ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ - ପର୍ବତମାଳା ପରିଯୋଜନା ଅଧୀନରେ ଉତ୍ତରାଖଣ୍ଡ ରାଜ୍ୟରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ରୋପୱେ ପ୍ରକଳ୍ପର ବିକାଶକୁ କ୍ୟାବିନେଟ୍ ମଞ୍ଜୁରୀ

March 05th, 03:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିଲୋମିଟର ରୋପୱେ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର କରିଛି । ଡିଜାଇନ୍, ବିଲ୍ଡ, ଫାଇନାନ୍ସ, ଅପରେଟ ଆଣ୍ଡ ଟ୍ରାନ୍ସଫର (ଡିବିଏଫଓଟି) ମୋଡରେ ମୋଟ ୪୦୮୧.୨୮ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ।