ସ୍କାଏରୁଟ୍ ଏରୋସ୍ପେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
July 18th, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘରୋଇ ଭାବରେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ-୧ର ପୃଥିବୀ କକ୍ଷପଥକୁ ପ୍ରଥମ ଉତକ୍ଷେପଣ ପୂର୍ବରୁ ଏହାର ନିର୍ମାତା ସ୍କାଏରୁଟ୍ ଏରୋସ୍ପେସକୁ ଶୁଭକାମନା ଜଣାଇଛନ୍ତି । ସେ ଏହାକୁ ଦେଶର ମହାକାଶ ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ବିକ୍ରମ-୧ର ଉତକ୍ଷେପଣ ଭାରତର ମହାକାଶ ମହତ୍ତ୍ୱାକାଂକ୍ଷା ପାଇଁ ଏକ ନୂତନ ମାର୍ଗ ଖୋଲିବ । ଏହା ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟୋଗ ବିକାଶ କ୍ଷେତ୍ରରେ ଦେଶର ବର୍ଦ୍ଧିତ କ୍ଷମତାକୁ ପ୍ରତିଫଳିତ କରୁଛି ।ଇଣ୍ଡୋନେସିଆ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 07th, 03:15 pm
ଆଜି ସକାଳେ, ମୁଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇବାର ସୌଭାଗ୍ୟ ମଧ୍ୟ ପାଇଲି। ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପ୍ରତି ଇଣ୍ଡୋନେସିଆ ଲୋକଙ୍କ ସ୍ନେହକୁ ହୃଦୟର ସହିତ ଗ୍ରହଣ କରୁଛି। ଏହି ସମ୍ମାନ ଆମ ଉଭୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ, ଆମର ସହଭାଗୀ ଐତିହ୍ୟ ଏବଂ ଆମର ସୁଦୃଢ଼ ସମ୍ପର୍କର ପ୍ରମାଣ। ମୁଁ ଆପଣ ସମସ୍ତଙ୍କୁ, ରାଷ୍ଟ୍ରପତି ପ୍ରବୋଓଙ୍କୁ, ଇଣ୍ଡୋନେସିଆ ସରକାର ଏବଂ ଏହାର ଜନସାଧାରଣଙ୍କୁ ମୋର ହୃଦୟର କୃତଜ୍ଞତା ଜଣାଉଛି।Prime Minister addresses the Parliament of Indonesia
July 07th, 03:00 pm
Addressing the Parliament of Indonesia in Jakarta, PM Modi spoke about the deep civilisational and democratic ties between India and Indonesia. He also highlighted their maritime partnership, proposed the Ganga-Mahakam Vision and called for closer cooperation across development, security and the Global South, while reaffirming a free, open, inclusive and rules-based Indo-Pacific.ସେଶେଲ୍ସକୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
June 28th, 08:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୭-୨୯ ଜୁନ୍ ୨୦୨୬ ପର୍ଯ୍ୟନ୍ତ ସେଶେଲ୍ସକୁ ରାଜ୍ୟ ଗସ୍ତର ଅଂଶ ସ୍ୱରୂପ, ପ୍ରଧାନମନ୍ତ୍ରୀ ଏବଂ ସେସେଲ୍ସର ରାଷ୍ଟ୍ରପତି ମହାମହିମ ଡକ୍ଟର ପାଟ୍ରିକ୍ ହର୍ମିନି ଆଜି ଭିକ୍ଟୋରିଆ, ମାହେସ୍ଥିତ ଷ୍ଟେଟ୍ ହାଉସରେ ସରକାରୀ ଆଲୋଚନା କରିଥିଲେ।ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ସେଶେଲ୍ସ ଗସ୍ତ
June 28th, 08:17 pm
ସେଶେଲ୍ସ ସରକାରଙ୍କୁ ଗୋଟିଏ ଦ୍ରୁତଗାମୀ ପାଟ୍ରୋଲ ଜାହାଜ ଉପହାରIndia and Slovakia are moving forward in close coordination on the global stage: PM Modi at the India-Slovakia Joint Press Meet
June 15th, 03:00 pm
At the joint press meet in Bratislava, PM Modi and Slovak Prime Minister Robert Fico announced the elevation of India-Slovakia ties to a Comprehensive Partnership. PM Modi highlighted growing cooperation in trade, technology, defence, space, digital innovation and mobility, saying the upgraded partnership reflects shared priorities, shared trust and a shared vision for the future.Bharat Innovates is becoming a bridge between Indian talent and European capital: PM Modi in Nice, France
June 14th, 04:36 pm
PM Modi and French President Emmanuel Macron jointly inaugurated Bharat Innovates 2026 in Nice, France. Addressing a gathering, PM Modi highlighted India’s deep-tech revolution and the transformative potential of AI, satellite technology, advanced manufacturing and clean energy. He called for trusted, inclusive and human-centric innovation, while reaffirming India’s vision of becoming a global innovation hub.ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
June 14th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ନାଇସ୍ ସହରସ୍ଥିତ ପାଲାଇସ୍ ଡେସ୍ ଏକ୍ସପୋଜିସନ୍ସରେ ମିଳିତ ଭାବରେ ଭାରତ ଇନୋଭେଟ୍ସ ୨୦୨୬ର ଉଦଘାଟନ କରିଛନ୍ତି। ଏହି ତିନି ଦିନିଆ କାର୍ଯ୍ୟକ୍ରମ ଭାରତର ଡିପ୍-ଟେକ୍ ଷ୍ଟାର୍ଟ-ଅପ୍ସ, ନବସୃଜନକାରୀ, ଗବେଷକ ଏବଂ ନିବେଶକମାନଙ୍କୁ ବିଶ୍ୱ ନବସୃଜନ ପାଣ୍ଠି ଏବଂ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏହା ବିଶ୍ୱ ସ୍ତରରେ ଭାରତର ଅଗ୍ରଣୀ ଡିପ୍-ଟେକ୍ର ପ୍ରଦର୍ଶନ କରିଥାଏ ତଥା ୧୩ ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ୧୨୦ ଉନ୍ନତ ଷ୍ଟାର୍ଟଅପ୍, ୨୦ରୁ ଅଧିକ ଉତ୍କର୍ଷ ପ୍ରତିଷ୍ଠାନର ଉପସ୍ଥାପିତ କରିଥାଏ। ବିଶ୍ୱର ୩୫୦ରୁ ଅଧିକ ଶ୍ରେଷ୍ଠ ନିବେଶକ ଏବଂ ଭେଞ୍ଚର କ୍ୟାପିଟାଲିଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।ପ୍ରଧାନମନ୍ତ୍ରୀଙ୍କ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ (ମେ' 15 - 20, 2026)
May 11th, 09:00 pm
ପ୍ରଧାନମନ୍ତ୍ରୀ ମୋଦୀ 15 ମେ' ରୁ 20 ମେ' , 2026 ପର୍ଯ୍ୟନ୍ତ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ କରିବେ। ଏହି ଗସ୍ତ ସମୟରେ, ସେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିବେ। ନେଦରଲ୍ୟାଣ୍ଡରେ, ପ୍ରଧାନମନ୍ତ୍ରୀ ରାଜା ୱିଲେମ-ଆଲେକଜାଣ୍ଡାରଙ୍କୁ ଭେଟି ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ଆଲୋଚନା କରିବେ। ସ୍ୱିଡେନରେ, ସେ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନଙ୍କ ସହ ଆଲୋଚନା କରିବେ। ନରୱେରେ, ସେ ରାଜା ହାରାଲ୍ଡ ପଞ୍ଚମଙ୍କୁ ସାକ୍ଷାତ କରିବେ ଏବଂ ପ୍ରଧାନମନ୍ତ୍ରୀ ଜୋନାସ ଗାହର ଷ୍ଟୋରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପରେ, ସେ ପ୍ରଧାନମନ୍ତ୍ରୀ ଜୋର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବା ପାଇଁ ଇଟାଲୀ ଗସ୍ତ କରିବେ।Gen Z & Gen Alpha will lead India to the goal of a Viksit Bharat: PM Modi
December 26th, 01:30 pm
While addressing the national programme marking ‘Veer Baal Diwas’ in New Delhi, PM Modi stated that the Sahibzades broke the boundaries of age and stage and stood like a rock against the cruel Mughal empire. The PM highlighted that the courage and ideals of Mata Gujri, Shri Guru Gobind Singh Ji, and the four Sahibzades continue to give strength to every Indian. He added that India will demonstrate complete liberation from the colonial mindset by 2035.PM Modi addresses Veer Baal Diwas programme in New Delhi
