ଜନସାଧାରଣଙ୍କ ସାମୂହିକ ପ୍ରୟାସକୁ ସାମ୍ନାକୁ ଆଣିବା ପାଇଁ 'ମନ୍ କୀ ବାତ୍' ଏକ ଉତ୍କୃଷ୍ଟ ପ୍ଲାଟଫର୍ମ: ପ୍ରଧାନମନ୍ତ୍ରୀ ମୋଦୀ

November 30th, 11:30 am

ଚଳିତ ମାସର ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ମାସର ପ୍ରମୁଖ ଘଟଣା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସମ୍ବିଧାନ ଦିବସ ଉତ୍ସବ, ବନ୍ଦେ ମାତରମର 150ତମ ବାର୍ଷିକୀ, ଅଯୋଧ୍ୟାରେ ଧର୍ମ ଧ୍ୱଜ ଉତ୍ତୋଳନ, ଆଇଏନଏସ 'ମାହେ' ଅନ୍ତର୍ଭୁକ୍ତ ଏବଂ କୁରୁକ୍ଷେତ୍ରରେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଅନ୍ତର୍ଭୁକ୍ତ । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ମହୁ ଉତ୍ପାଦନ, ଭାରତର କ୍ରୀଡା ସଫଳତା, ସଂଗ୍ରହାଳୟ ଓ ପ୍ରାକୃତିକ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । କାଶୀ-ତାମିଲ ସଙ୍ଗମମର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

November 21st, 06:45 am

ମୁଁ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଂଶତମ ଜି-20 ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ମହାମହିମ ଶ୍ରୀ ସିରିଲ୍ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ 21-23 ନଭେମ୍ବର, 2025 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି।

Prime Minister interacts with Presidents of the South Africa and Brazil at G7 summit

June 18th, 03:05 pm

The Prime Minister Shri Narendra Modi held substantive and heartfelt conversations with President of Republic of South Africa, H.E Mr. Cyril Ramaphosa and President of Brazil, H.E Mr. Luiz Inácio Lula da Silva at the G7 Summit at Kananaskis, Canada on 17th June 2025. He reaffirmed India’s unwavering commitment to championing the cause of the Global South.

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 18th, 02:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁନ୍ ୨୦୨୫ରେ କାନାଡାର କାନାନାସ୍କିସ୍‌ଠାରେ ୫୧ତମ ଜି୭ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଶ୍ରୀ ସିରିଲ ରାମାଫୋସାଙ୍କ ସହ ଆଲୋଚନା କରିଥିଲେ ।

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ଶାସନ ପାଇଁ ଡାଟା ଉପରେ ଘୋଷଣାନାମା - ବିଭିନ୍ନ ଜି-୨୦ ଦେଶ, ଅତିଥି ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନ ସମର୍ଥନରେ ଜି-୨୦ ଟ୍ରୋଇକା (ଭାରତ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା) ଦ୍ୱାରା ମିଳିତ ବିବୃତ୍ତି

November 20th, 07:52 am

ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ପ୍ରତିଶତରୁ ସାମାନ୍ୟ ଉପରେ ରହିଛି ଯାହାକି ଚଳିତ ଶତାବ୍ଦୀ ଆରମ୍ଭ ପରଠାରୁ ସର୍ବନିମ୍ନ। ଏହାସହିତ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହାକୁ ଯଦି ସମାନ ଭାବରେ ପ୍ରୟୋଗ କରାଯାଏ, ତେବେ ଏହା ଆମକୁ ବିକାଶହାର ବୃଦ୍ଧି କରିବା, ଅସମାନତା ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ନେବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିବ।

