କେନ୍ଦ୍ରୀୟ କ୍ଷେତ୍ର ସ୍କିମ୍ ‘ସ୍ୱତନ୍ତ୍ର ବିକାଶ ପ୍ୟାକେଜ’ ଅଧୀନରେ ଆସାମ ଏବଂ ତ୍ରିପୁରା ପାଇଁ ୪୨୫୦ କୋଟି ମଂଜୁର କଲେ କେନ୍ଦ୍ର କ୍ୟାବିନେଟ୍

August 08th, 04:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆସାମ ଏବଂ ତ୍ରିପୁରା ପାଇଁ ଥିବା କେନ୍ଦ୍ରୀୟ କ୍ଷେତ୍ର ସ୍କିମ ‘ସ୍ୱତନ୍ତ୍ର ବିକାଶ ପ୍ୟାକେଜ (ଏସଡିପି)’ ଅଧୀନରେ ୪୨୫୦ କୋଟି ଟଙ୍କା ବ୍ୟୟ ଅଟକଳ ସହ ଚାରୋଟି ନୂତନ ଉପାଦାନକୁ ମଞ୍ଜୁରୀ ଦେଇଛନ୍ତି।