December 26th, 01:00 pm
While addressing the national programme marking ‘Veer Baal Diwas’ in New Delhi, PM Modi stated that the Sahibzades broke the boundaries of age and stage and stood like a rock against the cruel Mughal empire. The PM highlighted that the courage and ideals of Mata Gujri, Shri Guru Gobind Singh Ji, and the four Sahibzades continue to give strength to every Indian. He added that India will demonstrate complete liberation from the colonial mindset by 2035.ଓମାନରେ ଭାରତୀୟ ଛାତ୍ର ଏବଂ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 18th, 12:32 pm
ଏହି ଯୁବ ଉତ୍ସାହ, ତୁମର ଶକ୍ତି, ଏଠାକାର ସମ୍ପୂର୍ଣ୍ଣ ପରିବେଶକୁ ଚଳଚଞ୍ଚଳ କରିଦେଇଛି । ମୁଁ ସେହି ସମସ୍ତ ଭାଇ-ଭଉଣୀମାନଙ୍କୁ ମଧ୍ୟ ପ୍ରଣାମ କରୁଛି ଯେଉଁମାନେ ସ୍ଥାନର ଅଭାବ ଯୋଗୁଁ ଏହି ହଲରେ ନାହାନ୍ତି ଏବଂ ନିକଟବର୍ତ୍ତୀ ହଲ୍ରେ ସ୍କ୍ରିନରେ ଏହି କାର୍ଯ୍ୟକ୍ରମକୁ ଲାଇଭ ଦେଖୁଛନ୍ତି । ଏବେ ଆପଣ କଳ୍ପନା କରିପାରିବେ, ଯଦି ଏତେ ଦୂର ଆସିଲେ ଏବଂ ଭିତରକୁ ଆସିପାରିଲେ ନାହିଁ, ତେବେ ସେମାନଙ୍କ ମନରେ କ’ଣ ଚାଲିଥିବ ।ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 18th, 12:31 pm
ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଭାରତରେ ରହୁଥିବା ପରିବାର ଏବଂ ବନ୍ଧୁମାନଙ୍କ ତରଫରୁ ସମୁଦାୟକୁ ଶୁଭେଚ୍ଛା ଜଣାଇଥିଲେ। ସେ ସେମାନଙ୍କର ଅତି ଚମତ୍କାର ଏବଂ ରଙ୍ଗାରଙ୍ଗ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଓମାନରେ ବସବାସ କରୁଥିବା ଭାରତର ବିଭିନ୍ନ ଅଂଶରୁ ଲୋକଙ୍କୁ ଭେଟି ସେ ଖୁବ୍ ଆନନ୍ଦିତ, ଏବଂ ଉଲ୍ଲେଖ କରିଥିଲେ ଯେ ବିବିଧତା ହେଉଛି ଭାରତୀୟ ସଂସ୍କୃତିର ମୂଳଦୁଆ - ଏକ ମୂଲ୍ୟ ଯାହା ସେମାନଙ୍କୁ ଯେକୌଣସି ସମାଜର ଅଂଶ ହେବାରେ ସାହାଯ୍ୟ କରେ। ଓମାନରେ ଭାରତୀୟ ସମ୍ପ୍ରଦାୟକୁ କେତେ ଭଲ ଭାବରେ ସମ୍ମାନିତ କରାଯାଏ ସେ, ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସହାବସ୍ଥାନ ଏବଂ ସହଯୋଗ ଭାରତୀୟ ପ୍ରବାସୀମାନଙ୍କର ଏକ ପ୍ରମୁଖ ପରିଚୟ।ଜି-୨୦ ଶିଖର ସମ୍ମିଳନୀ ଅବସରରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 23rd, 09:41 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋହାନ୍ସବର୍ଗଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ କାନାଡା ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ମାର୍କ କାର୍ନିଙ୍କୁ ଭେଟି ଭାରତ-କାନାଡା ଭାଗିଦାରୀ ଅଗ୍ରଗତିର ସମୀକ୍ଷା କରିଛନ୍ତି।ଜି୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
November 23rd, 04:05 pm
ଯେତେବେଳେ ଆଜିର ଦୁନିଆରେ ପ୍ରଯୁକ୍ତି ଦିନକୁ ଦିନ ଆଗକୁ ଅଗ୍ରଗତି କରିଚାଲିଛି, ଉଭୟ ସୁଯୋଗ ଏବଂ ସମ୍ପଦ କିଛି ମାତ୍ର ଲୋକଙ୍କ ହାତରେ ଅଧିକ ମାତ୍ରାରେ ଠୁଳ ହେବାରେ ଲାଗିଛି। ସମଗ୍ର ବିଶ୍ୱରେ, ଜଟିଳ ପ୍ରଯୁକ୍ତି ନିମନ୍ତେ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି। ଏହା ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି, ଏବଂ ଏହା ମଧ୍ୟ ନବାଚାର କ୍ଷେତ୍ରରେ ପ୍ରତିବନ୍ଧକ ଭାବରେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ନିମନ୍ତେ, ଆମକୁ ଆମର ଆଭିମୁଖ୍ୟ ଓ କାର୍ଯ୍ୟପନ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି।"ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ" ବିଷୟ ଉପରେ ଜି-୨୦ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 23rd, 04:02 pm