ନାଇଜେରିଆ, ବ୍ରାଜିଲ ଓ ଗୁୟାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 12th, 07:44 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 16 ରୁ 21 ତାରିଖ ପର୍ଯ୍ୟନ୍ତ ନାଇଜେରିଆ, ବ୍ରାଜିଲ ଓ ଗୁୟାନା ଗସ୍ତରେ ଯିବେ। ନାଇଜେରିଆରେ ସେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଉଚ୍ଚସ୍ତରୀୟ ଆଲୋଚନା କରିବେ ଏବଂ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ । ବ୍ରାଜିଲରେ ସେ ଜି-20 ଶିଖର ସମ୍ମିଳନୀରେ ଭାଗ ନେବେ। ଗୁୟାନାରେ ପ୍ରଧାନମନ୍ତ୍ରୀ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ, ସଂସଦକୁ ସମ୍ବୋଧିତ କରିବେ ଏବଂ କାରିକମ୍-ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯାହା କ୍ୟାରିବିଆନ୍ ଅଞ୍ଚଳ ସହିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବେ ।

ଦକ୍ଷିଣ ଅଫ୍ରିକାର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ସିରିଲ୍ ରାମଫୋସାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

June 17th, 05:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ପୁନଃନିର୍ବାଚିତ ହୋଇଥିବାରୁ ସିରିଲ୍ ରାମଫୋସାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିବା ପାଇଁ ରାଷ୍ଟ୍ରପତି ରାମଫୋସାଙ୍କ ସହ କାମ କରିବାକୁ ସେ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।

କୋମୋରସ୍ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଅଜାଲି ଆସୋମାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

January 29th, 10:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋମୋରସ୍ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଅଜାଲି ଆସୋମାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ପାଇଁ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 05th, 10:22 pm

ଚାଲିଥିବା କ୍ରିକେଟ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଜି-୨୦ ୟୁନିଭର୍ସିଟି କନେକ୍ଟ ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 26th, 04:12 pm

ଆସନ୍ତୁ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରିବା; ଆମେ ସେହି ଲୋକ ଯେଉଁମାନେ ଦେଶ ପାଇଁ ଜୀବନ ବଳିଦାନ ଦେବାର ସୁଯୋଗ ପାଇନାହୁଁ । ଭଗତ ସିଂହ, ସୁଖଦେବ, ଚନ୍ଦ୍ରଶେଖର ଓ ଆଜାଦଙ୍କୁ ଯେଉଁ ଭାଗ୍ୟ ମିଳିଥିଲା, ତାହା ଆମକୁ ମିଳିନଥିଲା। କିନ୍ତୁ ଆମେ ଭରତଙ୍କ ପାଇଁ ବଞ୍ଚିବାର ସୁଯୋଗ ପାଇଛୁ। ୧୦୦ ବର୍ଷ ପୁରୁଣାକୁ ଦେଖନ୍ତୁ ଏବଂ ୧୯୧୯, ୧୯୨୦, ୧୯୨୨, ୧୯୨୩, ୧୯୨୫ ମସିହାକୁ କଳ୍ପନା କରନ୍ତୁ । ସେହି ସମୟରେ ଯୁବକମାନେ ସ୍ଥିର କରିଥିଲେ ଯେ ଦେଶକୁ ମୁକ୍ତ କରିବା ପାଇଁ ଯାହା ବି କରିବାକୁ ପଡ଼ିବ ସେମାନେ କରିବେ। ସେମାନେ ଯାହା ବାଟ ପାଇବେ ତାହାକୁ ବ୍ୟବହାର କରିବେ। ଆଉ ସେହି ସମୟର ଯୁବକମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ସେମାନଙ୍କ ବହିଗୁଡ଼ିକୁ ଆଲମାରୀରେ ବନ୍ଦ କରି ଦେଉଥିଲେ ଏବଂ ସେମାନେ ଜେଲ୍ ଯିବାକୁ ପସନ୍ଦ କରୁଥିଲେ। ସେମାନେ ଫାଶୀ ଦଣ୍ଡ ଭୋଗିବାକୁ ପସନ୍ଦ କରୁଥିଲେ। ସେମାନେ ନିଜ ପାଇଁ ଯାହା ବି ରାସ୍ତା ପାଊଥିଲେ, ସେହି ରାସ୍ତାରେ ଚାଲୁଥିଲେ। ପ୍ରାୟ ୧୦୦ ବର୍ଷ ପୂର୍ବେ ସାହସିକତା ଚରମ ସୀମାରେ ପହଞ୍ଚିଥିଲା; ବଳିଦାନର ବାତାବରଣ ସୃଷ୍ଟି ହେଲା; ମାତୃଭୂମି ପାଇଁ ମରିବାର ଇଚ୍ଛା ଦୃଢ଼ ହୋଇଗଲା; ଏବଂ ୨୫ ବର୍ଷ ମଧ୍ୟରେ ଦେଶ ସ୍ୱାଧୀନ ହେଲା । ଏହା ଘଟିଲା କି ନାହିଁ ସାଥୀମାନେ, ସେମାନଙ୍କ ପ୍ରୟାସ ଯୋଗୁଁ ଏହା ଘଟିଛି କି ନାହିଁ? ସେହି ୨୫ ବର୍ଷ ମଧ୍ୟରେ ଯେଉଁ ଦେଶବ୍ୟାପୀ ଉତ୍ସାହ ସୃଷ୍ଟି ହୋଇଥିଲା ତାହା ୧୯୪୭ମସିହାରେ ଦେଶକୁ ସ୍ୱାଧୀନତା ଦେଇଥିଲା।

