କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନୀ 2025 ମସିହାରେ କୃଷକମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
November 20th, 12:30 pm
ଏସବୁ କଦଳୀ ମୂଲ୍ୟଯୁକ୍ତ ଉତ୍ପାଦ,ଏବଂ ଏହା ବର୍ଜ୍ୟବସ୍ତୁ। ସାର୍, ଏହା କଦଳୀ ଅପଚୟରୁ; ଏହା କଦଳୀ ମୂଲ୍ୟଯୁକ୍ତରୁ ଆସିଛି ସାର୍ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ରେ କୃଷକମାନଙ୍କ ସହ ମତବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 20th, 12:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ ରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରାକୃତିକ କୃଷିରେ ନିୟୋଜିତ ଚାଷୀମାନଙ୍କୁ ଅଭିବାଦନ ଜଣାଇ ଶ୍ରୀ ମୋଦୀ କଦଳୀ ଉତ୍ପାଦନ ଦେଖିଥିଲେ ଏବଂ କଦଳୀ ଗଛର ବର୍ଜ୍ୟ ବ୍ୟବହାର ବିଷୟରେ ପଚାରିଥିଲେ। ଚାଷୀ ବୁଝାଇଥିଲେ ଯେ ପ୍ରଦର୍ଶିତ ସମସ୍ତ ସାମଗ୍ରୀ କଦଳୀ ବର୍ଜ୍ୟରୁ ନିର୍ମିତ ମୂଲ୍ୟଯୁକ୍ତ ଉତ୍ପାଦ। ସେମାନଙ୍କର ଉତ୍ପାଦଗୁଡ଼ିକ ସାରା ଭାରତରେ ଅନଲାଇନରେ ବିକ୍ରି ହୁଏ କି? ବୋଲି ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପଚାରିଥିଲେ, ଯାହା ସମ୍ପର୍କରେ ସେମାନେ ନିଶ୍ଚିତ କରିଥିଲେ। କୃଷକମାନେ ଆହୁରି କହିଥିଲେ ଯେ, ସେମାନେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ବ୍ୟକ୍ତିଗତ ଯୋଗଦାନକାରୀଙ୍କ ମାଧ୍ୟମରେ ସମଗ୍ର ତାମିଲନାଡୁର ପ୍ରତିନିଧିତ୍ୱ କରୁଛନ୍ତି। ସେ ସୂଚନା ଦେଇଥିଲେ ଯେ, ସେମାନଙ୍କର ଉତ୍ପାଦଗୁଡ଼ିକ ଅନଲାଇନରେ ବିକ୍ରି ହୁଏ, ରପ୍ତାନି ହୁଏ ଏବଂ ସାରା ଭାରତରେ ସ୍ଥାନୀୟ ବଜାର ଏବଂ ସୁପରମାର୍କେଟରେ ମଧ୍ୟ ଉପଲବ୍ଧ ହୁଏ। ଶ୍ରୀ ମୋଦୀ ପଚାରିଥିଲେ ଯେ ପ୍ରତ୍ୟେକ ଏଫପିଓରେ କେତେ ଲୋକ ଏକାଠି କାମ କରନ୍ତି, ଏବଂ ଚାଷୀ ଉତ୍ତର ଦେଇଥିଲେ ଯେ ପ୍ରାୟ ଏକ ହଜାର ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ଏହାକୁ ସ୍ୱୀକାର କରିଥିଲେ ଏବଂ ଆହୁରି ପଚାରିଥିଲେ ଯେ କେବଳ ଗୋଟିଏ କ୍ଷେତ୍ରରେ କଦଳୀ ଚାଷ କରାଯାଏ କି, ଅନ୍ୟ ଫସଲ ସହିତ ମିଶ୍ରିତ ଭାବେ ଏହାକୁ ଚାଷ କରାଯାଏ। କୃଷକ ସ୍ପଷ୍ଟ କରିଥିଲେ ଯେ ବିଭିନ୍ନ କ୍ଷେତ୍ର ବିଭିନ୍ନ ସ୍ୱତନ୍ତ୍ର ଉତ୍ପାଦରେ ସ୍ଵତନ୍ତ୍ରତା ବଜାୟ ରଖିଛନ୍ତି ଏବଂ ସେମାନଙ୍କ ପାଖରେ ଜିଆଇ ଉତ୍ପାଦ ମଧ୍ୟ ଅଛି।ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ ଚାଷ ସମ୍ମେଳନ ୨୦୨୫ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣ
