ବିଶ୍ୱ ନେତା ଏବଂ ନାଗରିକମାନଙ୍କୁ ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
June 10th, 11:50 pm
ପ୍ରଧାନମନ୍ତ୍ରୀ ବିଶ୍ୱ ନେତା ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ବାର୍ତ୍ତା ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି । ଏହି ଶୁଭକାମନା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ସେ କହିଥିଲେ ଯେ, ଭାରତର ସେବା କରିବା ଏବଂ ଦେଶର ବିକାଶ ଯାତ୍ରାରେ ଯୋଗଦାନ ଦେବା ତାଙ୍କ ପାଇଁ ଏକ ସୌଭାଗ୍ୟ । ଲୋକଙ୍କ ବିଶ୍ୱାସ ହିଁ ତାଙ୍କର ଶକ୍ତିର ସବୁଠାରୁ ବଡ ଶକ୍ତି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା, ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବା ଏବଂ ଭାରତର ବିଶ୍ୱ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଅଧିକ ସମର୍ପଣ ଭାବ ସହିତ କାର୍ଯ୍ୟ କରିବାକୁ ତାଙ୍କର ପୂର୍ଣ୍ଣ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି ।ଭାରତର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିବାରୁ ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିଛନ୍ତି ଶ୍ରୀ ନରେନ୍ଦ୍ର ମୋଦୀ
June 10th, 02:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଦୀର୍ଘକାଳୀନ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିବାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବଂ ସରକାର ମୁଖ୍ୟଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଲାଭ କରିଛନ୍ତି।ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ଭାରତର ସବୁଠାରୁ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା
June 09th, 07:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ଦିନର ପୂର୍ବ ସନ୍ଧ୍ୟାରେ ବିଶ୍ୱ ନେତାମାନଙ୍କଠାରୁ ତାଙ୍କୁ ଅଭିନନ୍ଦନର ବାର୍ତ୍ତା ମିଳିଛି।PM Modi receives a phone call today from President of Sri Lanka
March 24th, 09:11 pm
PM Modi received a phone call from Sri Lankan President Anura Kumara Disanayaka. The two leaders discussed the evolving situation in West Asia, reiterated the importance of keeping shipping lines open and reviewed progress on various initiatives aimed at strengthening India-Sri Lanka energy cooperation. The PM reiterated India’s firm commitment to work closely together in addressing shared challenges.President of Sri Lanka, Anura Kumara Dissanayake meets Prime Minister
February 20th, 09:49 pm
PM Modi met Sri Lankan President Anura Kumara Dissanayake, reaffirming the strong friendship between India and Sri Lanka. The two leaders reviewed the progress in India–Sri Lanka relations in recent times and discussed avenues of cooperation in multiple areas..Prime Minister Expresses Gratitude to President of Sri Lanka for Inaugurating the Exposition of the Holy Devnimori Relics
February 05th, 10:45 am
PM Modi conveyed his gratitude to Sri Lankan President Anura Kumara Dissanayake for inaugurating the Exposition of the Holy Devnimori Relics at the sacred Gangaramaya Temple in Colombo. He recalled his visit to Sri Lanka in April 2025, during which the decision to bring the revered relics to the country was taken. The PM expressed hope that Lord Buddha’s timeless message of compassion, peace and harmony will continue to guide humanity.ଭଗବାନ ବୁଦ୍ଧଙ୍କ ସହ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ମହାନ ଆନ୍ତର୍ଜାତୀୟ ପ୍ରଦର୍ଶନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପାଠ୍ୟ