ଜି - ୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

September 26th, 04:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି - ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା : ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ , ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍‌; ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ ।

କୋମୋରସ୍ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

September 10th, 05:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨ ସମ୍ମିଳନୀ ଅବସରରେ ୨୦୨୩ ସେପ୍ଟେମ୍ବର ୧୦ରେ ନୂଆଦିଲ୍ଲୀରେ କୋମୋରସ୍ ରାଷ୍ଟ୍ରପତି ଶ୍ରୀ ଆଜେଲ ଆସୋମାନିଙ୍କ ସହ ବୈଠକ କରିଛନ୍ତି ।

ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା-ଆମେରିକାର ମିଳିତ ବିବୃତି

September 09th, 09:11 pm

ଆମେ, ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନେତାମାନେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ଏକତ୍ରିତ ହୋଇଛୁ । ଆମର ପାରସ୍ପରିକ ଦୁନିଆ ପାଇଁ ସମସ୍ୟାର ସମାଧାନ କରିବା ଲାଗି ଆନ୍ତର୍ଜାତିକ ଆର୍ଥିକ ସହଯୋଗର ପ୍ରମୁଖ ମଞ୍ଚ ଭାବରେ ଜି-୨୦ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାକୁ ଆମେ ଦୋହରାଇବା ନିମନ୍ତେ ଆମେ ଏକାଠି ହୋଇଛୁ ।

ବେଙ୍ଗାଲୁରୁର ଇସ୍ରୋ କେନ୍ଦ୍ରରୁ ଫେରିବା ପରେ ଦିଲ୍ଲୀରେ ସମବେତ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 26th, 01:18 pm

ଆଜି ପ୍ରାତଃରେ ମୁଁ ବେଙ୍ଗାଲୁରୁରେ ଥିଲି, ସକାଳେ ବହୁତ ଶୀଘ୍ର ପହଞ୍ଚିଥିଲି ଆଉ ସ୍ଥିର କରିଥିଲି ଯେ ଭାରତକୁ ଯାଇ ଦେଶକୁ ଏତେ ବିରାଟ ସିଦ୍ଧି ପ୍ରଦାନ କରାଇଥିବା ବୈଜ୍ଞାନିକମାନଙ୍କର ଦର୍ଶନ କରିବି ଆଉ ଏଥିପାଇଁ ମୁଁ ସକାଳୁ- ସକାଳୁ ସେଠାକୁ ଚାଲିଗଲି । କିନ୍ତୁ ସେଠାରେ ଜନତା ଜନାର୍ଦ୍ଦନ ସକାଳୁ ହିଁ ସୂର୍ଯ୍ୟୋଦୟର ମଧ୍ୟ ପୂର୍ବରୁ ହାତରେ ତିରଙ୍ଗା ଧରି ଚନ୍ଦ୍ରଯାନର ସଫଳତା ପାଇଁ ଯେଉଁ ପ୍ରକାରର ଉତ୍ସବ ପାଳନ କଲେ, ତାହା ହେଉଛି ଖୁବ ପ୍ରେରିତ କରିବା ଭଳି ଆଉ ଏବେ ଟାଣ ଖରାରେ ସୂର୍ଯ୍ୟ ବରାବର ଉତପ୍ତ ହେଉଅଛି ଆଉ ଏହି ମାସରେ ଖରା ତ ଚମଡ଼ାକୁ ମଧ୍ୟ ଚିରି ଦେଇଥାଏ । ଏଭଳି ଟାଣ ଖରାରେ ଆପଣ ସମସ୍ତଙ୍କର ଏଠାକୁ ଆସିବା ଆଉ ଚନ୍ଦ୍ରଯାନର ସଫଳତାକୁ ଉତ୍ସବ ଭଳି ପାଳନ କରିବା ଏବଂ ମୋତେ ମଧ୍ୟ ଏହି ପାଳନର ଅଂଶୀଦାର ହେବାର ସୌଭାଗ୍ୟ ମିଳିଲା, ଏହା ମଧ୍ୟ ହେଉଛି ମୋର ସୌଭାଗ୍ୟ । ଆଉ ମୁଁ ଏଥିପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି

