11 ମାର୍ଚ୍ଚ 2021ରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
March 10th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 11, 2021 (ଗୁରୁବାର) ପୂର୍ବାହ୍ନ 10.25ରେ ଭର୍ଚୁଆଲ ମାଧ୍ୟମରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ଏବଂ ଏହି ସମାରୋହକୁ ସମ୍ବୋଧିତ କରିବେ। ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତା ପୁସ୍ତକର 5 ଲକ୍ଷତମ କପି ବିକ୍ରି ହେବା ଅବସରକୁ ପାଳନ କରିବା ସକାଶେ ଏହି ସମାରୋହର ଆୟୋଜନ କରାଯାଉଛି।