ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 01st, 08:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ଗଣତାନ୍ତ୍ରିକ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ଅନୁରା କୁମାର ଦିସାନାୟକେଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି।

ବାତ୍ୟା ଦିତୱାହରେ ଶ୍ରୀଲଙ୍କାରେ ହୋଇଥିବା ପ୍ରାଣହାନୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

November 28th, 03:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ଜନସାଧାରଣଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଯେଉଁମାନେ ଘୂର୍ଣ୍ଣିଝଡ ଦିତୱାହ ଯୋଗୁଁ ହୋଇଥିବା କ୍ଷୟକ୍ଷତିରେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି । ସେ ସମସ୍ତ ପ୍ରଭାବିତ ପରିବାରମାନଙ୍କର ସୁରକ୍ଷା, କଲ୍ୟାଣ ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଭାରତର ନିକଟତମ ସାମୁଦ୍ରିକ ପଡୋଶୀଙ୍କ ସହିତ ଏକତାର ଏକ ଦୃଢ଼ ନିଦର୍ଶନ ସ୍ୱରୂପ, ଭାରତ ସରକାର ଅପରେସନ ସାଗର ବନ୍ଧୁ ଅଧୀନରେ ତୁରନ୍ତ ରିଲିଫ ସାମଗ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ (ଏଚଏଡିଆର) ସହାୟତା ପଠାଇଛନ୍ତି । ଏପରି ସ୍ଥିତିରେ ଆବଶ୍ୟକତା ଅନୁଯାୟୀ ଭାରତ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ।

ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 20th, 10:30 am

ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20th, 10:00 am

ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।

ନୂଆଦିଲ୍ଲୀ ଏନଡିଟିଭି ୱାର୍ଲଡ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 17th, 11:09 pm

ମହାମହିମ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହାରିନି ଅମରସୂର୍ଯ୍ୟାଜୀ, ମହାମହିମ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୋ ବନ୍ଧୁ ଟୋନି ଆବଟ୍ଟଜୀ, ମହାମହିମ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଜୀ, ଅନ୍ୟାନ୍ୟ ବନ୍ଧୁଗଣ, ନମସ୍କାର ।

ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୫ରେ ପ୍ରଧାମନ୍ତ୍ରୀଙ୍କ ଉଦବୋଧନ

October 17th, 08:00 pm

ନୂଆଦିଲ୍ଲୀ,୧୭.୧୦.୨୦୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ‘ଏନଡିଟିଭି ବିଶ୍ବ ସମ୍ମିଳନୀ ୨୦୨୫’ରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସମ୍ବୋଧନ କରି ସେ ଉପସ୍ଥିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଲୋକମାନଙ୍କୁ ଦୀପାବଳୀର ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ, ଏନଡିଟିଭି ବିଶ୍ବ ସମ୍ମିଳନୀ ପାର୍ବଣର ଉତ୍ସବମୁଖର ସମୟରେ ଆୟୋଜିତ ହୋଇଛି । ସେ ଅଧିବେଶନର ବିଷୟବସ୍ତୁ ଅଜେୟ ଭାରତକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଏହା ଯଥେଷ୍ଟ ଉପଯୁକ୍ତ, କାରଣ ଆଜିର ଭାରତ ବନ୍ଦ ହେବାର ମନୋଭାବରେ ନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ବନ୍ଦ ହେବ ନାହିଁ, ଏହା ବନ୍ଦ ହେବ ନାହିଁ, ୧୪୦ କୋଟି ଭାରତୀୟ ଏକତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି।”

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

October 17th, 04:26 pm

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଅମରସୁରିଆ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷତ କରିଛନ୍ତି।

ମନ୍ କୀ ବାତ୍ ସେପ୍ଟେମ୍ବର 2025

September 28th, 11:00 am

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।

The history and legacy of the Chola Empire reflect the strength and true potential of our great nation: PM Modi

July 27th, 12:30 pm

In his address during the Aadi Thiruvathirai Festival at the Gangaikonda Cholapuram temple in Tamil Nadu, PM Modi said that the legacy of Rajaraja Chola and Rajendra Chola is synonymous with India's identity and pride. He remarked that the economic and strategic advancements achieved during the Chola era continue to inspire modern India. The PM affirmed his resolve to further strengthen the spirit of pride in India’s rich heritage.

ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

July 27th, 12:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ । ସର୍ବଶକ୍ତିମାନ ଭଗବାନ ଶିବଙ୍କୁ ପ୍ରଣାମ କରି, ରାଜରାଜା ଚୋଳଙ୍କ ପବିତ୍ର ଭୂମିରେ ଦିବ୍ୟ ଶିବ ଦର୍ଶନ ମାଧ୍ୟମରେ ଅନୁଭୂତ ଗଭୀର ଆଧ୍ୟାତ୍ମିକ ଶକ୍ତିକୁ ପ୍ରତିଫଳିତ କରି, ଶ୍ରୀ ଇଲୈୟାରାଜଙ୍କ ସଙ୍ଗୀତ ଏବଂ ଓଧୂବରମାନଙ୍କ ପବିତ୍ର ମନ୍ତ୍ର ସହିତ, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଏହି ଆଧ୍ୟାତ୍ମିକ ପରିବେଶ ଆତ୍ମାକୁ ଗଭୀର ଭାବରେ ଆକର୍ଷିତ କରିଛି ।

ଜମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଛି ବିଶ୍ୱ

April 24th, 03:29 pm

22 ଏପ୍ରିଲ, 2025 ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନ ଯାଇଥିବା ବେଳେ ବିଶ୍ୱ ନେତାମାନଙ୍କଠାରୁ ଏକତାର ଏକ ଦୃଢ଼ ଲହରୀ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱବ୍ୟାପୀ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରି ପ୍ରତିଜ୍ଞା କରିଛନ୍ତି ଯେ ଭାରତ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ପିଛା କରିବ।

ତାମିଲନାଡ଼ୁର ରାମେଶ୍ୱରମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 06th, 02:00 pm

ତାମିଲନାଡ଼ୁର ରାଜ୍ୟପାଳ, ଶ୍ରୀ ଆର୍. ଏନ୍. ରବି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଡକ୍ଟର ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ଅନ୍ୟ ବିଶିଷ୍ଟ ଅତିଥିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ! ]

ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 06th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ, ନୂଆ ପମ୍ବନ ରେଳ ସେତୁକୁ ଉଦଘାଟନ କରିଥିଲେ ଏବଂ ସଡକ ସେତୁରୁ ଏକ ଟ୍ରେନ ଓ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଥଲେ ଏବଂ ସେତୁର ପରିଚାଳନାକୁ ନିରୀକ୍ଷଣ କରିଥିଲେ। ରାମେଶ୍ୱରମସ୍ଥିତ ରାମନାଥସ୍ୱାମୀ ମନ୍ଦିରରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଶ୍ରୀରାମ ନବମୀର ପବିତ୍ର ଅବସର। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜି ସକାଳେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟର ଦିବ୍ୟ କିରଣ ରାମଲାଲାଙ୍କୁ ଭବ୍ୟ ତିଳକରେ ସଜ୍ଜିତ କରିଥିଲା।

ଭାରତ ସହାୟତାରେ ଶ୍ରୀଲଙ୍କାରେ ନିର୍ମିତ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

April 06th, 12:09 pm

06.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଅନୁରା କୁମାର ଦିଶାନାୟକଙ୍କ ସହ ଆଜି ଅନୁରାଧାପୁରରେ ଭାରତ ସହାୟତାରେ ନିର୍ମିତ ଦୁଇଟି ରେଳ ପ୍ରକଳ୍ପର ଉଦଘାଟନ କରିବା ସହିତ ସମାରୋହରେ ଅଂଶଗ୍ରହଣ କରିଥିଲେ ।

ଜୟା ଶ୍ରୀ ମହାବୋଧି ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

April 06th, 11:24 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ଅନୁରା କୁମାରା ଦିଶାନାୟକେଙ୍କ ସହ ଅନୁରାଧାପୁରସ୍ଥିତ ପବିତ୍ର ଜୟା ଶ୍ରୀ ମହାବୋଧି ମନ୍ଦିର ପରିଦର୍ଶନ କରିବା ସହ ପୂଜନୀୟ ମହାବୋଧି ବୃକ୍ଷର ପୂଜାର୍ଚ୍ଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଲଙ୍କାର ଭାରତୀୟ ବଂଶୋଦ୍ଭବ ତାମିଲ ନେତା

April 05th, 10:59 pm

ଆଜି କଲମ୍ବୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀଲଙ୍କାର ଭାରତୀୟ ବଂଶୋଦ୍ଭବ ତାମିଲ (ଆଇଓଟି) ନେତାମାନେ ଭେଟିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଭାରତ ଆଇଓଟି ପାଇଁ ୧୦ ହଜାର ଘର, ସ୍ୱାସ୍ଥ୍ୟସେବା ସୁବିଧା, ପବିତ୍ର ସୀଥା ଏଲିୟା ମନ୍ଦିର ଏବଂ ଅନ୍ୟାନ୍ୟ କମୁ୍ୟନିଟି ବିକାଶ ପ୍ରକଳ୍ପ ପାଇଁ ସହାୟତା କରିବ ।

ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟର ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

April 05th, 10:48 pm

ଆଜି କଲମ୍ବୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟର ନେତାମାନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ସମ୍ମାନାଷ୍ପଦ ତାମିଲ ନେତା ଥିରୁ ଆର.ସମ୍ପନ୍ଥନ ଏବଂ ଥିରୁ ମାଭାଇ ସେନାଥିରାଜଙ୍କ ପରଲୋକରେ ଶୋକ ପ୍ରକଟ କରିଥିଲେ ।

ଶ୍ରୀଲଙ୍କାର ବିରୋଧୀ ଦଳ ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

April 05th, 10:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋରେ ଶ୍ରୀଲଙ୍କାର ବିରୋଧୀ ଦଳ ନେତା ଶ୍ରୀ ସାଜିଥ୍ ପ୍ରେମଦାସାଙ୍କୁ ଭେଟିଛନ୍ତି ।

୧୯୯୬ ଶ୍ରୀଲଙ୍କା କ୍ରିକେଟ୍ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ବିଶେଷ ବାର୍ତାଳାପ

April 05th, 10:25 pm

ଆପଣମାନଙ୍କୁ ସମସ୍ତଙ୍କୁ ଭେଟିବାର ସୁଯୋଗ ପାଇ ମୁଁ ଆନନ୍ଦିତ । ମୁଁ ଅନୁଭବ କରୁଛି ଯେ ଆପଣଙ୍କ ଦଳ ଏପରି ଏକ ଦଳ

Prime Minister Shri Narendra Modi’s interaction with 1996 Sri Lankan Cricket Team

April 05th, 10:23 pm

PM Modi interacted with members of the 1996 World Cup Champions Sri Lankan cricket team. On X, he wrote: “Cricket connect! Delighted to interact with members of the 1996 Sri Lankan cricket team, which won the World Cup that year. This team captured the imagination of countless sports lovers!”