January 03rd, 12:00 pm
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, କିରେନ ରିଜିଜୁ ଜୀ, ରାମଦାସ ଅଠାୱଲେ ଜୀ, ରାଓ ଇନ୍ଦ୍ରଜିତ ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଥିଲା, ତାଙ୍କୁ ଯିବାକୁ ପଡିଲା ଏବଂ ଦିଲ୍ଲୀର ସମସ୍ତ ମନ୍ତ୍ରୀ ସହକର୍ମୀ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସକ୍ସେନା ଜୀ, ମହାମାନ୍ୟଗଣ, କୂଟନୈତିକ ସମ୍ପ୍ରଦାୟର ସମସ୍ତ ମାନ୍ୟବର ସଦସ୍ୟ, ବୌଦ୍ଧ ବିଦ୍ୱାନ, ଧମ୍ମର ଅନୁଗାମୀ, ମହିଳା ଏବଂ ସଜ୍ଜନଗଣ।ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 03rd, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଏକ ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀ, ଦି ଲାଇଟ୍ ଆଣ୍ଡ୍ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆଓ୍ବେକେନଡ୍ ୱାନ୍କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏକ ଶହ ପଚିଶ ବର୍ଷର ଅପେକ୍ଷା ପରେ ଭାରତର ଏହି ମହାନ ଐତିହ୍ୟ ଫେରି ଆସିଛି । ଆଜିଠାରୁ ଭାରତର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ସେମାନଙ୍କର ଆଶୀର୍ବାଦ ପାଇପାରିବେ। ଶ୍ରୀ ମୋଦୀ ଏହି ପବିତ୍ର ଅବଶେଷର ଆଗମନ ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଏବଂ ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୌଦ୍ଧ ପରମ୍ପରା ସହିତ ଜଡିତ ଭିକ୍ଷୁ ଏବଂ ଧର୍ମାଚାର୍ଯ୍ୟମାନଙ୍କ ପ୍ରତି ସେ ନିଜର ସମ୍ମାନ ଜଣାଇଥିଲେ ଓ କହିଥିଲେ ଯେ ସେମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ନୂତନ ଶକ୍ତି ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୬ ଆରମ୍ଭରେ ଆୟୋଜିତ ଏହି ପବିତ୍ର ଉତ୍ସବ ଅତ୍ୟନ୍ତ ପ୍ରେରଣାଦାୟକ। ସେ କାମନା କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ସହିତ, ୨୦୨୬ ବିଶ୍ୱ ପାଇଁ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବର ଏକ ନୂତନ ଯୁଗର ସୂତ୍ରପାତ କରିବ।ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 01st, 08:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ଗଣତାନ୍ତ୍ରିକ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ଅନୁରା କୁମାର ଦିସାନାୟକେଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି।ବାତ୍ୟା ଦିତୱାହରେ ଶ୍ରୀଲଙ୍କାରେ ହୋଇଥିବା ପ୍ରାଣହାନୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
November 28th, 03:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ଜନସାଧାରଣଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଯେଉଁମାନେ ଘୂର୍ଣ୍ଣିଝଡ ଦିତୱାହ ଯୋଗୁଁ ହୋଇଥିବା କ୍ଷୟକ୍ଷତିରେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି । ସେ ସମସ୍ତ ପ୍ରଭାବିତ ପରିବାରମାନଙ୍କର ସୁରକ୍ଷା, କଲ୍ୟାଣ ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଭାରତର ନିକଟତମ ସାମୁଦ୍ରିକ ପଡୋଶୀଙ୍କ ସହିତ ଏକତାର ଏକ ଦୃଢ଼ ନିଦର୍ଶନ ସ୍ୱରୂପ, ଭାରତ ସରକାର ଅପରେସନ ସାଗର ବନ୍ଧୁ ଅଧୀନରେ ତୁରନ୍ତ ରିଲିଫ ସାମଗ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ (ଏଚଏଡିଆର) ସହାୟତା ପଠାଇଛନ୍ତି । ଏପରି ସ୍ଥିତିରେ ଆବଶ୍ୟକତା ଅନୁଯାୟୀ ଭାରତ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ।ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 10:30 am
ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
October 20th, 10:00 am
ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।ନୂଆଦିଲ୍ଲୀ ଏନଡିଟିଭି ୱାର୍ଲଡ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 17th, 11:09 pm
