗଭ୍ ପୋର୍ଟାଲ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିସାରିଲେଣି । ମାଇ ଗଭ୍ ଆରମ୍ଭ ହେବାପରେ କୌଣସି କୁଇଜ୍ ପ୍ରତିଯୋଗିତାରେ ଏହା ସର୍ବାଧିକ ଅଂଶଗ୍ରହଣ । ଯଦି ଆପଣ ଏ ଯାଏଁ ଏଥିରେ ଅଂଶଗ୍ରହଣ କରିନାହାନ୍ତି, ତାହେଲେ ବିଳମ୍ବ ନ କରି ଏଥିରେ ଅଂଶଗ୍ରହଣ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏଥିପାଇଁ ଆଉ ମାତ୍ର ଛଅ ଦିନ ସମୟ ଅଛି । ଏହି କୁଇଜ୍‌ରେ ନିଶ୍ଚୟ ଭାଗ ନିଅନ୍ତୁ ।

ଶହୀଦ ଦିବସ ଅବସରରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

March 23rd, 09:46 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଶହୀଦ ଦିବସ ଅବସରରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରେ ବିପ୍ଳବୀ ଭଗତ ଗ୍ୟାଲେରୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 23rd, 06:05 pm

ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀମାନ ଜଗଦୀପ ଧନଖଡ ମହାଶୟ, କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ କିଶନ ରେଡ୍ଡୀ ମହାଶୟ, ଭିକ୍ଟୋରିଆ ମେମୋରିଆଲ ହଲ୍ ସହିତ ଯୋଡ଼ି ହୋଇଥିବା ସମସ୍ତ ମହାନୁଭବ, ବିଶ୍ୱବିଦ୍ୟାଳୟର ଉପ କୁଳପତି, କଳା ଏବଂ ସଂସ୍କୃତି ଜଗତର ପ୍ରତିଷ୍ଠିତ ବ୍ୟକ୍ତିଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !

ସହିଦ ଦିବସ ଅବସରରେ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ୍ ହଲ୍ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିପ୍ଲବୀ ଭାରତ ଗ୍ୟାଲେରୀ ଉଦ୍ଘାଟିତ

March 23rd, 06:00 pm

ଆଜି ସହିଦ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନସିଂ ଦ୍ୱାରା କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ୍ ଠାରେ ବିପ୍ଲୋବୀ ଭାରତ ଗ୍ୟାଲେରୀକୁ ଉଦ୍‌ଘାଟନ କରିଛନ୍ତି । ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନକର ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀ ମଧ୍ୟ ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ ।

ସହିଦ ଦିବସର ଅବସରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

March 23rd, 09:19 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସହିଦ ଦିବସ ଅବସରରେ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଶହୀଦ ଦିବସ ଅବସରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

March 23rd, 09:08 am

ଶହୀଦ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଭାରତର ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ମହାନ୍‍ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

March 12th, 03:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ମହାନ୍‍ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମୁକ୍ତି ସଂଗ୍ରାମ କାଳରେ ଯେଉଁ ଅକୀର୍ତ୍ତିତ ଓ ଅଜ୍ଞାତ ନାୟକମାନେ ପ୍ରାଣପାତ କରିଥିଲେ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରଭାବେ ଶ୍ରଦ୍ଧାସୁମନ ଅର୍ପଣ କରି ସେମାନଙ୍କ ମହାନ ଅବଦାନକୁ ମନେ ପକାଇଛନ୍ତି । ଅହମ୍ମଦାବାଦର ସାବରମତୀ ଆଶ୍ରମରେ ଆଜି ଆଜାଦୀକା ଅମୃତ ମହୋତ୍ସବ (ଇଣ୍ଡିଆ @ 75)ର ଶୁଭାରମ୍ଭ ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ସ୍ୱଳ୍ପଜ୍ଞାତ ଆନ୍ଦୋଳନ ଓ ଲଢେଇମାନ ଦେଶର ସାମଗ୍ରିକ ମୁକ୍ତି ସଂଗ୍ରାମକୁ ଦୃଢୀଭୂତ କରିଥିଲା । ପ୍ରତ୍ୟେକଟି ଲଢେଇ ମିଥ୍ୟାଶକ୍ତି ବିରୋଧରେ ଭାରତର ଏକ ଦୃଢ ସତ୍ୟ ଘୋଷଣାନାମା ଥିଲା । ଏହାକୁ ସେ ସ୍ୱାଧୀନ ମନୋଭାବର ପରିଚାୟକ ବୋଲି ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ, ମହାଭାରତର କୁରୁକ୍ଷେତ୍ର, ହଳଦୀଘାଟ ଲଢେଇ ଏବଂ ବୀର ଶିବାଜୀଙ୍କ ଗର୍ଜନ ଆଦି ପ୍ରତ୍ୟେକ ଲଢେଇରେ ସ୍ୱାଧୀନତାର ସେହି ସମାନ ସଚେତନତା ପ୍ରତିନିଧିତ୍ୱ ହୁଏ ।

‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୂର୍ବାବଲୋକନ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 12th, 10:31 am

ମଞ୍ଚ ଉପରେ ବିରାଜମାନ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, କେନ୍ଦ୍ର ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀ ପ୍ରହଲ୍ଲାଦ ପଟେଲ ମହାଶୟ, ଲୋକସଭାର ମୋର ସାଥୀ ସାଂସଦ ଶ୍ରୀ ସି.ଆର ପାଟିଲ ମହାଶୟ, ଅହମ୍ମଦାବାଦର ନବନିର୍ବାଚିତ ମେୟର ଶ୍ରୀମାନ କିରୀଟ ସିଂହ ଭାଇ, ସାବରମତୀ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ କାର୍ତିକେୟ ସାରାଭାଇ ମହାଶୟ ଏବଂ ସାବରମତୀ ଆଶ୍ରମ ପାଇଁ ଯେଉଁମାନଙ୍କର ଜୀବନ ସମର୍ପିତ ଆଦରଣୀୟ ଅମୃତ ମୋଦୀ ମହାଶୟ, ସାରା ଦେଶରୁ ଆମ ସହିତ ଯୋଡି ହୋଇଥିବା ସମସ୍ତ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଏବଂ ମୋର ଯୁବ ସାଥୀଗଣ!

‘ଆଜାଦୀ କା ଅମୃତ ମହୋତ୍ସବ’ India@75 କାର୍ଯ୍ୟକ୍ରମର ପୂର୍ବ-ଭୂମିକା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟିତ

March 12th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଆଜାଦୀକା ଅମୃତ ମହୋତ୍ସବ’ (ଇଣ୍ଡିଆ ଅ ୭୫) କାର୍ଯ୍ୟକ୍ରମର ପ୍ରାକ୍‍ କାର୍ଯ୍ୟସୂଚୀ ବା ପୂର୍ବ-ଭୂମିକାକୁ ଗୁଜରାଟର ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ ପଦଯାତ୍ରା (ମୁକ୍ତି ଯାତ୍ରା)କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଆରମ୍ଭ କରିଥିଲେ । ସେ ମଧ୍ୟ ଏହି ଉତ୍ସବ ପାଳନ ସହିତ ସଂପୃକ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ସ୍ୱାଧୀନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂହ ପଟେଲ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ପ୍ରମୁଖ ଉପସ୍ଥିତ ଥିଲେ ।

ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ୍‌ ବିଶ୍ୱବିଦ୍ୟାଳୟର 8ମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

November 21st, 11:06 am

ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ୍‌ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ବଧେଇ । ଯେଉଁ ସାଥୀ ଆଜି ଗ୍ରାଜୁଏଟ ହେବାକୁ ଯାଉଛନ୍ତି, ସେମାନଙ୍କ ଏବଂ ସେମାନଙ୍କର ମାତାପିତାମାନଙ୍କୁ ମଧ୍ୟ ମୋର ଅନେକ ଅନେକ ଶୁଭକାମନା! ଆଜି ଦେଶକୁ ଆପଣମାନଙ୍କ ଭଳି ଶିଳ୍ପସଂସ୍ଥାରେ କାର୍ଯ୍ୟକ୍ଷମ ଗ୍ରାଜୁଏଟ ମିଳିପାରୁଛି । ଆପଣମାନଙ୍କ ପରିଶ୍ରମ ପାଇଁ, ଆପଣମାନେ ବିଶ୍ୱବିଦ୍ୟାଳୟରୁ ଯାହା କିଛି ଶିକ୍ଷାଲାଭ କରିଛନ୍ତି ସେଥି ପାଇଁ ସେଥିପାଇଁ ଆପଣମାନଙ୍କୁ ବହୁତ ଶୁଭକାମନା ଜ୍ଞାପନ କରୁଛି । ରାଷ୍ଟ୍ର ନିର୍ମାଣ ଭଳି ବିରାଟ ଲକ୍ଷ୍ୟକୁ ନେଇ ଆଜି ଆପଣମାନେ ଏଠାରୁ ପ୍ରସ୍ଥାନ କରିବାକୁ ଯାଉଛନ୍ତି, ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚବା ସକାଶେ, ଆପଣମାନଙ୍କର ଏହି ନୂତନ ଯାତ୍ରା ନିମନ୍ତେ ମୋର ଶୁଭକାମନା ।

