ଆନ୍ଧ୍ରପ୍ରଦେଶ ଗସ୍ତର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

October 16th, 09:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶ ଗସ୍ତର କିଛି ଝଲକ ସେୟାର କରିଛନ୍ତି । ଶ୍ରୀଶୈଲମରେ ପ୍ରଧାନମନ୍ତ୍ରୀ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜାର୍ଚ୍ଚନା କରି, ଶ୍ରୀ ଶିବାଜୀ ଧ୍ୟାନ ମନ୍ଦିର ଏବଂ ଶ୍ରୀ ଶିବାଜୀ ଦରବାର ହଲ ଗସ୍ତ କରିଛନ୍ତି । ପରେ ସେ କୁର୍ନୁଲରେ ପ୍ରାୟ ୧୩,୪୩୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।

ଅକ୍ଟୋବର ୧୬ରେ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

October 14th, 05:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଅକ୍ଟୋବରରେ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ । ଦିନ ପ୍ରାୟ ୧୧:୧୫ ସମୟରେ ସେ ନନ୍ଦ୍ୟାଲ ଜିଲ୍ଲାର ଶ୍ରୀଶୈଲମ ସ୍ଥିତ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜା ଏବଂ ଦର୍ଶନ କରିବେ । ଏହା ପରେ, ପ୍ରାୟ ୧୨:୧୫ ସମୟରେ ଶ୍ରୀଶୈଲମ ସ୍ଥିତ ଶିବାଜୀ ସ୍ଫୁର୍ଥୀ କେନ୍ଦ୍ର ପରିଦର୍ଶନ କରିବେ ।

Social Media Corner 18 March 2018

March 18th, 06:56 pm

Your daily dose of governance updates from Social Media. Your tweets on governance get featured here daily. Keep reading and sharing!

ଉଗାଦୀ ମାନବ ଜୀବନର ଆରମ୍ଭର ପର୍ବ :ପ୍ରଧାନମନ୍ତ୍ରୀ ମୋଦୀ

March 17th, 07:47 pm

ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଆନ୍ଧ୍ରପ୍ରଦେଶର ଶ୍ରୀସେଲମରେ ନବବର୍ଷ ଲାଗି ହେବାକୁଥିବା ଉଗାଦୀ ପର୍ବରେ ଆସିଥିବା ଲୋକମାନଙ୍କୁ ଭିଡିଓ କନଫରେନସିଂର ଜରିଆରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଉଗାଦୀର ଅର୍ଥ ମାନେ ଏକ ଯୁଗର ଆରମ୍ଭ । ଉଗାଦୀ ମାନବ ଜୀବନର ଆରମ୍ଭର ପର୍ବ,ସୃଷ୍ଟି ରଚନାର ଆରମ୍ଭର ପର୍ବ । ଏହା ନୂଆ ବିଶ୍ୱାସ ,ନୂଆ ଆଶା-ଆକାଂକ୍ଷାର ପର୍ବ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଯଥା -ଆୟୁଷ୍ମାନ ଭାରତ ଯୋଜନା ,ପୋଷଣ ଯୋଜନା ,ମୁଦ୍ରା ଯୋଜନା ,ଉଜ୍ୱଳା ଯୋଜନା ଏବଂ ଜନଧନ ଯୋଜନା ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ଶ୍ରୀଶୈଳମ ରାଷ୍ଟ୍ରୀୟ ଜନ ଜାଗୃତି ଧର୍ମ ସମ୍ମେଳନକୁ ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 17th, 07:46 pm

ଶ୍ରୀଶୈଳମଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଜନ ଜାଗୃତି ଧର୍ମ ସମ୍ମେଳନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।