November 19th, 07:01 pm
ତାମିଲନାଡୁ ରାଜ୍ୟପାଳ ଆର. ଏନ ରବିଜୀ, କେନ୍ଦ୍ର କ୍ୟାବିନେଟ ସହଯୋଗୀ ଏଲ. ମୁଗୁଗାନଜୀ, ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. କେ.ରାମସ୍ୱାମୀଜୀ, ବିଭିନ୍ନ କୃଷି ଅନୁଷ୍ଠାନର ମାନ୍ୟ ଗଣ୍ୟ ପଦାଧିକାରୀ, ଜନପ୍ରତିନିଧି ଗଣ, କୃଷକ ଭାଇ ଓ ଉଭଣୀ ଏବଂ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଯୋଡି ହୋଇଥିବା ସାରା ଦେଶର ଲକ୍ଷ ଲକ୍ଷ କୃଷକମାନେ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିବାଦନ ଜଣାଉଛି । ବନାକ୍କମ ଓ ନମସ୍କାର ସହ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି । ପ୍ରଥମତଃ ମୁଁ ଆପଣ ସମସ୍ତଙ୍କଠାରୁ ଓ ସାରା ଦେଶର ଚାଷୀଙ୍କଠାରୁ କ୍ଷମା ପ୍ରାର୍ଥନା ମାଗୁଛି । ପୁଟ୍ଟପର୍ତୀରେ ଭଗବାନ ସତ୍ୟସାଇ ବାବାଙ୍କ କାର୍ଯ୍ୟକ୍ରମ ପାଇଁ ମୋର ଏଠାକୁ ଆସିବାକୁ ପ୍ରାୟ ଘଂଟାଏ ବିଳମ୍ବ ହୋଇଗଲା । ମୁଁ ଦେଖୁଛି ଏଇଠି ବହୁ ଲୋକ ମୋତେ ଅପେକ୍ଷା କରିଛନ୍ତି । ତେଣୁ ବିଳମ୍ବରେ ଆସିଥିବାରୁ ଆପଣମାନଙ୍କଠାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 19th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ଜୈବିକ କୃଷି ସମ୍ମିଳନୀ ୨୦୨୫ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କୋଏମ୍ବାଟୁରର ପବିତ୍ର ଭୂମିରେ ମାରୁଧାମାଲାଇର ଭଗବାନ ମୁରୁଗାନଙ୍କୁ ପ୍ରଣାମ କରି ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କୋଏମ୍ବାଟୁରକୁ ସଂସ୍କୃତି, କରୁଣା ଏବଂ ସୃଜନଶୀଳତାର ଭୂମି ଭାବରେ ବର୍ଣ୍ଣନା କରିଛନ୍ତି। ଏହାକୁ ଦକ୍ଷିଣ ଭାରତର ଉଦ୍ୟୋଗୀ ଶକ୍ତିର ଏକ ଶକ୍ତି କେନ୍ଦ୍ର ଭାବରେ ସ୍ୱୀକୃତି ଦେଇଛନ୍ତି। ସେ ଆଲୋକପାତ କରିଛନ୍ତି ଯେ, ସହରର ବୟନ ଶିଳ୍ପ ଜାତୀୟ ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନ ଦେଇଥାଏ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, କୋଏମ୍ବାଟୁର ଏବେ ଆହୁରି ସ୍ୱତନ୍ତ୍ରତା ହାସଲ କରିଛି, କାରଣ ଏହାର ପୂର୍ବତନ ସାଂସଦ ଶ୍ରୀ ସି.ପି. ରାଧାକୃଷ୍ଣନ ଏବେ ଉପରାଷ୍ଟ୍ରପତି ଭାବରେ ଦେଶକୁ ନେତୃତ୍ୱ ଦେଉଛନ୍ତି।ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ ଗସ୍ତ
November 18th, 11:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆନ୍ଧ୍ର ପଦେଶ ଓ ତାମିଲନାଡ଼ୁ ଗସ୍ତ କରିବେ ।