August 26th, 12:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଚନ୍ଦ୍ରଯାନ- 3 ମୁନ ଲ୍ୟାଣ୍ଡର ସଫଳ ଅବତରଣ ପରେ ଇସ୍ରୋ ଟିମ୍ କୁ ସାକ୍ଷାତ କରିବା ପରେ ପ୍ରଧାନମନ୍ତ୍ରୀ ଆଜି ବେଙ୍ଗାଲୁରୁରୁ ଦିଲ୍ଲୀ ଠାରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତ ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ବେଙ୍ଗାଲୁରୁ ଯାଇଥିଲେ। ଶ୍ରୀ ଜେପି ନଡ୍ଡ଼ା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ତାଙ୍କର ସଫଳ ଗସ୍ତ ତଥା ଭାରତୀୟ ବୈଜ୍ଞାନିକମାନଙ୍କ ମହତ୍ତ୍ବପୂର୍ଣ୍ଣ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସକୁ ସଫଳ ଯାତ୍ରା ପରେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ସାହଜନକ ସ୍ୱାଗତ

August 26th, 10:08 am

ଆଜି ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ପରେ ଗ୍ରୀସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ଥାନୀୟ ନେତାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ ଏବଂ ଆଲୋଚନା କରିଥିଲେ। ସେ ଉଭୟ ଦେଶର ଭାରତୀୟ ଗୋଷ୍ଠୀ ସହିତ ମଧ୍ୟ ସାକ୍ଷାତ କରିଥିଲେ। ଭିସି ମାଧ୍ୟମରେ ଚନ୍ଦ୍ରଯାନ -3 ମୁନ ଲ୍ୟାଣ୍ଡର ଅବତରଣକୁ ଦେଖିଥିବା ପ୍ରଧାନମନ୍ତ୍ରୀ ପରେ ଇସ୍ରୋ ଟିମ ସହ ସାକ୍ଷତ କରିବାକୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି।

ଗ୍ରୀସର ଏଥେନ୍ସରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 25th, 09:30 pm

