ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତ୍ତି

May 18th, 04:44 pm

ଗତବର୍ଷ ମୋର ନରୱେ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଏହି ଯାତ୍ରା ସ୍ଥଗିତ ରଖିବାକୁ ପଡିଥିଲା। ସେହି କଠିନ ସମୟରେ, ନରୱେ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତ ସହିତ ଦୃଢ଼ ଭାବରେ ଠିଆ ହୋଇ ପ୍ରକୃତ ବନ୍ଧୁତା ପ୍ରଦର୍ଶନ କରିଥିଲା। ଆଜି, ମୁଁ ନରୱେ ଗସ୍ତ କରୁଥିବା ସମୟରେ, ସେହି ସମର୍ଥନ ପାଇଁ ମୁଁ ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି।

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର ଭେଲକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 16th, 08:47 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନନ୍ଦକୁମାର ଭେଲକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆନନ୍ଦକୁମାର ‘ସ୍ପିଡ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନସିପ ୨୦୨୫’ର ସିନିଅର ପୁରୁଷ ୧୦୦୦ ମିଟର ସ୍ପ୍ରିଣ୍ଟ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘ତାଙ୍କର ଧୈର୍ଯ୍ୟ, ଗତି ଏବଂ ଉତ୍ସାହ ତାଙ୍କୁ ଭାରତର ପ୍ରଥମ ବିଶ୍ୱ ସ୍କେଟିଙ୍ଗ ଚାମ୍ପିଅନ କରିଛି । ତାଙ୍କର ଏହି ସଫଳତା ଅଗଣିତ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ।”