ଗୁଜରାଟ ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

November 21st, 11:05 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (21.11.2020) ଗୁଜରାଟର ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ 45 ମେଗାୱାଟଯୁକ୍ତ ମନୋକ୍ରିଷ୍ଟାଲିନ ସୋଲାର ଫୋଟୋ ଭୋଲ୍ଟାଇକ ପ୍ୟାନେଲ ଯୁକ୍ତ ଜଳ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାବ୍ୟତୀତ ଶ୍ରୀ ମୋଦୀ ଉଦ୍ଭାବନ ଓ ଇନକ୍ୟୁବେଶନ ସେଣ୍ଟର, ପ୍ରଯୁକ୍ତି ବ୍ୟାପାର ଇନକ୍ୟୁବେଶନ, ଅନୁବାଦ ଗବେଷଣା କେନ୍ଦ୍ର ଓ କ୍ରିଡାଙ୍ଗନ ଇତ୍ୟାଦି ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଉଦଘାଟନ କରିଛନ୍ତି ।

Prime Minister Pays Tributes to Martyrs on Shaheedi Diwas

March 23rd, 10:53 am

Prime Minister Shri Narendra Modi paid tributes to Bhagat Singh, Sukhdev and Rajguru on the occasion of the ShaheediDiwas (Martyrs’ Day) today

Maharashtra has decided to keep the ‘double-engine of growth’ going by supporting the BJP in these elections: PM Modi

April 17th, 10:59 am

Prime Minister Narendra Modi addressed a huge rally of supporters in Madha, Maharashtra today. Elaborating on the need and advantages of a stable and strong government in the country, PM Modi said, “Who better than the people of Maharashtra, the land of Chhatrapati Shivaji Maharaj, would know the importance of a strong and capable government and what it is able to achieve.

PM Modi addresses rally in Madha, Maharashtra

April 17th, 10:58 am

Prime Minister Narendra Modi addressed a huge rally of supporters in Madha, Maharashtra today. Elaborating on the need and advantages of a stable and strong government in the country, PM Modi said, “Who better than the people of Maharashtra, the land of Chhatrapati Shivaji Maharaj, would know the importance of a strong and capable government and what it is able to achieve.

ଭଗତ ସିଂ, ରାଜଗୁରୁ, ଶୁକଦେବଙ୍କୁ ଶହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

March 23rd, 09:52 am

ଶହୀଦ ଦିବସ ଅବସରରେ ଭଗତ ସିଂ, ରାଜଗୁରୁ ଓ ଶୁକଦେବଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

India is changing. India's standing at the global stage is rising and this is due to Jan Shakti: PM

September 11th, 11:18 am

PM Narendra Modi addressed students' convention on the theme of ‘Young India, New India.’ Recalling Swami Vivekananda’s speech in Chicago, PM Modi remarked, “Just with a few words, a youngster from India won over the world and showed the world the power of oneness.” He added that a lot could be learnt from Swami Vivekananda’s thoughts.

ସ୍ଵାମୀ ବିବେକାନନ୍ଦଙ୍କ ଚିକାଗୋ ବତ୍କୃତାର 125 ବର୍ଷ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶତବାର୍ଷିକୀ ସମାରୋହ ଅବସରରେ ଛାତ୍ର ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

September 11th, 11:16 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯୁବ ଭାରତ, ନବ ଭାରତ’ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କ ସମ୍ମେଳନକୁ ସମ୍ବୋଧନ କଲେ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣକୁ ସ୍ମରଣ କରି କହିଲେ ଯେ ,''ମାତ୍ର କିଛି ଶବ୍ଦରେ ,ଭାରତର ଜଣେ ଯୁବା ବିଶ୍ୱକୁ ଜିଣିପାରିଥିଲେ ଏବଂ ଏକତାର ଶକ୍ତିକୁ ଦେଖାଇପାରିଥିଲେ । ସେ କହିଲେ ଯେ ,ସ୍ୱାମୀ ବିବେକାନନ୍ଦଙ୍କ ବିଚାରରୁ ବହୁତ କିଛି ଶିଖିପାରିବା ।