୨୦୨୬ ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନସିପର ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
July 26th, 03:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୬ ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନସିପରେ ଏକ ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ଏବଂ ବିଶ୍ୱ ଜୁନିୟର ଚାମ୍ପିଅନସିପ୍ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ହୋଇଥିବାରୁ ସେ ଅନାହତ ସିଂଙ୍କୁ ନେଇ ଗର୍ବ ବ୍ୟକ୍ତ କରିଥିଲେ।ବିଶ୍ୱକପ୍ ବିଜୟ ପାଇଁ ଭାରତୀୟ ସ୍କ୍ୱାଶ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 15th, 10:16 am
ଶ୍ରୀ ମୋଦୀ ଜୋଶନା ଚିନ୍ନାପ୍ପା, ଅଭୟ ସିଂହ, ଭେଲାବନ ସେନ୍ଥିଲ କୁମାର ଏବଂ ଅନାହତ ସିଂହଙ୍କ ଅସାଧାରଣ ପ୍ରଦର୍ଶନକୁ ପ୍ରଶଂସା କରି କହିଥିଲେ ଯେ, ସେମାନଙ୍କ ସମର୍ପଣ, ଶୃଙ୍ଖଳା ଏବଂ ଦୃଢ ସଂକଳ୍ପ ଦେଶ ପାଇଁ ଅପାର ଗର୍ବ ଆଣିଛି। ସେ କହିଥିଲେ ଯେ ଏହି ଉଲ୍ଲେଖନୀୟ ସଫଳତା ବିଶ୍ୱ ସ୍ତରରେ ଭାରତୀୟ କ୍ରୀଡ଼ାର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ପ୍ରତିଫଳିତ କରୁଛି।ସ୍କ୍ୱାସ୍ କିମ୍ବଦନ୍ତୀ ରାଜ ମନଚନ୍ଦାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
December 04th, 03:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ରାଜ ମନଚନ୍ଦାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମନଚନ୍ଦାଙ୍କୁ ଭାରତୀୟ ସ୍କ୍ୱାସ୍ର ପ୍ରକୃତ କିମ୍ବଦନ୍ତୀ ବୋଲି ପ୍ରଶଂସା କରି କହିନ୍ତି, ଯିଏ ନିଜର ସମର୍ପଣ ଏବଂ ଉତ୍କୃଷ୍ଟତା ପାଇଁ ବେଶ୍ ଲୋକପ୍ରିୟ ଥିଲେ । ସେ ସାମରିକ ସେବା ସମୟରେ ରାଷ୍ଟ୍ର ପ୍ରତି ପ୍ରଦର୍ଶିତ କର୍ତ୍ତବ୍ୟ ପାଇଁ ଶ୍ରୀ ମନଚନ୍ଦାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ।ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ କ୍ରିକେଟ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
October 16th, 08:18 pm
ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।