ପ୍ରଧାନମନ୍ତ୍ରୀ ଆଜି ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ-ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ; ଉତ୍ତମ କାର୍ଯ୍ୟ; କୃତ୍ରିମ ବୁଦ୍ଧିମତା ଉପରେ ଜି-୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାର ଉପାୟରେ ଏକ ମୌଳିକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ବୈଷୟିକ ପ୍ରୟୋଗଗୁଡ଼ିକ 'ଅର୍ଥ-କୈନ୍ଦ୍ରିକ’ ପରିବର୍ତ୍ତେ 'ମାନବ-କୈନ୍ଦ୍ରିକ’, 'ଜାତୀୟ’ ପରିବର୍ତ୍ତେ 'ବିଶ୍ୱସ୍ତରୀୟ’ ଏବଂ 'ଏକ୍ସକ୍ଲୁସିଭ୍ ମଡେଲ୍’ ପରିବର୍ତ୍ତେ ‘ମୁକ୍ତ ଉତ୍ସ’ ଉପରେ ଆଧାରିତ ହେବା ଆବଶ୍ୟକ। ସେ ବିସ୍ତୃତ ଭାବେ କହିଥିଲେ ଯେ ଏହି ପରିକଳ୍ପନାକୁ ଭାରତର ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଏକୀକୃତ କରାଯାଇଛି ଏବଂ ଏହାର ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିଛି, ତାହା ମହାକାଶ ପ୍ରୟୋଗ ହେଉ, କୃତ୍ରିମ ବୁଦ୍ଧିମତା ହେଉ, କିମ୍ବା ଡିଜିଟାଲ୍ ପେମେଣ୍ଟ ହେଉ, ଯେଉଁଠି ଏହା ବିଶ୍ୱରେ ଅଗ୍ରଣୀ ରହିଛି।ନଭେମ୍ବର ୩ରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
November 02nd, 09:29 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ନଭେମ୍ବର ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ (ଇଏସ୍ଟିଆଇସି) ୨୦୨୫ର ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ଭାରତ-ବ୍ରିଟେନ ସି.ଇ.ଓ. ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 09th, 04:41 pm
ବର୍ଷ ବର୍ଷ ଧରି ଆପଣ ସମସ୍ତ ବ୍ୟବସାୟୀ ନେତୃବର୍ଗଙ୍କ ନିରନ୍ତର ପ୍ରୟାସ ଦ୍ୱାରା, ଏହି ମଞ୍ଚ ଭାରତ-ବ୍ରିଟେନ ରଣନୈତିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଠିଆ ହୋଇଛି। ବର୍ତ୍ତମାନ ଆପଣଙ୍କ ମତାମତ ଶୁଣିବା ଦ୍ୱାରା ମୋର ବିଶ୍ୱାସ ଗଭୀର ହୋଇଛି ଯେ, ଆମେ ସ୍ୱାଭାବିକ ଅଂଶୀଦାର ଭାବରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢିବୁ। ଆଉ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିବାଦନ ଜଣାଉଛି।ଶୁଭାଂଶୁ ଶୁକ୍ଳାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
August 19th, 09:43 am
ପ୍ରଧାନମନ୍ତ୍ରୀ-ଆପଣ ନିଶ୍ଚୟ କିଛି ଭିନ୍ନ ଅନୁଭବ କରୁଛନ୍ତି। ମୁଁ କହିବାକୁ ଚାହୁଁଛି, ଆପଣ କ 'ଣ ଅନୁଭବ କରୁଛନ୍ତି?ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
August 19th, 09:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କରିଥିଲେ। ମହାକାଶ ଯାତ୍ରାର ପରିବର୍ତ୍ତନକାରୀ ଅଭିଜ୍ଞତା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବା ପରେ ଜଣେ ନିଶ୍ଚିତଭାବେ କିଛିଟା ପରିବର୍ତ୍ତନ ଅନୁଭବ କରୁଥିବ ଏବଂ ମହାକାଶଚାରୀମାନେ ଏହି ପରିବର୍ତ୍ତନକୁ କିପରି ଦେଖନ୍ତି ଏବଂ ଅନୁଭବ କରନ୍ତି ତାହା ସେ ବୁଝିବାକୁ ଚେଷ୍ଟା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ ଶୁଭାଂଶୁ ଶୁକ୍ଳା କହିଥିଲେ ଯେ ମହାକାଶର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ, ଏହାର ଏକ ପ୍ରମୁଖ କାରଣ ହେଉଛି ମାଧ୍ୟାକର୍ଷଣର ଅଭାବ ।