ମହାମହିମ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହାରିନି ଅମରସୂର୍ଯ୍ୟାଜୀ, ମହାମହିମ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୋ ବନ୍ଧୁ ଟୋନି ଆବଟ୍ଟଜୀ, ମହାମହିମ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଜୀ, ଅନ୍ୟାନ୍ୟ ବନ୍ଧୁଗଣ, ନମସ୍କାର ।ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୫ରେ ପ୍ରଧାମନ୍ତ୍ରୀଙ୍କ ଉଦବୋଧନ
October 17th, 08:00 pm
ନୂଆଦିଲ୍ଲୀ,୧୭.୧୦.୨୦୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ‘ଏନଡିଟିଭି ବିଶ୍ବ ସମ୍ମିଳନୀ ୨୦୨୫’ରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସମ୍ବୋଧନ କରି ସେ ଉପସ୍ଥିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଲୋକମାନଙ୍କୁ ଦୀପାବଳୀର ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ, ଏନଡିଟିଭି ବିଶ୍ବ ସମ୍ମିଳନୀ ପାର୍ବଣର ଉତ୍ସବମୁଖର ସମୟରେ ଆୟୋଜିତ ହୋଇଛି । ସେ ଅଧିବେଶନର ବିଷୟବସ୍ତୁ ଅଜେୟ ଭାରତକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଏହା ଯଥେଷ୍ଟ ଉପଯୁକ୍ତ, କାରଣ ଆଜିର ଭାରତ ବନ୍ଦ ହେବାର ମନୋଭାବରେ ନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ବନ୍ଦ ହେବ ନାହିଁ, ଏହା ବନ୍ଦ ହେବ ନାହିଁ, ୧୪୦ କୋଟି ଭାରତୀୟ ଏକତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି।”ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
October 17th, 04:26 pm
ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଅମରସୁରିଆ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷତ କରିଛନ୍ତି।ମନ୍ କୀ ବାତ୍ ସେପ୍ଟେମ୍ବର 2025
September 28th, 11:00 am
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।The history and legacy of the Chola Empire reflect the strength and true potential of our great nation: PM Modi
July 27th, 12:30 pm
In his address during the Aadi Thiruvathirai Festival at the Gangaikonda Cholapuram temple in Tamil Nadu, PM Modi said that the legacy of Rajaraja Chola and Rajendra Chola is synonymous with India's identity and pride. He remarked that the economic and strategic advancements achieved during the Chola era continue to inspire modern India. The PM affirmed his resolve to further strengthen the spirit of pride in India’s rich heritage.ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 27th, 12:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ । ସର୍ବଶକ୍ତିମାନ ଭଗବାନ ଶିବଙ୍କୁ ପ୍ରଣାମ କରି, ରାଜରାଜା ଚୋଳଙ୍କ ପବିତ୍ର ଭୂମିରେ ଦିବ୍ୟ ଶିବ ଦର୍ଶନ ମାଧ୍ୟମରେ ଅନୁଭୂତ ଗଭୀର ଆଧ୍ୟାତ୍ମିକ ଶକ୍ତିକୁ ପ୍ରତିଫଳିତ କରି, ଶ୍ରୀ ଇଲୈୟାରାଜଙ୍କ ସଙ୍ଗୀତ ଏବଂ ଓଧୂବରମାନଙ୍କ ପବିତ୍ର ମନ୍ତ୍ର ସହିତ, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଏହି ଆଧ୍ୟାତ୍ମିକ ପରିବେଶ ଆତ୍ମାକୁ ଗଭୀର ଭାବରେ ଆକର୍ଷିତ କରିଛି ।ଜମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଛି ବିଶ୍ୱ
April 24th, 03:29 pm
22 ଏପ୍ରିଲ, 2025 ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନ ଯାଇଥିବା ବେଳେ ବିଶ୍ୱ ନେତାମାନଙ୍କଠାରୁ ଏକତାର ଏକ ଦୃଢ଼ ଲହରୀ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱବ୍ୟାପୀ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରି ପ୍ରତିଜ୍ଞା କରିଛନ୍ତି ଯେ ଭାରତ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ପିଛା କରିବ।ତାମିଲନାଡ଼ୁର ରାମେଶ୍ୱରମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 06th, 02:00 pm
ତାମିଲନାଡ଼ୁର ରାଜ୍ୟପାଳ, ଶ୍ରୀ ଆର୍. ଏନ୍. ରବି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଡକ୍ଟର ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ଅନ୍ୟ ବିଶିଷ୍ଟ ଅତିଥିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ! ]