ଯେତେବେଳେ ଉତ୍ସବର ମାହୋଲ ହୋଇଥାଏ, ଉତ୍ସବର ବାତାବରଣ ହୋଇଥାଏ ସେତେବେଳେ ମନ ହୋଇଥାଏ ଶୀଘ୍ର ଶୀଘ୍ର ନିଜ ପରିବାରର ଲୋକଙ୍କ ଗହଣରେ ପହଞ୍ଚିଯିବା, ମୁଁ ମଧ୍ୟ ନିଜ ପରିବାରଜନଙ୍କ ମଧ୍ୟକୁ ଆସିଯାଇଛି । ଶ୍ରାବଣ ମାସ ଏକ ପ୍ରକାରରେ ହେଉଛି ଶିବଙ୍କ ମାସ, ଆଉ ଏହି ପବିତ୍ର ମାସରେ ଦେଶ ପୁଣି ଥରେ ଏକ ନୂଆ ଉପଳବ୍ଧି ହାସଲ କରିଛି । ଭାରତ ଚନ୍ଦ୍ରମାର ଅନ୍ଧକାର କ୍ଷେତ୍ର ଡାର୍କ ଜୋନ୍ ରେ ଦକ୍ଷିଣ ମେରୁରେ ଅବତରଣ କରିବାବାଲା ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା । ଭାରତ ଚନ୍ଦ୍ରମାରେ ତିରଙ୍ଗା ଲହରାଇ ସମଗ୍ର ବିଶ୍ୱକୁ ଭାରତର ସାମର୍ଥ୍ୟ ସହିତ ପରିଚୟ କରାଇଛି । ସାରା ବିଶ୍ୱରୁ ଶୁଭେଚ୍ଛା ସନ୍ଦେଶ ମାନ ଆସୁଛି, ଲୋକ ନିଜର ଶୁଭକାମନା ପଠାଉଛନ୍ତି ଆଉ ମୋର ଦୃଢ଼ ବିଶ୍ୱାସ ଯେ ଲୋକମାନେ ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଥିବେ, ଦେଉଛନ୍ତି ନା ? ଅନେକ ଗୁଡ଼ିଏ ଶୁଭେଚ୍ଛା ଆପଣମାନଙ୍କୁ ମଧ୍ୟ ମିଳଛି ନା ? ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ମିଳୁଛି । ସମଗ୍ର ସାମାଜିକ ଗଣମାଧ୍ୟମ ଶୁଭେଚ୍ଛା ସନ୍ଦେଶରେ ଭରପୂର ହୋଇ ରହିଛି । ଯେତେବେଳେ ସଫଳତା ଏତେ ବଡ଼ ହୋଇଥାଏ ସେତେବେଳେ ସଫଳତାର ଉତ୍ସାହ ଏହା ମଧ୍ୟ କ୍ରମାଗତ ଭାବେ ବଜାୟ ରହିଥାଏ । ଆପଣମାନଙ୍କ ଚେହେରା ମଧ୍ୟ କହୁଛି ବିଶ୍ୱର କେଉଁଠାରେ ମଧ୍ୟ ରୁହନ୍ତୁ କିନ୍ତୁ ଆପଣମାନଙ୍କ ହୃଦୟ ଭାରତ ପାଇଁ ସ୍ପନ୍ଦିତ ହେଉଛି । ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ । ମୁଁ ଆଜି ଗ୍ରୀସରେ ଆପଣମାନଙ୍କ ଗହଣକୁ ଆସି ପୁଣି ଥରେ ସମସ୍ତଙ୍କୁ ଚନ୍ଦ୍ରଯାନ, ତାହାର ଭବ୍ୟ ସଫଳତା ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ଏଥେନ୍ସରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

August 25th, 09:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସର ଏଥେନ୍ସ କଞ୍ଜରଭଟୋଏରଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଥିଲେ ।

ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରିବା ପରେ ତୁରନ୍ତ ଅଗଷ୍ଟ ୨୬ ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

August 25th, 08:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୬ ତାରିଖ ସକାଳ ପ୍ରାୟ ୭:୧୫ ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟ୍ରାକ୍) ପରିଦର୍ଶନ କରିବେ । ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତରୁ ଫେରିବା ପରେ ସେ ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିବେ ।

ମୋଜାମ୍ବିକ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

August 24th, 11:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 15ଶ ବ୍ରିକ୍‌ସ ଶିଖର ସମ୍ମିଳନୀ ଅବସରରେ 24 ଅଗଷ୍ଟ 2023 ରେ ଜୋହାନ୍ସବର୍ଗ ଠାରେ ମୋଜାମ୍ବିକ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଫିଲିପ୍ ଜେସିଣ୍ଟୋ ନ୍ୟୁସିଙ୍କ ସହିତ ସାକ୍ଷାତ କରିଛନ୍ତି।